ପୋଲିସ ପରେ କାଳରାତିର ସତ ଖୋଜୁଛି କ୍ରାଇମବ୍ରାଞ୍ଚ: ଜାଣନ୍ତୁ କେଉଁ କେଉଁ ଦିଗୁକୁ ନେଇ ତଦନ୍ତ କରୁଛି ଟିମ୍

ଭୁବନେଶ୍ୱର: କେମିତି ହେଲା ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ? ମାସେ ପରେ ବି ରହସ୍ୟ ଉପରୁ ହଟିନି ପରଦା। ପୋଲିସ ପରେ କାଳରାତିର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । କେମିତି ପୋଡ଼ିହେଲେ ସୌମ୍ୟ, ତନାଘନା କରୁଛି ଟିମ୍‌ । ତଦନ୍ତର ତୃତୀୟ ଦିନରେ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ । ୨ଜଣ ଏସିଏଫ୍, ରୋଷେୟା ମନ୍ମଥ କୁମ୍ଭ ଓ ରାତ୍ରି ଜଗୁଆଳିଙ୍କୁ ପଚରାଉଚରା କରାଯାଇଛି । ଆଗକୁ ଡିଏଫଓ ଓ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିପାରେ ।

ସୌମ୍ୟ ମୃତ୍ୟୁ ରହସ୍ୟ ଉପରୁ ହଟୁନି ପରଦା । ପୋଲିସ ପରେ କ୍ରାଇମବ୍ରାଞ୍ଚ ଖୋଜୁଛି ସତ । କେମିତି ପୋଡ଼ିହେଲେ ସୌମ୍ୟ? କାଳ ରାତିର ସତ କଣ? ହତ୍ୟା, ଆତ୍ମହତ୍ୟା ନା ଅଘଟଣ? ପୂରା ଘଟଣା ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ । ପୋଲିସଠାରୁ ଦସ୍ତାବିଜ ନେଇ ତର୍ଜମା କରିବା ସହ ମାରାଥନ୍‌ ଜେରା କରିଛି । ଦୁଇ ଜଣ ଏସିଏଫଙ୍କୁ ୪ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଛି କ୍ରାଇମବ୍ରାଞ୍ଚ। ଅଫିସକୁ ନେଇ ମାନସିକ ଚାପରେ ଥିଲେ କି ସୌମ୍ୟ? ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଅଭିଯୋଗର ସତ କ’ଣ? ଏନେଇ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ ।

ଏସିଏଫ୍‌ଙ୍କ ମୃତ୍ୟୁ ପାଇଁ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ସିଧାସଳଖ ଦାୟୀ କରିଥିଲେ ସୌମ୍ୟଙ୍କ ପରିବାର ଲୋକେ । ପୋଲିସ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା । ବିଦ୍ୟାଭାରତୀଙ୍କୁ ଦୁଇ ଦୁଇ ଥର ଜେରା କରିଥିଲା। ରୋଷେୟା ମନ୍ମଥ କୁମ୍ଭଙ୍କୁ ପୂରା ଘଟଣା ନେଇ ଜେରା କରିଛି କ୍ରାଇମବ୍ରାଞ୍ଚ । ପରବର୍ତ୍ତୀ ସମୟରେ ଡିଏଫଓଙ୍କୁ ବି ଜେରା କରାଯାଇପାରେ। ଡିଏଫଓ, ବିଦ୍ୟାଭାରତୀ ଓ ମମତା ପଣ୍ଡାଙ୍କୁ ପଚରାଉଚରା କରିବାକୁ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ।

ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଛାଡ଼ିଯାଇଛି ଅନେକ ଅସମାହିତ ପ୍ରଶ୍ନର ଅଡୁଆ ସୂତା । ତଦନ୍ତକାରୀ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟଙ୍କ ସରକାରୀ ବାସଭବନ ଯାଇ ତନ୍ନ ତନ୍ନ ଯାଞ୍ଚ କରିଛି । ପୋଲିସଠାରୁ ପାଇଥିବା ସମସ୍ତ ଦସ୍ତାବିଜକୁ ତର୍ଜମା କରିବା ସହ ମାରାଥନ୍‌ ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ।

ଏଥିସହିତ ପଢ଼ନ୍ତୁ: ଚାରିଟା କାର ଓ ହେଲିକପ୍ଟରରେ ଟଙ୍କା ନେଇ ଦେଶରୁ ପଳାୟନ କରିଥିଲେ ଗନି

Leave a Reply