ଆତଙ୍କବାଦୀଙ୍କ ଧମକ: ୩ ଦିନ ମଧ୍ୟରେ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉଡ଼ାଇଦେବୁ

1 min read

ନୂଆଦିଲ୍ଲୀ:ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଉଡାଇଦେବା ଲାଗି ଧମକ । ଧମକ ମିଳିବା ପରେ ବିମାନବନ୍ଦରର ସୁରକ୍ଷାକୁ ବଢାଇ ଦିଆଯାଇଛି । ଦିଲ୍ଲୀ ପୋଲିସ ନିକଟକୁ ବିମାନ ବନ୍ଦର ଉଡାଇଦେବା ଲାଗି ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସଜାଗ ହୋଇଛି ପୋଲିସ । ଅଲକାଏଦା ଆତଙ୍କବାଦୀ ସଂଗଠନ ବିମାନବନ୍ଦରକୁ ଉଡାଇଦେବା ଲାଗି ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହ ବିଭିନ୍ନ ନିରାପତ୍ତାମୂଳକ ପଦକ୍ଷେପ ନିଆଯାଇଛି । ଏହି ଧମକପୂର୍ଣ୍ଣ ମେଲ୍ ନେଇ ବିମାନବନ୍ଦର ପୋଲିସ ଷ୍ଟେସନ ପକ୍ଷରୁ ବିମାନବନ୍ଦରର ଏୟାରଲାଇନ ଅପରେସନସ କଣ୍ଟ୍ରୋଲ ସେଣ୍ଟର- ଏଓସିସିକୁ ସୂଚନା ଦିଆଯିବା ପରେ ଆତଙ୍କ ଖେଳିଥିଲା । ଏହି ମେଲର୍ ଦର୍ଶାଯାଇଥିଲା ଯେ, ବିମାନ ବନ୍ଦରକୁ ଅଲ କାଏଦା ସର୍ଗନା ସଂଗଠନ ପକ୍ଷରୁ ଉଡାଇ ଦେବା ଲାଗି ଯୋଜନା ହେଉଛନ୍ତି ଏବଂ କରନବୀର ସୁରି ଓରଫ ମହମ୍ମଦ ଜଲାଲ ଏବଂ ତାର ପତ୍ନୀ ଶୈଲୀ ଶାରଦା ଓରଫ ହାସିନା ସିଙ୍ଗାପୁରରୁ ଭାରତକୁ ଆସୁଛନ୍ତି ଏବଂ ତିନି ଦିନ ଭିତରେ ବିମାନ ବନ୍ଦରକୁ ଉଡାଇବା ଲାଗି ସେମାନେ ଯୋଜନା କରିଛନ୍ତି । ସୂଚନା ମିଳିବା ମାତ୍ରେ ସମସ୍ତ ଚେକ ପଏଣ୍ଟରେ ନାକାବନ୍ଦୀ କରାଯାଇ ବ୍ୟାପକ ଯାଞ୍ଚ କରାଯାଉଛି । ସମସ୍ତ ସମ୍ପୃକ୍ତ ବିଭାଗକୁ ଏସଓସିସି ପକ୍ଷରୁ ସୂଚନା ଦିଆଯିବା ପରେ ସମସ୍ତ ବିଭାଗ ଆଲର୍ଟ ଅଛନ୍ତି । ଇମେଲ ସମ୍ପର୍କରେ ଅଧିକ ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ: ଜାଣନ୍ତୁ କେଉଁ ଦେଶ ପାଇଛି କେତେ ପଦକ

Leave a Reply