ତପ୍ତପାଣି ଘାଟି ଲୁଟ୍ ଘଟଣା: ଜବତ ହେଲା ବନ୍ଧୁକ, ଗିରଫ ହେଲେ ୬ ଲୁଟେରା

1 min read

ଦିଗପହଣ୍ଡି : ତପ୍ତପାଣି ଘାଟିରେ ଲୁଟ୍ ଘଟଣାରେ ସାନଖେମୁଣ୍ଡି ପାଟପୁର ଥାନା ପୋଲିସକୁ ସଫଳତା । ୬ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଲୁଟେରାଙ୍କଠାରୁ ଏକ କାର୍‌, ସ୍କୁଟି, ବନ୍ଧୁକ ସହ ୧ଲକ୍ଷ ୧୦ହଜାର ଟଙ୍କା ଜବତ କରାଯାଇଛି । ଗିରଫ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବଜେଲକୁ ପଠାଇ ଦିଆଯାଇଛି ।

ଏ ନେଇ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ । ଗତ ୧୮ ତାରିଖରେ କ. ନୂଆଁଗାଁ ଥାନା ଅଞ୍ଚଳର ଗୁପ୍ତ ଦୋର ତପ୍ତପାଣି ଘାଟିଠାରେ ଲୁଟର ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ଏକ କାର ଓ ସ୍କୁଟିରେ ଆସି ଗୁପ୍ତ ଦୋରାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ନଗଦ ୪୫ ହଜାର ଟଙ୍କା ଲୁଟି ନେଇଥିଲେ ।

ଏହାସହ ତାଙ୍କ ଫୋନ୍ ପେ’ ଓ ATMରୁ ୧ଲକ୍ଷ ୩୫ହଜାର ଟଙ୍କା ଲୁଟି ନେଇଥିଲେ । ଆଜି ପୋଲିସ ଦୁର୍ବୃତ୍ତମାନଙ୍କୁ କାବୁ କରିଥିବା ବେଳେ ଲୁଟରେ ବ୍ୟବହୃତ ସାମଗ୍ରୀ ଓ ଲୁଟ ଟଙ୍କା ଜବତ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଉମାଶଙ୍କର ସିଂ  ।

Leave a Reply