ମୋଦି- ପୁଟିନଙ୍କ ଆଲୋଚନା, ଆଫଗାନିସ୍ତାନ ସଙ୍କଟକୁ ନେଇ ୪୫ ମିନିଟ୍ ବାର୍ତ୍ତାଳପ

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କ ବେଳେ ଦୁଇ ବିଶ୍ୱ ନେତାଙ୍କ ଆଲୋଚନା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ହୋଇଛି  । ଦୀର୍ଘ ସମୟ ଧରି ଆଫଗାନିସ୍ତାନ ଘଟଣାକୁ ନେଇ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ମୋଦି- ପୁଟିନ  । ମିଳିଥିବା ସୂଚନା ମୁତାବକ  ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନଟ ଧରି ଆଲୋଚନା ହୋଇଥିଲା । ଆଫଗାନିସ୍ତାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯିବ ତାହା ହିଁ ଆଲୋଚନାର ମୁଖ୍ୟ ଉଦେଶ୍ୟ ଥିବା ଜଣାପଡିଛି   ।

ଏପଟେ ଏଭଳି ସମୟରେ ଦୁଇ ନେତାଙ୍କ ଆଲୋଚନା, ଯେଉଁ ସମୟରେ ଆଫଗାନିସ୍ତାନରେ ତାଲିବାନୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ଅନ୍ୟପେଟେ ଜି ୭ ଦେଶର ବୈଠକ ବସିବାକୁି ଯାଉଥିବାବେଳେ ଋଷ ଏବଂ ଭାରତ ନେତାଙ୍କ ଆଲୋଚନା ଆହୁରି ଘଟଣାକୁ ଖୋରାକ ଯୋଗାଉଛି  । ସେହପିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମାର୍କେଲାଙ୍କ ସହ ମଧ୍ୟ ସୋମବାର କତା ହୋଇଥିଲେ  ।

ଆଫଗାନିସ୍ତାନରେ ଫସିଥିବା ନାଗରିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ସେଠାରେ ଶାନ୍ତି ଫେରାଇବା ଦିଗରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିବା ଜଣାପଡିଛି  । ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏବିଷୟରେ ସୂଚନା ଦେଇଥିଲେ  । ଏଞ୍ଜେଲା ମାର୍କେଲଙ୍କ ସହ କଥା ହେବା ସହ ପଡୋଶୀ ଆଫଗାନିସ୍ତାନର ସ୍ଥିତି, ସେଠାକାର ବାତାବରଣ, ନିର୍ଯାତନା ଏବଂ ସର୍ବୋପରି ଅନେକ ରାଷ୍ଟ୍ରର ଲୋକଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି  ।

ଗୋଟେପଟେ ଅରାଜକତା ଭାବେ ଆଫଗାନିସ୍ତାନକୁ ତାଲିବାନ ନିଜ କବ୍ଜାକୁ ନେଇସାରିଛି  । ଦେଶର କାଷ୍ଟ୍ରପତି ପ୍ରାଣ ଭୟରେ ଅନ୍ୟ ରାଷ୍ଟ୍ରରେ ସହବସ୍ଥାନ କରୁଛନ୍ତି  । ସେପଟେ ସାଧାରଣ ଲୋକଙ୍କୁ ଯେପରି ତାଲିବାନୀ ମାନେ କ୍ରୁର ଶାସନ କରୁଛନ୍ତି ତାହା ସାଧାରଣରେ ପ୍ରକାଶ ପାଉଛି  । ଏପରି ସ୍ଥିତିରେ ଜି ୭ ନେତାଙ୍କ ବୈଠକ ବସିବାକୁ ଯାଉଛି  । ପ୍ରମୁଖତଃ ଆଫଗାନିସ୍ତାନରେ ତାଲିବାନୀ ଶାସନକୁ ରୋକ ଲଗାଇବା ନେଇ ଜି ୭ ନେତା ମାନେ ମତ ପ୍ରକାଶ କରିବେ ବୋଲି ସୂଚନା ମିଳୁଛି  । ତେବେ ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଗୁରୁତ୍ୱ ବହନ କରେ  ।

Leave a Reply