spot_img
Home Blog Page 5426

କଳାହାଣ୍ଡିର ବରିଷ୍ଠ ସାମ୍ୱାଦିକ ସଦ୍ୟବାଦୀ ନାଏକଙ୍କ ଦେହାନ୍ତ

କଳାହାଣ୍ଡି: ଆଉ ନାହାନ୍ତି କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ସତ୍ୟବାଦୀ ନାଏକ । ସେ ଜନ ଆନ୍ଦୋଳନର ଜଣେ ଆଗଧାଡ଼ିର ସଂଗ୍ରାମୀ, ଦଳିତ ଓ ଆଦିବାସୀ ଆନ୍ଦୋଳନର ଅନ୍ୟଜଣେ ପୁରୋଧା । ନିୟମଗିରି ଏବଂ ଉଠାଦୋକାନୀ ଆନ୍ଦୋଳନର ଆଗ ଧାଡ଼ିର ନେତା ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୪୫ ବର୍ଷ ହୋଇଥିଲା । ତାଙ୍କ ବିୟେଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି କଳାହାଣ୍ଡି ସାମ୍ବାଦିକ ସଂଘ ।

ଏଥିସହିତ ପଢ଼ନ୍ତୁ: କରୋନା କାଳରେ ସ୍କୁଲ ହତା ସବୁ ପାଲଟିଲାଣି ଜଙ୍ଗଲ: କାଲିମେଳା ବ୍ଳକର ଏହି ସ୍କୁଲ ବଜାୟ ରଖିଛି ତା’ ସୌନ୍ଦର୍ଯ୍ୟତା

 

ତୃତୀୟ ପିଲାକୁ ନେଇ ବିବାଦରେ କରୀନା କପୂର

 ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୂର ଖାନ୍‌ ନିକଟରେ ତାଙ୍କ ତୃତୀୟ ପିଲାକୁ ନେଇ ଘୋଷଣା କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସୋସିଅଲ ମିଡିଆରେ ସେ କେବଳ ଏହା ଘୋଷଣା କରିନାହାଁନ୍ତି  ବରଂ ପିଲାର ନାଁ ମଧ୍ୟ ଘୋଷଣା କରି ସାରିଛନ୍ତି । ତେବେ ଏହି ନାଁ’କୁ ନେଇ କରୀନା ବିବାଦକୁ ଆସି ଯାଇଛନ୍ତି । କରୀନା ଫ୍ୟାନ୍ସଙ୍କ ସହିତ ନିଜ ପୁସ୍ତକ ‘Pregnancy Book’ ବିଷୟରେ   ଘୋଷଣା କରିଥିଲେ ।  ଯେଉଁଥିରେ ସେ ଗର୍ଭଧାରଣ ସମୟର ଅଭିଜ୍ଞତା ଶେୟାର କରିଛନ୍ତି ।  ଏହି ପୁସ୍ତକକୁ କରୀନା ତାଙ୍କର ତୃତୀୟ ପିଲା ବୋଲି କହିଥିଲେ । ଯାହାର ନାଁ ସେ ବାଇବେଲ ରଖିଛନ୍ତି । ଏହା ନାଁ’କୁ ଏବେ  ନେଇ ‘ଅଲ ଇଣ୍ଡିଆ ମାଇନରିଟି ବୋର୍ଡ଼’  ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କରୀନାଙ୍କ ପୁସ୍ତକକୁ ନେଇ ବିବାଦ ସୃଷ୍ଟି ହୋଇଛି ।  ଗଣମାଧ୍ୟମର ଖବର ଅନୁସାରେ ଅଲ ଇଣ୍ଡିଆ ମାଇନରିଟି ବୋର୍ଡ଼’ର  ଅଧ୍ୟକ୍ଷ ଡାୟମଣ୍ଡ ୟୁସୁଫ୍‌ କାନପୁରର ଚୁନ୍ନିଗଞ୍ଜ ସ୍ଥିତ  ସିମେଟ୍ରିରେ ଏକ ବୈଠକ ଆୟୋଜନ କରିଥିଲେ । ଏହି ଆୟୋଜନରେ କରୀନାଙ୍କ ଦ୍ୱାର ନାମକରଣ ହୋଇଥିବା ପୁସ୍ତକକୁ ନେଇ ବିରୋଧ  ପ୍ରଦର୍ଶନ କରିଛନ୍ତି ।

ବୋର୍ଡର ଏହି ବୈଠକର ନିଷ୍ପତ୍ତି ଅନୁସାରେ ଯଥାଶୀଘ୍ର ଅଭିନେତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇପାରେ ।

ରାଜସ୍ଥାନରେ ୧୧ ଜଣ ଆକ୍ରାନ୍ତଙ୍କ ନିକଟରେ କପା ଭ୍ୟାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ:   ଡେଲଟା ଓ ଡେଲଟା ପ୍ଲସ ପରେ ଏବେ କରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା । ରାଜସ୍ଥାନରେ ଏବେ କରୋନାର ଏହି ନୂଆ ଭ୍ୟାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଭୂତାଣୁର ନୂଆ ରୂପ ‘କପା’କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।

ରାଜସ୍ଥାନରେ ନୂଆ ଭ୍ୟାରିଆଣ୍ଟ ଆକ୍ରାନ୍ତ ୧୧ଜଣ ଚିହ୍ନଟ ହୋଇଛନ୍ତି । ୪ ଆକ୍ରାନ୍ତ ଜୟପୁରରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଅଲଓ୍ୱର, ୨ ଜଣ ବାଡ଼ମେର ଓ ଜଣେ ଆକ୍ରାନ୍ତ ଭିଲଓ୍ୱାଡ଼ାର ବୋଲି ସୂଚନା ମିଳିଛି । ତେବେ କରୋନାର ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଏହି ଭ୍ୟାରିଆଣ୍ଟ କମ୍ ମାରାତ୍ମକ ବୋଲି ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ  ଡା. ରଘୁ ଶର୍ମା କହିଛନ୍ତି ।

ଏହା ପୂର୍ବରୁ ଉତ୍ତରପ୍ରଦେଶର ଲକ୍ଷ୍ନୌର କିଙ୍ଗ୍‌ ଜଜ୍‌ ମେଡିକାଲ କଲେଜରେ ପରୀକ୍ଷା ହୋଇଥିବା ୧୦୯ଟି ନମୁନା ମଧ୍ୟରୁ ଦୁଇଟି ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଉଭୟ କପା ଭ୍ୟାରିଆଣ୍ଟ ବୋଲି ଜଣା ପଡ଼ିଥିଲା । ଅନ୍ୟ ୧୦୭ଟି ନମୁନାରେ ଡେଲଟା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା ।

ନନ୍ଦିଗ୍ରାମ ନିର୍ବାଚନ ଫଳାଫଳ ଅନିୟମିତତା ଅଭିଯୋଗ: କୋଲକାତା ହାଇକୋର୍ଟରେ ଶୁଣାଣି

ପଶ୍ଚିମବଙ୍ଗରେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ଫଳାଫଳ ଅନିୟମିତତା ଅଭିଯୋଗରେ ଆଜି ହେବ ଶୁଣାଣି । କୋଲକାତା ହାଇକୋର୍ଟର ବିଚାରପତି ସାମ୍ପା ସରକାର ମାମଲାର ଶୁଣାଣି କରିବେ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ନିର୍ବାଚନ ଫଳାଫଳରେ ଅନିୟମିତତା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଜେପିର ବିଧାୟକ ଶୁଭେନ୍ଦୁ ଅଧିକାରୀ ଅନିୟମିତତା କରିଥିବା ମମତା ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ନନ୍ଦିଗ୍ରାମ ଆସନରୁ ମମତା ଓ ଶୁଭେନ୍ଦୁ ନିର୍ବାଚନ ଲଢିଥିବା ବେଳେ ଅତି କମ୍‌ ଭୋଟ୍‌ ବ୍ୟବଧାନରେ ଦିଦି ସେଠାରେ ହାରି ଯାଇଥିଲେ । ପରେ ଭୋଟ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ଦିଦି ।

ରାଜ୍ୟରେ ଆଉ ୨ହଜାର ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୨ ହଜାର ଉପରେ କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଆଉ ୬୫ ଜଣଙ୍କର ଜୀବନ ନେଲା ମହାମାରୀ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ ହଜାର ୭୪ କରୋନା ସଂକ୍ରମିତ । କ୍ୱାରେଣ୍ଟାଇନ୍‌ରୁ ୧୧ ଶହ ୯୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୮୮୨ । ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ପଜିଟିଭ ଚିହ୍ନଟ ସହ କଟକରୁ ୨୮୩, ଯାଜପୁର ୧୨୦, ଭଦ୍ରକ ୧୧୦, ବାଲେଶ୍ୱରରୁ ୧୧୫ କରୋନା ଆକ୍ରାନ୍ତ ଚିହ୍ନଟ । ସେହିପରି ପୁରୀ ୧୩୩, ମୟୂରଭଞ୍ଜ ୧୧୫, ନୟାଗଡ଼ ୫୮, ସୁନ୍ଦରଗଡ଼ ୫୬, ଷ୍ଟେଟ୍ ପୁଲରୁ ୮୫, ଓ ଢେଙ୍କାନାଳରୁ ୬୧ ଆକ୍ରାନ୍ତ ଚିହ୍ନଟ । ସେହିପରି ଜଗତସିଂହପୁରରୁ ୯୯, କେନ୍ଦ୍ରାପଡ଼ା ୫୮, କେନ୍ଦୁଝର ୪୬, କୋରାପୁଟ ୧୦, ମାଲକାନଗିରି ୪୭, ମୟୂରଭଞ୍ଜ ୧୧୫, ନବରଙ୍ଗପୁର ୧୦, ନୟାଗଡ଼ ୫୮, ନୂଆପଡ଼ା ୪, ପୁରୀ ୧୩୩, ରାୟଗଡ଼ା ୧୬, ସମ୍ୱଲପୁର ୩୦, ସୋନପୁର ୯, ସୁନ୍ଦରଗଡ଼ ୫୬ ଓ ଷ୍ଟେଟ୍ ପୁଲରୁ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

କରୋନା କାଳରେ ସ୍କୁଲ ହତା ସବୁ ପାଲଟିଲାଣି ଜଙ୍ଗଲ: କାଲିମେଳା ବ୍ଳକର ଏହି ସ୍କୁଲ ବଜାୟ ରଖିଛି ତା’ ସୌନ୍ଦର୍ଯ୍ୟତା

କାଲିମେଳା: କରୋନା ଖାଇଛି ପିଲାଙ୍କ ପାଠପଢ଼ା । ସ୍କୁଲ ବନ୍ଦ ଥିବାରୁ ଅନେକ ବିଦ୍ୟାଳୟ ହତା ଏବେ ଜଙ୍ଗଲ ପାଲଟିଲାଣି । ହେଲେ କାଲିମେଳା ବ୍ଲକ୍ ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଜବାନିପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କିନ୍ତୁ ତାର ସୌନ୍ଦର୍ଯ୍ୟ ବଜାୟ ରଖିଛି । ଉପାନ୍ତ ଅଞ୍ଚଳ ହୋଇଥିଲେ ସୁଦ୍ଧା ଏହାର ପରିବେଶ ଲୋକଙ୍କୁ ଆକର୍ଷିତ କରୁଛି । ସ୍କୁଲ ବନ୍ଦ ଥିବା ଯୋଗୁଁ ଅନଲାଇନ୍ କ୍ଲାସ ଚାଲିଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବିଶେଷ ଦୃଷ୍ଟି ଦେଇଛନ୍ତି ସ୍କୁଲ ପ୍ରଧାନଶିକ୍ଷକ ।

ମନ ମୋହୁଛି ଜବାନପାଲୀ ସ୍କୁଲ ପରିବେଶ । ଆକର୍ଷଣୀୟ ବଗିଚା ସାଙ୍ଗକୁ ଫଳ, ଫୁଲର ସମ୍ଭାର । ସ୍ୱଚ୍ଛ ଓ ସୁନ୍ଦରତା ପାଇଁ ସାଉଁଟୁଛି ପ୍ରଶଂସା । କରୋନା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି । ଉପାନ୍ତ ଅଞ୍ଚଳରେ ଅନେକ ବିଦ୍ୟାଳୟ ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ହେଲାଣି । ନିକଟରେ କିଛି ସ୍କୁଲର ଶ୍ରେଣୀଗୃହ ଗୋଦାମ ପାଲଟିଥିବା ଦେଖିବାକୁ ମିଳିଛି । କେନ୍ଦୁପତ୍ର, ସିମେଣ୍ଟ, ଲୁହାଛଡ ପଡ଼ି ରହିଥିବାବେଳେ ହତାରେ ଚରୁଛନ୍ତି ଗାଈଗୋରୁ । କିନ୍ତୁ ଉପାନ୍ତ କାଲିମେଳା ବ୍ଲକ୍ ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଜବାନିପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କିନ୍ତୁ ତାର ସୌନ୍ଦର୍ଯ୍ୟ ପାଇଁ ସାଉଁଟୁଛି ପ୍ରଶଂସା ।

୧୯୭୧ ରେ ସ୍ଥାପିତ ହୋଇଥିଲା ଏହି ବିଦ୍ୟାଳୟ । ୨୦୦୬ରେ ନବ କିଶୋର ମଲ୍ଲିକ ଏଠାକୁ ଆସିବା ପରେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଅଧିକ ଗୁରୁତ୍ବ ଦେଇଛନ୍ତି । ଖାଲି ସୌନ୍ଦର୍ଯ୍ୟକରଣ ନୁହେଁ ହତାରେ ଲାଗିଥିବା ବିଭିନ୍ନ ପନିପରିବା ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ଡାଳିମ୍ବ, ଲିଚୁ, ତେଜପତ୍ର, ଗୁଜୁରାତି, ତୁଳସୀ ପରି ଅନେକ ଔଷଧୀୟ ବୃକ୍ଷ ରହିଛି । ତେବେ ୨୦ ଫୁଟର ସେଓ ଗଛରେ ଫଳିଥିବା ପେନ୍ଥାପେନ୍ଥା ସେଓ ଦେଖିବାକୁ ଲୋକଙ୍କ ଆଗ୍ରହ ବଢୁଛି । କରୋନା ମହାମାରୀ ଯୋଗୁଁ ଶିକ୍ଷକମାନେ ଗାଁ ଗାଁ ବୁଲି ଛାତ୍ରଛାତ୍ରୀମାନଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ଏପରିସ୍ଥିତିରେ ସ୍କୁଲର ରକ୍ଷଣାବେକ୍ଷଣ କରିବାକୁ ଶିକ୍ଷକମାନେ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜନ୍ମବେଦୀରେ ମହାପ୍ରଭୁ: ଆଜିଠୁ ବାହାରିବ ଆଡ଼ପ ଅବଢ଼ା

ଜନ୍ମବେଦୀରେ ମହାପ୍ରଭୁ: ଆଜିଠୁ ବାହାରିବ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦିରେ ମହାପ୍ରଭୁ । ଆଡ଼ପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜିଠାରୁ ବାହାରିବ ଆଡ଼ପ ଅବଢ଼ା  । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । କାଲି ସମସ୍ତ ଋତିନୀତି ଅନୁସାରେ ପ୍ରଥମେ ଆଡ଼ପ ମଣ୍ଡପକୁ ଆସିଥିଲେ ଚକ୍ରରାଜ ଶ୍ରୀସୁଦର୍ଶନ । ପରେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବିଜେ କରିଥିଲେ । ଏହା ପରେ ଗୋଟି ପହଣ୍ଡିରେ ବିଜେ କରିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ।

ଗତକାଲି ସମସ୍ତ ରୀତିନୀତି ଅନୁସାରେ ପ୍ରଥମେ ଆଡ଼ପ ମଣ୍ଡପକୁ ଆସିଥିଲେ ଚକ୍ରରାଜ ଶ୍ରୀସୁଦର୍ଶନ । ପରେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଡ଼ପ ମଣ୍ଡପରେ ବିଜେ କରିଥିଲେ । ଏହା ପରେ ଗୋଟି ପହଣ୍ଡିରେ ବିଜେ କରିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ । ରଥରୁ ଆଡ଼ପ ମଣ୍ଡପକୁ ଶ୍ରୀଜିଉଙ୍କୁ ବିଜେ କରାଯାଇଛି ।  ଭକ୍ତଶୂନ୍ୟ ଥିଲା ଶରଧାବାଲି । ଯେମିତି ଭକ୍ତଙ୍କୁ ଖୋଜୁଥିଲେ ରଥାରୂଢ଼ ଭାବଗ୍ରାହୀ। ରଥ ଉପରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ଅପରାହ୍ନରେ ଆରମ୍ଭ ହୋଇଥିଲା ଜନ୍ମବେଦୀ – ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପକୁ ବିଜେ ନୀତି। ଆସନ୍ତାକାଲିଠାରୁ ଆଡ଼ପ ଅବଢ଼ା ବାହାରିବ । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଆଡ଼ପ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପୁଣି ଟି-ସାର୍ଟରେ ନବୀନ, ବିନ୍ଦାସ ମୁଡ଼ରେ ବୈଠକ

 

ରାଜ୍ୟରେ ଟିକା ସଂକଟ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟର ୧୧ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । କେନ୍ଦ୍ର ଆବଶ୍ୟକୀୟ ଟିକା ଦେଉନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ ।  ଆଜି ବଲାଙ୍ଗିର, ବାଲେଶ୍ୱର, ଦେବଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ାରେ ବନ୍ଦ ରହିଛି ଟିକାକରଣ  । ସେହିଭଳି କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଓ ନୂଆପଡ଼ାରେ ବନ୍ଦ ରହିବ ଟିକାକରଣ  । ଆସନ୍ତା ୧୫ରେ କେନ୍ଦ୍ର ସରକାର କୋଭିସିଲଡ ଟିକା ପଠାଇବେ । ତେଣୁ ସେ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ  । ୧୫ ତାରିଖ ପରେ ଟିକାକରଣରେ ସାମିଲ ହେବେ ଗର୍ଭବତୀ । ଏନେଇ ସ୍ୱତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ପରେ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ବନପାଳଙ୍କ ଅଫିସରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଠେଙ୍ଗାରେ ପିଟିଲେ, ମୁଣ୍ଡ ଫଟାଇଲେ

କାମାକ୍ଷାନଗର: ବନପାଳଙ୍କ ଅଫିସରେ ପସି ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ବନପାଳଙ୍କ କାର୍ଯ୍ୟାଳୟ ଭିତରେ ପଶି ବନପାଳଙ୍କୁ ମାଡ଼ ମାରିଛନ୍ତି ଜଣେ ଯୁବକ । ନିଶାଶକ୍ତ ଅବସ୍ଥାରେ ଥିବା ଯୁବକ ଜଣଙ୍କ ବନପାଳଙ୍କୁ ଠେଙ୍ଗାରେ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଦ୍ବିପ୍ରହରରେ ବନପାଳ ଚନ୍ଦ୍ରଶେଖର ବେହେରା ଖାଉଥିବା ବେଳେ ପଦ୍ମପୋଖରୀ ଗାଁର ପିଙ୍ଗୁ ପରିଡ଼ା ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଯୁବକଙ୍କ ଆକ୍ରମଣରେ ବନପାଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଚିତ୍କାର ଶୁଣି ଅନ୍ୟ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମଦ୍ୟପ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ହାତୀ ସ୍କ୍ବାଡର ଜଣେ ସଦସ୍ୟଙ୍କ କଥାରେ ସେ ବନପାଳଙ୍କୁ ମାରିଥିବା ପିଙ୍କୁ କହିଥିବା ବେଳେ କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ପୁଣି ଟି-ସାର୍ଟରେ ନବୀନ, ବିନ୍ଦାସ ମୁଡ଼ରେ ବୈଠକ

ଭୁବନେଶ୍ୱର: ପୁଣି ପରଦାରେ ଫିଟନେସ ନବୀନ  । ଦୀର୍ଘ ଦୁଇ ବର୍ଷପରେ ଟି ସାର୍ଟରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଫଟୋରେ ତାଙ୍କ ସହ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ପାଖରେ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ବେଶ ଖୁସି ଥିବା ନଜର ଆସିଛନ୍ତି  । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଅନେକ ପ୍ରସଙ୍ଗକୁ ନେଇ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି  । ଭିସି ଯୋଗେ ଏହି ବୈଠକ ଆହୁତ ହୋଇଥିବାବେଳେ ଫଟୋରେ ମୁଖ୍ୟମନ୍ତ୍ରୀ ଖୁବ ସାଧାରଣ ଭାବେ ଆଲୋଚନା କରୁଥିବା ନଜର ଆସିଛନ୍ତି  ।

୨୦୧୯ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଟି ସାର୍ଟ ଏବଂ ପ୍ୟାଣ୍ଟରେ ନଜର ଆସିଥିଲେ  । ଧଳା ପାଇଜାମାରେ ସର୍ବଦା ଦୃଶ୍ୟମାନ ହେଉଥିବା ନବୀନ ଫିଟନେସର ପଚିଚୟ ଦେଇଥିଲେ  । ପ୍ରାତଃ ଭ୍ରମଣ ଠାରୁ ଆରମ୍ଭ କରି କିପରି ଜିମରେ ସମୟ ଅତିବାହିତ କରନ୍ତି ତାହା ଦେଖିବାକୁ ମିଳିଥିଲା  । ଠିକ ଦୁଇବର୍ଷ ତଳେ କଳା ରଙ୍ଗର ଏକ ଟି ସାର୍ଟ ଏବଂ ପ୍ୟାଣ୍ଟ ପରିଧାନରେ ମୁଖ୍ୟମନ୍ତ୍ରୀ ପରଦାରେ ଆସିଥିଲେ  ।

ଆଜି ପୁନର୍ବାର ଏକ ଫଟୋରେ ନବୀନ ନଜର ଆସିଛନ୍ତି  । ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି କିନ୍ତୁ ଅତି ସାଧାରଣ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଛନ୍ତି  । ପାଖରେ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିୟନ ମଧ୍ୟ ଉପସ୍ଥିତ ରହିଛନ୍ତି  । ସେପଟେ ମୁଖ୍ୟମନ୍ତ୍ରୀ କେଉଁ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ତାହା ଜଣାପଡ଼ି ନାହିଁ  ।