spot_img
Home Blog Page 5564

ଭାରତରେ କରୋନାର ଆଉ ଏକ ଭାରିଆଣ୍ଟ, ୭ଦିନ ମଧ୍ୟରେ ହେଉଛି ଏମିତି ଅବସ୍ଥା

ନୂଆଦିଲ୍ଲୀ: କରୋନା ଭାଇରସ୍ ଲଗାତାର ଭାବରେ ତାର ରୂପ ବଦଳାଇବାରେ ଲାଗିଛି । ଏବଂ ଏହାର ପ୍ରଭାବ ମଧ୍ୟ ଧିରେ ଧିରେ  ଅଧିକ ବିପଜ୍ଜନକ ହେବାରେ ଲାଗିଛି । ପ୍ରତିଦିନ କରୋନାର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଏହାର ଆଉ ଏକ ବିପଜ୍ଜନକ ଭାରିଆଣ୍ଟ  ଭାରତରେ ଦେଖିବାକୁ ମିଳିଛି। ଏହା ଏତେ ବିପଜ୍ଜନକ ଯେ ରୋଗୀ ସଂକ୍ରମିତ ହେବାର ସାତ ଦିନ ମଧ୍ୟରେ ହିଁ ସେମାନଙ୍କ ଓଜନ ହ୍ରାସ ହୋଇପାରେ । ପୂର୍ବରୁ ଏହି ପ୍ରକାର ଭାରିଆଣ୍ଟ ବ୍ରାଜିଲରେ ଦେଖିବାକୁ  ମିଳିଥିଲା ​ । ବ୍ରାଜିଲରୁ ଏହାର କେବଳ ଗୋଟିଏ ଭାରିଆଣ୍ଟ ଭାରତ ଆସିବାକୁ ନିଶ୍ଚିତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି ଯେ ବ୍ରାଜିଲରୁ ଭାରତକୁ କରୋନାର ଦୁଇଟି ଭାରିଆଣ୍ଟ ଆସିଛି। ଦ୍ୱିତୀୟ ପ୍ରକାରର ନାମ ହେଉଛି B.1.1.28.2 ।

ସୂଚନା ଅନୁସାରେ, ବୈଜ୍ଞାନିକମାନେ ଏହି ଭାରିଆଣ୍ଟକୁ ଏକ ମୂଷା ଉପରେ ପରୀକ୍ଷା କରିଥିଲେ । ଏବଂ ଏହାର ଫଳାଫଳ ବହୁତ ଆଶ୍ଚର୍ଯ୍ୟଜନକ ଥିଲା । ଏହି ପରୀକ୍ଷାରୁ ଜଣାଗଲା ଯେ, ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବା ପରେ ତୁରନ୍ତ ଏହାକୁ ସାତ ଦିନ ମଧ୍ୟରେ ଚିହ୍ନଟ କରାଯାଇପାରିବ। ଏହା ଏତେ ବିପଜ୍ଜନକ ଯେ ଏହା ୭ ଦିନ ମଧ୍ୟରେ ରୋଗୀର ଶରୀରର ଓଜନ ହ୍ରାସ କରିବାରେ ସକ୍ଷମ । ଏହାସହ ଡେଲଟା ଭାରିଆଣ୍ଟ ଭଳି ଏହା ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ହ୍ରାସ କରିପାରେ ।

ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋରୋଲୋଜି (NIV) ର ବୈଜ୍ଞାନିକମାନେ କହିଛନ୍ତି ଯେ, B.1.1.28.2 ଭାରିଆଣ୍ଟ, ବିଦେଶରୁ ଆସିଥିବା ଦୁଇ ଜଣ ବ୍ୟକ୍ତିଙ୍କଠାରେ ମିଳିଥିଲା। ଏହି ଭାରିଆଣ୍ଟର ଜେନୋମ କ୍ରମ କରାଯାଇଥିଲା ଏବଂ ପୁଣି ପରୀକ୍ଷଣ କରାଯାଇଥିଲା  । ଯଦିଓ ବର୍ତ୍ତମାନ ଭାରତରେ ଏହାର ଅଧିକ ମାମଲା ସାମ୍ନାକୁ ଆସିନାହିଁ ତଥାପି ଡେଲଟା ଭାରିଆଣ୍ଟ ଅଧିକ ପରିମାଣରେ ଲୋକଙ୍କଠାରେ ଚିହ୍ନଟ ହୋଇଛି ।

ବିଦେଶରୁ ଫେରିଥିବା ଦୁଇ ଜଣଙ୍କ ନମୁନାର ଜେନୋମ କ୍ରମ କରାଯାଇଥିଲା। କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ଉଭୟଙ୍କ ଦେହରେ ସେସବୁ ଲକ୍ଷଣ ନଥିଲା, କିନ୍ତୁ ସେମାନଙ୍କ ନମୁନାକୁ ଜେନୋମ କ୍ରମ କରିବା ପରେ ଏହା B.1.1.28.2 ଭାରିଆଣ୍ଟ ବୋଲି ଚିହ୍ନଟ ହୋଇଥିଲା । ଏବଂ ଏହାକୁ ସାତ ଦିନ ପାଇଁ  ସିରୟାର ନଅଟି ହାମଷ୍ଟର ମୂଷା ପ୍ରଜାତି ଉପରେ ପରୀକ୍ଷଣ କରାଯାଇଥିଲା  । ଏବଂ ଏମାନଙ୍କ ମଧ୍ୟରୁ ୩ଟି ମୂଷାର ପ୍ରାଣ ଏଥିପାଇଁ ଯାଇଥିଲା କାହିଁକି ନା ସେମାନଙ୍କ ଶରୀରର ଆଭ୍ୟନ୍ତରୀଣ ଅଂଶ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲା ଏବଂ ସେହି ଅଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ନଷ୍ଟ ହୋଇଯାଇଥିଲା ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୪ ହଜାର ୪୬୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୪ ହଜାର ୪୬୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ସେହିଭଳି ଆଜି ୨୬୭୭ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଏହାସହ ୧ ଲକ୍ଷ ୮୯ ହଜାର ୨୩୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅର୍ଥାତ୍ ଗତ ଦିନରେ ୭୭,୪୪୯ ଆକ୍ଟିଭ କେସ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୮୮ଲକ୍ଷ ୯ହଜାର ୩୩୯ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୨କୋଟି ୬୯ଲକ୍ଷ ୮୪ହଜାର ୭୮୧ଜଣ ଆକ୍ରାନ୍ତ । ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୪୬ହଜାର ୭୫୯ଥିବା ବେଳେ ଆକ୍ଟିଭ କେସ୍ ରହିଛି ୧୪ଲକ୍ଷ ୭୭ହଜାର ୭୯୯ ।

ସେହିପରି କରୋନାର ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ର ଓ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ସଂକ୍ରମଣ କମୁଥିବାରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ଆରମ୍ଭ ହେଉଛି ଅନଲକ ପ୍ରକ୍ରିୟା  । ଆସନ୍ତାକାଲିଠୁ ଦିଲ୍ଲୀରେ ଅଡ-ଇଭେନ୍ ହିସାବରେ ଖୋଲିବ ଦୋକାନ ଓ ମଲ୍  । ସକାଳ ୧୦ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର । ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ ଓ ଘରୋଇ ଅଫିସ୍  ।

ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ଏହାକୁ ଆଖି ଆଗରେ ରଖି କୋହଳ କରିଛନ୍ତି କେଜ୍ରିଓ୍ବାଲ ସରକାର । ସେହିପରି ମହାରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି ଅନଲକ୍ । ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଅନଲକ୍ ପର୍ଯ୍ୟାୟ । ରାଜ୍ୟରେ ୫ଟି ସ୍ତରରେ ଅନଲକ୍ ହେବା ନେଇ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି  । ୫ ପ୍ରତିଶତରୁ କମ ପଜିଟିଭ୍ ହାର ଥିବା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଲାଗୁ ହେବ  । ଏହି ଜିଲ୍ଲା ଗୁଡିକରେ ସମସ୍ତ କଟକଣା ହଟାଇ ଦିଆଯିବ  । ରାଜ୍ୟରେ ୧୮ଟି ଜିଲ୍ଲାରେ ଲାଗୁ ହେବ ପ୍ରଥମ ପର୍ଯ୍ୟାୟ ଅନଲକ୍  । ପଜିଟିଭ୍ ରେଟ୍ ୫ ପ୍ରତିଶତରୁ କମ ଓ ଅକ୍ସିଜେନ୍ ବେଡ୍ ୨୫ ପ୍ରତିଶତରୁ ୪୦ ପ୍ରତିଶତ ଥିବା ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଲାଗୁ ହେବ ।

ଅମାନବୀୟ: କୁକୁର ଛୁଆମାନଙ୍କ ଉପରକୁ କାର୍‌ ଚଢ଼ାଇ ଦେଲେ ଯୁବକ: ପୋଲିସରେ ଏତଲା ଦେଲେ ଲୋକେ

ଭୁବନେଶ୍ୱର: ରାଜଧାନୀରେ ଘଟିଛି ହୃଦୟବିଦାରକ ଘଟଣା । କୁକୁର ଛୁଆମାନଙ୍କ ଉପରେ କାର୍ ଚଢ଼ାଉ ଦେଲେ ଯୁବକ । କୁକୁରମାନଙ୍କ ଉପରେ କାର ଚଢ଼ାଇବା ପରେ ଯୁବକ ଅଟକ । ଯୁବକ ଜଣକ ହେଲେ ପ୍ରଫୁଲ ରାଉତ । ଯୁବକଙ୍କ ଏଭଳି ଅମାନବୀୟ କାର୍ଯ୍ୟ ଯୋଗୁଁ ୫ଟି ଛୁଆ କୁକୁରର ମୃତ୍ୟୁ ଘଟିଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସ୍ଥାନୀୟ ଲୋକେ ଲିଙ୍ଗରାଜ ଥାନାରେ ଏତଲା ଦେବା ପରେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ବିଳମ୍ବିତ ରାତିରେ ଘଟିଛି ଘଟଣା ।

ଗତ କିଛି ଦିନ ପୂର୍ବେ ମଧ୍ୟ ରାଜଧାନୀରେ ଏକ ହୃଦୟବିଦାରକ ଘଟଣା ଘଟିଥିଲା । ଘରେ ବିଲେଇ ପଶିବାରୁ ବିଲେଇକୁ ପିଟିବା ସହ ବଞ୍ଚିଥିବା ଅବସ୍ଥାରେ କୁକୁର ମୁହଁକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଏଭଳି ଏକ ଘଟଣା ଭୁବନେଶ୍ୱରର ପ୍ରଶାନ୍ତ ବିହାର ଅଞ୍ଚଳରେ ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ବିଲେଇକୁ ବ୍ୟକ୍ତି ଜଣକ ବାଡାଉଥିବା ବେଳେ ସିସିଟିଭିରେ କଏଦୀ ହୋଇଥିଲା ଏହି ଦୃଶ୍ୟ ।

ଏଥିସହିତ ପଢ଼ନ୍ତୁ: ସ୍ତ୍ରୀକୁ କୁକୁର କାମୁଡ଼ି ଦେଲା ବୋଲି କୁକୁରକୁ ଗୁଳି କରି ମାରିଲା ସ୍ୱାମୀ

ଟ୍ରକ୍ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ଯୋଡା: ୫୨୦ ନମ୍ବର ଜାତୀୟ ରାଜପଥ ରିମୁଳି-ରାଜାମୁଣ୍ଡା ରାସ୍ତାର କଣ୍ଡରା ପେଟ୍ରୋଲ ପମ୍ପ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକ ହେଲେ ଚମ୍ପୁଆ ଥାନା ବାସୁଦେବପୁର ଅଞ୍ଚଳର ବୁଦ୍ଧଦେବ ମୁଣ୍ଡା ଓ ଧୋବାକଚଡ଼ା ଗାଁର ଗୋପୀନାଥ ପାତ୍ର । ଉଭୟ ସ୍କୁଟି ଯୋଗେ ଯୋଡ଼ା ଯାଉଥିବା ବେଳେ, ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରକୁ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଛେପ ପକାରୁ ମାରପିଟ୍, ଜଣେ ମୃତ୍ୟୁ ୪ ଆହତ 

ବିଜେପି ବିଧାୟକଙ୍କ ବିବାଦୀୟ ଚିଠି: ‘ରଥ ନିର୍ମାଣ ଖର୍ଚ୍ଚ ଅଯଥା, ଏହାକୁ ତୁରନ୍ତ ବନ୍ଦ କର’

ବାଲେଶ୍ୱର: ନୀଳଗିରି ଜଗନ୍ନାଥଙ୍କ ରଥ ନିର୍ମାଣକୁ ନେଇ ବିବାଦରେ ବିଜେପି ବିଧାୟକ ସୁକାନ୍ତ ନାୟକ । ରଥ ନିର୍ମାଣରେ ଖର୍ଚ୍ଚ ହେଉଥିବା ଟଙ୍କା ଅଯଥା ଖର୍ଚ୍ଚ ବୋଲି ଦର୍ଶାଇ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି । ତୁରନ୍ତ ରଥ ନିର୍ମାଣ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ସୁକାନ୍ତ ନାୟକ । ଗତବର୍ଷ ମଧ୍ୟ ରଥ ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଅଯଥାରେ ଖର୍ଚ୍ଚ କରାଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବିଧାୟକ । ଚିଠିକୁ ନେଇ ପଣ୍ଡା, ମହାରଣାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଧର୍ମର ଦ୍ୱାହି ଦେଇ ରାଜନୀତି କରୁଥିବା ଦଳର ବିଧାୟକଙ୍କ ଏଭଳି ଚିନ୍ତାଧାରା ସାଧାରଣରେ ସମସ୍ତଙ୍କୁ ବ୍ୟାଥିତ କରିଛି । କରୋନାର ଭୟାବହତା ମଧ୍ୟରେ ମହାରଣା ସେବାୟତ ରଥ ନିର୍ମାଣ କାର୍ଯ୍ୟ କରୁଥିବା ସେମାନଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଚିଠି ମାଧ୍ୟମରେ ଏଭଳି ମନ୍ତବ୍ୟ ରଖିବା ସେମାନଙ୍କୁ ବ୍ୟଥିତ କରିଛି । ମହାମାରୀ ସମୟରେ ରଥ ନିର୍ମାଣ ବାବଦର ଖର୍ଚ୍ଚକୁ ଅଯଥା ବୋଲି କହିଛନ୍ତି  ବିଜେପି ବିଧାୟକ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୭ ହଜାର ୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଗାଡ଼ି ଇଣ୍ଡିକେଟର ନ ଦେବାରୁ ଶ୍ୱଶୁର ଘର ସାମ୍ନାରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା

ଉଦଳା: କପ୍ତିପଦା ଥାନା ନୂଆସାହି ଗ୍ରାମରେ ଅଭାବନୀୟ ଘଟଣା । ଶ୍ବଶୁର ଘର ସାମ୍ନାରେ ଜ୍ବାଇକୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ମୃତକ ହେଲେ ବାଲେଶ୍ବର ଅଞ୍ଚଳର ରଣଜିତ ପ୍ରଧାନ । ସୂଚନା ଅନୁସାରେ, ଗତକାଲି ରାତିରେ ରଣଜିତ ଗାଡି ବୁଲାଉଥିଲେ । କିନ୍ତୁ ଏହି ସମୟରେ ପଛରୁ ଆସୁଥିବା ୩ ଜଣ ଯୁବକ ଗାଡି ସାଇଡ କରି ରଣଜିତଙ୍କ ସହିତ ଝଗଡା କରିଥିଲେ । ଗାଡି ଇଣ୍ଡିକେଟର କାହିଁକି ଦେଇନଥିଲ କହି ଝଗଡା କରିବା ନିସ୍ତୁକ ମାଡ ମାରିଥିଲେ । ପାଟି ଶୁଣି ଶ୍ବଶୁର ଘର ଲୋକେ ଲୋକଙ୍କୁ ଡାକିଥିଲେ । ପରେ ଗୁରୁତର ଅବସ୍ଥାରେ ରଣଜିତଙ୍କୁ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣଶ କରିଥିଲେ । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ୩ ଜଣଙ୍କୁ ଅଟକ ରଖିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୭ ହଜାର ୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୭ ହଜାର ୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ହଜାର ୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । କ୍ୱାରେଣ୍ଟାଇନ୍‌ରୁ ୩ହଜାର ୯୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୧୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୭୧, ଯାଜପୁରରୁ ୪୮୬, ଅନୁଗୁଳରୁ ୩୮୮, ମୟୂରଭଞ୍ଜରୁ ୩୭୦, ବାଲେଶ୍ବରରୁ ୩୩୧, ପୁରୀରୁ ୩୦୬, ଭଦ୍ରକରୁ ୨୬୭, ସୁନ୍ଦରଗଡ଼ରୁ ୨୪୩, ଜଗତସିଂହପୁରରୁ ୨୩୨, ରାୟଗଡ଼ାରୁ ୨୨୨, ଷ୍ଟେଟପୁଲରୁ ୨୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୧୯୮, ନୟାଗଡ଼ରୁ ୧୯୬, କେନ୍ଦ୍ରାପଡ଼ାରୁ ୧୮୮, କୋରାପୁଟରୁ ୧୫୮, କେନ୍ଦୁଝରରୁ ୧୪୮, ବୌଦ୍ଧରୁ ୧୩୪, ବରଗଡ଼ରୁ ୧୧୭, ସମ୍ବଲପୁରରୁ ୧୦୭, ଢେଙ୍କାନାଳରୁ ୧୦୬, କଳାହାଣ୍ଡିରୁ ୧୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ୯୭, ମାଲକାନଗିରିରୁ ୯୫, ବଲାଙ୍ଗୀରରୁ ୮୯, ଗଞ୍ଜାମରୁ ୭୪, ଦେଓଗଡ଼ରୁ ୬୪, ସୋନପୁରରୁ ୫୯, ଗଜପତିରୁ ୪୮, ନୂଆପଡାରୁ ୨୮, କନ୍ଧମାଳରୁ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ୧୩ହଜାର ୯୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୭ଲକ୍ଷ୩୨ହଜାର ୧୮ଥିବା ବେଳେ ଆକ୍ଟିଭ କେସ୍ ୭୮ହଜାର ୩୧ ।

ଏଥିସହିତ ପଢ଼ନ୍ତୁ: ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କରାଯିବ ଟିକାକରଣ

ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କରାଯିବ ଟିକାକରଣ

ଭୁବନେଶ୍ୱର: ଆଜିଠୁ ବିଦେଶରେ ରହି ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଟିକାକରଣ ଆରମ୍ଭ । ବିଦେଶରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୯୨୯ରେ ପଞ୍ଜୀକରଣ କରାଯିବ । ଏହି ଛାତ୍ରଛାତ୍ରୀମାନେ ବିଦେଶକୁ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ତାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାସହ ରାଜଧାନୀ ଭୁବନେଶ୍ବରରେ କରୋନା ପଜିଟିଭିଟି ରେଟ ହ୍ରାସ ପାଇଛି । ଲକଡାଉନ୍ ଓ ସଟଡାଉନ୍ ଏହା ସଫଳ ହୋଇପାରିଛି । ଏଥି ପାଇଁ ଭୁବନେଶ୍ବରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ବିଏମସି ଅଞ୍ଚଳରେ ମାର୍କେଟ ଏରିଆରେ ଗହଳି ସ୍ଥାନରେ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ଗହଳି ସ୍ଥାନରେ ମୋବାଇଲ ଭ୍ୟାନ ଜରିଆରେ ବାଧ୍ୟତାମୂଳକ ଟେଷ୍ଟିଂ କରାଯିବ । ଭୁବନେଶ୍ବରରେ ହସ୍ପିଟାଲରେ ବେଡ ଉପରୁ ଚାପ ହ୍ରାସ ପାଇଛି । ୨ହଜାରରୁ ଅଧିକ ବେଡ ଖାଲି ରହିଛି । ୭୫ରୁ ଅଧିକ ଆଇସିୟୁ ବେଡ ମଧ୍ୟ ଖାଲି ରହୁଛି । ବିଏମସିକୁ ସରକାର ୧୦୦ ଟି ଅକ୍ସିଜେନ କନସେନଟ୍ରେଟର ଦେଇଛନ୍ତି । ଏଥିପାଇଁ ଏକ ଆପ ପ୍ରସ୍ତୁତ କରାଯାଇଛି । ଲୋକେ ଫୋନ କରି ବୁକ କଲେ ବିଏମସି ତରଫରୁ ଘରେ ଅକ୍ସିଜେନ କନସେନଟ୍ରେଟର ଯୋଗାଇଦିଆଯିବ । ଦୈନିକ ୪ହଜାରରୁ ଅଧିକ ଟେଷ୍ଟ ହେଉଛି । ୬୦ ବର୍ଷରୁ ଅଧିକ, ଗର୍ଭବତୀ ଓ ଭିନ୍ନକ୍ଷମଙ୍କୁ ଡୋର ଷ୍ଟେପ ଟେଷ୍ଟିଂ ଚାଲୁଛି । ଜୁନ୍ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଟିକା ଦିଆସରିଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।

ଏଥିସହିତ ପଢ଼ନ୍ତୁ: ଜୁନ ୧୦ରେ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ

ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ଡକ୍ୟୁମେଣ୍ଟାରୀ, ଦ ମାଉଣ୍ଟେନ ହକି ଦ ଲ୍ୟାଣ୍ଡ ଅଫ୍ ଓଡ଼ିଶା

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲେ ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଦ ମାଉଣ୍ଟେନ ହକି ଦ ଲ୍ୟାଣ୍ଡ ଅଫ୍ ଓଡ଼ିଶା । ଜଣେ ଆଦିବାସୀ ଝିଅଙ୍କୁ ହକି ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ଜଣେ ଶିକ୍ଷକଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ l ଡିଜନି ପ୍ଲସ ହଟଷ୍ଟାରରେ ଚଳଚ୍ଚିତ୍ରକୁ ରିଲିଜ କରାଯାଇଛି ।

ଚଳଚ୍ଚିତ୍ରଟି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅମଲିଖମନ୍ ଗାଁର ମିଶ୍‌ନାରୀ ସ୍କୁଲ ପ୍ରିନ୍ସପାଲ ରାଜେନ୍ଦ୍ର କୁଜୁରଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଛି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅବିନାଶ ପ୍ରଧାନ, ଦେବାଶିଷ ମହାପାତ୍ର ଓ ବ୍ରଜରାଜ ବେହେରା । ସେହିପରି ରାଜକିଶୋର ହୋତା, ମନୀଷ ଭୂଷଣ ଏବଂ ସୁବ୍ରଜିତ୍ ପ୍ରଧାନ ଫିଲ୍ମର ପ୍ରଯୋଜନା କରିଛନ୍ତି ।

ବିଶ୍ୱ ପରିବେଶ ଦିବସ: ଓଡ଼ିଶା ମୋ ପରିବାର ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡିଶା ମୋ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଆଜି ସିଆରପି ଛକଠାରୁ ବରମୁଣ୍ଡା ହାଇସ୍କୁଲ ପର୍ଯ୍ୟନ୍ତ ଏବଂ କ୍ୟାପିଟାଲ ହସ୍ପିଟାଲ ପରିସରରେ ବୃକ୍ଷ ରୋପଣ କରାଯାଇଛି ।

ସଂପ୍ରତି କୋଭିଡ ମହାମାରୀ ସମୟରେ ଅମ୍ଳଜାନର ଘୋର ଅଭାବରୁ ରୋଗୀ ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ବାୟୁମଣ୍ଡଳରୁ ମୁକ୍ତ ଅମ୍ଳଜାନ ପାଇବା ପାଇଁ ଏବଂ ପରିବେଶରେ ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷ ରୋପଣକୁ ବ୍ୟାପକ କରାଯିବ ବୋଲି ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି । ପରିବେଶର ଦାୟିତ୍ୱ , ସମାଜର ସେବା  ଜାରି ରଖିଥିବା ଓଡ଼ିଶା ମୋ ପରିବାର ନିଜର ଦାୟିତ୍ୱକୁ ସୂଚାରୁ ରୂପେ ନିର୍ଭ