ଅଫ୍‌ଲାଇନ୍ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ: ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

1 min read

କଟକ: ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶିତ । କରୋନା କାରଣରୁ ପରୀକ୍ଷା ହୋଇପାରନଥିବା ବେଳେ ବିକଳ୍ପ ପଦ୍ଧତିରେ ମୂଲ୍ୟାଙ୍କନ କରାଯାଇଥିଲା । ତେବେ ଏଥିରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅଫ୍‌ଲାଇନ୍ ମାଧ୍ୟମରେ ପୁଣି ପରୀକ୍ଷା ଦେଇଥିଲେ । ପାଖାପାଖି ୧୫ ହଜାରରୁ ଊର୍ଦ୍ଧ୍ୱ ପିଲା ପରୀକ୍ଷା ଦେଇଥିବା ବେଳେ ୫ହଜାର ୨୩୩ ଜଣ ପିଲା ପାସ୍ କରିଛନ୍ତି । ମୋଟ ପାସ୍ ହାର ୮୦.୮୩ ପ୍ରତିଶତ ପାସ୍ । ୧୪୬ ଜଣଙ୍କ ଫର୍ମ ନାକଚ ହୋଥିଲା । ୧୦୮୬ ଜଣ ଅନୁପସ୍ଥିତ ରହିଥିବା ବେଳେ  ୧୪ଜଣ ମାଲ୍ ପ୍ରାକ୍ଟିସ୍ ବେଳେ ଧରାପଡ଼ିଛନ୍ତି । ତେବେ ମୋଟ ୩ହଜାର ୧୦୦ ପାସ୍ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏ-୧ରେ ୪୨,ଏ- ୨ ୨୫୫ଜଣ, ବି-୧ରେ ୩୪୮ ଜଣ, ବି- ୨ରେ ୪୫୮, ସି’ରେ ୫୯୯ ଜଣ, ଡି ଗ୍ରେଡ୍‌ରେ ୮୪୬ଜଣ,  ଇ ଗ୍ରେଡ୍‌ରେ ୨୬୮୫ ଜଣ ପାସ୍ କରିଛନ୍ତି ତେବେ ୧୪୮ ଜଣ ଫେଲ୍ ହୋଇଛନ୍ତି ।

ସେହିଭଳି ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ମୋଟ ୭୪.୩ ଜଣ ପାସ୍ କରିଥିବା ବେଳେ ମଧ୍ୟମା ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ ରହିଛି । ଷ୍ଟେଟ୍‌ ଓପ୍‌ନ ସ୍କୁଲ୍‌ ଅଫ୍‌ଲାଇନ୍‌ ପରୀକ୍ଷା ୮୪୯୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ। ସେମାନଙ୍କ ଭିତରୁ ୧୩୩୮୧ ଅନୁପସ୍ଥିତ ରହିଥିଲେ। କପି କରି ୧୯ ଜଣ ଧରା ପଡ଼ିଥିଲେ। ୬୩୦୯ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୭୪.୩ % ରହିଛି। ଏ-୧ରେ କୌଣସି ପିଲା ପାସ୍‌ କରିନାହାନ୍ତି।ଏ ୨ରେ ୧୭, ବି-୧ରେ ୧୯୪, ବି-୨ରେ ୩୪୭, ସି-୮୧୬, ଡି-୧୪୨୫, ଇ-୩୫୧୦ ଜଣ ପାସ୍‌ କରିଛନ୍ତି। ଫେଲ୍‌ ହୋଇଛନ୍ତି ୩୨୮ ଛାତ୍ରଛାତ୍ରୀ । ୫୨ ଜଣ ପିଲା ୫ଟି ବିଷୟରେ ପରୀକ୍ଷା ଦେଇନଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି ।  ତେବେ ବିକଳ୍ପ ପଦ୍ଧତିରେ ମୂଲ୍ୟାଙ୍କନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପୂର୍ବାପେକ୍ଷା ୪୫୯ ଜଣ ଛାତ୍ରଛାତ୍ରୀ କମ୍ ନମ୍ୱର ରଖିଛନ୍ତି । ସେହିଭଳି ୨୭୧ ଜଣ ଛାତ୍ରଛାତ୍ରୀ ପୂୂର୍ବାପେକ୍ଷା ଅଧିକ ନମ୍ୱର ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର

Leave a Reply