ମୁମ୍ୱାଇରେ ଅଘଟଣ: ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଧସିଲା, ୧୧ ଜଣଙ୍କ ମୃତ୍ୟୁ

1 min read

ମୁମ୍ୱାଇ: ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ । ଲଗାଣ ବର୍ଷା ଯୋଗୁ ପାହାଡ଼ ଧସିବା ଯୋଗୁ ଘରର କାନ୍ଥ ଭାଙ୍ଗି ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଆର୍ଥିକ ରାଜଧାନୀ ମୁମ୍ବାଇରେ ଅତି ପ୍ରବଳ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଲଗାଣ ବର୍ଷା ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପଡ଼ିଛି। କାନ୍ଥ ତଳେ ଦବି ରହି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଥବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ ବା NDRF ଟିମ୍ । ୧୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆହମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲ୍ୟାଣ୍ଡ ସ୍ଲାଇଡ ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି । ଏବେ ବି ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି । ସେହିପରି ବିଖରୋଲି ଅଞ୍ଚଳରେ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ମୁମ୍ବାଇର ଅନ୍ୟ ଅଞ୍ଚଳ ବି ବର୍ଷା ଯୋଗୁ ଜଳମଗ୍ନ ହୋଇଛି । ସଡ଼କ, ବଜାର, ରେଳ ଷ୍ଟେସନ ବର୍ଷା ପାଣିରେ ବୁଡ଼ି ରହିଛି । ହନୁମାନ ନଗରରେ ବି ପ୍ରବଳ ବର୍ଷା ଯୋଗୁ ଅନେକ ଲୋକଙ୍କ ଘରେ ପାଣି ପସିଯାଇଛି । ରେଳ ଟ୍ରାକରେ ପାଣି ଯୋଗୁ ବିଭିନ୍ନ ସ୍ଥାନରେ ଲୋକାଲ ଟ୍ରେନ୍ ଚଳାଚଳ ବନ୍ଦ ।

Leave a Reply