ଦ୍ୱିତୀୟ ଦିନରେ ସ୍କୁଲରୁ ସ୍କୁଲକୁ ବୁଲି ସ୍ମାର୍ଟ କ୍ଲାସ୍‌ର ସ୍ଥିତି ପରଖୁଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ

1 min read

ଗଞ୍ଜାମ: ଦ୍ୱିତୀୟ ଦିନରେ ୫-ଟି ସଚିବଙ୍କ ଗଞ୍ଜାମ ଗସ୍ତ। ଦ୍ୱିତୀୟ ଦିନରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ସ୍କୁଲରୁ ସ୍କୁଲ ବୁଲୁଛନ୍ତି। କେତେ ସ୍ମାର୍ଟ ହେଲାଣି ହାଇସ୍କୁଲ୍ କେଉଁଠି ପହଞ୍ଚିଲା ସ୍ମାର୍ଟ କ୍ଲାସ ଓ ଲାଇବ୍ରେରି କାମ ସମସ୍ତ ବୁଲି ଦେଖୁଛନ୍ତି। ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ କ୍ଲାସର ସ୍ଥିତି ପରଖୁଛନ୍ତି ୫-ଟିସଚିବ ଭି କେ ପାଣ୍ଡିଆନ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲରେ ପହଞ୍ଚି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରୁଛନ୍ତି ୫-ଟି ସଚିବ। ଗ୍ରାଣ୍ଡ ଜିରୋରେ କରୁଛନ୍ତି ସ୍ଥିତିର ଅନୁଧ୍ୟାନ। ୧୬ଟି ସ୍କୁଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହାସହ ଜିଲ୍ଲା ପ୍ରଶାସନ ସହ କରିଛନ୍ତି ଆଲୋଚନା। ଆଜି ସକାଳୁ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ସ୍ମାର୍ଟ କ୍ଲାସରୁମ୍ ପାଇଁ ସ୍କୁଲ କ୍ୟାମ୍ପସ ଆଧୁନିକିକରଣ ହୋଇଥିବା ବେଳେ, ଡିଜିଟାଲ ହେଉଛି କ୍ଲାସ ରୁମ ଓ ଲାଇବ୍ରେରୀ। ପ୍ରତି କ୍ଲାସ ରୁମରେ ଏଲଇଡି ଲାଗିଲା ପରେ ୪୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହେଉଛି। ସେହିଭଳି ଆକର୍ଷଣୀୟ ହେଉଛି ଖେଳ ପଡିଆ। ସରକାରଙ୍କ ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Leave a Reply