ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ: ଜାଣନ୍ତୁ କେଉଁ ଦେଶ ପାଇଛି କେତେ ପଦକ

ଟୋକିଓ:  ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ ଯାତ୍ରା । ଗତ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ । ଗତକାଲି ଜଭେଲିନ୍ ଥ୍ରୋ’ ଫାଇନାଲରେ ଭାରତ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିବା ଚଳିତ ଅଲିମ୍ପିକ୍ସ ପାଇଁ ମଧ୍ୟ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ ନୀରଜ ଚୋପ୍ରା । ଏଥିସହିତ ଭାରତ ପଦକ ସଂଖ୍ୟା ୭ରେ ପହଞ୍ଚିଛି । ସେଥିମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ସହିତ ୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଛି । ତେବେ ଚଳିତ ଅଲିମ୍ପିକ୍ସରେ ଆମେରିକାର ସର୍ବାଧିକ ପଦକ ବିଜୟୀ ସବୁଠାରୁ ଅଧିକ ସଂଖ୍ୟକ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି ଚୀନ । ଆମେରିକାରେ ମୋଟ ୧୦୮ଟି ପଦକ ବିଜୟୀ ହେବା ସହ ପଦକ ତାଲିକାର ଶୀର୍ଷରେ ରହିଛି । ଆମେରିକା ମୋଟ ୩୬ଟି ସ୍ୱର୍ଣ୍ଣ, ୩୯ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଚ ପଦକ ରହିଛି । ଚୀନ ମୋଟ ୮୭ଟି ପଦକ ଜିତିଥିବା ବେଳେ ମୋଟ ୩୮ଟି ସ୍ୱର୍ଣ୍ଣ ୩୧ଟି ରୌପ୍ୟ ଓ ୧୮ଟି ବ୍ରୋଞ୍ଚ ପଦକ ବିଜୟୀ ହୋଇଛି । ଚୀନ ତଳକୁ ରହିଛି ଆରଓସି (ଋଷ) । ମୋଟ ୬୯ ପଦକ ଜିତିଥିବା ବେଳେ ସେଥିମଧ୍ୟରେ ୨୦ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଚ ପଦକ ରହିଛି । ତା’ ପଛକୁ ରହିଛି ଗ୍ରେଟ ବ୍ରିଟେନ । ଏହି ଦେଶର ପଦକ ସଂଖ୍ୟା ୬୩ରହିଥିବା ବେଳେ ସେଥିମଧ୍ୟରେ ୨୦ଟି ସ୍ୱର୍ଣ୍ଣ, ୨୧ ରୌପ୍ୟ ଓ ୨୨ଟି ବ୍ରୋଞ୍ଚ ପଦକ ରହିଛି । ଗ୍ରେଟ ବ୍ରିଟେନ ପରେ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଆୟୋଜକ ଜାପାନ । ମୋଟ ୫୬ଟି ପଦକ ଜିତିଥିବା ବେଳେ ସେଥିମଧ୍ୟରେ ୨୬ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଚ ପଦକ ରହିଛି ।

ତେବେ ମୋଟ ୭ ଟି ପଦକ ଜିତି ପଦକ ତାଲିକାର ୩୨ ନମ୍ୱର ସ୍ଥାନରେ ରହିଛି ଭାରତ ।  ନୀରଜ ଚୋପ୍ରା ଜାଭେଲିନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଭାରୋତ୍ତୋଳନରେ ମୀରାବାଇ ଚାନୁ ଓ କୁସ୍ତିରେ ରବି କୁମାର ଦହିୟା ରୌପ୍ୟ ପଦକ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ସହିତ, ବ୍ୟାଡମିଣ୍ଟନରେ ପି.ଭିସିନ୍ଧୁ, ବିକ୍ସିଂରେ ଲଭଲିନା ଓ କୁସ୍ତିରେ ବଜରଙ୍ଗ ପୁନିଆ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି ।

Leave a Reply