ସିମେଣ୍ଟ ବସ୍ତାରୁ ପ୍ରସ୍ତୁତ କରୁଛନ୍ତି ଜରି ବ୍ୟାଗ୍‌: ରୋଜଗାରକ୍ଷମ ହୋଇପାରିଛନ୍ତି ଏସ୍ଏଚ୍‌ଜି ମହିଳା

ବାଲିପାଟଣା:  ସିମେଣ୍ଟ ବସ୍ତାରୁ ଜରି ବ୍ୟାଗ୍‌ ପ୍ରସ୍ତୁତ କରି ସ୍ୱାବଲମ୍ୱୀ ହେଉଛନ୍ତି ମହିଳା । ନିଜସ୍ୱ ମେସିନ୍ ବସାଇ ଭଳିକି ଭଳି ବ୍ୟାଗ୍ ତିଆରି କରୁଛନ୍ତି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଏସଏଚଜି ମହିଳା । ପ୍ରତି ବ୍ୟାଗ୍‌କୁ ୧୦ରୁ ୫୦ ଟଙ୍କାରେ ବିକ୍ରି କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଉଛନ୍ତି ।

ବ୍ୟାଗ୍‌ରେ ରୂପାନ୍ତର ହେଉଛି ଅଦରକାରୀ ଜରି ବସ୍ତା । ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି ସ୍ୱଂୟ ସହାୟକ ମହିଳା । ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲାଗୁଛି ବ୍ୟାଗ୍ । ପରିବେଶ ପ୍ରଦୂଷଣ ମଧ୍ୟ ଦୂର ହେଉଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ୍ ହୀରାପୁର ଗାଁରେ ପ୍ରସ୍ତୁତ ହେଉଛି ଏହି ବ୍ୟାଗ୍ । ଅଦରକାରୀ ସିମେଣ୍ଟ ଜରିକୁ ସଂଗ୍ରହ କରି ସଂୟ ସହାୟକ ଗୋଷ୍ଠୀ ମହିଳାମାନେ ଭଳିକି ଭଳି ଘରକରଣା ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି । ଆଉ ଏହାକୁ ବିକ୍ରି ସ୍ୱାବଲମ୍ୱୀ ହେଉଛନ୍ତି ।

ହୀରାପୁର ଗାଁର ଅଧିକାଂଶ ଏସଏଚଜି ମହିଳା ଏହି ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି । ଦିନକୁ ଦେଢ ଶହରୁ ଅଧିକ ଏହି ବ୍ୟାଗ୍ ତିଆରି କରିବା ସହ ଏହାକୁ ୧୦ଟଙ୍କାରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି । ହାତ ତିଆରି ବ୍ୟାଗ୍ ଚାହିଦା ସ୍ଥାନୀୟ ଅଞ୍ଚଳରେ ବେଶ ରହିଥିବା ବେଳେ ମହିଳାମାନେ ଦୁଇ ପଇସା ଭଲ ରୋଜଗାର କରୁଛନ୍ତି । ଘର କାମ କରିବା ସାଙ୍ଗକୁ ଫୁରସତ୍ ମିଳିଲେ ମହିଳାମାନେ ଜରି ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି । ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଉଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅଫ୍‌ଲାଇନ୍ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ: ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

Leave a Reply