Tokyo Olympics: କ୍ରୀଡ଼ା ମହାକୁମ୍ଭରେ କରୋନାର ଛାପ: ଆଉ ୩ ଆଥ୍‌ଲେଟ ସଂକ୍ରମିତ ଚିହ୍ନଟ

1 min read

ଟୋକିଓ: ଅଲିମ୍ପିକ୍ସରେ ବଢ଼ିବାରେ କରୋନା ସଂକ୍ରମିତ ମାମଲା । ରବିବାର ଆଉ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ୩ ଜଣ ଆଥ୍‌ଲେଟ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆସନ୍ତା ସପ୍ତାହରେ ଏହି କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଆଥ୍‌ଲେଟ ଭିଲେଜ୍‌ରେ ଏଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆୟୋଜକଙ୍କ ପାଇଁ ମୁଣ୍ଡ ବ୍ୟାଥା ବଢ଼ାଇଛି ।

ଏଯାବତ୍ ମୋଟ ୧୦ଟି କରୋନା ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ କିଛି ମିଡିଆ କର୍ମଚାରୀ ମଧ୍ୟ ରହିଛନ୍ତି । ଦକ୍ଷିଣ କୋରିଆର ଅଲିମ୍ପିକ୍ସ ମେମ୍ୱର ଟୋକିଓରେ ପହଞ୍ଚିବା ପରେ ତାଙ୍କର ନମୁନା ପରୀକ୍ଷଣ ହୋଇଥିଲା । ଏବଂ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ସେ ଭ୍ୟାକ୍ସିନ୍ ନେଇ ସାରିଥିବା ସତ୍ତ୍ୱେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରାଜଧାନରେ ଟୋକିଓରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲଗାତାର ଚତୁର୍ଥ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଟପିଛି । ଏସବୁ ଘଟଣା ପରେ  ଜାପାନରେ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ ନେଇ ମତଭେଦ ଦେଖିବାକୁ ମିଳିଛି ।

ଏଥିସହିତ ପଢ଼ନ୍ତୁ: Tokyo Olympics: ୪ କର୍ମଚାରୀ କରୋନା ସଂକ୍ରମିତ, ଭାରତୀୟ ସୁଟିଂ ଦଳର ନମୁନା ସଂଗ୍ରହ

 

Leave a Reply