ମୁମ୍ୱାଇ ବର୍ଷା ବିତ୍ପାତ ଜନିତ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଲା: ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

1 min read

ମୁମ୍ୱାଇ ବର୍ଷା ବିତ୍ପାତରେ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା । ଲଗାଣ ବର୍ଷା ଯୋଗୁ ପାହାଡ଼ ଧସିଛି । ଫଳରେ ଘର ଭାଙ୍ଗି ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ମୁମ୍ୱାଇର ଚେମ୍ୱୁରରେ ଘଟିଛି ଏହି ଅଘଟଣ । ତେବେ ମୃତକଙ୍କ ସଂଖ୍ୟା ବଢ଼ିବାର ଅନୁମାନ କରାଯାଉଛି । ତେବେ ମହାରାଷ୍ଟ୍ରର ଅନ୍ୟ ଏକ ସ୍ଥାନରେ ମଧ୍ୟ ବର୍ଷା ଜନିତ ଅଘଟଣ କାରଣରୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏଯାବତ୍ ମୋଟ ୧୯ ଜଣଙ୍କ ମୃତ୍ୟୁ ଘଟିଛି ।

ଆର୍ଥିକ ରାଜଧାନୀ ମୁମ୍ବାଇରେ ଅତି ପ୍ରବଳ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଲଗାଣ ବର୍ଷା ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଚେମ୍ବୁର ଓ ବିଖରୋଲି ଅଞ୍ଚଳରେ କାନ୍ଥ ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ହୋଇଛି ।  ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଥବା ବେଳେ NDRF ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।

Image

ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆହମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ପାହାଡ଼ ଧସିଯିବା ଫଳରେ ଏହାର ଆଖପାଖ ଅଞ୍ଚଳରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଏବେ ବି ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି । ସେପଟେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ୨ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Image

ଏହାସହ ଆହତଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା ହୋଇଛି । ସେପଟେ ମୁମ୍ବାଇର ଅନ୍ୟ ଅଞ୍ଚଳ ବି ବର୍ଷା ଯୋଗୁ ଜଳମଗ୍ନ ହୋଇଛି । ସଡ଼କ, ବଜାର, ରେଳ ଷ୍ଟେସନ ବର୍ଷା ପାଣିରେ ବୁଡ଼ି ରହିଛି । ହନୁମାନ ନଗରରେ ବି ପ୍ରବଳ ବର୍ଷା ଯୋଗୁ ଅନେକ ଲୋକଙ୍କ ଘରେ ପାଣି ପସିଯାଇଛି । ରେଳ ଟ୍ରାକରେ ପାଣି ଯୋଗୁ ବିଭିନ୍ନ ସ୍ଥାନରେ ଲୋକାଲ ଟ୍ରେନ୍ ଚଳାଚଳ ବନ୍ଦ

Image

Leave a Reply