ଆଫଗାନିସ୍ତାନରେ ଥିବା ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା, ଦେଶ ଫେରିବାକୁ ନିବେଦନ କଲା ଭାରତ: ସ୍ୱତନ୍ତ୍ର ବିମାନ ଉଡ଼ାଣ ଆଜି

1 min read

କାବୁଲ: ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନେଇ ଆଫଗାନିସ୍ତାନସ୍ଥିତ ନାଗରିକଙ୍କୁ ଅପିଲ୍ କରିଛି ଭାରତ । ଆଫଗାନିସ୍ତାନରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଏହାକୁ ନଜରରେ ରଖି ଏଭଳି କହିଛି ଭାରତ । ଦେଶକୁ ଫେରିଆସିବାକୁ ଚାହୁ ମାଜାର ଏ ଶରିଫ୍ ଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ନେଇ ଭାରତ ପକ୍ଷରୁ ଜଣାଯାଇଛି ।

ତାଲିବାନୀ ଆତଙ୍କବାଦୀମାନେ ଆଫାଗାନିସ୍ତାର ବଡ଼ ସହର ମାଜାର ଏ ସରିଫକୁ ବିଭିନ୍ନ ଦିଗରୁ ଆକ୍ରମଣ କରିବା ନେଇ ମାଡ଼ିଆସୁଥିବା ନେଇ ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ନେଇଛି ଭାରତ । ମାଜାର ଏ ସରିଫ୍ ସହରର ଯେ କୌଣସି ସ୍ଥାନରେ ରହୁଥିବା ଭାରତୀୟ ନାଗରିକଙ୍କୁ ସ୍ୱତନ୍ତ୍ର ବିମାନ ଯାେଗେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନେଇ ଭାରତ ପକ୍ଷରୁ ଅନୁରୋଧ କରାଯାଇଛି । ଆଜି ବିଳମ୍ୱିତ ସନ୍ଧ୍ୟାରେ ବିମାନ ମାଜାର ଏ ସରିଫ୍ ଏୟାରପୋର୍ଟ ଛାଡ଼ିବା ନେଇ ସମୟ ଧାର୍ଯ୍ୟ ହୋଇଥିବା ସ୍ଥାନୀୟ ଭାରତୀୟ ଦୂତାବାସ ପକ୍ଷରୁ ସୂଚିତ କରାଯାଇଛି । ଏବଂ ଯେଉଁମାନେ ଏହି ବିମାନ ଯୋଗେ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ହ୍ୱାଟସ୍‌ଆପ୍ ନମ୍ୱର ମଧ୍ୟ ଜାରି କରାଯାଇଛି । ୦୭୮୫୮୯୧୩୦୩ ଏବଂ ୦୭୮୫୮୯୧୩୦୧ ନମ୍ୱରରେ ସେମାନଙ୍କ ପୂରା ନାମ ପାରପୋର୍ଟ ନମ୍ୱର ଏବଂ ଏକ୍ସପାରୀ ତାରିଖ  ପଠାଇବାକୁ କୁହାଯାଇଛି । ଏହା ପୂର୍ବ ଭାରତ ଆଫଗାନିସ୍ତାନ ପ୍ରାୟ ୫୦ କୁଟନୈତିଜ୍ଞ ଏବଂ ଅନ୍ୟ କର୍ମଚାରୀଙ୍କ ସ୍ୱଦେଶ ଫେରାଇ ଆଣିଥିଲା ।

ଏଥିସହିତ ପଢ଼ନ୍ତୁ: ୨୬୨ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କଲା ଆଫଗାନିସ୍ତାନ

Leave a Reply