spot_img
Home Blog Page 5427

ଜନ୍ମବେଦୀକୁ ବିଜେ ହେଲେ ଚତୁର୍ଦ୍ଧା ମୂରତି, ଭକ୍ତଶୂନ୍ୟ ଶରଧାବାଲି

ପୁରୀ: ଜନ୍ମବେଦୀକୁ ବିଜେ ହେଲେ ଚତୁର୍ଦ୍ଧା ମୂରତି । ସମସ୍ତ ରୀତିନୀତି ଅନୁସାରେ ପ୍ରଥମେ ଆଡ଼ପ ମଣ୍ଡପକୁ ଆସିଥିଲେ ଚକ୍ରରାଜ ଶ୍ରୀସୁଦର୍ଶନ । ପରେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଡ଼ପ ମଣ୍ଡପରେ ବିଜେ କରିଥିଲେ । ଏହା ପରେ ଗୋଟି ପହଣ୍ଡିରେ ବିଜେ କରିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ । ରଥରୁ ଆଡ଼ପ ମଣ୍ଡପକୁ ଶ୍ରୀଜିଉଙ୍କୁ ବିଜେ କରାଯାଇଛି ।

ଭକ୍ତଶୂନ୍ୟ ଥିଲା ଶରଧାବାଲି । ଯେମିତି ଭକ୍ତଙ୍କୁ ଖୋଜୁଥିଲେ ରଥାରୂଢ଼ ଭାବଗ୍ରାହୀ। ରଥ ଉପରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ଅପରାହ୍ନରେ ଆରମ୍ଭ ହୋଇଥିଲା ଜନ୍ମବେଦୀ – ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପକୁ ବିଜେ ନୀତି। ଆସନ୍ତାକାଲିଠାରୁ ଆଡ଼ପ ଅବଢ଼ା ବାହାରିବ । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଆଡ଼ପ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ହକି ଲିଜେଣ୍ଟ ଦିଲ୍ଲୀପ ତିର୍କିଙ୍କ ପୁଅ କ୍ରିକେଟ୍ ଫ୍ୟାନ୍

ନନ୍ଦିଘୋଷ ବ୍ୟୁରୋ: ହକି ଲିଜେଣ୍ଟ ଦିଲ୍ଲୀପ ତିର୍କିଙ୍କ ପୁଅ କ୍ରିକେଟ୍ ଫ୍ୟାନ୍। ବାପା ହକି ଷ୍ଟିକ୍ ଧରୁଥିବା ବେଳେ ପୁଅ ଜୟସ ଧରୁଛନ୍ତି କ୍ରିକେଟ୍ ବ୍ୟାଟ୍ । ବାପା ଦିଲ୍ଲିପ ତିର୍କିଙ୍କ ଫ୍ୟନ୍ ସାରା ବିଶ୍ୱ ଥିବା ବେଳେ ପୁଅ ଜୟସ କିନ୍ତୁ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର,ଧୋନୀ ଓ ବିରାଟ କୋହଲିଙ୍କ ଫ୍ୟାନ । ସେପଟେ ମହାନ ହକି ଖେଳାଳି ଦିଲ୍ଲୀପଙ୍କୁ, ପୁଅର ପାସନ ଓ ଖୁସି ଏବେ ଦିନର ଦୁଇ ବେଳା କ୍ରିକେଟ ପଡିଆକୁ ଟାଣି ନେଉଛି । ହକି ଲିଜେଣ୍ଟ ଦିଲ୍ଲୀପ ତିର୍କିଙ୍କ ପୁଅ ଏବେ କ୍ରିକେଟ୍ ଫ୍ୟାନ୍। ବାପା ଦିଲ୍ଲୀପ ତିର୍କି ଆକର୍ଷଣୀୟ ହକି ଖେଳି ସାରା ବିଶ୍ୱର ଜଣେ ଲୋକପ୍ରିୟ ହକି ଖେଳାଳି ଭାବ ପରଚୟ ସୃଷ୍ଟିକରିଥିବା ବେଳେ ପୁଅ କିନ୍ତୁ ଧରିଛନ୍ତି କ୍ରିକେଟ୍ ବ୍ୟାଟ୍ ।

ସେପଟେ ବାପା ଦିଲ୍ଲିପ ତିର୍କିଙ୍କ ଫ୍ୟନ୍ ସାରା ବିଶ୍ୱ ଥିବା ବେଳେ ପଅ କିନ୍ତୁ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପ୍ୟାନ୍। ସଚିନଙ୍କ ବ୍ୟତିତ ଧୋନୀ ଓ ବିରଟ କୋହଲିଙ୍କ ବ୍ୟାଟିଂ ମଧ୍ୟ ତାଙ୍କୁ ବେଶ୍ ପ୍ରଭାବିତ କରିଥିବ କହିଛନ୍ତି କୁନି କ୍ରିକେଟର ତଥା ଦିଲ୍ଲୀପ ତିର୍କିଙ୍କ ପୁଅ ଜୟସ ତିର୍କି। ହକି ଅପେକ୍ଷା କ୍ରିକେଟ୍ ତାଙ୍କୁ ଅଧିକ ଆକର୍ଷିତ କରିଥିବ କହିଛନ୍ତି ଜୟସ। ସେ ଜଣେ ଲେଫ୍ଟି ବ୍ୟାଟ୍ସମ୍ୟାନ।ପ୍ରଗତି ସ୍ପୋର୍ଟିଂ ଓ ଇଣ୍ଡୋର କ୍ରିକଟ୍ ହଲ ଗାଡକଣରେ ଏବେ ଜୟସ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି । କ୍ରିକେଟର ଏବିସିଡି ସିଖୁଥିବା ପିଅ ଜୟସଙ୍କର ଇଛା ଜଣେ ଭଲ ବ୍ୟାଟ୍ସମ୍ୟାନ୍ ହେବା।

ପୁଅର ପାସନ୍ ପାଇଁ ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କୀଙ୍କୁ ଏବେ ହକି ପଡ଼ିଆ ନୁହେଁ କ୍ରିକେଟ୍ ପଡ଼ିଆରେ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ପୁଅକୁ ଧରି କ୍ରିକେଟ ପଡ଼ିଆରେ ପହଞ୍ଚି ଯାଉଛନ୍ତି ଦିଲ୍ଲୀପ। ପୁଅର ପାସନ ଓ ଖୁସି, ବାପ ଦିଲ୍ଲିପଙ୍କୁ ପ୍ରତିଦିନ କ୍ରିକେଟ୍ ପଡ଼ିଆକୁ ଯିବାକୁ ବାଧ୍ୟ କରୁଛି। ପୁଅ ଜୟସର ସ୍ୱପ୍ନ ଦିନେ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇବେ। ପୁଅର ସ୍ୱପ୍ନ ପୂରଣ କରିବା ପାଇଁ ବାପା ଦିଲ୍ଲିପ ତିର୍କ୍କି ଅଣ୍ଟା ଭିଡିଛନ୍ତି। ବର୍ତ୍ତମାନ ଜୟସ ୧୧୦ ଓ ୧୨୦ ସ୍ପିଡର ବୋଲିଂ ମେସିନରୁ ଆସୁଥିବା ବଲକୁ ଖେଳୁଛନ୍ତି। କୋଚ ସୌମେନ ଓ ରଣଜୀ ତାରକା ବିବିସିସି ମହାପାତ୍ର ନିକଟରେ ଜୟସ ଏବେ କୋଚିଂ ନେଉଛନ୍ତି। କୋଚଙ୍କ ମତରେ ଜୟସର ଇଛାଶକ୍ତି ବହୁତ ଅଧିକ ଜହା ସିଖାଯାଉଛି ସହଜରେ ସେ ଗ୍ରେହଣ କରିନେଉଛନ୍ତି ।

ଚଳିତ ବର୍ଷ ବି କାଉଡ଼ିଆଙ୍କୁ ବୋଲବମ୍ ମନା, କୋଭିଡ ପାଇଁ ରୋକ୍ ଲଗାଇଲେ ସରକାର

ଭୁବନେଶ୍ୱର: ଚଳିତ ବର୍ଷ ବି କାଉଡ଼ିଆଙ୍କୁ ବୋଲବମ୍ ମନା । କରୋନା କଟକଣା ପାଇଁ ରୋକ୍ ଲଗାଇଲେ ସରକାର । ବୋଲବମ୍ ନଯିବାକୁ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଶ୍ରାବଣ ମାସରେ ବିଭିନ୍ନ ଶୈବପୀଠକୁ କାଉଡିଆ ମାନେ ବୋଲବମ୍‌ ଯାତ୍ରା କରିଥାନ୍ତି । କିନ୍ତୁ କରୋନା କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ବି ଏଭଳି ସମାଗମକୁ ମନା କରାଯାଇଛି ।

କୋଭିଡର ପ୍ରଥମ ଲହର ବେଳେ ସରକାର କଟକଣା ଲଗାଇଥିଲେ  । ଦ୍ୱିତୀୟ ଲହର ଅନ୍ତିମ ପର୍ଯ୍ୟାୟ ଏବଂ ତୃତୀୟ ଲହର ଆସୁଥିବାବେଳେ ସରକାର ପୁନର୍ବାର କଟକଣା ଲଗାଇବାକୁ ନିଷ୍ପତି ନେଇଛନ୍ତି  । ଚଳିତବର୍ଷ ରଥଯାତ୍ରାକୁ କଟକଣା ଭିତରେ ସରକାର ସମାପନ କରିବାକୁ ନିଷ୍ପତି ନେଇଛନ୍ତି  । ଯେଉଁଥିପାଇଁ ଗୁଣ୍ଡିଚାଯାତ୍ରାରେ ପୁରୀ ବାସୀଙ୍କୁ ମଧ୍ୟ ଦର୍ଶନରୁ ବାଦ ଦିଆଯାଇଛି  ।

ତେଣୁ ଏଭଳି ସ୍ଥିତିରେ ବୋଲବମକୁ ଅନୁମତି ଦେଲେ ସଂକ୍ରମଣ ବଢିବାର ଆଶଙ୍କା ରଖିଛନ୍ତି ସରକାର  । ଯେଉଁଥିପାଇଁ ଚଳିତବର୍ଷର କଟକଣା ଉପରେ ରୋକ ଲଗାଯାଇଛି  । କୌଣସି ମଧ୍ୟ ଶୈବ ପୀଠରେ ଜଳଲାଗି ହେବ ନାହିଁ କିମ୍ବା କାଉଡ଼ିଆ ମାନେ କୌଣସି ଶୈବ ପୀଠକୁ ଜଳଲାଗି ପାଇଁ ଅନୁମତି ପାଇବେ ନାହିଁ ବୋଲି  ସ୍ପଷ୍ଟ ଭାବେ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର  ।

ସୋସିଆଲ ମିଡିଆରେ ବିଧାୟିକାକୁ ଅଶ୍ଳୀଳ ଭାଷା, ଗିରଫ ହେଲେ ଦୁଇ ଯୁବକ

ଗଞ୍ଜାମ:  ଚିକିଟି ବିଧାୟିକାଙ୍କୁ ନେଇ ସାମାଜିକ ଗଣମାଧ୍ୟମ ରେ ଅଶ୍ଳୀଳ ମେସେଜ ଲେଖିବା ମହଙ୍ଗା ପଡିଲା  । ସୋସିଆଲ ମିଡିଆରେ ବିଧାୟକଙ୍କ ପ୍ରତି ଅସମ୍ମାନ ବୋଧକ ଶବ୍ଦ ବ୍ୟବହାର କରିବା ସହ ଅଶୀଳ୍ପ ଭାଷା ମଧ୍ୟ ଲେଖିଥିବା ଦୃଷ୍ଟିଗୋଚର ହୋଇଛି  । ସେପଟେ ଜଣେ ସମ୍ମାନସ୍ପଦ ଲୋକଙ୍କ ପ୍ରତି ଏଭଳି ଦୁର୍ବବ୍ୟହାର ଗ୍ରହଣୀୟ ହୋଇନଥିବା ନେଇ ସାମାଜିକ କର୍ମୀ ସୁରେନ୍ଦ୍ର ପାଣିଗ୍ରାହୀ ଥାନାରେ ଏତଲା ଦେଇଥିଲେ  ।

ସୁରେନ୍ଦ୍ରଙ୍କ ଅଭିଯୋଗ ପରେ ପୋଲିସ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି  । ଏହି ମାମଲାରେ ଦୁଇ ଜଣଙ୍କୁ  ଗିରଫ କରିଛି ପୋଲିସ  । ସୂଚନା ମୁତାବକ  ଅଭିଯୁକ୍ତ ଦ୍ୱୟ ହେଉଛନ୍ତି  ଜରଡା ଥାନା ଗୋଠଗାଁ ର ରଞ୍ଜନ କୁମାର ପ୍ରଧାନ,ସୁମାଣ୍ଡି ଗାଁ ର ବାଦଲ ପ୍ରଧାନ।

 

ମୁଖ୍ୟମନ୍ତ୍ରୀଙ୍କ ପରେ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ ନେବାକୁଥିବା କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି । ଏହି କ୍ରମରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଓଡ଼ିଆ ଦୌଡ଼ ରାଣୀ ତଥା ଭାରତୀୟ ସ୍ପ୍ରିଣ୍ଟର ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଦୂତୀଙ୍କ ସମେତ ତୀରନ୍ଦାଜ ଦୀପିକା କୁମାରୀ, ପ୍ରବୀଣ ଯାଦବ, ଜାଭେଲିନ୍ ତାରକା ନୀରଜ ଚୋପ୍ରା, ମୁଷ୍ଠିଯୋଦ୍ଧା ଆଶିଷ କୁମାରଙ୍କ ସହ ମଧ୍ୟ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି  ।

ଦୂତୀ ଚାନ୍ଦ ଅଲିମ୍ପିକରେ ୧୦୦ ଏବଂ ୨୦୦ ମିଟର ଦୌଡରେ ଦେଶର ପ୍ରତିନିଧିତ୍ୱ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ ଚାନ୍ଦ ରାଙ୍କକୁ ଆସିବାବେଳେ ସମ୍ମୁଖୀନ ହୋଇଥିବା କଠିନ ଆହ୍ୱାନ ବିଷୟରେ କହିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ, ସାରା ଦେଶ ତାଙ୍କୁ ଟୋକିଓରେ ପୋଡିୟମ ଶେଷ କରୁଥିବାର ଦେଖିବାକୁ ଚାହୁଁଛି ।

ନିକଟରେ ଦୂତୀ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ୪ର ୧୦୦ ମିଟର ଇଭେଣ୍ଟକୁ ୧୧.୧୭ ସେକେଣ୍ଡ ଅତିକ୍ରମ କରି ନିଜର ପୂର୍ବ ରେକର୍ଡକୁ କାଟିଦେଇଥିଲେ । ସେ ମାତ୍ର ୦.୦୨ ସେକେଣ୍ଡ ପାଇଁ ସେ ଅଳ୍ପକେ ସିଧାସଳଖ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିପାରିନଥିଲେ । ତେବେ ନିଜର ବିଶ୍ୱ ମାନ୍ୟତା ଅନୁସାରେ ସେ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଅପରପକ୍ଷରେ ଗତ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଆ ଖେଳାଳିଙ୍କ ସହ କଥା ହୋଇଥିଲେ । ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପଦକ ପାଇଁ ପୁରସ୍କାର ଘୋଷଣା କରିଥିଲେ । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ୬ କୋଟି, ରୌପ୍ୟ ଜିତିଲେ ୪ କୋଟି ଓ ବ୍ରୋଞ୍ଜ ଜିତିଲେ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯିବା ସହ ଏହା ଖେଳାଳିଙ୍କ ମନୋବଳ ବଢ଼ାଇବ ବୋଲି କ୍ରୀଡ଼ାବିତ କହିଛନ୍ତି ।

ନନ୍ଦିଘୋଷ ଟିଭିର ମହାପ୍ରଭାବ: ନିଲମ୍ବନ ହେଲେ ଫରେଷ୍ଟର ଓ ଗାର୍ଡ଼

ବାଲେଶ୍ୱର:  ନନ୍ଦିଘୋଷ ଟିଭିର ମହାପ୍ରଭାବ । ନିଲମ୍ବନ ହେଲେ ଲଙ୍ଗଳେଶ୍ୱର ବିଟ୍‌ର ଫରେଷ୍ଟର ଓ ଗାର୍ଡ଼ । ଫରେଷ୍ଟର ହେଲେ ପ୍ରକାଶ ଚନ୍ଦ୍ର ମହାନ୍ତି ଓ ଫରେଷ୍ଟ ଗାର୍ଡ଼ ସୁଜାତା ଓଝା । କାର୍ଯ୍ୟରେ ଅବହେଳା ଯୋଗୁ ଡ଼ିଏଫଓ ଉଭୟଙ୍କୁ ନିଲମ୍ବନ କରିଛନ୍ତି । ଚୋରା କତରତକଳ ବ୍ୟବସାୟରେ ସମ୍ପୃକ୍ତି ଥିବା ନେଇ ନନ୍ଦିଘୋଷ ଟିଭିରେ ଅନୁସନ୍ଧାନ ମୂଳକ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ବିଭାଗ ତରଫରୁ ଚଡ଼ାଉ କରାଯାଇ 16 ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ 20 ଟ୍ରକରୁ ଅଧିକ କାଠ ଜବତ କରାଯାଇଥିଲା । ଏହି କାରବାରରେ ସମ୍ପୃକ୍ତି ଥିବା ନେଇ ସ୍ଥାନୀୟ ଫରେଷ୍ଟର ଓ ଗାର୍ଡ଼ଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡ଼ିଏଫଓ ।

କାର୍ଯ୍ୟରେ ଅବହେଳା ଦର୍ଶାଇ ଡ଼ିଏଫଓ ଆଜି ଦୁଇଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ଫରେଷ୍ଟର ଓ ଗାର୍ଡ଼ଙ୍କ ପ୍ରୋତ୍ସାହନରେ ଚୋରାରେ କରତକଳ ଚାଲୁଥିବା ନେଇ ନନ୍ଦିଘୋଷ ଟିଭିରେ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ବିଭାଗ ତରଫରୁ ଚଡ଼ାଉ କରାଯାଇ 16ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ 20 ଟ୍ରକରୁ ଅଧିକ କାଠ ଜବତ କରାଯାଇଥିଲା । ଏହି ଚୋରା କାରବାରରେ ସମ୍ପୃକ୍ତି ଥିବା ନେଇ ଫରେଷ୍ଟର ପ୍ରକାଶଚନ୍ଦ୍ର ମହାନ୍ତି ଓ ଫରେଷ୍ଟଗାର୍ଡ ସୁଜାତା ଓଝାଙ୍କ ବିରୁଦ୍ଧରେ ଡ଼ିଏଫଓ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟ ଆସିବା ପରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେଦିନ ୟଶପାଲ ଯଦି ‘କାନ୍ଥ’ ହୋଇ ଛିଡା ହୋଇନଥାନ୍ତେ ତେବେ ୧୯୮୩ ବିଶ୍ୱକପର ଇତିହାସ ଅଲଗା ହୋଇଥାନ୍ତା

ନୂଆଦିଲ୍ଲୀ:  ୧୯୮୩  କ୍ରିକେଟ୍ ବିଶ୍ୱକପ ବିଜୟ ସହିତ ଭାରତ କ୍ରିକେଟ ଦୁନିଆର ଗୋଟିଏ ଶକ୍ତି ଭାବେ ଉଭା ହୋଇଥିଲା । ଅଣ୍ଡରଡଗ୍ କୁହାଯାଉଥିବା ଭାରତୀୟ ଟିମ୍ କ୍ରିକେଟ ବିଶାରଦଙ୍କୁ ଚମକାଇ ଦେଇଥିଲା ନିଜ ପ୍ରଦର୍ଶନ ଦ୍ୱାର । ଭାରତୀୟ ଟିମ୍ କୁ କେହିମଧ୍ୟ ଟାଇଟଲର ଦାବିଦାର ବୋଲି ବିଚାର କରୁନଥିଲେ । କିନ୍ତୁ ପ୍ରଥମ ମ୍ୟାଚରେ ହିଁ ଭାରତୀୟ ଟିମ୍ ବଡଧରଣର ହଟଚମଟ ସୃଷ୍ଟି କରିବାରେ ସଫଳ ହୋଇଥିଲା । କ୍ରିକେଟ ଜଗତର ଦ ଅନବ୍ରେକବୁଲ ଭାବେ ପରିଚିତ ୱେଷ୍ଟ ଇଣ୍ଡିଜ୍ ଟିମକୁ ପରାସ୍ତ କରି ବିଶ୍ୱକପରେ ନିଜ ଉପସ୍ଥିତିକୁ ଜାହିର କରିଥିଲା ଭାରତ । ଏସବୁ ହୋଇଥିଲା କେବଳ ୟଶପାଲଙ୍କ ପାଇଁ । ଯିଏ ମଙ୍ଗଳବାର ଦିନ ମାତ୍ର ୬୬ ବର୍ଷରେ ଦୁନିଆକୁ ଅଲବିଦା କହିଛନ୍ତି ।

 

୧୯୮୩ ଓ୍ୱର୍ଲଡ କପ୍ ଅଭିଯାନରେ ଭାରତକୁ ପ୍ରଥମ ମ୍ୟାଚରେ ଲଗାତାର ଦୁଇ ଥରର ବିଶ୍ୱ ଚାମ୍ପିଅନ ଓ୍ୱେଷ୍ଟଇଣ୍ଡିଜ୍ର ସାମ୍ନା କରିବାକୁ ପଡ଼ିଥିଲା ।  ଦୁଇଟି ବିଶ୍ୱ କପରେ ଖରାପ ପ୍ରଦର୍ଶନ ହେତୁ  ଭାରତୀୟ ଟିମକୁ ଓ୍ୱେଷ୍ଟଇଣ୍ଡିଜ୍  ଗୁରୁତ୍ୱ ଦେଉନଥିଲା । ଯେମିତି ଦିନେ ଭାରତୀୟ ଟିମ୍ ସାମ୍ନାରେ ୧୯୯୬ ବିଶ୍ୱକପ ପୂର୍ବରୁ ଶ୍ରୀଲଙ୍କା ଟିମ୍ ଥିଲା । ସେମିତି ୱେଷ୍ଟଇଣ୍ଡିଜ୍ ଟିମ୍ ଖେଳ ଆରମ୍ଭ ପୂର୍ବରୁ ହିଁ ମ୍ୟାଚ୍ ସେମାନଙ୍କ ପକେଟରେ ବୋଲି ଭାବିନେଇଥିଲା । ଅବଶ୍ୟ ଏଥିପାଇଁ ଭାରତର ଖରାପ ରେକର୍ଡ ମଧ୍ୟ ଦାୟି ଥିଲା । କିନ୍ତୁ ସେଇ ଗୋଟିଏ ମ୍ୟାଚ୍ ସବୁକିଛି ବଦଳାଇବାକୁ ଯାଉଥିଲା । ସେଇ ଗୋଟିଏ ମ୍ୟାଚ୍ ରୁ ଜନ୍ମ ନେଇଥିଲା ଆଉ ଗୋଟିଏ କ୍ରିକେଟ୍ ସୁପର ପାୱାର ।

 

ଭାରତକୁ ଦୁର୍ବଳ ଭାବୁଥିବା କାରିବିୟାନ ଟିମ୍  ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ୱେଷ୍ଟ ଇଣ୍ଡିଜର  ନିଷ୍ପତ୍ତି ପ୍ରାୟ ଠିକ୍ ପ୍ରମାଣିତ ହେବାକୁ ଲାଗିଲା । ୭୬ ରନରେ ତିନୋଟି ୱିକେଟ୍ ହରାଇ ଭାରତୀୟ ଟିମ୍ ବିପର୍ଯ୍ୟୟ ଆଡକୁ ମୁହାଁଉଥିବା ବେଳେ ପଡିଆକୁ ଆସିଥିଲେ ୟଶପାଲ । ତା’ପରର କଥା ଥିଲା କ୍ରିକେଟ୍ ଇତିହାସର କାହାଣୀ । ଜଣେ ବ୍ୟାଟସମ୍ୟାନଙ୍କ ୱେଷ୍ଟ ଇଣ୍ଡିଜର ଶକ୍ତିଶାଳୀ ପେସ ବୋଲିଂ ଆଗରେ ହିମାଳୟ ଭଳି ଛିଡା ହେବାର କାହାଣୀ । ଏମିତି ବି କୁହାଯାଇପାରେ ରାହୁଲ ‘ୱାଲ’ ଦ୍ରାଭିଡଙ୍କ ଆଗମନ ପୂର୍ବରୁ ୟଶପାଲ ୱାଲ୍ ବା କାନ୍ଥ ଭଳି ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲରଙ୍କୁ ନିଡର ଭାବେ ସାମ୍ନା କରିଥିଲେ । ୧୪୧ ରନ୍ ପର୍ଯ୍ୟନ୍ତ ଅଧା ଟିମ୍ ପାଭିଲିୟନ ଫେରି ସାରିଥିଲେ, କିନ୍ତୁ ଧୈର୍ଯ୍ୟହରା ହୋଇନଥିଲେ ୟଶପାଲ ।

ମାଂଚେଷ୍ଟରର ଓଲ୍ଡ ଟ୍ରାଫଡ ଗ୍ରାଉଣ୍ଡରେ ୟଶପାଲ ଶର୍ମା ୧୨୦ ବଲ୍ ର ସାମ୍ନା କରି ଭାରତୀୟ ଇନିଂସକୁ ସମ୍ଭାଳିଥିଲେ । ସେ କେବଳ ଷ୍ଟ୍ରୋକ୍ ର ସାହାରା ନେଇନଥିଲେ ବରଂ ଓ୍ୱିକେଟ୍ ମଧ୍ୟରେ ଦୌଡି ରନ୍ କରିବାକୁ ଖୁବ୍ ଚେଷ୍ଟା କରିଥିଲେ ।  ସେ ଏକା ୮୯ ରନ୍ କରିଥିଲେ । ଯାହାପରେ ଭାରତର ସ୍କୋର ୬୦ ଓଭରରେ ୨୬୨ ରନ୍ କରି ୮ ଓ୍ୱିକେଟ୍ ହରାଇଥିଲେ ।  ୟଶପାଲଙ୍କ ସେହି ସାନଦାର ପର୍ଫମାନ୍ସରେ ଭାରତ ଗ୍ରୁପ୍ ବି’ର ପ୍ରଥମ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜକୁ ୩୪ ରନରେ ମାତ୍ ଦେଇଥିଲା ।

ୟଶପାଲ ଶର୍ମା ସେହି ଓ୍ୱର୍ଲଡ କପରେ ଅଷ୍ଟ୍ରେଲିୟା ବିପକ୍ଷରେ ଖେଳି  ୪୦ ବଲରେ ୪୦ ରନ୍ କରିଥିଲେ ।  ସେହି ମ୍ୟାଚରେ ଏହା କେବଳ ଭାରତର ସର୍ବାଧିକ ସ୍କୋର ନଥିଲା ବରଂ ଅଷ୍ଟ୍ରେଲିୟାର କୌଣସି ଖେଳାଳି ମଧ୍ୟ ଏତେ ରନ୍ କରିନଥିଲେ । କେବଳ ସେତିକି ନୁହେଁ ବରଂ ୟଶପାଲ ୟାଦବ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ହୋଇଥିବା ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।  ସେ ସର୍ବାଧିକ ୬୧ ରନ୍ କରିଥିଲେ ।  ଭାରତ ସେହିଥର ୬ ଓ୍ୱିକେଟରେ ଜିତି ଫାଇନାଲରେ ପହଂଚିଥିଲା । ଏହାପରେ ଯାହା ହେଲା ତାହା ଇତିହାସ ହୋଇଗଲା ।

ଭାରତୀୟ ଟିମ୍ ଓ୍ୱେଷ୍ଟଇଣ୍ଡିଜର ଲଗାତାର ତୃତୀୟ ଓ୍ୱର୍ଲଡ କପ୍  ଜିତିବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ୧୯୮୩ ଓ୍ୱର୍ଲଡ କପରେ କପିଲ ଦେବ ଏବଂ ୟଶପାଲ ଯାଦବ ସର୍ବାଧିକ ରନ୍ କରିଥିଲେ ।

 

ବିଦା ହେଲେ ଓଲି: ପଞ୍ଚମ ଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ହେଲେ ସେର୍ ବାହାଦୁର

କାଠମାଣ୍ଡୁ: ନେପାଳରେ ବଦଳିଲା ସରକାର । ସେର ବାହାଦୁର ଦେଉବା ହେଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ନେପାଳୀ କଂଗ୍ରେସ ବିରୋଧୀ ଦଳକୁ ନେଇ ସରକାର ଗଠନ କରିବେ । ଏଥିସହ ଭଙ୍ଗ ହୋଇଥିବା ସଂସଦ ମଧ୍ୟ ଖୁବଶୀଘ୍ର ଚାଲୁ ହେବ । ସେର ବାହାଦୁର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହ ସମ୍ପର୍କ ସୁଧୁରିବ ବୋଲି ଆଶା କରାଯାଉଛି । ପଲିଟିକାଲ କ୍ରାଇସିସର ଦି ଏଣ୍ଡ । ନେପାଳରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ମିଳିଛି । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସମ୍ବିଧାନର ଧାରା ୭୬ (୫) ଅନୁସାରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ନେପାଳର ସୁପ୍ରିମକୋର୍ଟ ଦୁଇ ଦିନ ମଧ୍ୟରେ ସେର୍ ବାହାଦୁରଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଭଙ୍ଗ ସଂସଦକୁ ମଧ୍ୟ ଆଉ ଥରେ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେର୍ ବାହାଦୁର ଦେଉବା ବିରୋଧୀ ଦଳକୁ ନେଇ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ସରକାର ଗଠନ କରିବେ । ଏହି ଗଠବନ୍ଧନରେ ନେପାଳୀ କଂଗ୍ରେସ, ସିପିଏନଏମ, ସିପିଏନ-ୟୁଏମଏଲ ଏବଂ ଜନତା ସମାଜବାର୍ଦି ପାର୍ଟି ସାମିଲ ହେବେ ।

ସେର୍ ବାହାଦୁର ସିଂହ ଭାରତର ସମର୍ଥକ ବୋଲି କୁହାଯାଏ । ପୂର୍ବରୁ ୪ ଥର ପ୍ରଧାନମନ୍ତ୍ରୀତ୍ୱ କାଳରେ ସେର୍ ବାହାଦୁର ଭାରତ ସହ ସମ୍ପର୍କ ଭଲ ରଖିବା ପାଇଁ ଅନେକ ନିଷ୍ପତ୍ତି ନେଇଛନ୍ତି । ୨୦୧୭ରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେ ଦିଲ୍ଲୀ ଆସି ଦୁଇ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ରଖିବା ପାଇଁ ଗୁରୁତ୍ୱ ଦେଇଥିଲେ । ଗତ ମେ ୨୨ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମାଙ୍କ ଓଲିଙ୍କ ସୁପାରିସ କ୍ରମେ ସଂସଦ ଭଙ୍ଗ କରିଦେଇଥିଲେ ରାଷ୍ଟ୍ରପତି । ୫ ମାସରେ ଭିତରେ ଦୁଇ ଦୁଇ ଥର ସଂସଦ ଭଙ୍ଗ ହୋଇଥିବା ବେଳେ ରାଜନୈତିକ ସଙ୍କଟ ମଧ୍ୟ ନେପାଳରେ ଜୋର ଧରିଥିଲା । ଏଥିସହ ୧୨ ଓ ୧୯ ନଭେମ୍ବରରେ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏହା ବିରୋଧରେ କୋର୍ଟରେ ଆବେଦନ କରାଯାଇଥିଲା । ବିରୋଧୀ ମଧ୍ୟ ନିର୍ବାଚକୁ ନାପସନ୍ଦ କରିଥିଲେ । ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବିଭିନ୍ନ ମହଲରୁ ଦାବି ଉଠିଥିଲା ।

ଏଥିସହିତ ପଢ଼ନ୍ତୁ: ସେଲ୍ଫି ନେଲା ୧୧ ଜୀବନ, ଅମ୍ବର ଦୁର୍ଗରେ ଅଭାବନୀୟ ଘଟଣା

ନୂଆ ଉପାୟରେ ଲୁଟୁଛନ୍ତି ସାଇବର ଠକ, ଢାଲ ସାଜିଛନ୍ତି ସୁନ୍ଦରୀ ଯୁବତୀ

ଭୁବନେଶ୍ୱର:  ରାଜଧାନୀରେ ସାଇବର ଠକଙ୍କ ବଦଳୁଛି ଠକେଇର ଉପାୟ । ସେକ୍ସଟରସନ ଜରିଆରେ ଟଙ୍କା ଲୁଟ୍ କରୁଛନ୍ତି ଠକ । ସୁନ୍ଦରୀ ଯୁବତୀଙ୍କୁ ଢ଼ାଲ କରି ବ୍ଲାକ ମେଲିଂ କରି ଆଖି ପିଛୁଳାକେ ଲୁଟୁଛନ୍ତି ଲକ୍ଷଲକ୍ଷ ଟଙ୍କା । ଗତ କିଛି ଦିନ ହେବ ଏପରି ଅଭିଯୋଗ ବାରମ୍ବାର ଆସିବା ପରେ ଲୋକଙ୍କୁ ସଚେତନ କରିଛି କମିସନରେଟ୍ ପୋଲିସ । ଅଜଣା ଯୁବତୀଙ୍କ ସହ ବନ୍ଧୁ ନବାନ୍ଧିବା ପାଇଁ ଲୋକଙ୍କୁ ଅବଗତ କରିଛି ପୋଲିସ ।  ସେକ୍ସଟରସନ ହେଉଛି,  ପ୍ରଥମେ ଫେସବୁକ୍ ପରି ସୋସିଆଲ ମିଡ଼ିଆରେ ଯୁବତୀ ମାନେ ଆପଣଙ୍କ ସହ ବନ୍ଧୁ ବାନ୍ଧିବେ । ପରେ ସମ୍ପର୍କ ନିବିଡ଼ କରିବେ । ହ୍ୱାଟ୍ସଆପ ନମ୍ବର ଦିଆନିଆ ବି ହେବ ।

ପରେ ଭିଡିଓ କଲ୍ କରି ଆପଣଙ୍କୁ ଅଶ୍ଳୀତ ଇଙ୍ଗିତ ଦେବେ । ଆପଣ ଯଦି ତାଙ୍କ କଥାରେ ଢ଼ଳିଯିବେ । ତେବେ ଆପଣଙ୍କ ସହ ସବୁ କାର୍ଯ୍ୟକଳାପକୁ ରେକର୍ଡିଂ କରିବା ପରେ ଆପଣଙ୍କ ସହ ବ୍ଲାକ୍ ମେଲିଂ ଆରମ୍ଭ କରିବେ । ଗତ କିଛି ଦିନ ହେବ ଡିସିପିଙ୍କ ଅଫିସରେ ଥିବା ସାଇବର ଡେକ୍ସକୁ ଏପରି ଅଭିଯୋଗ ଆସୁଥିବାରୁ ଲୋକଙ୍କୁ ସଚେତନ କରିଛନ୍ତି ଭୁବନେଶ୍ବର ଡିସିପି । ରାଜଧାନୀରେ ଏବେ ୪ଟି ଉପାୟରେ ଲୋକଙ୍କୁ ଠକୁଛନ୍ତି ସୋସିଆଲ ଅପରାଧୀ । ଟାଓ୍ୱାର ବସାଇବା ନାଁରେ ବି ହୋଇଛି ଅନେକ ଠେକଇ । ସେହିଭଳି ସିମକାର୍ଡ ଏକ୍ସପାରୀ ହୋଇଯିବ କହି ଗଲା ୪ ମାସରେ ୧୨ଶହ ଲୋକଙ୍କୁ ଠକିଛନ୍ତି ସାଇବର ଲୁଟେରା ।

ସେହିପରି ଡେବିଡ଼ ଆଉ କ୍ରେଡିଟ କାର୍ଡ଼ ଜରିଆରେ ବରିଷ୍ଠ ଲୋକଙ୍କୁ ମଧ୍ୟ ସାଇବର ଠକ ଠକେଇ କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଲାଟେରୀ ଲାଗିଛି କହି ଲିଙ୍କ ପଠାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ସାଇବର ଠକ । ସାଇବର ଲୁଟ୍‌ ବଢ଼ୁଥିବାରୁ ଜାନୁଆରୀ ମାସରେ ଭୁବନେଶ୍ବର ୟୁପିଡ଼ି ପକ୍ଷରୁ ଗଠନ ହୋଇଥିଲା ସାଇବର ଡେକ୍ସ । ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ୬ ମାସ ମଧ୍ୟରେ ଠକେଇର ଶିକାର ହୋଇଛନ୍ତି ୧୭୦୫ଜଣ ରାଜଧାନୀ ବାସିନ୍ଦା । ଯେଉଁଥିରେ ଲୁଟି ନେଇଛନ୍ତି ୪କୋଟି ୧୬ଲଧରୁ ଅଧିକ ଟଙ୍କା । ତେଣୁ ଏଭଳି ଫୋନ୍ କଲକୁ ଅଧିକ ଗୁରୁତ୍ବ ନଦେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ଡିସିପି ଓ ସାଇବର ଏକ୍ସପର୍ଟ ।

ସେଲ୍ଫି ନେଲା ୧୧ ଜୀବନ, ଅମ୍ବର ଦୁର୍ଗରେ ଅଭାବନୀୟ ଘଟଣା

 ଜୟପୁର: ସେଲ୍ଫି ନେବା ସମୟରେ ଗଲା ୧୧ ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୟପୁରରେ । ଜୟପୁରର ଓମେର ଦୁର୍ଗର  ବଞ୍ଚ୍‌ ଟାଓ୍ୱାର ଉପରେ ବର୍ଷା ହେଉଥିବା ସମୟରେ ସେଲ୍ଫି ନେଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଘଟଣା ବେଳେ ଟାଓ୍ୱାର ଉପରେ ୨୭ ଜଣ ଉପସ୍ଥିତ ଥିଲେ । ବର୍ଷା ସହିତ ଅତି ଜୋରରେ ବିଜୁଳି ମାରିବାରୁ  କିଛି ଲୋକ ଟାଓ୍ୱାର ଉପରୁ ତଳକୁ ଡେଇଁ ପଡ଼ିଥିଲେ ଏବଂ ରହି ଯାଇଥିବା କିଛି ଲୋକ ବିଜୁଳି ଆଘାତରେ ଜୀବନ ହରାଇଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା  ହେଉଛି ମୃତକଙ୍କ ମଧ୍ୟରେ ଅଧିକ ଯୁବକ ଥିଲେ ।   ୧୧ ଜଣଙ୍କ ମୃତ୍ୟୁ ହେବା ସହିତ ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଅନ୍ୟପଟେ  ଝାଲାବାଡ଼ରେ ଜଣେ, ବାରୋରେ ଜଣେ, ଧୋଲପୁରରେ ୩ ଜଣ, ଏବଂ କୋଟାରେ ୪ ଜଣ ବିଜୁଳି ଆଘାତରେ ପ୍ରାଣ ହରାଇଛନ୍ତି । ଏହା ସହିତ କୋଟାରେ ୮ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଯାହାକୁ ନେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ  ଦୁଃଖ ପ୍ରକାଶ କରିଛନ୍ତି ।  ରିପୋର୍ଟ କହୁଛି ରବିବାର ହୋଇଥିବା ବାଦଲ ଫଟା ବର୍ଷାରେ ବିଜୁଳି ମାରିବା ହେତୁ ଉତ୍ତରପ୍ରଦେଶରେ ୪୨ ଲୋକଙ୍କ ଜୀବନ ଯାଇଛି । ଏହା ସହିତ ୨୪୯ ପଶୁ ପ୍ରାଣ ହରାଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଲ୍ଫି ନେବାକୁ ନେଇ ଅନେକଥର ସଚେତନ କରାଯାଇଥିଲେ ମଧ୍ୟ ସତର୍କ ନ ରହିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ଅନ୍ୟପଟେ  ବିଜୁଳିରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଜୀବନ ଯାଉଛି । ତେବେ ବିଜୁଳି ମାରିବା ଦ୍ୱାରା କାହିଁକି ଲୋକଙ୍କ ମୃତ୍ୟୁ ହେଉଛି?

ଭାରତରେ ପ୍ରତିବର୍ଷ ବିଜୁଳି ମାରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଉଛି । ଏହା ବିଶେଷକରି ଉତ୍ତର ଭାରତୀୟ ରାଜ୍ୟରେ ଅଧିକ ମାତ୍ରାରେ ହେଉଛି ।

ଭାରତରେ ବିଜୁଳିରେ ମୃତ୍ୟୁସଂଖ୍ୟା କାହିଁକି ଅଧିକ?

ଏହାର ସବୁଠାରୁ ବଡ଼ କାରଣ ହେଉଛି, ଆମେରିକା ଏବଂ ବ୍ରିଟେନ୍‌ ଭଳି ଦେଶରେ  ସତର୍କ ବ୍ୟବସ୍ଥା ଖୁବ୍‌ କଡ଼ାକଡ଼ି । ଯାହା ଭାରତରେ ସାମାନ୍ୟ କମ୍‌ । ଏହା ବ୍ୟତୀତ ଜୁନରୁ ସେପ୍ଟେମ୍ବର ମାସରେ ଭାରତରେ ମୌସୁମୀ ଜଳବାୟୁ ପ୍ରଭାବରେ ପ୍ରଚୁର ବୃଷ୍ଟିପାତ ହୁଏ । ଏହାର କାରଣ ହେଉଛି ଭାରତର ଭୌଗୋଳିକ ପରିସ୍ଥିତି । ଉତ୍ତର-ପୂର୍ବ ରାଜ୍ୟରେ ମୌସୁମୀର ପ୍ରଭାବ ଯଥେଷ୍ଟ ଅଧିକ ।  ଏଥିପାଇଁ ଏଠାରେ ବିଜୁଳିର ଆଶଙ୍କା ସବୁଠାରୁ ଅଧିକ ।

ଏହା ବ୍ୟତୀତ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତରେ ଅଧିକାଂଶ ଲୋକ ଚାଷ କାମ ପାଇଁ ବାହାରକୁ ଯାଆନ୍ତି  ଏବଂ ବିଜୁଳି ମାରିବା ଦ୍ୱାରା ତାହାର ଶୀକାର ହୋଇଯାନ୍ତି ।

ତେବେ ବିଜୁଳି ମାରିବା ସମୟରେ କ’ଣ ସବୁ ସତର୍କତା ଅବଲମ୍ବନ କରିବେ ନଜର ପକାନ୍ତୁ…

ଯଦି କାହାକୁ ବିଜୁଳି ମାରିଛି ତେବେ, ତତକ୍ଷଣାତ୍‌ ଡାକ୍ତରଙ୍କ ନିକଟକୁ ନେଇଯାନ୍ତୁ ।  ଏଭଳି ଲୋକଙ୍କୁ ଛୁଇଁବା ଦ୍ୱାରା ଆପଣଙ୍କୁ କୌଣସି କ୍ଷତି ପହଞ୍ଚିବ ନାହିଁ ।

ଯଦି ବିଜୁଳି ମାରିବା ସମୟରେ ଆପଣ ବାହାରେ ଅଛନ୍ତି ତେବେ ଧ୍ୟାନ ଦିଅନ୍ତୁ  କାନ ବନ୍ଦ କରି ପାଦରେ ଭରାଦେଇ ନଇଁଯାନ୍ତୁ  ଏବଂ ହାତକୁ ଆଣ୍ଠୁ ଉପରେ ରଖନ୍ତୁ ।

ମନେ ରଖନ୍ତୁ ବର୍ଷା ଛାଡ଼ିବାର ପ୍ରାୟ ଅଧ ଘଣ୍ଟା ପରେ ବିଜୁଳି ମାରିବାର ସମ୍ଭାବନା ମଧ୍ୟ ଥାଏ । ଏହାଦ୍ୱାରା ମାଟି ସହିତ ଆପଣଙ୍କ ଯୋଗାଯୋଗ କମ୍‌ ହୋଇଥାଏ । ମୋବାଇଲ କିମ୍ବା ଅନ୍ୟ କୌଣସି ଧାତବ ପଦାର୍ଥ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।