ନୀରଜଙ୍କ ପଛରେ ଓଡ଼ିଆ ପ୍ରଶିକ୍ଷକ, ୧୦ ବର୍ଷ ଧରି ଦେଇଥିଲେ କୋଚିଂ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣିମ ଯାତ୍ରାରେ ନୀରଜ ଚୋପ୍ରାଙ୍କ ସହ ରହିଛି ଓଡ଼ିଆ ଲିଙ୍କ୍‌ । ଓଡ଼ିଆ ଆଥଲେଟିକ୍‌ କୋଚ ସଞ୍ଜୟ ଗଡ଼ନାୟକ ନୀରଜଙ୍କୁ ପାଖାପାଖି ୧୦ ବର୍ଷ ଧରି ବିଭିନ୍ନ କ୍ୟାମ୍ପରେ କୋଚିଂ ଦେଇଛନ୍ତି । ଭାରତୀୟ ଜୁନିଅର ଆଥଲେଟିକ୍‌ ଟିମ୍‌ର ଚିଫ କୋଚ୍‌ ଥିଲେ ସଞ୍ଜୟ ଗଡ଼ନାୟକ । ପଞ୍ଜାବ, ହରିୟାଣାରେ ବିଭିନ୍ନ କ୍ୟାମ୍ପରେ ନୀରଜ ତାଙ୍କ ଅଧିନରେ କୋଚିଂ ନେବା ସହ ଚମତ୍କାର ପ୍ରଦର୍ଶନ କରିଥିଲେ ବୋଲି କହିଛନ୍ତି ସଂଜୟ ଗଡ଼ନାୟକ ।

ନୀରଜ ଚୋପ୍ରା ରାତାରାତି ସଫଳତା ପାଇ ନାହାନ୍ତି ବୋଲି କହିଛନ୍ତି ସଂଜୟ । ଅନେକ ବର୍ଷର କଡା ସଂଘର୍ଷ ଏବଂ ଅନବରତ ଅଭ୍ୟାସ ତାଙ୍କୁ ଆଜି ସାରା ବିଶ୍ବରେ ଟପ୍‌ ସ୍ଥାନରେ ରଖିଛି । ଅଲମ୍ପିକ୍ସକୁ ମିଶାଇ ନୀରଜ ବିଭିନ୍ନ ଚାମ୍ପିଆନସିପ୍‌ରେ ୬ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ନୀରଜଙ୍କ ପ୍ରଦର୍ଶନ ପାଇଁ ପୋଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଓ୍ବାର୍ଲ୍ଡ ଅଣ୍ଡର ୨୦ ଚାମ୍ପିଆନସିପ୍‌ ପାଇଁ ଚୟନ ହୋଇଥିଲେ । ସେଠାରେ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ ।

ପରେ ପରେ ଏସିଆନ୍‌ ଗେମ୍ସ, କମନଓ୍ବେଲଥ ଗେମ୍ସ, ସାଉଥ ଏସିଆନ୍‌ ଗେମ୍ସ, ଓ୍ବାର୍ଲ୍ଡ ୟୁଥ୍‌ ଚାମ୍ପିଆନ୍‌ସିପ୍‌ ଏସିଆନ ଜୁନିଅର ଚାମ୍ପିଆନ୍‌ସିପ୍‌, ଏସିଆନ୍‌ ଗ୍ରାଣ୍ଡ ପିକ୍ସ ସିରିଜ୍‌, ଡାଇଣ୍ଡ ଲିଗ୍‌ ଭଳି ଚାମ୍ପିୟାନ୍‌ସିପ୍‌ ତାଙ୍କୁ ଟୋକିଓ ଅଲିମ୍ପିକ୍ସରେ ବିଜୟ ପାଇଁ ପଥ କଡେଇଥିଲା । ୨୦୧୮ରେ ସିଜିନ୍‌ ବେଷ୍ଟ ରେକର୍ଡ କରିଥିଲେ ନୀରଜ ।

Leave a Reply