ଦିଲ୍ଲୀ ସରକାରଙ୍କ ଦେଶ କେ ମେଣ୍ଟରର ବ୍ରାଣ୍ଡ ଆମ୍ବାସଡର ଅଭିନେତା ସୋନୁ ସୁଦ୍

ନୂଆଦିଲ୍ଲୀ: ମହାମାରୀ ବେଳେ ସେ ଲୋକଙ୍କ ପାଇଁ ସାଜିଥିଲେ ଦେବଦୂତ । ଏବେ ଦେଶର ଭାଗ୍ୟ ଭବିଷ୍ୟତଙ୍କୁ ଦେଖାଇବେ ଆଗକୁ ଯିବାର ରାସ୍ତା । ଦିଲ୍ଲୀ ସରକାରଙ୍କ ଦେଶ କେ ମେଣ୍ଟର ସ୍କିମର ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବା ପରେ ଏ ନେଇ ଘୋଷଣା କରିଛନ୍ତି କେଜ୍ରିଓ୍ବାଲ ।

ସୋନୁ ପୂର୍ବରୁ ହଜାର ହଜାର ଲୋକଙ୍କୁ କରୋନା ସମୟରେ ସହାୟତା କରିଥିଲେ, ଏବେ ଦେଶର ପିଲାମାନଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ବୁଝାଇବେ । ଦିଲ୍ଲୀରେ ଅନେକ ଗରିବ ଶ୍ରେଣୀର ପିଲା ପାଠ ପଢୁଛନ୍ତି, ହେଲେ ସେମାନେ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଠିକ୍ ଭାବେ ଜାଣି ପାରୁ ନାହାଁନ୍ତି । ଏଣୁ ସେମାନଙ୍କୁ ଆଗକୁ ବଢିବାର ବାଟ ଦେଖାଇବେ ସୋନୁ । ଦିଲ୍ଲୀ ସରକାର ଏଭଳି ଏକ ସୁଯୋଗ ଦେଇଥିବାରୁ କେଜ୍ରିଓ୍ବାଲଙ୍କୁ ପ୍ରଶଂସା କରିଛନ୍ତି ସୋନୁ ସୁଦ୍ ।

Leave a Reply