spot_img
Home Blog Page 5495

ଟ୍ରେନରେ କାନପୁର ଯିବେ ରାଷ୍ଟ୍ରପତି, ବୁଲେଟ୍ ପ୍ରୁଫ୍ କୋଚ୍ ସହ NSG କମାଣ୍ଡୋ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦିନ ଦିଲ୍ଲୀର କାନପୁରକୁ ଟ୍ରେନରେ ଯାତ୍ରା କରିବେ। ଉତ୍ତରପ୍ରଦେଶ ସ୍ଥିତ ତାଙ୍କ ଜନ୍ମ ଭୂମିକୁ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ପ୍ରେସିଡେଣ୍ଟସିଆଲ୍ ଟ୍ରେନରେ ଯାତ୍ରା କରିବାକୁ ଥିବା ବେଳେ ତାଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି କମାଣ୍ଡୋ) ସୁରକ୍ଷାରେ ଏହି ଟ୍ରେନ ତୁଣ୍ଡଲା ଏବଂ ଫିରୋଜାବାଦ ଦେଇ ଯାତ୍ରା କରିବ । ପ୍ରାୟ ୫ ଘଣ୍ଟା ୩୦ ମିନିଟରେ ଏହି ସ୍ୱତନ୍ତ୍ର ଟ୍ରେନ ଦିଲ୍ଲୀରୁ କାନପୁରରେ ପହଞ୍ଚିବ। ଏନେଇ ଫିରୋଜାବାଦ ଏସଏସପି ଅଶୋକ କୁମାର ଶୁକ୍ଲା କହିଛନ୍ତି ଯେ ଆସନ୍ତାକାଲି ଟ୍ରେନ ବାହାରିବ । ଏହା ପୂର୍ବରୁ ମକ୍ ଡ୍ରିଲ୍ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଇଛି ।

ଏହି ପ୍ରେସିଡେଣ୍ଟସିଆଲ୍ ଟ୍ରେନରେ ଦୁଇଟି ସ୍ୱତନ୍ତ୍ର କୋଚ୍ ଲଗାଯାଇଛି, ଯେଉଁଥିରେ ବୁଲେଟ୍ ପ୍ରୁଫ୍ କାଚ ଲାଗିଛି । ଏଥିରେ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ଲାଗିଛି । ରେଳ ଟ୍ରାକ୍ ଯାଞ୍ଚ ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଟ୍ରେନ୍ ଆଗରେ ଖାଲି ଇଞ୍ଜିନ ମଧ୍ୟ ଚାଲିବ । ଖାଲି ଏତିକି ନୁହେଁ ରେଳ ଲାଇନର ଦୁଇ ପଟେ ପୋଲିସର କଡ଼ା ପହରା ମଧ୍ୟ ଦିଆଯିବ ।

ଟ୍ରେନ୍ ଶୁକ୍ରବାର ଦିନ ୧ଟା ୩୦ମି.ରେ ବାହାରିବ ଏବଂ ଅପରାହ୍ନ ୪ଟା ବେଳକୁ  ତୁଣ୍ଡଲା ଏବଂ ଫିରୋଜାବାଦ ଦେଇ ଗସ୍ତ କରିବା ସହ ରାତି ୭ଟା ବେଳକୁ କାନପୁରରେ ପହଞ୍ଚିବ । ସେଠାରେ ୨ ଦିନର ବିଭିନ୍ନ କାର୍ଯ୍ୟକ୍ରମ ସାରି ସୋମବାର ଦିନ ୧୦ଟା ୨୦ମି. ବେଳେ ଟ୍ରେନରେ କାନପୁରରୁ ବାହାରି ଲକ୍ଷ୍ନୌରେ ପହଞ୍ଚିବେ। ପରବର୍ତ୍ତୀ ସମୟରେ ଜୁନ୍ ୨୯ ବେଳକୁ ସ୍ୱତନ୍ତ୍ର ବିମାନରେ ଦିଲ୍‌ଲୀ ଫେରିବେ ।

ରାଷ୍ଟ୍ରପତି କୋବିନ୍ଦ ଜୁନ୍ ୨୫ ତାରିଖରେ ଦିଲ୍ଲୀର ସଫଦରଗଞ୍ଜ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନରେ  କାନପୁର ଅଭିମୁଖେ ଯିବେ । ଏନେଇ ଆଗ୍ରାର ରେଲୱେ ପୋଲିସ ଅଧିକ୍ଷକ ମହମ୍ମଦ ମୁଶତାକ୍ କହିଛନ୍ତି ଯେ ଏହି ଟ୍ରେନର ସୁରକ୍ଷା ବ୍ୟବସ୍ଥାରେ ଏନଏସଜି କମାଣ୍ଡୋ, ବମ୍ ସ୍କ୍ୱାଡ, ଫାୟାର ବିଗ୍ରେଡ୍, ସିଆରପିଏଫ୍ ଓ ୨୦୦ରୁ ଅଧିକ ଯବାନ ନିୟୋଜିତ ରହିବେ ।

ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ ଫିରୋଜାବାଦର ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଟ୍ରେନ୍ ଭିତରୁ ସେମାନେ ରାଷ୍ଟ୍ରପତିଙ୍କୁ ଦେଖିପାରିବେ କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ । ଏହି ସମୟରେ ସେ ସ୍କୁଲର ସାଙ୍ଗସାଥୀ ଓ ଅନ୍ୟ ପରିଜନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି ।

ଏକ ବିଜ୍ଞପ୍ତି ଅନୁଯାୟୀ ଟ୍ରେନ୍ କାନପୁରର ଝିନଝକ୍ ଓ  ରୁରାର ଦୁଇଟି ସ୍ଥାନରେ ରହଣି କରିବ । ଯେଉଁଠି ରାଷ୍ଟ୍ରପତି ସ୍କୁଲର ପୁରୁଣା ସାଙ୍ଗ ଓ ସମାଜସେବା କରିବା ସମୟର କିଛି ପରିଚତଙ୍କୁ ଭେଟ କରିବେ । ଏପରିକି ଜନ୍ମମାଟିରେ ଜୁନ୍ ୨୭ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମାନ ପାଇଁ ଦୁଇଟି ସମାରୋହ ଆୟୋଜିତ କରାଯାଇଛି ।

ପାଖାପାଖି ୧୫ ବର୍ଷ ପରେ କେହି ରାଷ୍ଟ୍ରପତି ଟ୍ରେନରେ ଯାତ୍ରା କରିବେ । ଏହା ପୂର୍ବରୁ ୨୦୦୬ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ ଟ୍ରେନରେ ଯାତ୍ରା କରିଥିଲେ । ସେ ଭାରତୀୟ ସୈନ୍ୟ ଏକାଡେମୀର କ୍ୟାଡେଟ୍ ପାସିଂ ଆଉଟ୍ ପରେଡରେ ସାମିଲ ହେବା ପାଇଁ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀରୁ ଡେରାଡୁନ୍ ଯାଇଥିଲେ ।

ଶେଷ ହେଲା ବୈଠକ, ପ୍ରସ୍ତୁତ ହେଲା ନକ୍ସା ; ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ନେଇ ଆଲୋଚନା

ନୂଆଦିଲ୍ଲୀ: ଶେଷ ହୋଇଛି ସାଢେ ତିନି ଘଣ୍ଟାର ବୈଠକ । ମାରାଥନ ମିଟିଙ୍ଗ, ଗୁରୁତ୍ବପୂର୍ଣ୍ଣ ଆଲୋଚନାର ଘଟିଛି ଅନ୍ତ  । ଧାରା ୩୭୦ ଲାଗିବାର ଦୀର୍ଘ ଦୁଇ ବର୍ଷ ପରେ କମିଛି ଜମ୍ମୁ କାଶ୍ମୀର ଓ ରାଜଧାନୀ ଦିଲ୍ଲୀର ଦୁରତା  । ଆଜି ୭ ଲୋକ କଲ୍ୟାଣ ମାର୍ଗରେ ବସିଥିବା ବୈଠକରେ କାଶ୍ମୀର ପ୍ରସଙ୍ଗକୁ ନେଇ ହୋଇଛି ବଡ଼ ବୈଠକ  । ଜମ୍ମୁ କାଶ୍ମୀରର ସମସ୍ତ ନେତାଙ୍କ ମତାମତ ନେଇ କାଶ୍ମୀର ବିକାଶର ନୂଆ ନକ୍ସା କାଢିଛନ୍ତି କେନ୍ଦ୍ର ସରକାର  । ସନ୍ଧ୍ୟା ସାତ ଘଟିକାରେ ବୈଠକ ଶେଷ ହୋଇଥିବାବେଳେ ନିଜର ମତ ପ୍ରକାଶ କରିଛନ୍ତି ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତା  ।

 

କାଶ୍ମୀର ନେତାଙ୍କ ମଧ୍ୟରେ ଥିବା ରାଜଧାନୀ ଦିଲ୍ଲୀ ଏବଂ ଦିଲ୍ ର ଦୂରତା କମାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି  । ସେପଟେ ବୈଠକରେ ଯୋଗଦେଇଥିବା ବରିଷ୍ଠ କଂଗ୍ରେସ ନେତା ଗୁଲସାମ ନବୀ ଆଜାଦ ମଧ୍ୟ ମତ ପ୍ରକାଶ କରିଛନ୍ତି  । କାଶ୍ମୀରର ବିକାଶ ପାଇଁ ବୈଠକରେ ଆଲୋଚନା କରାଯାଇଛି  । ସମସ୍ତ ଏଥିପାୱଇଁ ପ୍ରତିବଦ୍ଧ ମଧ୍ୟ  । ତେଣୁ ଆଜିର ବୈଠକରେ ଜମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି ଗୁଲାମ ନବୀ ଆଜାଦ  । ଗତ ୨୦୧୮ ମସିହାରୁ ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ  ଜାରି କରାଯାଇଛି  । ଆଜିର ବୈଠକରେ ୮ଟି ରାଜନୈତିକ ଦଳର ୧୪ ଜଣ ନେତା ବୈଠକରେ ସାମିଲ ହୋଇଥିଲେ ।

ବୈଠକରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟମାନ୍ୟତା ପ୍ରଦାନ କରିବା ଲାଗି ଗୁପକାର ସଂଗଠନ ଦାବି କରିଥିବା ସୂଚନା ମିଳିଛି  । ସେପଟେ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ  । ତେଣୁ କୋଭିଡ କଟକଣା ଭିତରେ କିଭଳି ନିର୍ବାଚନ ହୋଇପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଛି  । ପ୍ରଧାନମନ୍ତ୍ରୀଙ୍କ ନିବାସ ୭ ଲୋକ କଲ୍ୟାଣ ମାର୍ଗରେ ଅନୁଷ୍ଠିତ ଏହି ବଡ଼  ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲୀ, ଓମାର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଓ ମେହବୁବା ମୁଫତିଙ୍କ ସମେତ ୧୪ ଜଣ ନେତା ଯୋଗ ଦେଇଛନ୍ତି ।

ଆଇପିଏସ୍ ସ୍ତରରେ ଅଦଳବଦଳ, ସୁଧାଂଶୁ ଷଡଙ୍ଗୀ ହେଲେ ଗୃହ ବିଭାଗ OSD

ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବର୍ତ୍ତମାନର ପରିବହନ କମିଶନର ଥିବା ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ହୋଇଛନ୍ତି । ଏଥିସହ ତାଙ୍କୁ ପୋଲିସ ଗୃହ ନିର୍ମାଣ ନିଗମ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ସୂଚନା ଅନୁସାରେ, ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି ଲଳିତ ଦାସ । ଯିଏକି ବର୍ତ୍ତମାନ ଅତିରିକ୍ତ ପୋଲିସ ଡିଜି (ହେଡ୍ କ୍ୱାଟର) ରହିଛନ୍ତି । ଆରକେ ଶର୍ମା ହେଲେ ଆଇନ୍ ଶୃଙ୍ଖଳା ଏଡିଜି । ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଦାୟିତ୍ୱ ଦିଆଯାଇଥିବା ବେଳେ ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ନିଯୁକ୍ତ ।

ଟ୍ରପ୍-ଲାଇନ ପ୍ରଭାବରେ ଓଡିଶାରେ ବର୍ଷା, ୧୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଲମ୍ବିଥିବା ଟ୍ରପ୍-ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହାସହ ଉତ୍ତର ପଶ୍ଚିମ ବିହାରରୁ ଦକ୍ଷିଣ ଛତିଶଗଡ ଯାଏଁ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ ରେଖା ଲମ୍ବିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ମାଲକାନଗିରି ଏବଂ କୋରାପୁଟ ଆଦି ୧୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୨୭ ଯାଏ ବର୍ଷା ଲାଗି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କାକଟପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଜୁନ ୧ ରୁ ୨୪ ଜୁନ ସୁଦ୍ଧା ଓଡ଼ିଶାରେ ୧୬୨ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ସ୍ବାଭାବିକ ବର୍ଷାର ପରିମାଣ ରହିଛି ୧୫୬ ଦଶମିକ ୧ ମିଲିମିଟର । ଯାହା ସ୍ୱାଭାବିକ ବର୍ଷାଠାରୁ ଅଧିକ । କିଛି ସ୍ଥାନରେ ସ୍ବାଭିକ ବର୍ଷା ହୋଇଥିବାବେଳେ କିଛି ଅଞ୍ଚଳରେ ନିଅଣ୍ଟିଆ ଥିବା କହିଛି ପାଣିପାଗ ବିଭାଗ ।

ଡେଲଟା ପ୍ଲସକୁ ନେଇ ବଢୁଛି ଭୟ, ସତର୍କ କରାଇଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଡେଲଟା ପ୍ଲସକୁ ନେଇ ବଢୁଛି ଭୟ। ଏବେ ସୁଦ୍ଧା ବିଶ୍ୱର ୮୫ ଦେଶରେ କରୋନାର ଏହି ନୂଆ ରୂପ ତଥା ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଭାରତରେ ତୃତୀୟ ଲହର ପାଇଁ ଡେଲଟା ପ୍ଲସ୍ ଖୋରାକ ଯୋଗାଇବ ବୋଲି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ଦେଶର ୮ଟି ରାଜ୍ୟରେ ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଅଧିକ କେସ୍ ମହାରାଷ୍ଟ୍ରରୁ ଆସିଛି। ମହାରାଷ୍ଟ୍ର ବ୍ୟତୀତ କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ, ପଞ୍ଜାବ, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ମଧ୍ୟପ୍ରଦେଶର ଉଜ୍ଜୈନ୍ ଜେଲରେ ଡେଲଟା ପ୍ଲସ୍ ଆକ୍ରାନ୍ତ ଜଣେ ମହିଳାଙ୍କର ଗତ ୨୩ ତାରିଖରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଡେଲଟା ଭ୍ୟାରିଆଣ୍ଟ ଯୋଗୁ ଦ୍ୱିତୀୟ ଲହରରେ ଭାରତ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଡେଲଟା ପ୍ଲସ୍ ଏହାଠାରୁ ବି ଅଧିକ ମାରାତ୍ମକ ବୋଲି ଅନୁମାନ ଲଗାଇଛନ୍ତି ବିଶେଷଜ୍ଞ । ଏହା ଅଧିକ ସଂକ୍ରାମକ ଓ ଅଧିକ କ୍ଷତିକାରକ ବୋଲି ଆଶଙ୍କା କରାଯାଉଛି ।

ଏଭଳି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଯଦି ସାମ୍ପ୍ରତିକ ଧାରା ଅବ୍ୟାହତ ରହେ ତେବେ କରୋନାର ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଡେଲ୍ଟା ସର୍ବାଧିକ ପ୍ରଭାବିତ କରିବାର ସମ୍ଭାବନା ଅଛି ।

ଆଲଫା, ବିଟା, ଗାମା ଏବଂ ଡେଲଟା ଭ୍ୟାରିଏଣ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅଧିନସ୍ଥ ସମସ୍ତ ଅଞ୍ଚଳରେ ଚିହ୍ନଟ ହୋଇଛି। ଏଥିରେ କୁହାଯାଇଛି ଯେ ଆଲଫା ତୁଳନାରେ ଡେଲଟା ଅଧିକ ସଂକ୍ରାମକ ଏବଂ ଏଭଳି ସ୍ଥିତି ରହିଲେ ଅଧିକ ପ୍ରଭାବିତ କରାଇବାର ଆଶଙ୍କା ରହିଛି।

ରାଜଧାନୀରେ ଟିକା ନେବେ ଦେହଜୀବୀ, ବିଏମସି ଫୋକସରେ ସବୁ ବର୍ଗ

ଭୁବନେଶ୍ବର:  ରାଜଧାନୀରେ ଶତ ପ୍ରତିଶତ ଟିକାକରଣ କରିବା ଲକ୍ଷ୍ୟରେ ବିଏମସି । ଜୁଲାଇ ୧୦ ସୁଦ୍ଧା ସଭିଙ୍କୁ ଟିକା ଦେବା ନେଇ ବିଏମସିର ନିଷ୍ପତ୍ତି  । ସେପଟେ ଟାର୍ଗେଟ୍ ହାସଲ କରିବାକୁ ବିଏମସି ଭୁବନେଶ୍ୱର ଦେହଜୀବୀ ମାନଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ବିଏମସିର ଫୋକସରେ ରହିଛି ବସ୍ତି ଓ ସମ୍ବେଦନଶୀଳ ବର୍ଗ । ଏହି କ୍ରମରେ ଆଜି ବିଏମସି ପକ୍ଷରୁ ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ଟିକାକରଣରେ ସାମିଲ କରାଯାଇଛି ।

ଭୁବନେଶ୍ବର ମାଳି ସାହିର ଦେହଜୀବୀଙ୍କ ପାଇଁ ସ୍ବତନ୍ତ୍ର ଭାବେ କରାଯାଇଛି ବ୍ୟବସ୍ଥା । ଆଗକୁ ଅନ୍ୟ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ୟ ଟିକାକରଣରେ ସାମିଲ କରିବାକୁ ଯୋଜନା ରଖିଛି ବିଏମସି । ରାଜଧାନୀରେ ବାସ କରୁଥିବା ସମସ୍ତ ବର୍ଗକୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛି ବିଏମସି  । ପୂର୍ବରୁ ଡେଲିଭରୀ ବୟ ଏବଂ ଅନ୍ୟମାନଙ୍କୁ ଟିକା ଦେଇଥିବାବେଳେ ଦେହଜୀବୀ ମାନଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛି ବିଏମସି  । ଏ ଦିଗରେ ଲୋକଙ୍କ ସହଯୋଗ ରହିଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଲକ୍ଷ୍ୟ ହାସଲ କରିବା କିଛି ଅସମ୍ଭବ ନୁହେଁ ବୋଲି କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ।

ମୁମ୍ବାଇରେ ଆରମ୍ଭ ହେବ JIO INSTITUTE, ଘୋଷଣା କଲେ ନୀତା ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ୪୪ ତମ ଆନୁଆଲ୍ ଜେନେରାଲ୍ ମିଟିଂ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନୀତା ଅମ୍ବାନୀ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ମୁମ୍ବାଇରେ ଜିଓ ଇନଷ୍ଟିଚ୍ୟୁଟର ନିର୍ମାଣ ଆରମ୍ଭ ହେବ ।

ଏହି ବୖେଠକରେ ନୀତା ଅମ୍ବାନୀ କହିଛନ୍ତି ଯେ, କରୋନା କାଳରେ ଆମେ ପିଲାମାନଙ୍କ ପାଇଁ କ୍ରୀଡା ସମ୍ପର୍କିତ ଅନେକ ପଦକ୍ଷେପ ନେଇଛୁ। ଆମେ ଏହି ପଦକ୍ଷେପ ମାଧ୍ୟମରେ ୨.୧୫ କୋଟି ପିଲାଙ୍କ ନିକଟରେ ପହଞ୍ଚିପାରିଛୁ। ଏହାବ୍ୟତୀତ ଦେଶ ଏବଂ ସମାଜକୁ ଶକ୍ତିଶାଳୀ କରିବା ପାଇଁ ମହିଳା ଓ ଝିଅମାନଙ୍କୁ ସଶକ୍ତ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।

ବ୍ୟବସାୟ ସହ ସମାଜକୁ ସଶକ୍ତ କରିବା ଆମର ଲକ୍ଷ୍ୟ । ତେଣୁ ଆମେ ୫ଟି ଗୁରୁତ୍ୱପୂର୍ଣ୍ଣ ମିଶନ ଆରମ୍ଭ କରିଛୁ, ଯେଉଁଥିରେ ରହିଛି- ମିଶନ୍ ଅକ୍ସିଜେନ, ମିଶନ୍ କୋଭିଡ୍ ଇନଫ୍ରା, ମିଶନ୍ ଅନ୍ନ ସେବା, ମିଶନ୍ ଏପ୍ଲଇ କେୟାର ଓ ମିଶନ୍ ଭ୍ୟାକ୍ସିନ୍ ସୁରକ୍ଷା । ନୀତା ଅମ୍ବାନୀ କହିଛନ୍ତି ଯେ RIL ୨ ସପ୍ତାହ ମଧ୍ୟରେ ପ୍ରତିଦିନ ୧୧୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଉତ୍ପାଦନ କରିଛି । ଦେଶରେ ମେଡିକାଲ ଅକ୍ସିଜେନର ୧୧ ପ୍ରତିଶତ RIL ଉତ୍ପାଦନ କରୁଛି । ନୀତା ଅମ୍ବାନୀ ଆହୁରି ମଧ୍ୟ କହିଛନ୍ତି ଯେ ଟିକାକରଣକୁ ବଢାଇବାକୁ ଆମେ ଗୁରୁତ୍ୱ ଦେଇଛୁ। ଜିଓ ହେଲ୍ଥ ଆପ୍ ସାହାଯ୍ୟରେ ଏହା ସହଜ ହୋଇଯାଇଛି ।

ଆଗାମୀ ମୁକାବିଲା ପାଇଁ ସତର୍କ ସୂଚନା, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କୋଭିଡର ମୁକାବିଲା ପାଇଁ ସତର୍କ ରହିବା ଲାଗି ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖିଛି  ସ୍ବାସ୍ଥ୍ୟ ବିଭାଗ  ।  କୋଭିଡ 19 ପରିଚାଳନା ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ କଟକଣା ସାମାନ୍ୟ କୋହଳ କରାଯାଉଛି । ତେବେ ଟେଷ୍ଟ, ଟ୍ରାକ ଓ ଭ୍ୟାକ୍ସିନେସନ ପ୍ରତି ଦୃଷ୍ଟି ଦେବାକୁ ଚିଠିରେ ପରାମର୍ଶ ଦିଆଯାଇଛି ।

ସମୟକୁ ସମୟ ସ୍ଥିତିକୁ ଦେଖି ସରକାର ନେଉଥିବା ନିର୍ଦ୍ଦେଶନାମାକୁ କଠୋର ଭାବେ ପାଳନକରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯଥେଷ୍ଟ ପରିମାଣର ସ୍ବାସ୍ଥ୍ୟ ସୁବିଧା, ଶଯ୍ୟା, ଅକ୍ସିଜେନ ବ୍ୟବସ୍ଥା, ଆଇସିୟୁ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଆଦି ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଗୁଡ଼ିକରେ ଉପଯୁକ୍ତ ବ୍ୟବସ୍ଥା କରିବା ସହ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ଏସଓପି ପ୍ରତି ଗୁରୁତ୍ବ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି  ।

ସେପଟେ କୋଭିଡ ସମୟରେ ମେଡିକାଲ ଅଧିକ କ୍ରୀୟାଶୀଳ ହୋଇପଡ଼ିଛି  । ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି ଅବା ଚିକିତ୍ସା ହେବା ପାଇଁ ଆସୁଛନ୍ତି  । ତେଣୁ ଏଭଳି ସ୍ଥିତିରେ ମେଡ଼ିକାଲ ମଧ୍ୟ ସେତିକି ସକ୍ଷମତା ରଖିବା ଆବଶ୍ୟକ  । ସେଥିପାଇଁ ଯଥେଷ୍ଟ ମାନବ ସମ୍ଭଳର ଆବଶ୍ୟକତା ରହିଥିବା ମଧ୍ୟ ଚିଠିରେ ଉଲ୍ଲେଖ ରଖିଛି ସ୍ବାସ୍ଥ୍ୟ  ବିଭାଗ  ।

ଘୋଷଣା ହେଲା JioPhone NEXT, ଦୁନିଆର ସବୁଠୁ ଶସ୍ତା ଫୋନ୍…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ୪୪ ତମ ଆନୁଆଲ୍ ଜେନେରାଲ୍ ମିଟିଂରେ ଗୁଗୁଲ ସହଭାଗିତାରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ  ନୂଆ ଜିଓ ଫୋନ୍ JioPhone NEXT ସ୍ମାର୍ଟଫୋନ୍ ଲଞ୍ଚ ନେଇ ଘୋଷଣା କରିଛନ୍ତି। ଏହି ଅବସରରେ ମୁକେଶ ଅମ୍ବାନୀ କହିଛନ୍ତି, ଜିଓ ହେଉଛି ବିଶ୍ୱର ସବୁଠାରୁ ଶସ୍ତା 4G ସେବା।

JioPhone NEXT ହେଉଛି ଏକ ଫିଚର ସ୍ମାର୍ଟଫୋନ୍ । ଯେଉଁଥିରେ ଗୁଗୁଲ୍ ଏବଂ ଜିଓର ଆପ୍ଲିକେସନ୍ ଗୁଡ଼ିକ ଉପଲବ୍ଧ । ଏପରିକି ପ୍ଲେ ଷ୍ଟୋର ମଧ୍ୟ ରହିଛି, ଯେଉଁଠୁ ୟୁଜର୍ସ ମାନେ ଆପ୍ ଡାଉନଲୋଡ୍ କରିପାରିବେ । JioPhone NEXT ରେ ଭଏସ୍ ଆସିଷ୍ଟାଣ୍ଟ ଏବଂ ଲାଙ୍ଗୁଏଜ୍ ଟ୍ରାନ୍ସଲେସନର ଫିଚର ମଧ୍ୟ ରହିଛି ।

ସେପ୍ଟେମ୍ବର ୧୦ ତାରିଖରୁ ବଜାରରେ ଉପଲବ୍ଧ ହେବ Jio Phone Next । କେବଳ ଭାରତରେ ନୁହେଁ ବିଶ୍ୱର  ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ଜିଓଫୋନ୍ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ମଧ୍ୟ ଭର୍ଚୁଆଲ୍ ଜରିଆରେ ଅଂଶ ଗ୍ରହଣ କରିଥିଲେ।

ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ ଏହି ନୂଆ ସ୍ମାର୍ଟଫୋନ ବିଷୟରେ କହିଛନ୍ତି ଯେ “ଭାରତୀୟମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ନିଜ ଭାଷାରେ ସୂଚନା ପହଂଚାଇବା ପାଇଁ ଆମର ଲକ୍ଷ୍ୟ ସ୍ୱରୂପ ଆମେ ଭାରତୀୟମାନଙ୍କ ଆବଶ୍ୟକତା ଅନୁସାରେ ନୂଆ ଉତ୍ପାଦ ଓ ସେବା ପ୍ରସ୍ତୁତ କରିବା ସହିତ ବ୍ୟବସାୟଗୁଡିକୁ ଟେକ୍ନୋଲୋଜି ବଳରେ ସଶକ୍ତ କରିବାକୁ ଉଦ୍ୟମ କରୁଛୁ । ଏହି ଦିଗରେ ଆମର ଆଗାମୀ ପଦକ୍ଷେପ ସମୂହ ଗୁଗୁଲ୍ ଓ ଜିଓ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି ନୂଆ ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ସହିତ ଆରମ୍ଭ ହେବ । ଏହା ଭାରତ ଲାଗି ପ୍ରସ୍ତୁତ କରାଯାଇଛି ଏବଂ ଏହା ଲକ୍ଷ ଲକ୍ଷ ନୂଆ ଉପଭୋକ୍ତାଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ଯେଉଁମାନେ ପ୍ରଥମ ଥର ଲାଗି ଇଂଟରନେଟ୍‌ର ଅନୁଭୂତି ହାସଲ କରିବେ । ଗୁଗୁଲ୍ କ୍ଲାଉଡ୍ ଓ ଜିଓ ମଧ୍ୟରେ ଏକ ନୂଆ ୫ଜି ସହବନ୍ଧନ ଏକ ଶତ କୋଟିରୁ ଅଧିକ ଭାରତୀୟଙ୍କୁ ଇଟଂରନେଟ୍ ଦୁନିଆ ସହ ଯୋଡ଼ି ହେବାରେ ସହାୟକ ହେବ ତଥା ଭାରତର ଡିଜିଟାଲ୍‌କରଣର ପରବର୍ତୀ ପର୍ଯ୍ୟାୟ ପାଇଁ ମୂଳଦୁଆ ପକାଇବ ।’’

 

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ “ଭାରତରେ ବାସ୍ତବରେ ଡିଜିଟାଲ୍ ସଂଯୋଗୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଜିଓ । ବିଶ୍ୱର ସବୁଠାରୁ ଉଚ୍ଚକୋଟୀର ୪ଜି ନେଟ୍‌ୱର୍କ ସବୁଠାରୁ ସୁଲଭ ମୂଲ୍ରରେ ପ୍ରଦାନ କରି ଜିଓ ଡାଟା ବ୍ୟବହାର କ୍ଷେତ୍ରରେ କ୍ରାନ୍ତି ଆଣିଛି ଜିଓ ଏବଂ ରିଲାଏନ୍ସ ଜିଓ ନେଟ୍‌ୱର୍କରେ ପ୍ରତି ମାସ ୬୩୦ କୋଟି ଜିବି ଡାଟା ବ୍ୟବହାର ହେଉଛି । ଗୁଗୁଲ୍ ଓ ଜିଓ ଟିମ୍ ମିଳିତ ଭାବରେ ଏକ ଯୁଗାନ୍ତକାରୀ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହାକୁ ଆମେ ଜିଓଫୋନ୍ ନେକ୍ସଟ୍ ବୋଲି କହୁଛୁ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍‌ର ଏକ ବର୍ଦ୍ଧିତ ଭର୍ସନ ରହିଥିବା ଏହି ଫୋନ୍ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ସହିତ ଏଥିରେ ଗୁଗୁଲ୍ ଆସିଷ୍ଟାଣ୍ଟ୍‌, ସ୍କ୍ରିନ୍‌ରେ ରହିଥିବା ଲେଖାର ସ୍ୱୟଂକ୍ରିୟ ଭାଷ୍ୟ, ଭାଷା ଅନୁବାଦ, ଅଗ୍‌ମେଂଟେଡ୍ ରିଅଲିଟି ଫିଲ୍ଟର ସହିତ ସ୍ମାର୍ଟ କ୍ୟାମେରା ଏବଂ ଆହୁରି ଅନେକ କିଛି ଅତ୍ୟାଧୁନିକ ସୁବିଧା ରହିଛି । ବିଶ୍ୱର ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଓ ଦେଶର ଏକ ଟେକ୍ନୋଲୋଜି ଚାମ୍ପିଅନ୍ ମଧ୍ୟରେ ସହଭାଗିତା ବଳରେ ଏକ ଯୁଗାନ୍ତକାରୀ ଉତ୍ପାଦର ପ୍ରସ୍ତୁତି ର ଏହା ପରିଚାୟକ । ଜିଓଫୋନ୍ ନେକ୍ସଟ୍ ଆସନ୍ତା ସେପ୍ଟେମ୍ବର ୧୦, ଗଣେଷ ଚତୁର୍ଥୀରୁ ବଜାରରେ ଉପଲବ୍ଧ ହେବ ।”

ଅଭିଯୋଗର ୨୪ ଘଣ୍ଟା ଭିତରେ ବନ୍ଦ ହେବ ଫେକ୍ ଆକାଉଣ୍ଟ

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ବନ୍ଦ ହେବ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ। ଏନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଇଟି ମନ୍ତ୍ରଣାଳୟ। ଫେସବୁକ୍, ଟ୍ୱିଟର ଓ ଗୁଗୁଲକୁ ଏ ନେଇ IT ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଫେକ୍ ଆକାଉଣ୍ଟ ସମ୍ପର୍କରେ ଅଭିଯୋଗ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଇଟି ମନ୍ତ୍ରଣାଳୟ । କୌଣସି ଜଣାଶୁଣା ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ ବା ସାଧାରଣ ଲୋକଙ୍କ ନାମରେ ଫେକ୍ ଆକାଉଣ୍ଟ ଥିବା ଜଣାପଡ଼ିଲେ ତତକ୍ଷଣାତ୍ ଏହାକୁ ବନ୍ଦ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି।

ନୂତନ ଆଇଟି ନିୟମ ଅନୁଯାୟୀ, କୌଣସି ଜଣାଶୁଣା ବ୍ୟକ୍ତିତ୍ୱ ତଥା ବ୍ୟବସାୟ ପ୍ରତିଷ୍ଠାନର ନକଲି ପ୍ରୋଫାଇଲ୍ ଫଟୋ ଲଗାଇ ଖୋଲାଯାଇଥିବା ଆକାଉଣ୍ଟର ୟୁଜରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

Social Media Witnesses Controversial Post Related To Debi Durga, Police Registered FIR

ଉଦାହରଣ ସ୍ୱରୂପ, ଯଦି କେହି ବ୍ୟକ୍ତି ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା, କ୍ରିକେଟର, ରାଜନେତା, ଅନ୍ୟ କୗେଣସି ୟୁଜର୍ସଙ୍କର ଫଟୋ ବ୍ୟବହାର କରୁଥାନ୍ତି । ଏନେଇ ଅଭିଯୋଗ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆ କମ୍ପାନୀଗୁଡିକ ପାଇଁ ନୂଆ ଆଇଟି ନିୟମରେ ଏହା ଅନ୍ତର୍ଭୁକ୍ତ କରାଯାଇଛି । ଏଭଳି ସ୍ଥଳେ ଯଦି କେହି ବ୍ୟକ୍ତି ଅଭିଯୋଗ କରୁଛନ୍ତି ତାହେଲେ ଅଭିଯୋଗର ସମାଧାନ ସମ୍ପୃକ୍ତ ସୋସିଆଲ୍ ମିଡିଆ କମ୍ପାନୀକୁ କରିବାକୁ ପଡିବ ।