ଆମ୍ୱୁଲାନ୍ସ ଆଡ଼ୁଆଳରେ ଚାଲିଛି ବ୍ରାଉନସୁଗାର ସେବନ

ଭଦ୍ରକ: ଆମ୍ବୁଲାନ୍ସ ଭିତରେ ଟଣା ଚାଲିଛି ବ୍ରାଉନ ସୁଗାର । ରାତି ଅନ୍ଧାରରେ ପୋଲିସକୁ ଚକମା ଦେଇ ଚାଲିଛି ବେଆଇନ କାମ । ଆମ୍ବୁଲାନ୍ସକୁ ସୁରକ୍ଷା କବଚ ଭାବେ ବ୍ୟବହାର କରି, ତା ଭିତରେ ଏପରି ଅସାମାଜିକ କାମର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଭଦ୍ରକ ଚରମ୍ପା ବଉଳପୋଖରୀ ଅଞ୍ଚଳର ବୋଲି ଜଣାପଡିଛି । ଏକ ଘରୋଇ ହସ୍ପିଟାଲର ଆମ୍ବୁଲାନ୍ସରେ ବେଆଇନ ନିଶା ସେବନର ଭିଡିଓ ଭାଇରାଲ ହୋଇଛି । ରୋଗୀ ସେବାରେ ଲାଗିଥାଏ ଆମ୍ବୁଲାନ୍ସ । ଗୁରୁତର ରୋଗୀଙ୍କୁ ଗୋଟିଏ ମେଡିକାଲରୁ ଅନ୍ୟ ଏକ ମେଡିକାଲକୁ ନେବାର ସାହାଯ୍ୟ କରିଥାଏ ଆମ୍ବୁଲାନ୍ସ । ହେଲେ ଆମ୍ବୁଲାନ୍ସକୁ ଚଳାଉଥିବା ଡ୍ରାଇଭର ଏବଂ ସହଯୋଗୀ ଆମ୍ବୁଲାନ୍ସ ଭିତରେ ହିଁ ବ୍ରାଉନସୁଗାର ଟାଣୁଥିବାର ଭିଡିଓ ଏବେ ଭାଇରଲ ହୋଇଛି । ପୋଲିସକୁ ଚକ୍‌ମା ଦେବାକୁ ଆମ୍ବୁଲାନ୍ସ ଭିତରେ ଚାଲିଥିଲା ଏହି ବେଆଇନ ନିଶା ସେବନ । ଏ ଦୃଶ୍ୟ ଦେଖିବା ପରେ ଆମ୍ବୁଲାନ୍ସରେ ରୋଗୀ କେତେ ସୁରକ୍ଷିତ ତାହା ପ୍ରଶ୍ନ ଘେରରେ ।

ଏଥିସହିତ ପଢ଼ନ୍ତୁ: ନୀରଜଙ୍କ ପଛରେ ଓଡ଼ିଆ ପ୍ରଶିକ୍ଷକ, ୧୦ ବର୍ଷ ଧରି ଦେଇଥିଲେ କୋଚିଂ

Leave a Reply