spot_img
Home Blog Page 5487

ଭାରତ ବଜାରକୁ ଆସିପାରେ ଆଉ ଏକ ବିଦେଶୀ ଟିକା !

ପୁନେ: କରୋନାକୁ ମାତ ଦେବାକୁ ବଜାରରେ ଖୁବ ଶୀଘ୍ର ଉପଲବ୍ଧ ହୋଇପାରେ କରୋନାର ଆଉ ଏକ ଟିକା । ପୁଣେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ) ଆମେରିକୀୟ ଟିକା ନୋଭାଭାକ୍ସର ଉତ୍ପାଦନ ଆରମ୍ଭ କରିଛି । ଏହା ଫଳରେ ଭାରତରେ କରୋନା ଟିକାର ଉପଲବ୍ଧତା ଆହୁରି ବଢିବାର ସମ୍ଭାବନା ରହିଛି  । ଏନେଇ ସିରମ ଇନଷ୍ଟିଚ୍ୟୁଟର ଏମଡି ଅଦର ପୁନାଓ୍ବାଲା ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ଅଦର ପୁନାଓ୍ବାଲା ଟ୍ୱିଟରେ ଲେଖିଥିଲେ ଯେ ଆମେରିକୀୟ ଟିକା ନୋଭାଭାକ୍ସର ପ୍ରଥମ ବ୍ୟାଚ ଟିକା ଚଳିତ ସପ୍ତାହରେ ଉତ୍ପାଦନ ହୋଇଛି । ୧୮ ବର୍ଷରୁ କମ ବୟସ ଅର୍ଥାତ ଭବିଷ୍ୟତ ପିଢିର ସୁରକ୍ଷା କରିବାରେ ଏହା ସହାୟକ ହୋଇପାରିବ । ଯଦିଓ ଏହି ବୟସ ଶ୍ରେଣୀ ପାଇଁ ଏହି ଟିକାର ପରୀକ୍ଷଣ ଏବେ ଜାରି ରହିଛି । ତେବେ ଗତ ୧୪ ତାରିଖରେ ଏହି ଟିକାର ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ ପ୍ରକାଶିତ ହୋଇଥିଲା ।

ସେଥିରେ କୁହାଯାଇଛି ଯେ ଏହି ଟିକା କରୋନା ଭୁତାଣୁର ବିଭିନ୍ନ ପ୍ରକାର ବିରୋଧରେ ପ୍ରାୟ ୯୦.୪ ପ୍ରତିଶତ ପ୍ରଭାବୀ । ୩ୟ ପର୍ଯ୍ୟାୟ ପରୀକ୍ଷଣ ଲାଗି କମ୍ପାନି ପକ୍ଷରୁ ଆମେରିକା ଓ ମେକ୍ସିକୋର ୧୧୯ଟି ସ୍ଥାନରେ ୧୯,୯୬୦ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯ଼ାଇଥିଲା । ଏହି ପରୀକ୍ଷଣରୁ ଜଣାପଡ଼ିଥିଲା ଯ଼େ ଟିକାଟି ମାନବ ଶରୀର ପାଇଁ ବେଶ ନିରାପଦ ଓ କରୋନା ଭୁତାଣୁର ନିବାରଣ ପାଇଁ ପ୍ରଭାବୀ ।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପର୍ଦ୍ଦାଫାସ, ୫-T ଛାଟରୁ ବର୍ତ୍ତୁନାହାନ୍ତି ଲାଞ୍ଚୁଆ ଅଫିସର

ଭୁବନେଶ୍ୱର: ୫-T ଛାଟରୁ ବର୍ତ୍ତିନାହାନ୍ତି ବହୁ ବରିଷ୍ଠ ଅଧିକାରୀ । ଦୁର୍ନୀତି ଓ ପଦପଦବୀର ଦୁରୁପଯୋଗ ଅଭିଯୋଗରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତି ସତ୍ତ୍ବେ ବିଭିନ୍ନ ଗଳାବାଟ ଦେଇ କାର୍ଯ୍ୟାନୁଷ୍ଠାନକୁ ଏଡାଇ ଚାଲୁଛନ୍ତି କିଛି ଦୁର୍ନୀତିଖୋର । ଯୋଗାଣ ବିଭାଗର ଏମିତି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପର୍ଦ୍ଦାଫାସ କରିଛି ନନ୍ଦିଘୋଷ ଟିଭି । ଏହି ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ପ୍ରାୟ ୪କୋଟି ଟଙ୍କାର ଧାନ ନେଇ ଚମ୍ପଟ ମାରିଛି ଖୋର୍ଦ୍ଧାର ଜଣେ ମିଲର । ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସିଏସ୍ଓ ତଥା ବର୍ତ୍ତମାନର ପୁରୀ ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର । ଜରିମାନା ୧ କୋଟି ୩୪ ଲକ୍ଷ ୨ ହଜାର ୭୦୫ ଟଙ୍କା । ଭାରପ୍ରାପ୍ତ ପୂର୍ବତନ ସିଏସ୍ଓ ସୁଧାକର ପ୍ରଧାନ । ଜରିମାନା ୩୨ ଲକ୍ଷ ୨୯ ହଜାର ୩୪୪ ଟଙ୍କା । ଅବସରପ୍ରାପ୍ତ ସିଏସ୍ଓ ଶରତ ଚନ୍ଦ୍ର ଦାସ । ଜରିମାନା ପରିମାଣ ୭୫ ଲକ୍ଷ ୫୮ ହଜାର ୬୮୯ ।

ସେହିପରି ଅବସରପ୍ରାପ୍ତ ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଏସିଏସ୍ଓ ଅଭିମନ୍ୟୁ ମହାନ୍ତି । ଜରିମାନା ରାଶି ୮୦ ଲକ୍ଷ ୭୩ ହଜାର ୩୬୧ । ବେଗୁନିଆର ପୂର୍ବତନ ଏମ୍ଆଇ ତଥା ଏବେକାର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଯୋଗାଣ ନିରୀକ୍ଷକ ବିବେକାନନ୍ଦ ମହାନ୍ତି । ଜରିମାନା ପରିମାଣ ୩୨ ଲକ୍ଷ ୨୯ ହଜାର ୩୪୪ । ଯୋଗାଣ ବିଭାଗର ଏହି ୫ ଜଣ ଅଧିକାରୀଙ୍କ କଳା କାରନାମା ଧରାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାର ଏକ ମିଲ ମାଲିକ ରାତାରାତି କୋଟି କୋଟି ଟଙ୍କାର ଧାନ ଗାଏବ କରିବା ଘଟଣାରେ ସହଯୋଗ କରିଥିବା ଅଭିଯୋଗ ଆସିଛି ଏହି ଅଧିକାରୀଙ୍କ ବିରୋଧରେ । ଦୁର୍ନୀତି ସହ ଦାୟିତ୍ବରେ ଅବହେଳା କରିଥିବା ନେଇ ସ୍ବତନ୍ତ୍ର ଅଡ଼ିଟରେ ଧରା ପଡିଥିଲା ଯୋଗାଣ ଅଧିକାରୀ ଓ ମିଲରଙ୍କ ନେକ୍ସସ ।

ପରେ ବିଭାଗୀୟ ତଦନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହି ଅଧିକାରୀମାନଙ୍କଠାରୁ କ୍ଷତିଭରଣା ବାବଦ ଅର୍ଥ ଆଦାୟ କରିବାକୁ ୨୦୧୮ ନଭେମ୍ବର ୧୧ ତାରିଖରେ ମୋଟ ୩ କୋଟି ୫୪ ଲକ୍ଷ ୯୩ ହଜାର ୪୪୩ ଟଙ୍କା ଆଦାୟ କରିବାକୁ ଯୋଗାଣ ବିଭାଗ ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରିଥିଲା । ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ ଏହି ରାଶି କିସ୍ତି ଅନୁଯାୟୀ ସମ୍ପୃକ୍ତ ଅଧିକାରୀ ସରକାରଙ୍କୁ ପ୍ରଦାନ କରିବେ । କିନ୍ତୁ ଅଢେଇ ବର୍ଷ ପରେ ମଧ୍ୟ ଜଣେ ହେଲେ ଅଧିକାରୀ ଟଙ୍କାଟିଏ ବି ସରକାରଙ୍କୁ ପ୍ରଦାନ କରିନାହାନ୍ତି । ୨୦୧୨-୧୩ ଖରିଫ ବର୍ଷ ପାଇଁ ଖୋର୍ଦ୍ଧା ଜିଲ୍ଲାରେ କଷ୍ଟମ ମିଲର କଳିଙ୍ଗ ଆଗ୍ରୋ ରାଇସ୍ ମିଲକୁ ଚାଉଳ କରିବା ପାଇଁ ଧାନ ଦିଆଯାଇଥିଲା । ଯାହାର ମୂଲ୍ୟ ପ୍ରାୟ ୪ କୋଟିରୁ ଅଧିକ ଥିଲା । କିନ୍ତୁ ମିଲର ସରକାରଙ୍କୁ ଚାଉଳ ନଦେଇ ରାତାରାତି ଗାଏବ ହୋଇଗଲା ।

ମିଲର କୁଆଡ଼େ ଗଲା ଯୋଗାଣ ଅଧିକାରୀମାନେ ଟେର ପାଇଲେନାହିଁ । ମିଲରଙ୍କୁ ଦିଆଯାଉଥିବା ଧାନ ନିର୍ଦ୍ଧାରିତ ସମୟରେ ଫେରୁଛି କି ନାହିଁ ତାର ଯାଞ୍ଚ ପାଇଁ ରହିଛି ସ୍ବତନ୍ତ୍ର ସ୍କାର୍ଡ । କିନ୍ତୁ ମାତ୍ର ୨୦ କିଲୋମିଟର ଦୂର ଖୋର୍ଦ୍ଧାକୁ ଯାଇନାହାଁନ୍ତି ସ୍କାର୍ଡ କି ସ୍ଥାନୀୟ ଅଧିକାରୀମାନଙ୍କୁ ପଚରାଉଚୁରା କରାଯାଇନି । ସ୍ବତନ୍ତ୍ର ଅଡିଟରେ ଏସବୁ କଥା ଧରାପଡ଼ିଲା । ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କ ଦାୟୀତ୍ବରେ ଅବହେଳା ପାଇଁ ଏତେବଡ଼ ଘଟଣା ଘଟିଛି ବୋଲି ଅଡ଼ିଟ ରିପୋର୍ଟ ଦେଲା । ପରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଗଲା । ଯୋଗାଣ ସଚିବ ସମ୍ପୃକ୍ତ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କଲେ । କିନ୍ତୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଭାଗୀୟ ସଚିବ ଏହି ଅଧିକାରୀମାନଙ୍କ ପାଇଁ ଆର୍ଥିକ ଜୋରିମାନା ଧାର୍ଯ୍ୟ କଲେ ।

ନିୟମାନୁଯାୟୀ ସମ୍ପୃକ୍ତ ପେନାଲିଟିକୁ ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସ୍ସିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ଓପିଏସସି ମଧ୍ୟ କ୍ଷତିଭରଣା ବାବଦ ପ୍ରୋପୋଜ୍ଡ ପେନାଲିଟିକୁ ଅନୁମୋଦନ କରିଥିଲେ । ଓପିଏସ୍ସିଙ୍କ ମଂଜୁରୀ ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଏହି ଅର୍ଥ ଆଦାୟ ପାଇଁ ବିଭାଗୀୟ ସଚିବ ଜୋରିମାନ ଆଦାୟ ପାଇଁ ନିର୍ଦ୍ଦେଶ ଦେଲେ । କିନ୍ତୁ ୨ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ବି ଏଯାଏ ଜୋରିମାନା ଆଦାୟ ହୋଇପାରୁନି । ଏହାଭିତରେ ଅଭିଯୁକ୍ତ ଅଧିକାରୀମାନେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣର ବା ଓ.ଏ.ଟିଙ୍କ ଦ୍ବାରସ୍ଥ ହୋଇଥିଲେ । ଜଗତସିଂହପୁରରେ ଯୋଗାଣ ନିରୀକ୍ଷକ ଭାବେ କାର୍ଯ୍ୟରତ ବିବେକାନନ୍ଦ ମହାନ୍ତିଙ୍କ ଉପରେ ଧାର୍ଯ୍ୟ ପେନାଲଟି ଆଦାୟ ନକରିବାକୁ ଓ.ଏ.ଟି ରହିତାଦେଶ ଜାରି କରିଛନ୍ତି ।

କିନ୍ତୁ ବାକି ଅଧିକାରୀମାନଙ୍କ କ୍ଷେତ୍ରରେ କୋର୍ଟ ଏ ପର୍ଯ୍ୟନ୍ତ କୌଣସି ଆଦେଶନାମା ଜାରି କରି ନଥିବାରୁ ଜରିମାନା ଅର୍ଥ ଆଦାୟ କରିବାରେ କୌଣସି ବାଧକ ନାହିଁ । କିନ୍ତୁ ସବୁକିଛି ନାଲିଫିତା ତଳେ ଚାପି ହୋଇ ରହିଯାଇଛି । ଅଦାଲତର ଦ୍ୱାହି ଦେଇ କୋଟି କୋଟି ଟଙ୍କାର ଦୁର୍ନୀତିକୁ ଚାପି ଦିଆଯାଇଛି । ବିଭାଗରେ ଏପରି ଆହୁରି କେତେ ଅଡିଟ୍ ରିପୋର୍ଟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ କାରନାମା ଧରିଥିଲେ ଉଚ୍ଚପଦସ୍ଥ ଅଧିକାରୀ ଏହାକୁ ଘଣ୍ଟ ଘୋଡ଼ାଇଚାଲିଛନ୍ତି ।

ପୋଲିସ ବିଭାଗରେ ନିଯୁକ୍ତି ପାଇଲେ ୩୯ ଖେଳାଳି, ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୋଲିସ ବିଭାଗରେ ନିଯୁକ୍ତି ପାଇଲେ ୩୯ ଖେଳାଳୀି  । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ୩୯ ଜଣ କ୍ରୀଡ଼ାବୀତଙ୍କୁ ପୋଲିସ ସେବାରେ ସାମିଲ କରାଯାଇଥିବା ନେଇ ସୂଚନା ମିଳିଛି  । ଏଥିରୁ ୩୦ ଜଣ ମହିଳା କ୍ରୀଡ଼ାବୀତ ହୋଇଥିବାବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି  । ଗତବର୍ଷ ରାଜ୍ୟ ସରକାର ୯୬ ଜଣ କ୍ରୀଡ଼ାବୀତଙ୍କୁ ସାମିଲ କରିଥିବା ଜଣାପଡିଥିଲା  । ରାଜ୍ୟର ସଫଳ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ରାଜ୍ୟ ପୋଲିସରେ ଯୋଗଦେଲେ ୩୯ ଖେଳାଳୀ ।

ପୂର୍ବରୁ ୬ଟି ପର୍ଯ୍ୟାୟରେ ୯୬ ଖେଳାଳିଙ୍କୁ ମିଳିଥିଲା ପୋଲିସ ଚାକିରି । ଆଜି ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାରର ଖେଳ ଭିତ୍ତଭୂମିରେ ଓ ଖେଳାଳିଙ୍କ ବିକାଶ ପାଇଁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଖୁବ ଶୀଘ୍ର ରାଜ୍ୟ କ୍ରୀଡା ପାୱାରହାଉସ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ କ୍ରୀଡାବିତଙ୍କୁ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଏବେ ପରିବାରର ଦାୟିତ୍ୱ ନେଇପାରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣଙ୍କ ପରିବାର ମଧ୍ୟ ଏହାକୁ ନେଇ ଗର୍ବିତ ଅନୁଭବ କରିବ । ଏହାସହ ଯୁବ ବର୍ଗଙ୍କୁ ଖେଳକୁଦରେ ଅଧିକରୁ ଅଧିକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ୨୦୧୮ ବିଶ୍ବକପ ହକି, ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ ଆୟୋଜନ ଓଡ଼ିଶା ପାଇଁ ମାଇଲଖୁମ୍ଟ ସାବ୍ୟସ୍ତ ହୋଇଛି । ୨୦୨୩ରେ ପୁଣି ଥରେ ବିଶ୍ବକପ ହକି ଆୟୋଜନ ପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାମ ଆଗେଇଚାଲିଛି ।

ଚୀନ ତିବ୍ବତରେ ଆରମ୍ଭ କଲା ପ୍ରଥମ ବୁଲେଟ ଟ୍ରେନ୍ ସେବା

ନୂଆଦିଲ୍ଲୀ: ଚୀନ୍ ଶୁକ୍ରବାର ତିବ୍ଦତର ସୁଦୂର ହିମାଳୟ ଅଞ୍ଚଳରେ ତାର ପ୍ରଥମ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିଛି । ଏହି ଟ୍ରେନ୍ ପ୍ରାନ୍ତିୟ ରାଜଧାନୀ ଲାସା ଏବଂ ନିଙ୍ଗଚିକୁ ସଂଯୋଗ କରିବ । ଏହା ଅରୁଣାଚଳ ପ୍ରଦେଶର ନିକଟସ୍ଥ ତିବ୍ବି ସୀମାବର୍ତ୍ତୀ ସହର । ଜୁଲାଇ ୧ରେ ଚୀନର କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି) ର ଶତବାର୍ଷିକୀ ପାଳନ ପୂର୍ବରୁ ସିଚୁଆନ୍-ତିବ୍ଦତ ରେଳବାଇର ୪୩୫.୫ କିଲୋମିଟର ଲମ୍ବା ଲeସା-ନିଙ୍ଗଚି ବିଭାଗକୁ ଉଦଘାଟନ କରାଯାଇଛି। ସରକାରୀ ରିପୋର୍ଟ ଅନୁସାରେ ଅଞ୍ଚଳର ପ୍ରଥମ ବିଦ୍ୟୁତକରଣ ରେଳ ଶୁକ୍ରବାର ସକାଳେ ଖୋଲା ଯାଇଥିଲା ଯାହା ଲାସାକୁ ନିଙ୍ଗଚି ସହିତ ସଂଯୋଗ କରୁଥିବା ଏକ “ଫକ୍ସିଂ” ବୁଲେଟ୍ ଟ୍ରେନ୍ ଭାବରେ ଆରମ୍ଭ ହୋଇଛି ।

ଏହା କିଙ୍ଘଇ-ତିବ୍ଦତର ଦକ୍ଷିଣ-ପୂର୍ବ ଦେଇ ଯିବ

କିଙ୍ଘଇ-ତିବ୍ଦତ ରେଲୱେ ପରେ ସିଚୁଆନ୍-ତିବ୍ଦତ ରେଳବାଇ ତିବ୍ଦତର ଦ୍ୱିତୀୟ ରେଳ ବିଭାଗ ହେବ। ଏହା ପୃଥିବୀର ଅନ୍ୟତମ ଭୌଗୋଳିକ ସକ୍ରିୟ ଅଞ୍ଚଳ ମଧ୍ୟରୁ କିଙ୍ଘଇ -ତିବ୍ଦତର ଦକ୍ଷିଣ-ପୂର୍ବ ଦେଇ ଗତି କରିବ। ନଭେମ୍ବରରେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତିବ୍ଦତର ସିଚୁଆନ୍ ପ୍ରାନ୍ତ ଏବଂ ନିଙ୍ଗଚିକୁ ସଂଯୋଗ କରୁଥିବା ଏକ ନୂଆ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସେ କହିଛନ୍ତି ଯେ ସୀମା ସ୍ଥିରତାର ସୁରକ୍ଷା କରିବାରେ ନୂତନ ରେଳ ଲାଇନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଭାରତ-ଚୀନ୍ ସୀମା ବିବାଦରେ ୩,୪୮୮ କିଲୋମିଟର ଲମ୍ବା LAC ସାମିଲ ରହିଛି

ସିଚୁଆନ୍ – ତିବ୍ଦତ ରେଳ ବିଭାଗ ସିଚୁଆନ୍ ପ୍ରାନ୍ତର ରାଜଧାନୀ ଚେଙ୍ଗଡୁରୁ ଆରମ୍ଭ ହୋଇ ୟାନକୁ ସଂଯୋଗ କରି କାମଦୋ ଦେଇ ତିବ୍ଦତରେ ପ୍ରବେଶ କରେ । ଫଳରେ ଚେଙ୍ଗଡୁରୁ ଲାସା ପର୍ଯ୍ୟନ୍ତ ୪୮ ଘଣ୍ଟାର ରାସ୍ତା ୧୩ ଘଣ୍ଟାକୁ ହ୍ରାସ ପାଇପାରିବ । ନିଙ୍ଗଚି ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଥିବା ମେଡୋଗର ଏକ ପ୍ରିଫେକ୍ଟର ସ୍ତରୀୟ ସହର । ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରୁଛି, ଯାହାକୁ ଭାରତ ଦୃଢ ପ୍ରତ୍ୟାଖ୍ୟାନ କରିଛି। ଭାରତ-ଚୀନ୍ ସୀମା ବିବାଦରେ ୩,୪୮୮ କିଲୋମିଟର ଲମ୍ବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଜଡିତ ।

ସିଙ୍ଘୁଆ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରିୟ ରଣନୀତି ସଂସ୍ଥାନରେ ଅନୁସନ୍ଧାନ ବିଭାଗର ନିର୍ଦ୍ଦେଶକ କିୟାନ ଫେଙ୍ଗ ଏହା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ, ଭାରତ ସୀମାରେ ଯଦି ସଙ୍କଟ ପରିସ୍ଥିତି ଆସେ, ତେବେ ଏହି ରେଳବାଇ ଚୀନକୁ ସାମରୀକ ସାମଗ୍ରୀର ଡେଲିଭରୀ ପାଇଁ ସୁବିଧା ଯୋଗାଇବ ।

ଶୂନଶାନ୍ ଜଙ୍ଗଲରେ ବିଭତ୍ସ ହତ୍ୟା: ମାଆକୁ ମାରିଦେଲେ, ଛୁଆକୁ ରକ୍ତାକ୍ତ କଲେ

କେନ୍ଦ୍ରାପଡ଼ା:  ଫିଲ୍ମ ଷ୍ଟାଇଲରେ ବୀଭତ୍ସ ହତ୍ୟାକାଣ୍ଡ । ଶୂନଶାନ୍ ରାସ୍ତାକଡ଼ ଜଙ୍ଗଲରେ ମହିଳାଙ୍କ ବେକକାଟି ମାରିଦେଲେ ଦୁର୍ବୃତ୍ତ । କିଛିଦୂରରେ ଗୁରୁତର ଅବସ୍ଥାରେ ପଡିଥିବା ମହିଳାଙ୍କ ଶିଶୁଟିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା । ଜମ୍ବୁ ପଞ୍ଚାୟତର କଣ୍ଡରାପାଟିଆ ଗାଁ ନିକଟ ରାସ୍ତାକଡ ଜଙ୍ଗଲରେ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପୋଲିସ ପହଞ୍ଚିବା ପୂବର୍ରୁ ମୃତଦେହର କିଛି ଦୂରରେ ଏକ ଶିଶୁ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଦେଖି ଉଦ୍ଧାର କରିଥିଲେ ଲୋକ । ପିଲାଟିକୁ ସଙ୍ଗେସଙ୍ଗେ ବାବର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ହେଲେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଓ ମଦ ବୋତଲ ଜବତ କରି ତଦନ୍ତ ଚଳାଇଛି । ଘଟଣାର ତଦନ୍ତ ପାଇଁ କେନ୍ଦ୍ରାପଡା ଏସପି ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି । ଜମ୍ବୁ ପ୍ରବେଶ ପଥଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜଗୁଡିକୁ ନେଇ ତଦନ୍ତ ଚାଲିଛି । ମହିଳା ଜଣଙ୍କ ନିଜ ଶିଶୁକୁ ନେଇ ଏକ ବାଇକରେ ଦୁଇଜଣ ପୁରୁଷଙ୍କ ସହ ଆସିଥିବା ବେଣାକଣ୍ଡା ଗାଁର ଜଣଙ୍କ ଘରେ ଲଗିଥିବା ସିସିଟିଭରେ କଏଦ ହୋଇଛି । ପଛରେ ଆଉ ଦୁଇ ଜଣ ମଧ୍ୟ ବାଇକରେ ଘଟଣାସ୍ଥଳ ଆଡକୁ ଯାଇଥିବା ଭିଜୁଆଲରୁ ଜଣା ପଡିଛି ।

ମାଲକାନଗିରିରେ ନକଲି ଡାକ୍ତର, ବିନା ଲାଇସେନ୍ସରେ ଚଳାଇଥିଲେ ଚିକିତ୍ସା

ମାଲକାନଗିରି: ତିନି କ୍ୱାକ୍ ଡାକ୍ତର ଗିରଫ । ମାଲକାନଗିରି ଜିଲ୍ଲା କାଲିମେଳାରୁ ତିନି ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଗିରଫ ନକଲି ଡାକ୍ତର ହେଲେ ପରେସ ବାୱାଲି, ଶଶାଙ୍କ ପାଇକ ଓ ସଚିନ ପରାମାନିକ । ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ସରକାରୀ ଡାକ୍ତର କହି ଭୁଆଁ ବୁଲାଉଥିଲେ ଏହି କ୍ବାକ୍ ଡାକ୍ତର । ବିନା ଲାଇସେନ୍ସରେ ଚିକିତ୍ସା କରିବା ସହ ଲୋକଙ୍କ ଜୀବନ ସହ ଖେଳୁଥିଲେ । ମାଲକାନଗିରି ଏସପିଙ୍କ ନିର୍ଦେଶ କ୍ରମେ ନିଜଆଡୁ ମାମଲା ରୁଜୁ କରି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏହା ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ମେଡ଼ିସିନ ଜବତ କରିଛି ।

ମାଲକାନଗିରି ଭଳି ଅଞ୍ଚଳରେ ଲୋକଙ୍କୁ ଭ୍ରମିତ କରି ସରକାରୀ ଡାକ୍ତରର ପରିଚୟ ଦେଇ ଆସୁଥିଲେ ଏହିମାନେ  । ଫଳରେ ସାଧାରଣ ଲୋକମାନେ ମଧ୍ୟ ଭରସା ଜୁଟାଇଥିଲେ  । କିନ୍ତୁ ପରେ ଜଣାପଡିଥିଲା ଯେ ଏହି ଡ଼ାକ୍ତରମାନଙ୍କ ପାଖରେ ଲାଇସେନ୍ସ ନାହିଁ  । ଏବଂ ଏମାନେ ସତରେ ଡାକ୍ତର ନୁହଁନ୍ତି  । ହଂର ସାଧାରଣ ଲୋକଙ୍କୁ ଭ୍ରମିତ କରି ଣେଡିସିନ ଦେଉଥିଲେ  । ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିଲେ ବୋଲି ଜଣାପଡିଛି  । ଏନେଇ ପ୍ରଶାସନ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି  ।

କେନ୍ଦ୍ରକୁ ଚିଠି ଲେଖିଲେ ନବଦାସ , ଟିକା ଅନୁପାତ ବଢାଇବାକୁ ଦାବି

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଜ୍ୟକୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଟିକା ଅନୁପାତକୁ ନେଇ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ  । ଟିକା ଅନୁପାତକୁ ୯୫:୫ ପ୍ରତିଶତ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବ ଦାସ । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ଜନସଂଖ୍ୟା ଅନୁସାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ରାଜ୍ୟ ସ୍ୱାସ୍ଥ୍ୟକ୍ଷେତ୍ରରେ ଘରୋଇ ହସ୍ପିଟାଲ ସଂଖ୍ୟା ମାତ୍ର ୫ ପ୍ରତିଶତ । ପ୍ରଚଳିତ ଗାଇଡଲାଇନରେ ରାଜ୍ୟ ୨୫ ପ୍ରତିଶତ ଟିକା ଅନୁଦାନ ହରାଇବ ।

ତେଣୁ କେନ୍ଦ୍ର ସରକାରଙ୍କ ରହିଥିବା  ୭୫.୨୫ ପ୍ରତିଶତ ଟିକା ଅନୁପାତକୁ ୯୫:୫ ପ୍ରତିଶତରେ ପରିବର୍ତ୍ତନ କରିବା ପାଇଁ ପାଇଁ ଅପିଲ କରିଛନ୍ତି ନବ ଦାସ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଜଣାଇଛନ୍ତି । ଗୋଟେପଟେ ରାଜ୍ୟରେ ଟିକାକରଣ ପକ୍ରିୟା ଜୋରଦାର ଚାଲିଥିବା ବେଳେ ଘରୋଇ ହସ୍ପିଟାଲ ଅପେକ୍ଷା ସରକାରୀ ଟିକାକରଣରେ ରାଜ୍ୟର ଅଧିକାଂଶ ବ୍ୟକ୍ତି ଟିକା ନେଉଛନ୍ତି  । ସେପଟେ ଘରୋଇ ହସ୍ପିଟାଲ ଓଡିଶାରେ କମ ରହିଛି  ।

ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଯେଉଁ ୨୫ ପ୍ରତିଶତ ଟିକା ଘରୋଇ ମେଡ଼ିକାଲକୁ ପ୍ରଦାନ କରୁଛନ୍ତି  । ଉକ୍ତ ଅନୁପାତକୁ କମ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାର  । ଓଡ଼ିଶାରେ କିଭଳି ବ୍ୟାପକ ଟିକାକରଣ କରାଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି  । ଅନ୍ୟପଟେ ଦେଶରେ ସମସ୍ତେ ମାଗଣା ଭ୍ୟକସିନ ନେବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର  । ଏପରି ସ୍ଥିତିରେ ଯେହେତୁ କେନ୍ଦ୍ର ସରକାର ମାଗଣା ଭ୍ୟକସିନ ବିତରଣ ପାଇଁ ଘୋଷଣା କରିଛନ୍ତି ତେଣୁ ଏହି ପକ୍ରିୟା ତ୍ୱରାନିତ କରିବା ପାଇଁ ଟିକା ବିତରଣ ଅନୁପାତ ୯୫:୫ ପ୍ରତିଶତ ରଖିବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ  ।

 

ସୀମାରେ ଫେରୁ ଶାନ୍ତି, ରବିବାର ଭାରତ-ଚୀନ ଅଧିକାରୀ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମାରେ ଲାଗି ରହିଥିବା ସ୍ଥିତି ନେଇ ପୁଣି ଆଲୋଚନା କରିବେ ଦୁଇ ଦେଶର ବରିଷ୍ଠ ଅଧିକାରୀ । ଏ ନେଇ ଗତକାଲି ଦୁଇ ଦେଶ ମଧ୍ୟରେ ଡିଜିଟାଲ୍ ପ୍ଲାଟଫର୍ମରେ ଆଲୋଚନା ହୋଇଛି । LACର ପଶ୍ଚିମ ସେକ୍ଟରରେ ଲାଗି ରହିଥିବା ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି । କିଭଳି ଚୀନ ସେନା ଆହୁରି ପଛକୁ ହଟିବେ ତାହା ଉପରେ ଜୋର ଦେଇଥିଲା ଭାରତ ।

ସେପଟେ ଚୀନ ସୀମାରେ ବିପୁଳ ସେନା ମୁତୟନ କରି ଅଯଥା ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଯାହାକୁ ନେଇ ଭାରତ ଅସନ୍ତୋଷ ଜାହିର କରିଆସୁଛି । ଗତବର୍ଷ ଗଲଓ୍ବାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଏହା ପରେ ସୀମାରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି । ଅନେକ ଥର ଦୁଇ ଦେଶର ସେନାଙ୍କ ମଧ୍ୟ ବୈଠକ ହୋଇଛି  । ତାହା ସ୍ୱତେ ମଧ୍ୟ ପରିସ୍ଥିତିରେ ପ୍ରଭାବ ପଡିନାହିିଁ  ।

ଗଲୱାନ ଘାଟିରେ ଭାରତ ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣା ପରେ ଦୁଇ ଦେଶମ ମଧ୍ୟରେ ସୃଷ୍ଟି କରିଥିଲା ବିବାଦ  । ପାଙ୍ଗୋଗ ହ୍ରଦ କୁ ନେଇ ଉପୁଜିଥିବା ସୀମା ବିବେଦରେ କିଛିଦିନ ହେବ ଭଟ୍ଟ ାପଡିଛି  । କାରଣ ଦୀର୍ଘ ଦିନର ବାଦ ବିବାଦ ଏବଂ ସଂଘର୍ଷ ପରେ କମାଣ୍ଡ ସ୍ତରୀୟ ଆଲୋଚନା ହୋଇଥିଲା  । ଯେଉଁଥିରେ ଶାନ୍ତି ବଜାୟ ରଖିବା ନେଇ ହୋଇଥିଲା ଆଲୋଚନା  । ସେପଟେ ପୁଣି ଥରେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ବୈଠକ ହେବ ବୋଲି ଜଣାପଡ଼ିଛି  ।

ସୁପ୍ରିମକୋର୍ଟରେ ଭ୍ୟାକସିନ ମାମଲା, ଦ୍ୱିତୀୟ ଡୋଜ ଅବଧି ନେଇ ଦ୍ୱାରସ୍ଥ ହୋଇଛି ଶ୍ରୀ ଜଗନ୍ନାଥ ସେନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା କରୋନା ଟିକାର ଦ୍ବିତୀୟ ଡୋଜ୍ ଅବଧି ମାମଲା । ସରକାର କରୋନା ଟିକାର ଦ୍ବିତୀୟ ଡୋଜ୍ ର ସମୟ ବ୍ୟବଧାନକୁ ବାରମ୍ବାର ବଦଲାଉଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି ଶ୍ରୀ ଜଗନ୍ନାଥ ସେନା । ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ନୀତିକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଟିକା ଅଭାବ ଯୋଗୁଁ ସରକାର ବାରମ୍ବାର ଟିକାକରଣ ନୀତିରେ ପରିବର୍ତ୍ତନ କରୁଛନ୍ତି, ଏହା ଦ୍ବାରା ଲୋକ ବିଚଳିତ ହେଉଥିବା କହିଛି ଶ୍ରୀ ଜଗନ୍ନାଥ ସେନା । ଏଣୁ ସୁପ୍ରିମକୋର୍ଟ ଘଟଣାର ହସ୍ତକ୍ଷେପ କରିବା ପାଇଁ ଦାବି ହୋଇଛି ।

ଅଶ୍ୱେତ ଜର୍ଜ ଫ୍ଲାୟଡଙ୍କୁ ଆଣ୍ଠୁରେ ଚାପି ହତ୍ୟା କରିଥିବା ପୋଲିସ କର୍ମଚାରୀଙ୍କୁ ୨୨ବର୍ଷର ଜେଲ ଦଣ୍ଡ

ମିନିୟାପୋଲିସ୍: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲାୟଡଙ୍କ ହତ୍ୟା ଘଟଣାରେ ମିନିୟାପୋଲିସର ପୂର୍ବତନ ପୋଲିସ ଅଧିକାରୀ ଡେରେକ ଚାଉଭିନଙ୍କୁ ୨୨ ବର୍ଷ ୬ ମାସର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଚାଉଭିନ, ଫ୍ଲୟଡଙ୍କ ବେକକୁ ଆଣ୍ଠୁରେ ଚିପି ଦେଇଥିଲେ, ଯେଉଁଥି ପାଇଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ଆମେରିକାରେ ଜାତିଗତ ଭେଦଭାବ ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନ ହୋଇଥିଲା ।

ଫ୍ଲୋଇଡଙ୍କ ମୃତ୍ୟୁକୁ ନେଇ ଚାଉଭିନ ସମବେଦନା ଜଣାଇଛନ୍ତି

ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଥିଲା ​​ଯେତେବେଳେ ପ୍ରାୟ ଏକ ବର୍ଷ ନୀରବତା ପରେ ଚାଉଭିନ ଫ୍ଲୟଡଙ୍କ ପରିବାରକୁ ସମବେଦନା ଜଣାଇଥିଲେ ଏବଂ ଏହାପରେ ତାଙ୍କୁ କିଛି ଶାନ୍ତି ମିଳିବ ବୋଲି ଆଶା କରିଥିଲେ। ଜଣେ ଅଶ୍ୱେତ ବ୍ୟକ୍ତିଙ୍କ ହତ୍ୟା ପାଇଁ ପୋଲିସ ଅଧିକାରୀଙ୍କୁ ଦିଆଯାଇଥିବା ଏହା ହେଉଛି ଦୀର୍ଘତମ ଜେଲ ଦଣ୍ଡ।

ତେବେ ଫ୍ଲୟଡଙ୍କ ପରିବାର ଏବେ ବି ନିରାଶ ହୋଇଛନ୍ତି । କାରଣ ଏହି ଅପରାଧ ପାଇଁ ଉଭିନଙ୍କୁ ୩୦ ବର୍ଷ ଜେଲ ଦଣ୍ଡର ଦାବି କରିଥିଲେ ପରିବାର ସଦସ୍ୟ । ଭଲ ଆଚରଣ ପରେ ୪୫ ବର୍ଷିୟ ଚାଉଭିନଙ୍କୁ ଦଣ୍ଡର ଦୁଇ ତୃତୀୟାଂଶ ପୂରଣ କରିବା ପରେ କିମ୍ବା ପ୍ରାୟ ୧୫ ବର୍ଷ ଜେଲରେ ରହିବା ପରେ ଜାମିନରେ ଆସିପାରନ୍ତି । ମିନିୟାପୋଲିସ୍ ବିରୋଧୀ ନେତା ନେକିମା ଲେବି ଆର୍ମଷ୍ଟ୍ରଙ୍ଗ କହିଛନ୍ତି ଯେ, କେବେଳ ଦଣ୍ଡର ଅବଧି ଅଧିକ ହେବା ଯଥେଷ୍ଟ ନୁହେଁ।

ସର୍ବାଧିକ ଦଣ୍ଡ ଦାବି

ଫ୍ଲୟଡଙ୍କ ପରିବାରର ଓକିଲ ବେନ କ୍ରମ୍ପ କହିଛନ୍ତି ଯେ, ପରିବାର ଆଶା ଅଛି ଯେ, ଚାଉଭିନଙ୍କୁ ଆଗାମୀ ସଂଘୀୟ ନାଗରିକ ଅଧିକାରର ଶୁଣାଣି ସମୟରେ ସର୍ବାଧିକ ଦଣ୍ଡ ଦିଆଯିବ । ସେ କହିଛନ୍ତି ଯେ, ଏହା ମିନିସୋଟାରେ ଜଣେ ପୋଲିସ ଅଧିକାରୀଙ୍କୁ  ମିଳିଥିବା ଦୀର୍ଘତମ ଦଣ୍ଡ ଅଟେ। କିନ୍ତୁ ପ୍ରକୃତ ନ୍ୟାୟ ସେତେବେଳେ ହେବ ଯେତେବେଳେ ଆମେରିକାର ଅଶ୍ୱେତ ବା କଳା ପୁରୁଷ ଏବଂ ମହିଳାମାନେ ରଙ୍ଗ କାରଣରୁ ପୋଲିସ ଦ୍ୱାରା ହତ୍ୟା ହେବାର ଭୟ କରିବେ ନାହିଁ ।