କାଶ୍ମୀରକୁ ନେଇ ତାଲିବାନକୁ ସାହାଯ୍ୟ ମାଗିଲା କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହର

Jaish Supremo Maulana Massod Azhar Meet Taliban Mullah Abdul Ghani Baradar

ନୂଆଦିଲ୍ଲୀ: ତାଲିବାନର ଆଫଗାନିସ୍ତାନ କବଜା ପରେ ଉତ୍ସାହରେ ଆତଙ୍କବାଦୀ ସଂଗଠନ । ମିଳିଥିବା ସୂଚନା ଅନୁସାରେ, ଜୈସ ଏ ମହମ୍ମଦର ଘନିଷ୍ଠ ତାଲିବାନ ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଆଲୋଚନା ବେଳେ ଜୈସ୍ କାଶ୍ମୀର ପ୍ରସଙ୍ଗରେ ତାଲିବାନକୁ ସାହାଯ୍ୟ ମାଗିଥିବା ଜଣାପଡ଼ିଛି ।

ଅଗଷ୍ଟ ତୃତୀୟ ସପ୍ତାହରେ ତାଲିବାନ ଆଫଗାନକୁ କବଜା କଲା ବେଳେ କନ୍ଧାହାରରେ ଥିଲା ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ ମୁଖ୍ୟ ଆତଙ୍କବାଦୀ ମୌଲାନା ମସୁଦ ଅଜହର । ସେଠାରେ ଅଜହର ମୁଲ୍ଲା ଅବ୍ଦୁଲ ଗନି ବରାଦର ସହିତ ତାଲିବାନର କେତେକ ନେତାଙ୍କ ସହ ଆଲୋଚନା କରିଥିଲା । କୁହାଯାଉଛି, ମସୁଦ ଅଜହର କାଶ୍ମୀରରେ ଜୈସ୍ ଏ ମହମ୍ମଦର କାର୍ଯ୍ୟକଳାପ ପାଇଁ ତାଲିବାନକୁ ସାହାଯ୍ୟ ମାଗିଛି ।

ଆତଙ୍କବାଦୀ ମସୁଦ ଅଜହର ତାଲିବାନର ବିଜୟ ଓ ଆମେରିକା ସମର୍ଥିତ ଆଫଗାନ ସରକାର ପରାଜୟକୁ ନେଇ ଖୁସିବ୍ୟକ୍ତ କରିଛି । ଅନ୍ୟପଟେ ତାଲିବାନ ହାତକୁ ଆଫଗାନିସ୍ତାନ ଆସିବା ପରେ ପାକିସ୍ତାନ ଖୁସି ପ୍ରକାଶ କରିଛି । ଆଫଗାନିସ୍ତାନରେ ଲଢ଼ିବା ପାଇଁ ସାହାଯ୍ୟ କରିଥିବାରୁ ପାକିସ୍ତାନକୁ କୃତଜ୍ଞତା ଜଣାଇଛି ତାଲିବାନ । ପାକିସ୍ତାନର ଜଣେ ନେତା ଇରସାଦ ଶେଖ୍ କହିଛନ୍ତି, ପାକିସ୍ତାନ ସହ ତାଲିବାନ ରହିଛି ।

Leave a Reply