୨୪ ଘଣ୍ଟାରେ ଭୁବନେଶ୍ୱରରେ ୪୬ ଡେଙ୍ଗୁ ରୋଗୀ ଚିହ୍ନଟ

1 min read

ଭୁବନେଶ୍ୱର: ରାଜଧାନୀରେ ଡରାଉଛି ଡେଙ୍ଗୁ । ଗତ 24ଘଣ୍ଟାରେ ଭୁବନେଶ୍ୱରରେ 46ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରର ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 877କୁ ବୃଦ୍ଧି ପାଇଛି । ଡେଙ୍ଗୁ ପାଇଁ ରାଜଧାନୀରେ ବିଏମ୍ସି ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି । ଗତ ୨୪ ଘଣ୍ଟାରେ ବିଏମ୍ସି 7581ଟି ଘରର ମୋଟ 31ହଜାର 496 ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି ।

ସେହିପରି 25867ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ 25771ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରିଛି ବିଏମସି । ଅନ୍ୟପଟେ ଭୁବନେଶ୍ବରରl ପ୍ଲେଟଲେଟ୍ ଅଭାବ ବଢାଇଲା ଚିନ୍ତା । ପ୍ଲେଟଲେଟ୍ ଅଭାବ ଯୋଗୁ ରୋଗୀଙ୍କ ଜୀବନ ବିପଦରେ ପଡ଼ୁଛି । ମନୁଷ୍ୟ ଶରୀରରେ ଦେଢଲକ୍ଷରୁ 4 ଲକ୍ଷ ପର୍ଯ୍ୟନ୍ତ ପ୍ଲେଟଲେଟ୍ ରହିବା ଉଚିତ ।

ତେବେ ଡେଙ୍ଗୁ ଭଳି ଭାଇରଲ ଜ୍ବର ହେଲେ ପ୍ଲେଟଲେଟ୍ 20 ହଜାର ଓ ତା ତଳକୁ ମଧ୍ୟ ଖସିଯାଏ । ଯାହା ରୋଗୀପାଇଁ ବିପଦଜନକ । ଗୋଟିଏ ୟୁନିଟ ରକ୍ତରୁ ୬ ଘଣ୍ଟା ମଧ୍ୟରେ ପୃଥକୀକରଣ କରି ପ୍ଲାଜ୍ମା, ପ୍ଲେଟଲେଟ୍ ଓ ପେକ୍ସେଲ ବାହାର କରାଯାଇଥାଏ । ତେବେ ବର୍ତ୍ତମାନ ପରିସ୍ଥିତିରେ ଦୈନିକ 25 ରୁ 30 ୟୁନିଟ୍ ପ୍ଲେଟଲେଟ୍ ସଂଗ୍ରହ ସମ୍ଭବ ହୋଇପାରିଛି । ଅଭାବ ପୂରଣ ପାଇଁ ସ୍ବେଚ୍ଛାକୃତ ରକ୍ତଦାନକୁ ଗୁରୁତ୍ବ ଦିଆଯାଇଥିବାବେଳେ ସହଯୋଗର ହାତ ବଢାଇଛି କମିଶନରେଟ ପୋଲିସ ।

Leave a Reply