ଦାଗୀ ନେତାଙ୍କୁ ଘଣ୍ଟ ଘୋଡ଼ାଉଥିଲେ, ଏବେ ଗଣିବେ ଜରିମାନା

SC Fined 8 Political Parties For Not Making Public Criminal Data Of Candidates

ନୂଆଦିଲ୍ଲୀ: ବିଜେପି, କଂଗ୍ରେସ ସହ ୮ ଗୋଟି ରାଜନୈତିକ ଦଳ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଜରିମାନା କରିଛନ୍ତି । ଏସବୁ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ସାର୍ବଜନୀନ କରିନଥିଲେ । ବିହାର ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ ନ କରିବା ମାମଲାରେ ସୁପ୍ରିମକୋର୍ଟ ୮ ଦଳକୁ ଆଦେଶ ଅବମାନନା ବିଚାର କରିଛନ୍ତି ।

SC Fined 8 Political Parties For Not Making Public Criminal Data Of Candidates

ଜେଡିୟୁ, ଆରଜେଡି, ଏଲଜେପି, କଂଗ୍ରେସ, ବିଜେପି, ସିପିଆଇ, ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ସର୍ବୋଚ୍ଚ କୋର୍ଟ କରିଛନ୍ତି । ସେହିଭଳି ସିପିଏମ୍ ଓ ଏନସିପିକୁ ୫ ଲକ୍ଷ ଟଙ୍କା ଲେଖାଁ ଜରିମାନା କରାଯାଇଛି । ଏଥିସହ ରାଜନୈତିକ ଦଳ ୱେବସାଇଟରେ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ଭିତରେ ଦେବାକୁ ହେବ ଅପରାଧିକ ତଥ୍ୟ

ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଲୋକ ଜାଣିବା ଲାଗି ନିର୍ବାଚନ ଆୟୋଗ ଆପ୍ ପ୍ରସ୍ତୁତ କରିବାକୁ କହିଛନ୍ତି କୋର୍ଟ । ଏଥିସହ ଦଳ ପ୍ରାର୍ଥୀ ଚୟନ କରିବାର ୪୮ ଘଣ୍ଟା ଭିତରେ ଅପରାଧିକ ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Leave a Reply