ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟା ୨୨ଶହ ୧୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେଉଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୨ଶହ ୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୧୨ଶହ ୭୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରୁ ୯୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ ୬୬ ଜଣଙ୍କ ଜୀବନ ନେଇଛି ଏହି ଭାଇରସ। ଆଜିବି ଖୋର୍ଦ୍ଧାରୁ ରାଜ୍ୟର ସର୍ବାଧିକ ପଜିଟିଭ୍ ସଂଖ୍ୟା ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୪୮୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୪୮ ପଜିଟିଭ୍ ମାମଲା ସହ କଟକ ଦ୍ୱିତୀୟରେ ରହିଛି।

ସେହିପରି ବାଲେଶ୍ବଶ୍ୱରରୁ ୧୫୦, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୪, ଷ୍ଟେଟପୁଲରୁ ୧୦୦ ପଜିଟିଭ୍ ମାମଲା ଆସିଛି । ମୟୂରଭଞ୍ଜରୁ ୯୯, କେନ୍ଦ୍ରାପଡ଼ାରୁ ୯୫, ପୁରୀରୁ ୮୪ ଭଦ୍ରକରୁ ୭୮, ନୟାଗଡ଼ରୁ ୬୯ , ଢ଼େଙ୍କାନାଳରୁ ୫୪, ସୁନ୍ଦରଗଡ଼ରୁ ୪୩, କେନ୍ଦୁଝରରୁ ୪୨, ସମ୍ବଲପୁରୁ ୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୨୯, ମାଲକାନଗିରିରୁ ୨୫, ବଲାଙ୍ଗୀରରୁ ୧୮, ଗଜପତିରୁ ୧୭, ବୌଦ୍ଧରୁ ୧୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳ ଓ ବରଗଡ଼ରୁ ୧୪ ଲେଖାଏଁ ଆକାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୨, ଝାରସୁଗୁଡ଼ା, କୋରାପୁଟ ଓ ସୋନପୁରରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଓ ନୂଆପଡ଼ାରୁ ୫, ନବରଙ୍ଗପୁରରୁ ୪ ଦେବଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply