ଆଫଗାନିସ୍ତାନ ସ୍ଥିତି ନେଇ ମିଳିତ ଜାତିସଂଘ ବୈଠକରେ ଆଲୋଚନା: ବିଶ୍ୱ ସମୁଦାୟକୁ ଏକ ହେବାକୁ ୟୁଏନ୍ ମହାସଚିବଙ୍କ ଆହ୍ୱାନ

1 min read

କାବୁଲ: ଆଫଗାନିସ୍ତାନରେ ଲାଗି ରହିଥିବା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଜାତିସଂଘ । ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭାରତ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଚାଲିଛି ବୈଠକ । ଏଭଳି ସମୟରେ ବିଶ୍ୱ ସମୁଦାୟ ଏକ ହେବାର ଆବଶ୍ୟକତା ରହିଛି କହିଲେ UN ମହାସଚିବ  । ତାଲିବାନ ସଂଯମତା ରକ୍ଷା କରିବା ସହ ମାନବିକତା ପ୍ରତି ଦୃଷ୍ଟି ଦେବା ଉଚିତ୍ । ପଡୋଶୀ ରାଷ୍ଟ୍ରମାନେ ଆଫଗାନିସ୍ତାନବାସୀଙ୍କୁ ସହଯୋଗ କରିବା ଜରୁରୀ ଅଟେ ବୋଲି କହିଲେ UN ମହାସଚିବ । ସେପଟେ ଆଫଗାନିସ୍ତାନ ସ୍ଥିତି ଉପରେ ନଜର ରଖିଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ  । ହିନ୍ଦୁ, ଶିଖ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଆଲୋଚନା ଚାଲିଛି  । ଆଫଗାନିସ୍ତାନରେ ଥିବା ଭାରତୀୟମାନେ ତୁରନ୍ତ ସ୍ୱଦେଶ ଫେରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛି ବୈଦେଶିକ ମନ୍ତ୍ରାଳୟ  ।

ଏଥିସହିତ ପଢ଼ନ୍ତୁ: ଚାରିଟା କାର ଓ ହେଲିକପ୍ଟରରେ ଟଙ୍କା ନେଇ ଦେଶରୁ ପଳାୟନ କରିଥିଲେ ଗନି

Leave a Reply