spot_img
Home Blog Page 5440

ରବିବାର ରାତିରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ

ପୁରୀ: ପୁରୀରେ କାଲି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ । ସେପଟେ ତିନିରଥରେ ଆଜି କପଡ଼ା ମଣ୍ଡଣି ହୋଇଛି । ଆସନ୍ତାକାଲି ତିନିରଥକୁ ରଥଖଳାରୁ ସିଂହଦ୍ବାର ସମ୍ମୁଖକୁ ଅଣାଯିବ  । ସେହିପରି ଘୋଷଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରାୟ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।  ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍‌ଆଇ ଏବଂ ଏସ୍‌ଆଇଙ୍କୁ ଦାୟିତ୍ବ ଦିଆ ଯାଇଛି  ।

ସହରରେ ଶାନ୍ତି ଶୃଙ୍କଳା ଦୃଷ୍ଟିରୁ ଅର୍ଥାତ କୋଭିଡ କଟକଣାକୁ ନେଇ ରବିବାର ରାତି ୮ ଟାରୁ କର୍ଫ୍ୟୁ ଲଗାଯିବ  । ଏହି ସମୟରେ ପୁରୀ ପୋଲିସ ପକ୍ଷରୁ କଡ଼ା କଟକଣା ଲାଗୁ କରାଯିବ  । ସେପଟେ ଆଜି ତିନି ରଥରେ କୋଠ ସୁଆଁସିଆ ସେବକ କପଡା ମଣ୍ଡଣି କରିଛନ୍ତି  । ରଥ ଇଞ୍ଜିନିୟରମାନେ ବ୍ରେକ୍‌ ଯାଞ୍ଚ କରିଥିଲେ  । ଚଳିତବର୍ଷ ନବଯୌବନ ନୀତି ପରେ ଦୁଇଦିନ ଧରି ଉଭାଯାତ୍ରା ନୀତି କାନ୍ତି କରାଯାଉଛି  ।  ରଥଖଳାରେ ତିନି ରଥ ଦଣ୍ଡାୟମାନ ହୋଇଥିବା ବେଳେ ଆସନ୍ତାକାଲି ଆଜ୍ଞାମାଳ ବିଜେ ପରେ ତିନିରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ  ।

ଗରିବ ରୋଗୀଙ୍କୁ ମାଗଣା କାର୍ଡିଆକ ସର୍ଜରୀ, ଜେପି ହୃଦୟ ମିତ୍ର ଯୋଜନାରେ ମିଳିବ ଚିକିତ୍ସା

ରାଉରକେଲା: ସ୍ୱାସ୍ଥ୍ୟ ସେବାରେ ଆଉ ପାଦେ ଆଗରେ ଓଡ଼ିଶା  । ଏବେ ଗରୀବ ରୋଗୀ ପାଇବେ ବଡ ସୁବିଧା  । ସମସ୍ଥଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାକୁ ଯାଇ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି  ଜେପି ହସ୍ପିଟାଲ। ଗରିବ ଓ ଆର୍ଥିକ ଅନଗ୍ରସର ରୋଗୀଙ୍କୁ ମିଳିବ ମାଗଣା କାର୍ଡିଆକ ସର୍ଜରୀ ସେବା । ଆଜି ରାଉରକେଲା ଜୟ ପ୍ରକାଶ ହସ୍ପିଟାଲରେ ଉଦଘାଟିତ ହୋଇଛି ଜେପି ହୃଦୟ ମିତ୍ର ଯୋଜନା । ଏହାଦ୍ବାରା ମାଗଣାରେ କାର୍ଡିଆକ ଟ୍ରୀଟମେଣ୍ଟ, କାର୍ଡିଆକ ସର୍ଜରୀ, ଓପନହାର୍ଟ ସର୍ଜରୀ ଓ ଵାଇପାସ ସର୍ଜରୀ ମିଳିବ ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଏହାର ଉଦଘାଟନ କରିଛନ୍ତି । ୧୮ ହଜାରରୁ କମ ମାସିକ ଦରମା ପାଉଥିବା ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ମଧ୍ୟ ଏହି ସେବା ମାଗଣାରେ ଯୋଗାଇ ଦିଆଯିବ । ସର୍ବୋତ୍ତମ ଟ୍ରମା କେୟାର, ସର୍ବୋତ୍ତମ ଆଇସିୟୁ କେୟାର, ଅଭିଜ୍ଞ ଡାକ୍ତରୀଦଳ ଏହି ସେବା ଯୋଗାଇଦେବେ । ରାଉରକେଲା ସହରରେ ଓପନହାର୍ଟ ସର୍ଜରୀ ଅନେକଙ୍କ ପାଇଁ ସ୍ବପ୍ନ ଥିବାବେଳେ ଏହାକୁ ଜେପି ହସ୍ପିଟାଲ ସଫଳ କରିଥିବା ହସ୍ପିଟାଲ ପଷରୁ କୁହାଯାଇଛି ।

ଭକ୍ତ ବିନା ଗଡ଼ିବ ରଥ, ମୁତୟନ ହେବେ ୬୫ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ: ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତ ବିନା ଖାଁ ଖାଁ ରହିବ ବଡ଼ଦାଣ୍ଡ । କଟକଣାରେ ଗଡ଼ିବ ମହାବାହୁଙ୍କ ରଥ । ଶୃଙ୍ଖଳିତ ରଥଯାତ୍ରା ନେଇ ଆଜି ପୋଲିସ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଡିଜି ଆର କେ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ଦାଣ୍ଡକୁ ୩ଟି, ପୁରା ସହରକୁ ୧୨ଟି ଜୋନରେ ବିଭକ୍ତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ପ୍ରାୟ ୬୫ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ସେହିପରି ରଥଯାତ୍ରା ସମୟରେ ୧୦ଜଣ ଅତିରିକ୍ତ ଏସପି, ୩୧ଡିଏସପି, ୬୪ ଇନିସପେକ୍ଟର, ୨୨୨ ASI ଓ SI ହେବେ ମୁତୟନ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାତି ୮ରୁ ୧୩ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ସେପଟେ ଆଜି ଶ୍ରୀଜିଉଙ୍କ ଉଭାଯାତ୍ରା । ରଥଯାତ୍ରା ପୂର୍ବୁରୁ ଆଜି ସରିବ ରଥକନା ମଣ୍ଡଣି । ଅଣବସରର 15ଦିନ ଗୁପ୍ତନୀତି ପରେ ଗତକାଲି ନବଯୌବନ ବେଶରେ ଦର୍ଶନ ଦେଇଥିଲେ ମହାବାହୁ ।

ବିଦେଶ ଗସ୍ତ ପୂର୍ବରୁ ଟିକାନେବା ହିଁ ଯଥେଷ୍ଟ, ଟେଷ୍ଟିଂ କରିବା ପରେ ଯାତ୍ରା କରିବା ଉଚିତ

ନୂଆଦିଲ୍ଲୀ: ବିଦେଶ ଗସ୍ତ ପାଇଁ ବ୍ୟକ୍ତିଙ୍କୁ ଟିକାନେବା ହିଁ ଯଥେଷ୍ଟ । ତେବେ ଟିକା ନେଇ କୌଣସି ପାତରଅନ୍ତର ମନୋଭାବ ପୋଷଣ କରିବା ଜରୁରୀ ନୁହେଁ ବୋଲି କହିଛନ୍ତି ବୈଦଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ କହିଛନ୍ତି- ବିଦେଶ ଗସ୍ତ ପୂର୍ବରୁ ଓ ପରେ ଟେଷ୍ଟିଂ କରିବା ଭଲ କଥା । ମାତ୍ର ଟିକା ନେଇ କୌଣସି ପାତରଅନ୍ତର ମନୋଭାବ ରଖାଯିବା ଦରକାର ନାହିଁ । ରୁଷ ପ୍ରତିପକ୍ଷ ସର୍ଗେଇ ଲାଭରଭଙ୍କ ସହ ଆଲୋଚନା ବେଳେ ଜୟଶଙ୍କର କହିଛନ୍ତି- ବିଦେଶ ଯାତ୍ରା କ୍ଷେତ୍ରରେ ଟେଷ୍ଟିଂ ଭିତ୍ତିରେ ଯାତ୍ରା ହେଉ ବୋଲି ଚାହାଁନ୍ତି ।

ଯଦି ଲୋକମାନେ ଆନ୍ତର୍ଜାତିକ ଯାତ୍ରା ପୂର୍ବରୁ ଟେଷ୍ଟ କରିଥାନ୍ତି ଏବଂ ସେଠାରେ ପହଞ୍ଚିବା ପରେ ଟେଷ୍ଟିଂ କରନ୍ତି ତେବେ ତାହା ଉତ୍ତମ । ମାତ୍ର କେତେକ ଦେଶ ଟିକାକରଣ ଉପରେ ପ୍ରଶ୍ନ ଉଠାଉଥିବାରୁ ତାହା ସମସ୍ୟା ହୋଇଛି । ବିଦେଶ ଯାତ୍ରା ପରେ ଓ ପୂବର୍ରୁ ଟେଷ୍ଟି ବି ହୋଇଥାଏ, ହେଲେ ଏହି ଟେଷ୍ଟିଂକୁ ବି କିଛି ଦେଶ ଧ୍ୟାନ ନଦେଇ ଭ୍ୟାକସିନେସନ୍ ଉପରେ ଅଧିକ ଧ୍ୟାନ ଦେଉଥିବା କହିଛନ୍ତି ଜୟଶଙ୍କର । ଏହା ଉପରେ ଏକ ସ୍ପଷ୍ଟ ନିଷ୍ପତ୍ତି ଆସିବା ଦରକାର । ଏନେଇ ବୈଠକରେ ଆଲୋଚନା କରାଯାଇଥିବା କହିଛନ୍ତି ଜୟ ଶଙ୍କର ।

ପୋଲିସ ହାତରେ କୋଟିଏ ଟଙ୍କାର ଗଞ୍ଜେଇ, ତିନି ଅଭିଯୁକ୍ତ

ରାୟଗଡା: ଚୋର ଘର ସବୁଦିନ ଅନ୍ଧାର ରୁହେନି  । ବେଧଡ଼କ ଗଞ୍ଜେଇ ଚୋରାଚାଲାଣର ପର୍ଦ୍ଦାଫାସ  । କୋଟିଏରୁ ଉର୍ଦ୍ଧ ଟଙ୍କାର ଗଞେଇ ଜବତ ହୋଇଛି  । ଏହା  ୩ ଜଣଙ୍କୁ  ଗିରଫ କରିଛି ପୋଲିସ । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ରବିଗୁଡା ଛକ ନିକଟରେ ଗଞେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ବେଳେ ମାଡି ବସିଲା ପୋଲିସ । ଏହି ଚଢାଉ ବେଳେ ୧୧ କ୍ବିଣ୍ଟାଲ ୮୦ କେଜି ଗଞେଇ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସର ସୂଚନା ମୁତବକ ଜବତ ଗଞେଇର ଆନୁମାନିକ ମୁଲ୍ୟ ୧ କୋଟିରୁ ଉର୍ଦ୍ଧ ହେବ । ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ଗିରଫ ବ୍ୟକ୍ତିମାନେ ହେଲେ ରାମନାଥ ଝିଣ୍ଡ୍ରିଗୁଡିକା, ପ୍ରଜା ଶ୍ରାମୂତିକା ଓ ଇଶା ଦୁର୍ବାକା । ଏହି କଳା ବ୍ୟାପାରରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ ।

ଜାତୀୟ ରାଜନୀତିରେ ପାଦ ଥାପିବ TMC, ମମତା ଏବଂ କିଶୋରଙ୍କ ମଧ୍ୟରେ ୩ ଘଣ୍ଟାଧରି ବୈଠକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଦଖଲ ପରେ ଏବେ ରାଷ୍ଟ୍ରୀୟ ରାଜନୀତି ଉପରେ ମମତାଙ୍କ ନଜର। ଏନେଇ ଜୋର ସୋରସେ ପସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ମମତା ବାନାର୍ଜୀ। ଏନେଇ ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର ଏବଂ ମମତାଙ୍କ ମଧ୍ୟରେ ଗତକାଲି ତିନି ଘଣ୍ଟା ଧରି ଆଲୋଚନା ମଧ୍ୟ ହୋଇସାରିଛି। ମମତାଙ୍କ ବାସ ଭବନରେ ଏହି ମିଟିଂ ହୋଇଥିବା ସୂଚନା ରହିଛି। ଏଥିରେ ରାଷ୍ଟ୍ରୀୟ ରାଜନୀତିରେ ପାଦ ଥାପିବା ପାଇଁ ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଏନେଇ ଆସନ୍ତା ସପ୍ତାହରେ ଟିଏମସିର ଜିଲ୍ଲା ସ୍ତରର ସଂଗଠନରେ ଅଧିକ ପରିବର୍ତ୍ତନ ଆଣିବାକୁ ସ୍ତିର କରାଯାଇଛି। ଜିଲ୍ଲା ସ୍ତରର ନେତାଙ୍କ ପାଖରେ ଗୋଟିଏ ହିଁ ପଦ ଦେବାକୁ ସ୍ଥିର କରିଛନ୍ତି ମମତା ସରକାର। ଦୁଇଟି ପଦ ଥିବା ନେତାଙ୍କ ଠାରୁ ଗୋଟିଏ ପଦ ରଖି ଅନ୍ୟ ପଦଟି ଅନ୍ୟ ନେତାକୁ ହସ୍ତାନ୍ତର କରାଯିବ। ତେବେ ସମସ୍ତ ଦିଗକୁ ନେଇ ମମତାଙ୍କ ଟିମ୍ ପକ୍ଷରୁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ବ୍ଲ୍ୟୁ ପ୍ରିଷ୍ଟର ରୋଡମ୍ୟାପ୍ ଚଳିତ ମାସ ଶେଷ ସୁଦ୍ଧା ସାର୍ବଜନିନ କରାଯିବ।

୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ନୂଆଦିଲ୍ଲୀ: ୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି। ସରକାରୀ ଚାରିରିଆଙ୍କର ଦୁଇରୁ ଊର୍ଦ୍ଧ୍ୱ ସନ୍ତାନ ରହିଥିଲେ ପଦୋନ୍ନତି ମିଳିବନି କି ନିର୍ବାଚନ ଲଢ଼ିବାକୁ ସୁଯୋଜ ଦିଆଯିବନି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପସ୍ତୁତ କରିଛନ୍ତି ଉତ୍ତରପ୍ରଦେଶ ସରକାର। ୨ରୁ ଅଧିକ ସନ୍ତାନ ଥିବା ପରିବାର ଅନେକ ସରକାରୀ ସୁବିଧାରୁ ବଞ୍ଚିତ ରହିବେ। ସରକାରୀ ଯୋଜନାର ମଧ୍ୟ ଲାଭ ମିଳିବ ନାହିଁ। ଆୟୋଗ ଡ୍ରାଫ୍ଟକୁ ସରକାରୀ ୱେବସାଇଟରେ ଅପଲୋଡ କରାଯାଇ ଆସନ୍ତା ୧୯ ତାରିଖ ମଧ୍ୟରେ ରାଜ୍ୟବାସୀ ଏହା ଉପରେ ମତ ରଖିବାକୁ କୁହାଯାଇଛି।

ଯୋଗୀ ସରକାର ଆସନ୍ତା ୧୧ ତାରିଖରେ ନୂଆ ଜନସଂଖ୍ୟା ନୀତି ଜାରି କରିବାକୁ ଯାଉଛନ୍ତି। ଚିଠା ପ୍ରସ୍ତାବ ଗ୍ରହଣ କରିଥିବା ରାଜ୍ୟ ବିଧି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ଆୟୋଗ ନିଜ ପ୍ରୟାସରେ ଏହି ବିଧେୟକ ପ୍ରସ୍ତୁତ କରିଛନ୍ତି। ୨ ସନ୍ତାନ ଥିବା ସରକାରୀ କର୍ମଚାରୀଙ୍କୁ ଆଡିସନାଲ ଇନକ୍ରିମେଣ୍ଟ ଦିଆଯିବା ସହ ଘର ବା ଜାଗା କିଣାରେ ରିହାତି ମିଳିବ।

ଏହାସହ ଇପିଏଫ୍ ୩ପ୍ରତିଶତ ବୃଦ୍ଧି କରାଯିବ। ଏହାଛଡ଼ା ଗୋଟିଏ ସନ୍ତାନ କରୁଥିବା ଦମ୍ପତିଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ମାଗଣା ଚିକିତ୍ସା ସୁବିଧା ସହ ୨୦ବର୍ଷ ପର୍ଯ୍ୟନ୍ତ ବୀମା, ସିଙ୍ଗଲ ଚାଇଲ୍ଡଙ୍କୁ ସ୍କୁଲରେ ଆଡମିସନ ପାଇଁ ପ୍ରାଥମିକତା ଦିଆଯିବ।

ସୁରକ୍ଷାକର୍ମୀ ଓ ନକ୍ସଲ ଗୁଳିବିନିମୟ: ଆହତ ଯବାନଙ୍କୁ ହେଲିକପ୍ଟରରେ ଆଣିଲେ ଅଭୟ

ଭୁବନେଶ୍ୱର: ମୁଖିଆ ହେବ ତ ଏମିତି  । ସାହାସ ଏବଂ ସହାନୁଭୂତିକୁ ନେଇ ଏବେ ଚର୍ଚ୍ଚା  । ନିଜ ସିପାହୀଙ୍କ ସୁରକ୍ଷା ପାଇଁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଲେ  । ଏବଂ ହଠାତ ଘଟଣାସ୍ଥଳରେ ପହଁଚିଯାଇଥିଲେ  ।  ଆଜି ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ ହୋଇଛନ୍ତି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳିବିନିମୟ ଚାଲିଥିବାବେଳେ ଖବର ପାଇଲେ ପୋଲିସ ଡିଜିପି ଅଭୟ  । ଭିନ୍ନ କାର୍ଯ୍ୟକ୍ରମ ଥିବା ସ୍ୱତେ ମଧ୍ୟ ସମସ୍ତ ଗସ୍ତକୁ ବାତିଲ କରିଥିଲେ  । ଏବଂ ଅବିଳମ୍ବେ ଆହତ ଯବାନଙ୍କୁ ନିଜ ହେଲିକପ୍ଟରରେ ଉଦ୍ଧାର କରି ଭୁନେଶ୍ୱର ନେଇ ଆଣିଥିଲେ  ।

ସୂଚନା ମୁତାବକ ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏହି ଗୁଳିବିନିମୟ ବେଳେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ପ୍ରସ୍ତୁତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସେପଟେ ହେଲିକପଟର ଲ୍ୟାଣ୍ଡ କଲାପରେ ଯବାନଙ୍କୁ AIIMS କୁ ନିଆଯାଇଛି। ପୋଲିସ ଡିଜି ମାଲକାନଗିରି ଗସ୍ତ କରୁଥିଲେ । କିନ୍ତୁ ଯବାନଙ୍କ ଆହତ ଖବର ଶୁଣି ମାଲକାନଗିରି ଗସ୍ତ ବାତିଲ କରି ଦୁଇ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଆଣି ଭୁବନେଶ୍ବର ଆସିଥିଲେ ।

ଆଇଜି ଅପରେସନ ଅମିତାଭ ଠାକୁରଙ୍କ ନେତୃତ୍ବରେ ଚାଲିଛି କମ୍ବିଂ ଅପରେସନ । ବୌଦ୍ଧ ଉମା ପଞ୍ଚାୟତ ସମାଦାଙ୍ଗି-ନଦେନ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୧୦୦ରୁ ଅଧିକ ମାଓବାଦୀ ଡେରା ପକାଇଥିଲେ । ଖବର ପାଇ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥଲେ । ଏହି ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲା । ଦୀର୍ଘ ୮ଘଣ୍ଟା ଧରି ଚାଲିଛି ପୋଲିସର କୁମ୍ବିଂ ଅପରେସନ୍ । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏଠାରେ କେକେବିଏନ ମାଓ ସଙ୍ଗଠନ ସକ୍ରିୟ ରହିଛି ।

ସେପଟେ ଭୁବନେଶ୍ୱରରେ ପହଁଚିବା ପରେ ଡିଜିପି ଅଭୟ ସାମ୍ବାଦିକଙ୍କ ସାମ୍ନାରେ ପ୍ରତିକ୍ରିୟା ରଖି ହେଲିକ୍ପଟର ପାଇଲଟଙ୍କୁ ଧନ୍ୟବାଦ ଜଣାଇଥିଲେ  । ଯେଉଁ ସ୍ଥାନରେ ହେଲିକ୍ପଟର ଲ୍ୟାଣ୍ଡ କରିବା ଅସମ୍ଭବ ତାହାକୁ ସମ୍ଭବ କରି ଦେଖାଇଥିଲେ ପାଇଲଟ ପଣ୍ଡିତ  । ପାଇଲଟଙ୍କ ପାଇଁ ନକ୍ସଲଙ୍କ ଆକ୍ରମଣରେ ଆହତ ହୋଇଥିବା ଦୁଇ ଯବାନଙ୍କୁ ଯଥା ଶୀଘ୍ର ଭୁବନେଶ୍ୱର ଅଣା ଯାଇପାରିଲା ବୋଲି ସୂଚନା ଦେଇଥିଲେ ଅଭଯ  । ସବୁଠୁ ବଡ଼ କଥା ହେଉଛି ଏହି ଆହତ ଯବାନଙ୍କ ସାଥିରେ ନିଜେ ଡିଜିପି ଅଭୟ ରହିଥିଲେ  । ତାଙ୍କୁ ଭୁବନେଶ୍ୱର ଏମସରେ ଚିକିତ୍ସା କରାଇବା ପର୍ଯ୍ୟନ୍ତ ମଧ୍ୟ ସେ ପ୍ରୟାସରତ ରହିଥିଲେ  । ଯେଉଁଥିପାଇଁ ଏବେ ଶୁଣିବାକୁ ମିଳୁଛି, ମୁଖିଆ ହେବ ତ ଏମିତି…

 

 

ବର୍ଷକର ହିସାବ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ବର୍ଷକର ହିସାବ ଦେଲେ ସାଂସଦ। ବିଜେଡି ସାଂସଦ ଅମର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ବର୍ଷକର ରିପୋର୍ଟ କାର୍ଡ ବଖାଣିଛନ୍ତି। ୨୦୧୯ ଜୁଲାଇ ୪ରୁ ବିଜେଡି ସାଂସଦ ଭାବେ ଶପଥ ଗ୍ରହଣ କରିବା ପରଠୁ ଆଜି ପର୍ଯ୍ୟନ୍ତ ସେ ତାଙ୍କର ଅନୁଭୂତି ଓ କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି। ଗତବର୍ଷ କୋରନା ମହାମାରୀରେ ପ୍ରବାସୀ ଶ୍ରମିକ ମାନଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଯୋଗଦାନ କରିଥିଲେ ବୋଲି କହିଛନ୍ତି ଅମର। ୨୦୨୧ ଜୁଲାଇ ୩ ତାରିଖରେ ସାଂସଦଙ୍କ ଦୁଇ ବର୍ଷ ପୂର୍ତ୍ତି ଥିଲା। ଚଳିତ ବର୍ଷର ଏପ୍ରିଲ ୧୫ ରୁ ଜୁନ ୧୫ ଭିତରେ କୋଭିଡ ରୋଗୀଙ୍କ ସେବା ଓ ଚିକିତ୍ସା ନେଇ କରିଥିବା ଉଦ୍ୟମକୁ ରିପୋର୍ଟ କାର୍ଡ ଜରିଆରେ ସେ ଜଣାଇଛନ୍ତି।

ସାଂସଦ ଏହି ଅବସରରେ ଗୋଟିଏ ପୁସ୍ତିକା ପ୍ରକାଶ କରି କହିଛନ୍ତି ସଂସଦରେ ଓଡ଼ିଶାର ସ୍ୱାର୍ଥ ପାଇଁ ସେ ଅନେକ ଦାବି ଇଉଠାଇଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଅନୁଦାନ, ୨୦୧୮-୧୯ ବର୍ଷର ୪୫୬ କୋଟି ଟଙ୍କାର ଜିଏସଟି ବକେୟା ତାଙ୍କ ଉଦ୍ୟମ ଯୋଗୁ କେନ୍ଦ୍ର ସରକାର ଦେଇଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ସେହିପରି ଧାନ କିଣା ବାବଦ ଅର୍ଥ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରିଥିଲେ। ତାଙ୍କ ଉଦ୍ୟମରେ ୨୮୫ କୋଟି ଟଙ୍କା କେନ୍ଦ୍ର ସରକାର ରାଜ୍ୟକୁ ଦେଇଛନ୍ତି। ଏହି ବର୍ଷକ ଭିତରେ ୨୬୫ ଟି ବିତର୍କରେ ସେ ଭାଗ ନେଇଛନ୍ତି।

ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବି ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସେ ଦାବି ଉପସ୍ଥାପନ କରିଛନ୍ତି। ତିନିଟି କୃଷି ବିଲକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ସେ ଦୃଢ଼ ଦାବି ରଖିଥିଲେ। ବୟନ ଶିଳ୍ପ କ୍ଷେତ୍ରରେ ବୁଣାକାର ମାନଙ୍କ ସମସ୍ୟା ନେଇ ସେ ସଂସଦରେ ଦାବି ଉପସ୍ଥାପନ କରିଥିଲେ ବୋଲି କହିଛନ୍ତି। ରାଜ୍ୟର ଉପଲବ୍ଧି ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ୧୫୦ଟି ଆର୍ଟିକିଲ ଲେଖିଥିଲେ। ଆସନ୍ତା ଦିନରେ ଏହାକୁ ନେଇ ଏକ ସଙ୍କଳନ ପ୍ରକାଶ ପାଇବ। ଓଡ଼ିଶାକୁ ବିଶ୍ଵ ଦରବାରରେ ଭାରତ ମାନଚିତ୍ରରେ କିପରି ଏକ ସ୍ୱତନ୍ତ୍ର ପରିଚୟ ପାଇବ ସେ ନେଇ ସେ ଉଦ୍ୟମ କରିବେ ବୋଲି କହିଛନ୍ତି।

ଚେକିଂ ବେଳେ କଳ୍ପନା ଛକରେ ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢ଼ାଇ ଦେଲା ମଦ୍ୟପ ଚାଳକ

ଭୁବନେଶ୍ୱର: ସଟ୍‌ଡାଉନରେ କାରୋନା ଚେକିଂ ବେଳେ ଅଘଟଣ। ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢାଇ ଦେଲା ମଦ୍ୟପ ଚାଳକ। କଳ୍ପନା ଛକରେ ଚେକିଂ ବେଳେ ଅଟୋ ମାଡ଼ିଯିବାରୁ ହାବିଲଦାର ରଞ୍ଜନ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଆହତ ହାବିଲଦାର।

ତେବେ ରାଜଧାନୀରେ ଏକେ ଟ୍ରାଫିକ୍‌ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। କରୋନା କଟକଣା ମଧ୍ୟରେ ଅଟୋ ନ ଚଳାଇଲେ ଫାଇନ୍‌ ମଧ୍ୟ କଟାଯାଉଛି। ମଦ୍ୟପ ଚାଳକ ଚେକିଂ ସମୟରେ କଟକଣା ଭାଙ୍ଗିବାରୁ ତାଙ୍କୁ ହାବିଲଦାର ଜଣକ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚାଳକ ଜଣକ ବିକଳରେ ଯିବାକୁ ଚେଷ୍ଟା କରୁଥିବା ବେଳେ ହାବିଲଦାରଙ୍କ ଉପରେ ଅଟୋକୁ ଚଢ଼ାଇଦେଇଥିଲେ।