spot_img
Home Blog Page 5562

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ରାମ ରହୀମ କରୋନା ପଜିଟିଭ୍

ଗୁରୁଗ୍ରାମ: ଚର୍ଚ୍ଚିତ ଭଣ୍ଡ ବାବାଙ୍କୁ କରୋନା । ରୋହତକର ସୁନାରିୟା ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲରେ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦର ମୁଖ୍ୟ ରାମ ରହୀମ କରୋନା ପଜିଟିଭ୍ । ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ମେଦାନ୍ତାର କରୋନା ୱାର୍ଡରେ ରଖାଯାଇଛି । ରବିବାର ମଧ୍ୟାହ୍ନ ୧୨ଟାରେ ତାଙ୍କୁ ସୁନାରୟା ଜେଲରୁ ମେଦାନ୍ତା ଅଣାଯାଇଥିଲା । ତେବେ ଏହାପୂର୍ବରୁ ରାମ ରହୀମ ଅସୁସ୍ଥତା ବିଷୟରେ ଜଣାଇଥିଲା। ଏହା ପରେ ତାଙ୍କୁ PGI ରୋହତକରେ ଭର୍ତ୍ତି କରାଯାଇଥିଲା। ଆଜି PGIର ଡାକ୍ତରଙ୍କ ପରାମର୍ଶ ପରେ ରାମ ରହୀମଙ୍କୁ ମେଦାନ୍ତକୁ ଅଣାଯାଇଛି । ଏବଂ ଏହି ସମୟରେ ଯେତେବେଳେ ତାଙ୍କର ପରୀକ୍ଷା କରାଯାଇଥିଲା ସେତେବେଳେ ସେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା ।

ବାସ୍ତବରେ, ଜୁନ୍ ୩ରେ ଖବର ଆସିଥିଲା ​​ଯେ, ଜେଲରେ ଥିବା ଗୁରୁମିତ ରାମ ରହୀମର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ PGI ରୋହତକରେ ଭର୍ତ୍ତି କରାଯାଇଥିଲା। ପେଟରେ ଯନ୍ତ୍ରଣା ହେଉଥିବା ରାମ ରହୀମ ଅଭିଯୋଗ କରୁଥିଲେ। ଗୁରୁବାର ଦିନ ପ୍ରାୟ ୭ଟା ସମୟରେ କଡା ସୁରକ୍ଷା ମଧ୍ୟରେ ରାମ ରହୀମଙ୍କୁ ଜେଲରୁ PGIକୁ ଅଣାଯାଇଥିଲା । ତା’ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପୂର୍ବରୁ ମେ 1୨ରେ ମଧ୍ୟ ରକ୍ତଚାପ ସମସ୍ୟା ହେତୁ ରାମ ରହୀମଙ୍କୁ ରୋହତକ PGI କୁ ଅଣାଯାଇଥିଲା କିନ୍ତୁ ସେ କୋଭିଡ ପରୀକ୍ଷା କରିବାକୁ ମନା କରିଦେଇଥିଲା । PGI ରେ ରାମ ରହୀମଙ୍କ ସିଟି ସ୍କାନ୍ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରାମ ରହୀମ ୫ ଅଗଷ୍ଟ ୨୦୧୭ଠାରୁ ଜେଲରେ ଅଛି । ପଞ୍ଚକୁଲାର ସିବିଆଇର ସ୍ୱତନ୍ତ୍ର କୋର୍ଟ ରାମ ରହୀମଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ୧୬ ବର୍ଷ ପୁରୁଣା ମାମଲାରେ ଗୁରୁମିତ ରାମ ରହୀମଙ୍କ ସହ ଅନ୍ୟ ତିନିଜଣ ଦୋଷୀ କୁଲଦୀପ ସିଂ, ନିର୍ମଲ ସିଂ ଏବଂ କୃଷ୍ଣ ଲାଲଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଏହି ମହିଳାଙ୍କ ଶରୀରରେ କରୋନା ଭାଇରସର ୩୨ ମ୍ୟୁଟେସନ୍, ଜାଣନ୍ତୁ କେଉଁଠି ?

କାପେ ଟାଉନ: ଦକ୍ଷିଣ ଆଫ୍ରିକାରେ ବିଶେଷଜ୍ଞ ଜଣେ ୩୨ ବର୍ଷୀୟା ମହିଳାଙ୍କ ଠାରେ ଏଭଳି ଭୟାନକ କରୋନା ଭାଇରସର ମ୍ୟୁଟେସନ ଆବିଷ୍କାର କରିଛନ୍ତି ଯାହା ଆଗକୁ ଚିନ୍ତା ବଢାଇପାରେ । ଏଡସ୍ ସଂକ୍ରମିତ ଏହି ମହିଳା ୨୧୬ ଦିନ ଧରି କରୋନା ଦ୍ୱାରା ସଂକ୍ରମିତ ଥିଲେ । ସଂକ୍ରମଣ କାଳରେ ତାଙ୍କ ଶରୀରରେ ଭାଇରସର ୩୨ ମ୍ୟୁଟେସନ୍ ହୋଇଥିଲା । ମେଡିକାଲ ଜର୍ଣ୍ଣାଲ ମେଡରିକ୍ସରେ ଗୁରୁବାର ଦିନ ଏହି କେସ୍ ଷ୍ଟଡି ପ୍ରକାଶିତ ହୋଇଛି । ରିପୋର୍ଟ ଅନୁସାରେ ମହିଳା ଜଣକ ୨୦୦୬ରେ ଏଡସ୍ ସଂକ୍ରମିତ ହୋଇଥିଲେ । କରୋନା ସଂକ୍ରମଣ କାଳରେ ସେ ଏଡସର ଅନ୍ତିମ ପର୍ଯ୍ୟାୟରେ ଥିଲେ । ଏଡସ କାରଣରୁ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥିଲା ।

ସେପ୍ଟେମ୍ବର ୨୦୨୦ରେ କରୋନା ଦ୍ୱାରା ସଂକ୍ରମିତ ହେବା ପରେ ଭାଇରସର ସ୍ପାଇକ୍ ପ୍ରୋଟିନରେ ୧୩ ମ୍ୟୁଟେସନ୍ ଓ ୧୯ ଜେନେଟିକ୍ ପରିବର୍ତ୍ତନ ହୋଇଥିଲା । ଯାହାକି ଭାଇରସର ବ୍ୟବହାରକୁ ବଦଳାଇ ଦେଇଥିଲା  ।ଆଲଫା ଭେରିଆଣ୍ଟର ଅଂଶବିଶେଷ ଥିବା EF84K,ଇଂଲଣ୍ଡରେ ଆବିଷ୍କୃତ B.1.1.7 ଭାରିଆଣ୍ଟ୍ ଓ N510Y ମ୍ୟୁଟେସନଙ୍କୁ ତାଙ୍କ ଶରୀରରେ ଦେଖିବାକୁ ମିଳିଥିଲା । ମହିଳା ଜଣଙ୍କଠାରୁ ଏହି ମ୍ୟୁଟେସନ୍ ଅନ୍ୟମାନଙ୍କୁ ସଂକ୍ରମିତ କରିଛି ନା ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଦକ୍ଷୀଣ ଆଫ୍ରିକାର କ୍ୱାଜୁଲୁ ଅଂଚଳରୁ ଅଧିକାଂଶ ନୂଆ ଭ୍ୟାରିଆଣ୍ଟ୍ ବାହାରିବ ସଂଯୋଗ ନୁହେଁ ବୋଲି ବିଶେଷଜ୍ଞଙ୍କ ମତ । କାରଣ ଏହି ଅଂଚଳର ୪ ଜଣରେ ଜଣେ ବୟସ୍କ ଏଚଆଇଭି ପଜିଟିଭ୍ ।

ଏଚଆଇଭି ପଜିଟିଭ୍ କରୋନା ଦ୍ୱାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା ନେଇ ସେଭଳି ବଳିଷ୍ଠ ପ୍ରମାଣ ଯଦିଓ ମିଳିନାହିଁ ତଥାପି ବିଶେଷଜ୍ଞଙ୍କ ମତ ଯେ, ଯଦି ଏଭଳି ମାମଲା ଅଧିକ ସଂଖ୍ୟାରେ ସାମ୍ନାକୁ ଆସେ ତେବେ ଏଚଆଇଭିର ଅନ୍ତିମ ପର୍ଯ୍ୟୟରେ ଥିବା ରୋଗୀ କରୋନାର ନୂଆ ଭ୍ୟାରିଆଣ୍ଟର ଫ୍ୟାକ୍ଟ୍ରି ଭାବେ ଉଭା ହେବାର ଭୟ ରହିଛି । ଅଧ୍ୟୟନରେ ସାମିଲ ଥିବା ବିଶେଷଜ୍ଞ ତୁଲିଓ ଦା ଓଲିଭେରିଆଙ୍କ ଅନୁସାରେ ଏଚଆଇଭିର ଆଡଭାନ୍ସ ଷ୍ଟେଜରେ ଥିବା ରୋଗୀ କରୋନା ଭାଇରସକୁ ନିଜ ଶରିରରେ ଜଣେ ସାଧାରଣ ବ୍ୟକ୍ତିଙ୍କଠାରୁ ଅଧିକ ଦିନ ପର୍ଯ୍ୟନ୍ତ ବହନ କରିପାରିବେ । ଯେଉଁ ମହିଳାଙ୍କ ଶରିରରେ ଭାଇରସର ୩୨ ମ୍ୟୁଟେସନ୍ ହୋଇଥିଲା ସେ ଅନେକ ଦିନ ଧରି ମିଲଡ(ମୃଦୁ) ସଂକ୍ରମଣର ଶିକାର ହୋଇଥିଲେ ।

ସାମାନ୍ୟ ସେଲଫି ସାଜିଲା କାଳ, ଡ୍ୟାମକୁ ଖସିପଡିଲେ ଦୁଇ ସାଙ୍ଗ

ରାଉରକେଲା: ସେଲଫି ନେଉଥିଲେ , ଡ୍ୟାମକୁ ଖସି ପଡ଼ିଲେ । ସାମାନ୍ୟ ମଜା ମସ୍ତି ଯେ କେତେ ଭୟଙ୍କର ହୋଇପାରେ  । ବନ୍ଧୁ ମାନଙ୍କ ସଙ୍ଗେ ପ୍ରମୋଦନ କରୁଥିଲେ କିନ୍ତୁ ଅସାବଧାନତା ପ୍ରାଣ ନେଇଗଲା । ଏମିତି କିଛି ଅଘଟଣ ଘଟିଛି ରାଉରକେଲାରେ  । ସେଲଫି ନେବାବେଳେ ଡ୍ୟାମରେ ବୁଡିଗଲେ ଦୁଇ ଯୁବକ । ଜଣଙ୍କୁ  ଉଦ୍ଧାର କରାଯାଇଥିବାବେଳେ ଆଉଜଣେ ଏବେ ବି  ନିଖୋଜ ଅଛନ୍ତି । କିନ୍ତୁ ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ପରବର୍ତ୍ତୀ ସମୟରେ ଆଖି ବୁଜିଥିଲେ  ।

ସୂଚନା ମୁତାବକ କାଂସବାହାଲ ଡ୍ୟାମ ନିକଟରେ ସେଲଫି ନେଉଥିବାବେଳେ ବୁଡିଯାଇଥିଲେ ଯୁବକ । ସ୍ଥାନୀୟ ଲୋକଙ୍କ ସୂଚନା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚିଥିଲା  । ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା  । କିନ୍ତୁ ଅଗ୍ନିଶମ ବାହିନୀର ଟିମ  ଜଣକୁ ଉଦ୍ଧାର କରିଥିବାବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି  । ତେବେ ଅନ୍ୟ ଜଣେ ଯୁବକ ଏବେବି ନିଖୋଜ ଅଛନ୍ତି । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ।

ସାମାନ୍ୟ ଅସବାଧନତା ପ୍ରାଣ ନେଉଥିବାବେଳେ ଆଜିର ଯୁବପୀଢୀ ସେଲଫି ମାନିଆ ହୋଇଛନ୍ତି  । ଫଟୋ ଉଠାଇବାର ବ୍ୟାକୁଳତା ଜୀବନ ନେଇଯାଉଛି  । ତଥାପି ସଜାଗ ଆଉ ସତେଚନାର ଅଭାବ ଏବେ ମଧ୍ୟ ପରିଲିଖିତ । କେଉଁଠି ଡ୍ୟାମରେ ତ ଆଉ କେଉଁଠି ଟ୍ରେନ ଲାଇନରେ ଯାଉଛି ଜୀବନ  । ରାଉରକେଲା କାଂସବାହାଲ ଡ୍ୟାମରେ ଘଟିଥିବା ଏହି ଘଟଣା ସଭିଙ୍କୁ ଚକିତ କରିଛି  । ଘରର ଭେଣ୍ଡା ପୁଅର ଆକସ୍ମିକ ବିୟୋଗକୁ  ପରିବାର ଲୋକେ ବିଶ୍ୱାସ କରି ପାରୁନାହାଁନ୍ତି   । ସେପଟେ ନିଖୋଜ ଥିବା  ଯୁବକର ପରିବାର ଏବେ ଜୀବନ ମରଣର ଦୋଛକିରେ  ।

ମହାମାରୀ ବେଳେ ରକ୍ତଦାନ, ଓଡ଼ିଶା ମୋ ପରିବାର ଜାରି ରଖିଛି ପ୍ରୟାସ

କଳାହାଣ୍ଡି: ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର   । କଳାହାଣ୍ଡି ଯୁବ ଓ ଛାତ୍ର ବିଜୁ ଜନତା ତରଫ ରୁ ଭବାନୀପାଟଣା ରକ୍ତ ଭଣ୍ଡାର ରେ ସ୍ବେଛାକୃତ ରକ୍ତଦାନ ଶିବିର ଉଦଘାଟନ କରିଛନ୍ତି ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର  । କଳାହାଣ୍ଡି ଯୁବ ଓ ଛାତ୍ର ତରଫରୁ ଆୟୋଜିତ ହୋଇଥିବା ରକ୍ତଦାନ ଶିବିବରରେ 32ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ଆସନ୍ତା କାଲିଠୁ କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ଧର୍ମଗଡ଼ ଗୋଲାମୁଣ୍ଡା ରୁ ଯୁବକ ଛାତ୍ର ମାନେ ସ୍ବେଛାକୃତ ହିସାବରେ ଏହି କରୋନା ସମୟ ରେ ରକ୍ତଦାନ କରିବେ ବୋଲି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର  କହିଛନ୍ତି  ।

ଜିଲ୍ଲା ଯୁବ  ବିଜେଡି ସଭାପତି ଆଦିତ୍ୟ ନନ୍ଦ ଙ୍କ ସୂଚନା ହିସାବରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ୟୁନିଟ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ କରିଥିବାବେଳେ ଆଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କୁ ପାଳନ କରି ଏହି ମହାମାରୀ ସମୟ ରେ ଜଣେ ବି ରକ୍ତ ଅଭାବରୁ ମୃତ୍ୟୁ ନ ହେବ ତାହାକୁ ନଜର ରଖି ରକ୍ତବିନ୍ଦୁ କର୍ମକୁ ଆଗେଇ ନିଆଯିବ  ।

ସମୁଦ୍ର ଭିତରେ କ’ଣ ରହୁଛନ୍ତି ଏଲିୟନ୍ସ ? ଆମେରିକା ଗୁଇନ୍ଦା ରିପୋର୍ଟ ଲିକ୍ ପରେ ଚର୍ଚ୍ଚା

ଏଲିୟନ୍ସ କଣ ପୃଥିବୀରେ ଅଛନ୍ତି ? କଣ ଏଲିୟନ୍ସ ଆମ ଦୁନିଆକୁ ଆସି କିଛି ଅସମ୍ଭବ କରିଶ୍ମା କରୁଛନ୍ତି । ଏସବୁ କଥା ଆଜିର ନୁହେଁ । ଅନେକ ବର୍ଷ ତଳୁ ଏହି ଭଳି ପ୍ରଶ୍ନବାଚୀ ଉଠୁଛି । ଦୁନିଆର କେତେକ ସ୍ଥାନରେ ଏଲିୟନ୍ସ ଦେଖାଯିବା ନେଇ ପୂର୍ବରୁ ଜୋରସୋରରେ ଦାବି ମଧ୍ୟ ହୋଇଛି । କିନ୍ତୁ କିଛି ବୈାଜ୍ଞାନିକ ଏଲିଅନ୍ସଙ୍କ ଅସ୍ତିତ୍ୱକୁ ସ୍ୱୀକାର କରୁଥିବା ବେଳେ ଆଉକିଛି ଏହାକୁ ମନଗଢା କାହାଣୀ ବୋଲି କୁହନ୍ତି । କିନ୍ତୁ ବର୍ତ୍ତମାନ ଏଲିୟନ୍ସ ଅଛନ୍ତି କି ନାହିଁ ଏନେଇ ପୁଣିଥରେ ଚର୍ଚ୍ଚା ହେଉଛି । ଆମେରିକାର ଗୁଇନ୍ଦା ଏଜେନ୍ସୀର ଜଣେ ଅଧିକାରୀଙ୍କ ଦ୍ୱାରା ୟୁଏଫଓ ଓ ଏଲିୟନ୍ସକୁ ନେଇ କରାଯାଇଥିବା ସମୀକ୍ଷା ରିପୋର୍ଟ ଲିକ୍ ହେବା ପରେ ଏହି ପ୍ରଶ୍ନ ପୁଣି ମୁଣ୍ଡ ଟେକିଛି ।

ଏହି ସମୀକ୍ଷା ରିପୋର୍ଟ କିଛି ସାଧାରଣ କଥା ନୁହେଁ । କାହିଁକି ନା ଏଥିରେ ଅନେକ ଗୁମର ଲୁଚିରହିଛି । ଆମେରିକାର ନୈାସେନା ଗତ ୨୦ ବର୍ଷ ହେବ ଆକାଶରେ ଯେଉଁ ୟୁଏଫଓ କିମ୍ବା କୈାଣସି ଏଲିୟନ୍ସର ଝଲକ ଦେଖିଥିବାର କଥା କହୁଥିଲେ ସେସବୁ ବିଷୟରେ ରିପୋର୍ଟରେ ଉଲ୍ଲେଖ ଅଛି । ୧୨୦ରୁ ଅଧିକଥର ଏଲିୟନ୍ସଙ୍କର ଝଲକ ଦେଖାଯିବାର ଘଟଣାର ରେକର୍ଡ ମଧ୍ୟ ଏଥିରେ ରହିଛି । ହେଲେ ବର୍ତ୍ତମାନ ଏଲିୟନ୍ସ ଅନ୍ତରୀକ୍ଷରୁ ନୁହଁ ସମୁଦ୍ରରୁ ଆସୁଥିବା କଥା ଶୁଣିବାକୁ ମିଳିଲାଣି । ହଁ ଆଜ୍ଞା ଅନ୍ତରୀକ୍ଷର ଅଜଣା ଗ୍ରହରୁ ଆସୁଥିବା ଏଲିୟନ୍ସଙ୍କ ଠିକଣା ବଦଳିଯିବାର ସୂଚନା ମିଳିଛି । ଆଇସିଇଆର ର ଉପାଧ୍ୟକ୍ଷ ତଥା ଏଲିୟନ୍ସଙ୍କ ଗତିବିଧିି ଉପରେ କାମ କରୁଥିବା ‘ଗେରୀ ହେସଲଟାଇନ’ ଙ୍କ ଅନୁସାରେ ସମୁଦ୍ର ହେଉଛି ଏଲିୟନ୍ସଙ୍କ ବେସ୍ ।

ସେ କହିଛନ୍ତି କିଛି ଏମିତି ପ୍ରମାଣ ରହିଛି ଯାହା ଏଲିୟନ୍ସଙ୍କ ଉପସ୍ଥିତିର କାହାଣୀ କହୁଛି । ଅନେକ ଜଣ ପ୍ରଶ୍ନ ମଧ୍ୟ କରନ୍ତି ଯଦି ୟୁଏଫଓ ଦେଖାଯାଏ ତେବେ ଏହା ଆକାଶରେ କେଉଁଠି ଅର୍ନ୍ତଧ୍ୟାନ ହୋଇଯାଏ । କଣ ଏଲିୟନ୍ସଙ୍କର ବିମାନ ହାଇପରସୋନିକ । ତେବେ ଏସବୁ କଥାକୁ ନେଇ ଗେରୀ ହେସଲଟାଇନ କୁହନ୍ତି –ଏଲିୟନ୍ସ ଅନ୍ତରୀକ୍ଷରୁ ନୁହେଁ ବରଂ ସମୁଦ୍ର ଭିତରୁ ଆସନ୍ତି । ଆମ ପୃଥିବୀରେ ଥିବା ମହାସାଗର ଭିତରେ ଲୁଚିରୁହନ୍ତି ଏଲିୟନ୍ସ । ସେହିଠାରେ ହିଁ ସେମାନଙ୍କର ଗୁପ୍ତ ଆଡ୍ଡା ରହିଛି । କିନ୍ତୁ ଆଯିଯାଏଁ ଯେଉଁ ଏଲିୟନ୍ସ ବା ୟୁଏଫଓକୁ ଆମେ ଦେଖିଛୁ ହୁଏତ ସେମାନେ ଆମ ପୃଥିବୀରେ ହିଁ ରହୁଛନ୍ତି । ଆମେ ସବୁବେଳେ ଭାବି ଆସିଛୁ ଯେ ଏଲିୟନ୍ସ ଅଚାନକ ଅନ୍ତରୀକ୍ଷରୁ ଆସି କୁଆଡେ ଗାୟବ ହୋଇଯାଆନ୍ତି । କିନ୍ତୁ ପ୍ରକୃତରେ ସେମାନେ ଆମ ପୃଥିବୀରେ ଥିବା ମହାସାଗର ଗୁଡିକରେ ହିଁ ରହୁଛନ୍ତି । ତେବେ ଗେରୀ ହେସଲଟାଇନଙ୍କର ଏହିଭଳି କଥାରେ ଅନେକ ଗବେଶକ ଏଲିୟନ୍ସ ବେସ୍ କ୍ୟାମ୍ପ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଦେଲେଣି । ତେବେ ଏହି ବିଷୟ କେତେ ଦୂର ସତ କିମ୍ବା ମିଛ ଏହାର ସ୍ପଷ୍ଟ ପ୍ରମାଣ ଏଯାଏଁ ମିଳିପାରିନି ।

ମାଛକୁଣ୍ଡ ଜଳ ଭଣ୍ଡାରରେ ଭାସୁଛି ମହିଳାଙ୍କ ମୃତ ଦେହ, ହତ୍ୟା ନା ଆତ୍ମହତ୍ୟା ?

କୋରାପୁଟ: ମାଛକୁଣ୍ଡ ଜଳ ଭଣ୍ଡାରର ଭାସୁଛି ମହିଳାଙ୍କ ମୃତ ଦେହ । ଜଳ ଭଣ୍ଡାରର ଉପର ପାର୍ଶ୍ଵରେ ରହିଥିବା ଆମ୍ବପଡା ଡଙ୍ଗା ଘାଟ ନିକଟରେ ଏକ ଅଚିହ୍ନା ମହିଳାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଦୁଇ ଦିନ ହେଲା ମହିଳା ଜଣଙ୍କ ମୃତ ଦେହଟି ଜଳ ଭଣ୍ଡାରରେ ଭାସୁଥିଲେ ମଧ୍ୟ ପୋଲିସ କିମ୍ବା ପ୍ରସାଶନଙ୍କ ପକ୍ଷରୁ ଉଦ୍ଧାର କରାଯାଇନାହିଁ । ସେପଟେ ମୃତ ଦେହ ଦୁଇ ଦିନ ଧରି ଭାସୁଥିବାବେଳେ ପ୍ରଶାସନ ପକ୍ଷରୁ କୈଣସି ତତ୍ପରତା ପ୍ରକାଶ ପାଇନାହିଁ  । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି  ।

ମାଛକୁଣ୍ଡ ଜଳ ଭଣ୍ଡାରରେ ଜଣେ ମହିଳାଙ୍କ କିପରି ମୃତ୍ୟୁ ଘଟିଲା  । ଏହା ହତ୍ୟା ନା ଆତ୍ମହତ୍ୟା କିମ୍ବା ଦୁର୍ଘଟଣା । ଏସବୁକୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି  ।   ମହିଳା ଜଣକ କିଏ ଆଉ କେଉଁ ଅଞ୍ଚଳର ଏ ଯାଏଁ  ପରିଚୟ ମଧ୍ୟ ମିଳିପାରିନାହିଁ । ମହିଳା ଜଣକ ଏକ ମାଛ ଜାଲରେ ଲାଗି ରହିଥିବା ଦେଖିବାକୁ ମିଳିଛି । ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ କେହି ମଧ୍ୟ ଘଟଣାସ୍ଥଳରେ ପହଁଚି ନାହାଁନ୍ତି  । ମୃତ ମହିଳା ଜଣଙ୍କୁ ଉଦ୍ଧାର କଲାପରେ ଘଟଣା ବିଷୟରେ ସ୍ପଷ୍ଟ ହେବ  ।

ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖି, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ୍

ଭୁବନେଶ୍ୱରର: ସୋମବାରୁ ଠାରୁ ରାଜ୍ୟରେ ବଢିବ କାଳବୈଶାଖି ବର୍ଷା। ଏଥିପାଇଁ ୧୫ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ସତର୍କତା ଜାରି କରାଯାଇଛି।

ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖି ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୧୧ ତାରିଖରୁ ଉତ୍ତର ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ସକ୍ରିୟ ଥିବା ବେଳେ ଆସନ୍ତା ୧୧ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ତେବେ ୯ ତାରିଖରେ କାଳବୈଶାଖି ବର୍ଷା ପାଇଁ ୨୦ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କତା ଜାରି କରାଯାଇଛି । ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି  । ମୌସୁମୀ ବାୟୁ ଗୋଟେ ସପ୍ତାହ ମଧ୍ୟରେ ଓଡିଶା ଛୁଇଁବାକୁ ଥିବେବେଳେ ଏବେ ଠାରୁ ଆରମ୍ଭ ହେବାକୁ ଯାଉଛି ବର୍ଷା  । ଏଥିପାଇଁ ୧୫ ଜିଲ୍ଲାକୁ ଆଗୁଆ ସତର୍କ କରାଇଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର  ।

ଅନାଥ ଶିଶୁଙ୍କ ଘରେ ଜିଲ୍ଲାପାଳ: ପାଠ ପଢାଇବା ପାଇଁ ବାଟ କଢାଇଲେ

ଭୁବନେଶ୍ୱର : ଜିଲ୍ଲାପାଳ ହେବତ ଏମିତି । ଅସମୟରେ ଛିଡ଼ା ହେଲେ  । ଅସୁବିଧା ବୁଝିଲେ  । ବେସାହାରା ପିଲାଙ୍କୁ ସାହାରା ଦେବାର ସାହାସ ବି ଦେଲେ  । କରୋନାର କରାଳ ରୂପରେ  ତିନି ଶିଶୁ ଅନାଥ ହୋଇଯିବା ପରେ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ । ପାଢ ପଢିବାର ପ୍ରତିଶ୍ରୁତି, ସମସ୍ତ ପ୍ରକାର ବ୍ୟବସ୍ଥା କରାଇଛନ୍ତି ଜିଲ୍ଲାପାଳ  ।

ସକାଳୁ ସକାଳୁ ସିଧାସଳଖ ଜିଲ୍ଲାପାଳ ବାହାରି ପଡିଥିଲେ ସାନଖେମୁଣ୍ଡି ଅଞ୍ଚଳକୁ । ଅନାଥ ହୋଇଯାଇଥିବା ୩ ଶିଶୁଙ୍କ ଘରେ ପହଁଚି ସେମାନଙ୍କ ସହ ଆଲୋଚନା କରିଥିଲେ   । କେମିତି ପଢୁଛନ୍ତି, କିପରି ଚଳୁଛନ୍ତି  । ସମସ୍ତ କଥା ପଚାରି ବୁଝିଥିଲେ ଜିଲ୍ଲାପାଳ କୁଲାଙ୍ଗେ । ପିଲାଙ୍କ ଦାୟିତ୍ୱ ନେବା ସହ ସେମାନଙ୍କ ପଢା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିରୁ ଦଶ ହଜାର, ରେଡକ୍ରସ ପାଣ୍ଠିରୁ ୨୦ହଜାର ଓ ଗୁରୁକଲ୍ୟାଣ ପାଣ୍ଠିରୁ ୧୫ହଜାର ଟଙ୍କା ପ୍ରଦାନ କରିଛନ୍ତି ।

 ତାଙ୍କ ସହ ସାନଖେମୁଣ୍ଡି ତହସିଲଦାର ବିଡ଼ିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଆରସିସି, ଶିକ୍ଷକ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସେମାନଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯିବ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।।

ବିଧାୟକ ତାରା ବାହିନୀପତି ଅସୁସ୍ଥ, ଆରୋଗ୍ୟ କମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କୋଭିଡ ସଂକ୍ରମିତ । କରୋନା ସଂକ୍ରମିତ ହେବା ପରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବିଧାୟକ ତାରା ବାହିନୀପତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାନେଇ ସୂଚନା ଦେଇଛନ୍ତି ପତ୍ନୀ ତଥା କଂଗ୍ରେସ ଜିଲ୍ଲା ସଭାପତି ମିନାକ୍ଷୀ ସେନାପତି ।

ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅସୁସ୍ଥ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଚିନ୍ତିତ ଥିବା ଟ୍ବିଟ୍ କରି କହିଛନ୍ତି । ତାଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସାଙ୍ଗମାନଙ୍କ ସହ ଯାଉଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହେଲ ୧୯ ବର୍ଷୀୟ ଯୁବତୀ

ବରେଲି: ଗଣଦୁଷ୍କର୍ମ ଘଟଣାରେ ପୋଲିସକୁ ମିଲିଲା ବଡ଼ ସଫଳତା । ବରେଲି ଜିଲ୍ଲାର ଜଣେ ୧୯ ବର୍ଷର ଯୁବତୀଙ୍କୁ ୬ ଜଣ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣାରେ ଇଜ୍ଜତନଗର ପୋଲିସକୁ ବଡ଼ ଫଳତା ମିଳିଛି । ଗଣ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଛି। ଏବଂ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ଜୋରସୋରରେ ପ୍ରୟାସ ଚଳାଇଛି ପୋଲିସ । ଏମାନଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଏନକାଉଣ୍ଟର ବେଳେ ଗିରଫ କରିଛି।

ପୋଲିସ ସହିତ ଧସ୍ତାଧସ୍ତି ସମୟରେ ୨୨ ବର୍ଷୀୟ ଅଭିଯୁକ୍ତ ବିଶାଲର ପାଦରେ ଗୁଳି ବାଜିଥିବା ସୂଚନା ମିଳିଛି । ଏହା ବ୍ୟତୀତ ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ଅନୁଜ ପଟେଲ, ଯାହାର ବୟସ ୨୩ ବର୍ଷ । କିନ୍ତୁ ଚାରିଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି , ଏମାନଙ୍କୁ ଧରିବାକୁ ପୋଲିସର କିଛି ଟିମ୍ ଲାଗିପଡ଼ିଛନ୍ତି ।

ଘଟଣାଟି ହେଉଛି ମେ ୩୧ର, ଯେତେବେଳେ ଯୁବତୀ ଜଣଙ୍କ ତାର ଦୁଇ ସାଙ୍ଗଙ୍କ ସହ କୌଣସି ସ୍ଥାନକୁ ଯାଉଥିଲା । ସେହି ସମୟରେ ଏହି ୬ଜଣ ଦୁର୍ବୃତ୍ତ ସେମାନଙ୍କୁ ରୋକିବା ସହ ଯୁବତୀ ଜଣଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଲୋକଲଜ୍ଜାରୁ ବଞ୍ଚିବାକୁ କୌଣସି ମାମଲା ରୁଜୁ କରି ନଥିଲେ । କେବଳ ସେତିକି ନୁହେଁ ସେ ଏହି ଘଟଣା ବିଷୟରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଜଣାଇ ନଥିଲେ।

କିନ୍ତୁ ଯେତେବେଳେ ସେ ଘରେ ନିରବ ରହିଲେ ଏବଂ ପ୍ରତ୍ୟେକ କଥାରେ ବିରକ୍ତ ହେବାକୁ ଲାଗିଲେ, ସେତେବେଳେ ତାଙ୍କ ପରିବାରଲୋକ ତାଙ୍କୁ ପଚାରାଉଚରା କରି ଥିଲେ । ଏବଂ ଏହା ପରେ ମେ, ୫ରେ ଯୁବତୀ ଜଣଙ୍କ ପୋଲିସ ଷ୍ଟେସନ ଯାଇ ୬ଜଣ ଦୁର୍ବୃତ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ପୋଲିସର କହିବା ଅନୁସାରେ, ଏନେଇ ଅଧିକ ତଦନ୍ତ ଚାଲିଛି ଏବଂ ଯୁବତୀ ଜଣଙ୍କର ଡାକ୍ତରୀ ଯାଞ୍ଚ କରାଯାଉଛି। ତେବେ ଘଟଣାରେ ରବିବାର ଦିନ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ଜଣ ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।