ବଢୁଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁର ରହସ୍ୟ, ମାଆ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିବ ପୋଲିସ

ଗଜପତି: ବଢୁଛି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ। ତଦନ୍ତ ପାଇଁ ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍ ଆଜି କପ୍ତିପଦା ଗସ୍ତ କରିବ। ଏହା ପୂର୍ବରୁ ପ୍ରଥମେ ବାଲେଶ୍ୱର ଗସ୍ତ କରି ସୌମ୍ୟଙ୍କ ମା’ ଓ ଅନ୍ୟମାନଙ୍କୁ ପଚରାଉଚରା କରିବ ପୋଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ସୌମ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ କରାଯାଉଥିବା ବେଳେ, ସୌମ୍ୟଙ୍କ ବନ୍ଧୁ ଡିଏଫ୍ଓଙ୍କୁ ଅଧିକ ପଚରା ଉଚରା କରିବାର ଆବଶ୍ୟକତା ରହିଛି ବୋଲି ପରିବାର ଲୋକ ଦାବି କରିଛନ୍ତି।

ଅନ୍ୟପଟେ ସୌମ୍ୟ ବ୍ୟବହାର କରୁଥିବା ଲାପଟପ, କିଛି ହାତଲେଖା ଚିଠି,ଏକ ଡାଏରି ପୋଲିସ ଜବତ କରିଛି ପୋଲିସ୍ । ଏଥିସହ ସୌମ୍ୟଙ୍କ ସଂପର୍କୀୟ ଓ ରୋଷେୟାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ଡିଏଫଓଙ୍କ ବୟାନ ରେକର୍ଡ କରାଯାଇନଥିବା ବେଳେ, ସୌମ୍ୟଙ୍କ ପତ୍ନୀଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇନାହିଁ । ସୌମ୍ୟଙ୍କ ମୃତ୍ୟୁ ପରେ ପୋଲିସ, ସରକାରୀ ବାସଭବନକୁ କାହିଁକି ସିଲ୍ କରିନଥିଲା । ଘରର ଚାବି ପତ୍ନୀ ବିଦ୍ୟାଭାରତୀଙ୍କ ପାଖରେ ଥିଲା,ଲାପଟପ ପ୍ରଥମ ଦିନରୁ ହିଁ ପୋଲିସ କାହିଁକି ଜବତ କରିନଥିଲା । ସୌମ୍ୟଙ୍କ ମୃତ୍ୟୁ ପରଦିନ, ପତ୍ନୀ ବିଦ୍ୟାଭାରତୀ କହିଥିଲେ ଯେ, ସୌମ୍ୟ ଡାଏରୀ ବ୍ୟବହାର କରୁନଥିଲେ । ଯଦି ତାହା ସତ ତେବେ ଆଜି ପୋଲିସ ଜବତ କରିଥିବା ଡାଏରୀ କାହାର ? ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ବଦଳରେ ପୋଲିସ୍ ଏହାକୁ ଏକ ଅପମୃତ୍ୟୁ ମାମଲା କରିଦେବାକୁ ଚାହୁଁନି ତ । ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ମୃତ ସୌମ୍ୟଙ୍କ ଓକିଲ।

Leave a Reply