ଏମ୍‌ସିଏଲ୍‌ ଆଣୁଛି ତାଳଚେର ବାସୀଙ୍କ ପାଇଁ ବିପଦ: ଖନନ ପରେ କରାଯାଉନି ବାଲି ଭର୍ତ୍ତି, ବଢ଼ିଲା ଭୂକମ୍ପ ଭୟ

ତାଳଚେର: କଳାହୀରାର ସହର ତାଳଚେରକୁ ପାତାଳୀ ଭୟ । ତାଳଚେବାସୀଙ୍କ ଜୀବନ ସହିତ ସାଂଘାତିକ ଖେଳ ଖେଳୁଛି ଏମ୍‌ସିଏଲ୍‌ । କୋଇଲା ଖନନ କରି ସାରିବା ପରେ ଭୁଲି ଯାଉଛି ଅଞ୍ଚଳବାସୀଙ୍କ ପ୍ରତି ଗୁରୁ ଦାୟିତ୍ୱ । ଖୋଳା ସରିଥିବା ଖଣିରେ ବାଲି ଭର୍ତ୍ତି କରିବାରେ ଅନିୟମିତତା ଯୋଗୁଁ ମାଟି ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି  । ସାରା ସହରବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ତାଳଚେର ଏବେ ଭୂକମ୍ପ ଜୋନ୍‌ରେ ଅଛି ।

ତାଳଚେରକୁ ପାତାଳୀ ଭୟ । କୋଇଲା ଉତ୍ତୋଳନ ନିୟମ ଉଲ୍ଲଂଘନ ଅଭିଯୋଗ । ଆସିପାରେ ଭୟଙ୍କର ଭୂକମ୍ପ । ଦେଶର ଅର୍ଥନୈତିକ ମାନଚିତ୍ରରେ ଚାଳଚେର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।  କିନ୍ତୁ ଏବେ ଏହା ସାଜିଛି ଅଭିଶାପ । କୋଇଲା ଖନନ କରି ଏମସିଏଲ୍ ଏବେ ଅଞ୍ଚଳବାସୀଙ୍କ ପାଇଁ ଲେଖୁଛି ମୃତ୍ୟର ଇସ୍ତାହାର । ମାଟି ତଳୁ କୋଇଲା ଖନନ କରିବା  ପରେ, ସେଠାରେ ବାଲି ଭର୍ତ୍ତି କରିବାର ନିୟମ ଅଛି  । କିନ୍ତୁ ନିୟମକୁ ଏମ୍‌ସିଏ୍‌ ଖୋଲା ଖୋଲି ଉଲ୍ଲଂଘନ କରୁଥିବା ତାଳଚେର ବାସିନ୍ଦା ଅଭିଯୋଗ କରିଛନ୍ତି ।

ଭୂତଳ କୋଇଲା ଖଣିଗୁଡ଼ିକରେ ବାଲି ଭର୍ତ୍ତି କ୍ଷେତ୍ରରେ ଅବହେଳା କରି ଲୋକଙ୍କୁ ଜାଣିଶୁଣି ମରଣ ମୁହଁକୁ ଠେଲି ଦିଆଯାଉଛି । ତାଳଚେର ଶକ୍ତିଶାଳୀ ଭୂକମ୍ପ ଜୋନ୍‌ରେ ଥିବା ଖଡ଼ଗପୁର ଆଇଆଇଟିର ବିଶେଷଜ୍ଞ ଟିମ୍ ରିପୋର୍ଟ ଦେଇଛନ୍ତି ।  ବିଭିନ୍ନ ସମୟରେ ତାଳଚେରରେ ଭୂସ୍ଖଳନ ଯୋଗୁ ଯାଇଛି ଅନେକ ଧନ ଜୀବନ । ତଥାପି ଚେତିନି ଏମସିଏଲ ।  ଏବେ ଏହି ଅଞ୍ଚଳରେ 2ରୁ 3 ମହଲା କୋଠା ନିର୍ମାଣ ମଧ୍ୟ ନିଷେଧ ହୋଇଛି । ଭୂମିକମ୍ପ ଆଶଙ୍କାରେ ଲୋକ ଭୟଭୀତ ଅଛନ୍ତି  । ଶୀଘ୍ର ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ତାଳଚେରର ସ୍ଥିତି କ’ଣ ହେବ, କହିବା ମୁସକିଲ  ।

ଏଥିସହିତ ପଢ଼ନ୍ତୁ: ଜୀବନକୁ ବାଜି ଲଗାଇ ଆଫଗାନିସ୍ତାନ ଛାଡ଼ୁଛନ୍ତି ଲୋକେ: ବିମାନରୁ ଖସି ପଡ଼ିଲେ ୩ଜଣ, ଦେଖନ୍ତୁ ଭଡିଓ

Leave a Reply