ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ୧୫୧ ରନ୍‌ରେ ଲର୍ଡସ ଟେଷ୍ଟ ଜିତିଲା ଭାରତ

1 min read

ଲର୍ଡସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ  ଭାରତୀୟ ଟିମ୍‌ର ଦମଦାର ବିଜୟ ।୧୫୧ ରନ୍‌ର ବୃହତ୍ତ ବିଜୟୀ ହାସଲ କରିଛି ଭାରତୀୟ ଦଳ । ଶେଷ ଦିନରେ ଚମତ୍କାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଶେଷ ଦିନରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ଏହି ଐତିହାସିକ ବିଜୟ ହାସଲ କରିପାରିଛି ଦଳ  । ଏଥିସହିତ ୫ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଭାରତୀୟ ଦଳ ।

Image

ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ମହମ୍ମଦ ସାମି ଓ ବୁମରାହ୍‌ଙ୍କ ଲଢ଼ୁଆ ବ୍ୟାଟିଂ ପରେ ୨୯୮/୮ରେ ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ । ଏହାପରେ ଭାରତୀୟ ବୋଲର କମାଲ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ଦଳର ଓପନରଙ୍କୁ ବିନା କୌଣସି ସ୍କୋରରେ ପ୍ୟାଭିଲିୟନ୍  ପଠାଇଥିଲେ । ଏହାପରେ ଇଂଲଣ୍ଡ ଉପରେ ଚାପ ପଡ଼ିବା ସହ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହାସଲ କରିବାରେ ସଫଳ ହୋଇଥିଲା ଭାରତୀୟ ବୋଲର । ମହମ୍ମଦ ସିରାଜ ୪, ବୁମରା ୩, ଇଶାନ୍ତ ୨ ଓ ଶାମି ୧ ଓ୍ଵିକେଟ୍ ଅକ୍ତିଆର କରିଥିବା ବେଳେ ମାତ୍ର ୧୨୦ ରନ୍‌ରେ ସୀମିତ ହୋଇଯାଇଥିଲା ଇଂଲଣ୍ଡ ।

Image

Leave a Reply