spot_img
Home Blog Page 5469

ମାଓବାଦୀରୁ ସମାଜସେବୀ, ସମ୍ବାରୀଙ୍କ ଜୀବନ କାହାଣୀ

ଢେଙ୍କାନାଳ(ସତ୍ୟ ସ୍ୱରୂପ ଦାସ): ଦିନ ଥିଲା ହାତରେ ବନ୍ଧୁକ ଧରି ସାଜିଥିଲେ ମାଓବାଦୀ । ଆଜି ହାତରେ ମାକ୍ସ ଓ ସାନିଟାଇଜର ଧରି ସାଜିଛନ୍ତି ସମାଜ ସେବୀ । ଆଜି ଆମେ ଏମିତି ଜଣେ ଆଦିବାସୀ ମହିଳାଙ୍କ ବିଷୟରେ କହିବୁ, ଯିଏ ମାଓ ସଂଗଠନ ଛାଡ଼ି, ସାମିଲ ହୋଇଛନ୍ତି ସମାଜର ମୁଖ୍ୟ ସ୍ରୋତରେ । ନିଜେ ପରିବାର ସହିତ ଖୁସିରେ ରହିବା ସହିତ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ତେବେ କିଭଳି ଥିଲା ଘଞ୍ଚ ଜଙ୍ଗଲ ଓ ପାହାଡ଼ର କାହାଣୀ ? କିପରି ଘୁରି ବୁଲୁଥିଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ? କିପରି ଥିଲା ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ୍ ଭୟ ? ତା’ପୂର୍ବରୁ ଟିକେ ନଜର ପକାନ୍ତୁ ସମ୍ଭାରୀଙ୍କ ମାଓବାଦୀ ହେବାର ପଛର କାହାଣୀ ଉପରେ…

Know How Hardcore Maoist Sambari Left Naxalites

ଦାରିଦ୍ର୍ୟତା ଯେଉଁଠାରେ ଅସହ୍ୟ ହୋଇ ଉଠେ, ଭୋକ ଯେତେବେଳେ ଅସମ୍ଭାଳ ହୁଏ, ସେତେବେଳେ ଇଛା ନଥିଲେ ମଧ୍ୟ ସମସ୍ତ ସୀମା ସରହଦ ପାର କରି ଏକ ଅମଡ଼ା ବାଟରେ ପାଦ ରଖିବାକୁ ବାଧ୍ୟ ହୁଏ ମଣିଷ । ବୁଦ୍ଧି ବିବେକ ଆତ୍ମସମର୍ପଣ କରେ କୁଚକ୍ରି ମଣିଷର ଚକ୍ରବ୍ୟୁହରେ । ଏଭଳି କିଛି ଘଟିଥିଲା ନୂଆ କରି ଯୌବନରେ ପାଦ ଥାପିଥିବା ସମ୍ବାରୀ ତିରିଆ କ୍ଷେତ୍ରରେ । ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ କୋଇ ମାଓ ନେତା ଆନ୍ନା ରେଡ୍ଡୀର ସଂଗଠନରେ ଯୋଗଦେବା ପରେ ଦେହରେ ମାଓ ପୋଷାକ ଓ ହାତରେ ବନ୍ଧୁକ ଧରି ଜଣେ ହାର୍ଡକୋର ମାଓବାଦୀ ପାଲଟି ଗଲେ ସମ୍ବାରୀ ।

Know How Hardcore Maoist Sambari Left Naxalites
File

ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୁରି ବୁଲିଲେ ଓ ଧିରେ ଧିରେ ହତିଆର ଚଲାଇବାର ପ୍ରଶିକ୍ଷଣ ନେବା ପରେ ଘଟାଇ ଚାଲିଲେ ଗୋଟିଏ ପରେ ଗୋଟିଏ ମାଓ କାର୍ଯ୍ୟ । ୨୦୦୭ ମସିହାରେ କଙ୍କଡାହାଡ଼ ବ୍ଲକ କଣ୍ଡାର ଫରେଷ୍ଟ ବିଟରେ ଘଟିଥିଲା ନରସଂହାର । ଯେଉଁଥିରେ ୩ ବନ କର୍ମଚାରୀ ନିହତ ହୋଇଥିଲେ । ସେତେବେଳେ ସାରା ଓଡ଼ିଶାରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଚର୍ଚ୍ଚିତ ମାଓ ହିଂସାରେ ପଛରେ ଥିଲେ ସମ୍ବାରୀ । ପରବର୍ତ୍ତୀ ସମୟରେ ମାଓ କ୍ୟାମ୍ପରେ ଅନୁସଙ୍ଗିକ ଅବ୍ୟବସ୍ଥା ସହିତ ପୋଲିସର ଭୟ ମାଓ କ୍ୟାମ୍ପ ଛାଡ଼ିବାକୁ ବାଧ୍ୟ କରିଥିଲା ସମ୍ବାରୀଙ୍କୁ । କ୍ୟାମ୍ପରୁ ଖସି ଆସି ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖୁମ୍ବ ମୁଣ୍ଡା ସାହିରେ ଆଶ୍ରୟ ନେଇଥିଲେ ।

Know How Hardcore Maoist Sambari Left Naxalites
File

ସେହି ଗାଁର ପଣ୍ଡିଆ ବାଙ୍କିରା ସହିତ ବିବାହ କରି ନୂଆ ସଂସାର ଗଢ଼ିଲେ । ସରକାରଙ୍କ ମାଓବାଦୀ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଯୋଜନାରେ ଅନୁପ୍ରାଣିତ ହୋଇ ସମ୍ବାରୀ ୨୦୧୩ ମସିହାରେ ଢେଙ୍କାନାଳର ତତ୍କାଳୀନ ଏସପି ମନୋରଞ୍ଜନ ମହାନ୍ତିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

ୟୁରୋପୀୟ ଦେଶରେ ଭାରତୀୟ ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତି ଟିକାକୁ ୟୁରୋପୀୟ ଦେଶରେ ମିଳିଲା ମଞ୍ଜୁରୀ । ୟୁରୋପିଆନ ୟୁନିୟନର ୭ଟି ଦେଶ ସମେତ ସୁଇଜରଲ୍ୟାଣ୍ଡରେ ବି କୋଭିସିଲଡ ଟିକାକୁ ଡିଜିଟାଲ ସାର୍ଟିଫିକେଟ ପାଇଁ ମଞ୍ଜୁରୀ ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରସ୍ତୁତ କରିଥିବା ଟିକା କୋଭିସିଲଡକୁ ଗ୍ରୀନ୍ ପାସପୋର୍ଟରେ ସାମିଲ କରାଯିବ ।

୭ ୟୁରୋପୀୟ ଦେଶ ଅଷ୍ଟ୍ରିଆ, ଜର୍ମାନୀ, ସୋଲଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ, ଆୟରଲ୍ୟାଣ୍ଡ ଓ ସ୍ପେନ ଏବଂ ସୁଇଜରଲ୍ୟାଣ୍ଡରେ କୋଭିସିଲଡକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ୟୁରୋପୀୟ ଦେଶ ଗୁଡ଼ିକରେ ଫାଇଜର, ମଡର୍ଣ୍ଣା, ଆଷ୍ଟ୍ରାଜେନକା ଓ ଜନସନ ଟିକାକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଇଥିଲା ୟୁରୋପିଆନ ମେଡିସିନ ଏଜେନ୍ସି ।

ହେଲେ ଆଷ୍ଟ୍ରାଜେନିକା ଟିକା ଭାରତରେ କୋଭିସିଲଡ ନାମରେ ବିକ୍ରି ହେଉଥିଲେ ବି ଏହି ଟିକାକୁ ଅନୁମତି ଦିଆଯାଇ ନଥିଲା। ତେବେ ଭାରତୀୟ ଟିକାକୁ ଗ୍ରହଣ କରା ନଯିବା ନେଇ ୟୁରୋପୀୟ ରାଷ୍ଟ୍ରସଂଘକୁ ଧମକ ଦେଇଥିଲା ଭାରତ । କୋଭିସିଲ୍ଡ ଓ କୋଭାକ୍ସିନକୁ ଗ୍ରହଣ ନକଲେ ଭାରତ ଆସୁଥିବା ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଏହାପରେ ଭାରତୀୟ ଟିକା କୋଭିସିଲଡକୁ ଗ୍ରୀନ ପାସପୋର୍ଟରେ ସାମିଲ କରିବାକୁ ୟୁରୋପୀୟ ମହାସଙ୍ଘ ନିଷ୍ପତ୍ତି ନେଇଛି ।

ଟ୍ୱିଟରକୁ ଚେତାବନୀ ଦେଲା NCW, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଦିନକୁ ଦିନ ବିବାଦ ଘେରରେ ଛନ୍ଦି ହେଉଛି ଟ୍ୱିଟର। ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ଟ୍ୱିଟରକୁ କଡ଼ା ଚେତାବନୀ ଦେଇଛି NCW ବା ଜାତୀୟ ମହିଳା କମିସନ।

ପୂର୍ବରୁ ଟ୍ୱିଟର ବିରୋଧରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ବା NCPCR ଅଭିଯୋଗ ଆଣିଥିଲେ। ଏ ନେଇ ଦିଲ୍ଲୀ ସାଇବର ସେଲ ମାମଲା ରୁଜୁ କରିଛି ।

Abusive Content Supreme Court Issues Notice To Centre And Twitter

ତେବେ ଶିଶୁ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟକୁ ନେଇ NCW ତୀବ୍ର ପ୍ରତିକ୍ରିୟା ରଖିଛି। ଟ୍ୱିଟରକୁ ଜବାବ ରଖିବାକୁ ୭ ଦିନର ସମୟ ଦିଆଯାଇଛି। ୭ଦିନ ମଧ୍ୟରେ ଶିଶୁ ପର୍ଣ୍ଣୋଗ୍ରାଫି ସଂକ୍ରାନ୍ତ ଫଟୋ, ଭିଡିଓ ସାଇଟରୁ ହଟାଇବାକୁ ଜାତୀୟ ମହିଳା କମିସନ ପକ୍ଷରୁ କୁହାଯାଇଛି । ନ ହେଲେ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

Twitter Vs Central Government Interim Grievance Officer For India Dharmendra Chatur Quits

ଏ ସମ୍ପର୍କରେ NCW ଅଧ୍ୟକ୍ଷ ରେଖା ଶର୍ମା ଟ୍ୱିଟର ଇଣ୍ଡିଆର ଏମ୍‌ଡିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହିତ କମ୍ପାନୀର ସାଇଟ୍‌ରୁ ସମସ୍ତ ପ୍ରକାରର ଅଶ୍ଳୀଳ ପୋଷ୍ଟ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

କାହିଁକି ଦୋକାନ ଖୋଲିଛ କହି ନାବାଳକଙ୍କୁ ଲାତ୍ ମାରିଲେ ପୋଲିସ ବାବୁ

ଭୁବନେଶ୍ୱର: ୨୦ ସେକେଣ୍ଡରେ ୧୦ ଗୋଇଠା । ମାଡ଼ ମାରୁଛନ୍ତି ପୋଲିସ ବାବୁ । ସିସିଟିଭିରେ କଏଦ ଏ ଚିତ୍ର ହେଉଛି ଲକଡାଉନ୍ ସମୟର । ରାଜଧାନୀର କେସୁରା ଛକରେ ଏକ ଓମଫେଡ୍ ଷ୍ଟଲ ଦୋକାନୀଙ୍କ ଉପରେ ଏମିତି ଜୁଲମ୍ କରିଛି ପୋଲିସ । ଘଟଣା ଦିନ ବାପାଙ୍କ ବଦଳରେ ନାବାଳକ ପୁଅ ରାହୁଲ ନାୟକ ଓମଫେଡ୍ ଷ୍ଟଲରେ ବସିଥିଲେ ।

Police Kicked Minor Boy For Opening Omfed Booth During Lockdown

ସେହି ସମୟରେ ପୋଲିସର ପାଟ୍ରୋଲିଂ ଭ୍ୟାନ୍ ସେହି ବାଟ ଦେଇ ଯାଉଥିଲା । ଦୋକାନ ଖୋଲାଥିବାରୁ ନାବାଳକକୁ ପୋଲିସ ପଚରାଉଚରା କରିଥିଲା । ଆଉ ଦୋକାନରେ ଥିବା ବ୍ରେଡ୍ ଓ କ୍ଷୀରକୁ ପୋଲିସ ଜରି ମୁଣାରେ ବାନ୍ଧି ନେଇ ଯାଉଥିବା ଦୃଶ୍ୟ ବି କଏଦ ହୋଇଛି ସିସିଟିଭିରେ । ଆଉ ସବୁଠୁ ବଡ଼ କଥା ହେଲା ଏଥିରେ ପ୍ରତିବାଦ କରିବାରୁ ପୋଲିସ ବାବୁ ନାବାଳକଙ୍କୁ ଗୋଇଠା ମାରିଛନ୍ତି ।

Police Kicked Minor Boy For Opening Omfed Booth During Lockdown

ଗୋଟିଏ କି ଦୁଇଟି ନୁହେଁ ନାବାଳକ ଜଣଙ୍କୁ ପୋଲିସ ବାବୁ ମନ ଭରିଲା ଯାଏଁ ଲାତ୍ ମାରିଛନ୍ତି । ୨୦ ସେକେଣ୍ଡରେ ଗୋଟିଏ ପରେ ଗୋଟିଏ ଏମିତି ୧୦ ଗୋଇଠା ନାବାଳକଙ୍କୁ ମାରିଛନ୍ତି ବର୍ଦ୍ଦିରେ ଥିବା ଅଧିକାରୀ । ସିସିଟିଭିରେ କଏଦ ହୋଇଥିବା ଏ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏନେଇ ପୋଲିସର ପ୍ରତିକ୍ରିୟ ମିଳିପାରି ନାହିଁ ।

କରୋନା ମହାମାରୀରେ ଗଲାଣି ୧୫୦୦ ଡାକ୍ତରଙ୍କ ଜୀବନ: ଆଇଏମଏ

ନୂଆଦିଲ୍ଲୀ: ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରୁଥିବା ଡାକ୍ତରଙ୍କ ଲାଗି କୋଭିଡ ସାବ୍ୟସ୍ତ ହୋଇଛି ବଡ ବିପଦ। କରୋନା ଦ୍ୱିତୀୟ ଲହରରେ ଗଲାଣି ୮୦୦ ଡାକ୍ତରଙ୍କ ଜୀବନ। ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫୦୦ରୁ ଅଧିକ ଡାକ୍ତରଙ୍କ ପ୍ରାଣହାନି ଘଟିଛି। ଜାତୀୟ ଡାକ୍ତର ଦିବସରେ ଏଭଳି ଚିନ୍ତାଜନକ ତଥ୍ୟ ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ।

 

ବିହାର ଓ ଦିଲ୍ଲୀର ସର୍ବାଧିକ ଡାକ୍ତର କୋଭିଡରେ ଆଖି ବୁଜିଛନ୍ତି ବୋଲି ଆଇଏମଏ କହିଛି। ଦୁଃଖର କଥା କର୍ଣ୍ଣାଟକରେ ୫ମାସ ଗର୍ଭବତୀ ଜଣେ ଡାକ୍ତରଙ୍କ ସମେତ ବିହାରରେ ୮୦ ବର୍ଷର ଜଣେ ଡାକ୍ତରଙ୍କ ଜୀବନ ନେଇଛି ଭାଇରସ। ସେହିପରି ତେଲଙ୍ଗାନାରେ ୯୬ ବର୍ଷ ବୟସ୍କା ଜଣେ ରେଡିଓଲୋଜିଷ୍ଟ ବି ମହାମାରୀରେ ପ୍ରାଣ ହରାଇଛନ୍ତି।

ମୃତ ଡାକ୍ତରଙ୍କ ମଧ୍ୟରୁ କିଛି ଡାକ୍ତର ଦୁଇଟି ଯାକ ଡୋଜ ନେଇଥିବା ବେଳେ ଆଉ କେତେକ ଡୋଜ ନେଇ ନଥିଲେ। ଆଉ କେହିକେହି ଗୋଟିଏ ଡୋଜ ନେଇଥିଲେ। ଆଇଏମଏ ମହାସଚିବ ଡାକ୍ତର ଜୟେଶ ଲେଲେ କହିଛନ୍ତି ଯେ ଡାକ୍ତରଙ୍କ ମୃତ୍ୟୁ ନେଇ ପ୍ରତି ରାଜ୍ୟରୁ ତଥ୍ୟ ସଂଗ୍ରହ କରାଯାଉଛି।

IMA 730 Doctors Have Died During Corona Second Wave

ପ୍ରାଥମିକ ଆକଳନରୁ ଦ୍ୱିତୀୟ ଲହରରେ ୮୦୦ ଡାକ୍ତରଙ୍କ ଜୀବନ ଯାଇଛି ବୋଲି ଜଣାପଡ଼ିଛି। ମାତ୍ର ଏହି ସଂଖ୍ୟା ଅଧିକ ହୋଇପାରେ । ଆଇସିୟୁ ବା ସିସିୟୁରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଅଧିକ ଭାଇରାଲ ଲୋଡ ପଡିବା ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଛି ବୋଲି ଆଇଏମଏ ପକ୍ଷରୁ ପ୍ରକାଶ କରାଯାଇଛି ।

ସେରମ୍ ଇନଷ୍ଟିଚ୍ୟୁଟକୁ ଝଟକା, ମିଳିଲାନି କୋଭାଭାକ୍ସକୁ ଟ୍ରାଏଲ ଅନୁମତି

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଫାର୍ମା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟକୁ ଝଟକା। ପିଲାଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ସେରମ୍ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାଭାକ୍ସ ଟ୍ରାଏଲ ପାଇଁ ଅନୁମତି ଦେଲାନି ସରକାରୀ ପ୍ୟାନେଲ।

Poonawala Expected To Launch Trial Of Kovovax In India By September

୨ରୁ ୧୭ବର୍ଷ ପିଲାଙ୍କ କ୍ଷେତ୍ରରେ କୋଭାଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ନ କରିବାକୁ ସୁପାରିସ କରିଛି ପ୍ୟାନେଲ । ପିଲାଙ୍କ ଉପରେ ଟିକା ଟ୍ରାଏଲ କରିବାକୁ ସେରମ ଇନଷ୍ଟିଚ୍ୟୁଟ୍ ଗତ ୨୮ ତାରିଖରେ DCGIର ଅନୁମତି ଲୋଡ଼ିଥିଲା।

Serum Institute Vaccine Covishield Gets DCGI Approvals

ହେଲେ କେନ୍ଦ୍ର ସରକାରଙ୍କ ପ୍ୟାନେଲ ଅନୁମତି ଦେବାକୁ ମନା କରିଦେଇଛି । ଅନ୍ୟ କୌଣସି ଦେଶରେ କୋଭୋଭାକ୍ସକୁ ଅନୁମତି ମିଳି ନଥିବାରୁ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ ପାଇଁ ମଞ୍ଜୁରୀ ଦେବାକୁ ବିଶେଷଜ୍ଞ ଟିମ୍ ମନା କରିଦେଇଛନ୍ତି ।

ଜୁଲାଇ ମଧ୍ୟ ଭାଗରେ କମିବ ସଂକ୍ରମଣ, ସର୍ଭିଲାନ୍ସ ଓ ଟ୍ରେସିଂ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୩ ହଜାର ଉପରେ ରହିଛି । ଜୁଲାଇ ମଧ୍ୟଭାଗ ସୁଦ୍ଧା ସଂକ୍ରମଣ ମାମଲା ଖସିବା ନେଇ ଆଶା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣ ରୋକିବାକୁ ସରକାର ୩ଗୋଟି ପିଲାର ନିର୍ଦ୍ଧାରଣ କରିଛନ୍ତି । ଟ୍ରିଟମେଣ୍ଟ ସହ ସର୍ଭିଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ୱ ଦିଆ ଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Covid Cases May Decline From Mid July Says Health Director

ଲକଡାଉନ ଆଂଶିକ କୋହଳ ହୋଇଛି । ‘ବି’ ବର୍ଗରେ ଖିବା ଜିଲ୍ଲା ଗୁଡ଼ିକରେ କଟକଣା କଡ଼ାକଡ଼ି କରାଯାଇଛି । ୧୦ ଜିଲ୍ଲାରେ କୋଭିଡ୍ ବ୍ୟାପୁଛି । ଏହାର କାରଣ ହେଲା ଭାଇରସକୁ ଯେଉଁ ପରିବେଶ ଦରକାର ତାହା ଏଠି ମିଳୁଛି । ତଥାପି ଆମ ପାଇଁ ଭଲ ଖବର ହେଉଛି ପୂର୍ବରୁ ‘ବି’ ବର୍ଗରେ ଥିବା ଜିଲ୍ଲା ମଧ୍ୟ ‘ଏ’କୁ ଯାଇଛନ୍ତି । ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି । ସମସ୍ତେ ଗାଇଡଲାଇନ୍ ମାନିଲେ ସଂକ୍ରମଣ ନିଶ୍ଚିତ କମିବ ।

ଗର୍ଭବତୀ ମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି ତାହା ଆରମ୍ଭ କରାଯିବ । ଅମାନିଆଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅନୁରୋଧ ଗାଇଡଲାଇନ୍ ଉଲ୍ଲଂଘନ କରନ୍ତୁ ନାହିଁ । ଏବେ ୫୦୦ ରୋଗୀ ଭେଣ୍ଟିଲେଟରରେ ଥିବାବେଳେ ଆଇସିୟୁରେ ୨ ହଜାର ଆକ୍ରାନ୍ତ ଅଛି । ତେଣୁ ମୃତ୍ୟୁ ସଂଖ୍ୟା ଧିରେ ଧିରେ କମିବ ବୋଲି ଆଶା କରାଯାଉଛି ।

ଆସୁଛି ଆଉ ଏକ ନୂଆ ଭ୍ୟାକ୍ସିନ; ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା

ନୂଆଦିଲ୍ଲୀ: କୋଭିଡ ମହାମାରୀ ବିରୋଧୀ ଲଢେଇରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଆଉ ଏକ ନୂଆ ଭ୍ୟାକ୍ସିନ। ଜାଇଡସ୍ କାଡିଲାର ନୂଆ ଟିକାର ନାମ ଡିଏନଏ ଭ୍ୟାକ୍ସିନ (ZYCOV-D) ବୋଲି ଜଣାପଡିଛି। ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଖୁବଶୀଘ୍ର ଅନୁମତି ମିଳିବାକୁ ଯାଉଛି।

Delta Variant Can Infect Despite Covishield Covaxin Doses AIIMS Study

ଏବେକା ସମୟରେ ବ୍ୟବହାର ହେଉଥିବା ଭ୍ୟାକ୍ସିନ ଠାରୁ ଏହା ପୂରା ଅଲଗା। ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ଟିକା ଦିଆଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ଅନ୍ୟ ଭ୍ୟାକ୍ସିନ୍ ପକ୍ଷରୁ ଦୁଇ ଡୋଜ୍ ଦିଆଯାଉଥିବା ବେଳେ ଏହି ଭ୍ୟାକ୍ସିନ୍ ୩ଟି ଡୋଜ୍ ଦେବାକୁ ପଡିବ । ଏନେଇ କମ୍ପାନୀ ପକ୍ଷରୁ ଡିସିଜିଆଇକୁ ଆବେଦନ କରାଯାଇଛି ।

ଜୁଲାଇ ଶେଷ ଆଡକୁ ଏହି ଟିକାର ବ୍ୟବହାର ଆରମ୍ଭ ହେବା ସମ୍ଭାବନା ରହିଛି। ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସରିଥିବା ଜଣାପଡିଛି। ଦେଶରେ ବର୍ତ୍ତମାନ ସେରମର କୋଭିସିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ ଟିକା ଦିଆଯାଉଛି। ସ୍ପୁଟନିକ୍ ଭି ଓ ମଡର୍ଣ୍ଣା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି।

କୂଳ ଖାଇ ଗାଁ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ଭସାଇ ନେଉଛି ଘରଦ୍ୱାର

ବ୍ରହ୍ମପୁର: ମାଡ଼ି ଆସୁଛି ସମୁଦ୍ର । କୌଣସି ବର୍ଷା କି ବାତ୍ୟା ପ୍ରଭାବରେ ସମୁଦ୍ର କୂଲ ଲଂଘୁନି । ବରଂ ଅଚାନକ ସମୁଦ୍ରରେ ଉଚ୍ଚ ଜୁଆର ଆସି କୂଳ ଖାଇବାରେ ଲାଗିଛି । ସମୁଦ୍ରର ଲୁଣ ପାଣି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ରାମେୟାପାଟଣା ଗାଁ ଭିତରକୁ ପଶିଛି । ସମୁଦ୍ର ପାଣି ମାଡ଼ରେ ଗାଁର ଅନେକ ଘର ସମୁଦ୍ରରେ ଲିନ ହୋଇଯାଇଛି ।

 Ramayapatna, The Worst Affected Village In The Sea Erosion

ଗାଁରେ ଥିବା ପକ୍କା ଘର ଠାରୁ ଆରମ୍ଭ କରି ପକ୍କା ଘର ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଉଚ ଜୁଆର ଢେଉ ଆସି କୂଳ ଖାଇବାରେ ଲାଗିଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ଲୋକ ମାନେ କୂଳରେ ଥିବା ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି । ଏହିଭଳି ପ୍ରତିବର୍ଷ ଉଚ୍ଚ ଜୁଆର ଆସିବା ଫଳରେ ଅନେକ ଘରଦ୍ୱାର ଭାଙ୍ଗି ନଷ୍ଟ ହେଉଛି ।

ଆଜି ‘ଜାତୀୟ ଡାକ୍ତର ଦିବସ’; ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲାଉଥିବା ଡାକ୍ତରଙ୍କ ପ୍ରତି ସମ୍ମାନ ପ୍ରକଟ କରିବା ପାଇଁ ଜୁଲାଇ ମାସ ୧ ତାରିଖରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଆଜି ଦିନ ୩ଟାରେ ଦେଶର ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Yanam District Has Highest Corona Positivity Rate In India

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଆଇଏମଏର ମୁଖ୍ୟାଳୟରେ ନୀତି ଆୟୋଗ ସଦସ୍ୟ ଡାକ୍ତର ବି.କେ ପଲ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ଆଇଏମର ଅଧ୍ୟକ୍ଷ ଜେ.ଏ. ଜୟାଲାଲ ଓ ଡାକ୍ତର କେତନ ଦେଶାଇ ମୃତ ଡାକ୍ତର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଦେଶର ଡାକ୍ତର ମାନଙ୍କୁ ସମ୍ବୋଧିତ କରିବେ।

କରୋନା ସମୟରେ ନିଜ ଜୀବନକୁ ଉତ୍ସର୍ଗ କରି ଅନବରତ ସେମାନେ କରି ଚାଲିଛନ୍ତି ରୋଗୀଙ୍କ ସେବା। ସାରା ଦେଶରେ କରୋନାର ଆତଙ୍କ ଚାଲିଥିବା ବେଳେ ଏମାନେ ଏଥିରେ ସମ୍ମୁଖ ଯୋଦ୍ଧା ଭାବେ ଛିଡ଼ା ହୋଇ ଅଦୃଶ୍ୟ ଭୂତାଣୁ ସହିତ ଲଢେଇ କରୁଛନ୍ତି। ପ୍ରତିଟି ଡାକ୍ତରଙ୍କ ସେବାକୁ ଦେଶବାସୀ ମଧ୍ୟ ସଲାମ କରୁଛନ୍ତି।

OPSC Recommends 786 Doctors Name For Appointment During Covid

ଉଲ୍ଲେଖଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୭୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରାୟ ୧୦୦୫ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୧ ହଜାର ୫୮୮ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୦୪ ଲକ୍ଷ ୧୧ହଜାର ୬୩୪ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୨କୋଟି ୯୪ଲକ୍ଷ ୮୮ହଜାର ୯୧୮ । ଆକ୍ଟିଭ କେସ୍ ୫ ଲକ୍ଷ ୨୩ ହଜାର ୨୫୭ ଥିବା ବେଳେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯ରେ ପହଞ୍ଚିଛି ।