spot_img
Home Blog Page 5251

ବିଚ୍‌ ରାସ୍ତା ଉପରେ କିନ୍ନର ଓ ପୋଲିସ ମଧ୍ୟରେ ମାଡ଼ ମରାମରି, ୨ କିନ୍ନର ଅଟକ

ପୁରୀ: ପୁରୀରେ କିନ୍ନର ଓ ପୋଲିସ ମଧ୍ୟରେ ମାଡ଼ ମରାମରି। ଏହି ମାଡ଼ ମରାମରି ଘଟଣା ଘଟିଛି ପୁରୀ ସୁବାଷ ବୋଷ ଛକ ନିକଟରେ। ଭିଡିଓ ରେ ଦୁଇ କିନ୍ନରଙ୍କ ସହ ପୋଲିସ କର୍ମଚାରୀଙ୍କ ମୁଥା ମରାମରି ଓ ମାରପିଟ ର ଦୃଶ୍ୟ ଏବେ ଭାଇରଲ ହେବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ପୁରୀରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଦୁଇଜଣ କିନ୍ନରଙ୍କ ସହ ପୋଲିସର ହାତାହାତି ହେଉଥିବାର ଭିଜୁଆଲ ଭାଇରଲ ହେବାରେ ଲାଗିଛି। କୌଣସି ଏକ କାରଣକୁ ନେଇ ପୋଲିସ୍‌ କିନ୍ନର ମାନଙ୍କୁ ଅଟକ ରଖିଥିଲା।

ତେବେ ନିର୍ଦ୍ଧିଷ୍ଠ ଭାବରେ ଅଟକ ରଖିବାର କୌଣସି ସ୍ପଷ୍ଟ କାରଣରେ ପୋଲିସ କିନ୍ନର ମାନଙ୍କୁ ପୋଲିସ ଅଟକାଇ ନଥିବା ଦର୍ଶାଇ କିନ୍ନର ମାନେ ପୋଲିସର ଅଟକ ରଖିବାକୁ ବିରୋଧ କରିଥିଲେ। ବିରୋଧ ଯୋଗୁଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରବର୍ତୀ ସମୟରେ ହାତାହାତି ଯାଏ କଥା ଯାଇଥିଲା। ତେବେ ହାତାହାତିରେ ପୋଲିସ ଓ କିନ୍ନର ଉଭୟ ଆହତ ହୋଇଛନ୍ତି। ତେବେ ପ୍ରାଥମିକ ଭାବେ ଯାହା ଜଣାପଡିଛି ଉଭୟ କିନ୍ନରଙ୍କୁ ସମୁଦ୍ର କୂଳ ଥାନାରେ ଅଟକ ରଖାଯାଇଛି। ଏଥିସହ ଘଟଣାର ସତ୍ୟାସତ୍ୟ କଣ ରହିଛି ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ତେବେ କିନ୍ନରଙ୍କ ସହ ପୋଲିସର ଏଭଳି ଧସ୍ତାଧସ୍ତିର ଭିଡିଓ ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିନେତା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ

ମୁମ୍ବାଇ: ଅଭିନେତା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ । ମୁମ୍ବାଇର କପୁର୍ ହସ୍ପିଟାଲରେ ସିଦ୍ଧାର୍ଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ସୂଚନାନୁସାରେ, ୪୦ ବର୍ଷୀୟ ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି ।

ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ କିନ୍ତୁ ଏହା ପରେ ସେ ଉଠି ପାରିନଥିଲେ। ପରେ ଡାକ୍ତରଖାନା ନିଶ୍ଚିତ କରିଥିଲା ​​ଯେ ସିଦ୍ଧାର୍ଥଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଟିଭି ଇଣ୍ଡଷ୍ଟ୍ରିର ନାମୀ କଳାକାର ସିଦ୍ଧାର୍ଥ ଶୁକ୍ଲା ରିଅଲିଟି ସୋ ବିଗ୍ ବସ୍ ର ୧୩ ତମ ସିଜନର ବିଜେତା ଥିଲେ, ଏହା ବ୍ୟତୀତ ସେ ଖାତରୋଁ କେ ଖିଲାଡିର ସପ୍ତମ ସିଜନ୍ ମଧ୍ୟ ଜିତିଥିଲେ । ବାଲିକା ବଧୁ ସିରିଏଲରୁ ସିଦ୍ଧାର୍ଥ ଶୁକ୍ଲା ଦେଶର ପ୍ରତ୍ୟେକ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ଅଟୋ ଡ୍ରାଇଭରକୁ ନକଲି ନୋଟ ଦେଇ ଧରାପଡ଼ିଲେ ଯୁବକ, ଜବତ ହେଲା ୧୨ ହଜାର ୩ଶହ ଟଙ୍କା

ବୁର୍ଲା: ବୁର୍ଲା ପୋଲିସ ନକଲି ନୋଟ କାରବାରରେ ୨ଜଣଙ୍କୁ ଅଟକ ରଖିବା ସହ ୧୨୩୦୦ ଟଙ୍କାର ନକଲି ନୋଟ ଓ ନମ୍ବର ବିହିନୀ ପଲସର ଗାଡି ଜବତ କରିଛି। ସୂଚନା ଅନୁସାରେ ଗତକାଲି ପଦ୍ମପୁର ଅଂଚଳର ଶ୍ୟାମସୁନ୍ଦର ସାହୁ ଅଟୋ ଡ୍ରାଇଭର ସନାତନ ବାଗକୁ ୨୦୦ ଟଙ୍କା ଦେଇ ଅଟୋ ଭଡା ନେଇଥିଲେ।

 

ହେଲେ ସମ୍ପୃକ୍ତ ନୋଟ ନକଲି ଲାଗିବାରୁ ଅଟୋଡ୍ରାଇଭର ସନାତନ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତ ଶ୍ୟାମ ସୁନ୍ଦର ସାହୁ ଓ ତାର ସହଯୋଗୀକୁ ଅଟକ ରଖି ପଚାରଉଚୁରା କରିବାରୁ ତାଙ୍କର ପାଖରୁ ୧୨୩୦୦ ଟଙ୍କାର

ପାୟୋନିୟର ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପାୟୋନିୟର ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ତାଙ୍କ ମୃୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ସମ୍ପର୍କରେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସ୍ୱପନ ଦାସଗୁପ୍ତ ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ମୋର ସବୁଠୁ ନିକଟତମ ବନ୍ଧୁ ପାୟୋନିୟର ସମ୍ପାଦକ ତଥା ପୂର୍ବତନ ସାଂସଦ ଚନ୍ଦନ ମିତ୍ରଙ୍କୁ ଆଜି ସକାଳେ ହରାଇଲି। ଆମ ଲା ମାର୍ଟିନେରେ ଛାତ୍ର ଭାବରେ ଏକାଠି ହୋଇ ସେଣ୍ଟ ଷ୍ଟିଫେନ୍ସ ଏବଂ ଅକ୍ସଫୋର୍ଡକୁ ଯାଇଥିଲୁ | ଆମେ ଏକାସାଙ୍ଗରେ ସାମ୍ବାଦିକତାରେ ଯୋଗ ଦେଇ ଅଯୋଧ୍ୟା ଏବଂ ଗେରୁଆର ଲହରୀ ଉତ୍ସାହରେ ସାମିଲ ହୋଇଥିଲୁ।

 

ଏଥି ସହିତ ୧୯୭୨ରେ ଏକ ସ୍କୁଲ ଟ୍ରିପ୍ ସମୟରେ ଚନ୍ଦନ ମିତ୍ର ସହ ବିଜେପି ସାଂସଦ ସ୍ୱପନ ଦାସଗୁପ୍ତ ଉଠାଇଥିବା ଫଟୋକୁ ଟ୍ୱିଟ୍‌ରେ ସେୟାର କରିଛନ୍ତି । ଡକ୍ଟରର ଚନ୍ଦନ ମିତ୍ର ବିଜେପି କୋଟାରୁ ରାଜ୍ୟସଭାରେ ପହଞ୍ଚିଥିଲେ । ସେ ୨୦୧୮ ମସିହାରେ ବିଜେପି ଦଳକୁ ଛାଡ଼ି ଟିଏମ୍‌ସିରେ ସାମିଲ ହୋଇଥିଲେ। ଏଥି ସହିତ ଡକ୍ଟର ଚନ୍ଦନ ମିତ୍ର ପାୟୋନିୟର ଖବର ସମ୍ପାଦକ ପଦରୁ କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ।

ଗଣେଶ ପୂଜା ପାଇଁ ଜାରି ହେଲା BMCର ଗାଇଡଲାଇନ୍‌, କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ଗଣେଶ ପୂଜା ପାଳନ ପାଇଁ ଜାରି ହୋଇଛି ବିଏମସିର ଗାଇଡଲାଇନ୍। ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ହୋଇଛି। ପୂଜା ଅବସରରେ ମଣ୍ଡପରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ। କମିଶନରେଟ୍ ପୋଲିସର ଅନୁମତି ନେଇ ପୂଜା କମିଟିମାନେ କରୋନା କଟକଣା ମାନି ମଣ୍ଡପରେ ଗଣେଶ ପୂଜା ପରିଚାଳନା କରିପାରିବେ। କେବଳ ରୀତିନୀତିରେ ହେବ ପୂଜା। ପୂଜା ପେଣ୍ଡାଲକୁ ତିନି ପାର୍ଶ୍ୱରୁ ଆବଦ୍ଧ କରାଯିବ ଏବଂ ଗୋଟିଏ ପାର୍ଶ୍ୱର ଖୋଲା ରହିବ। ମୂର୍ତ୍ତି ଆକାର ୪ ଫୁଟରୁ କମ୍ ହେବା ଉଚିତ୍। ପୂଜା ସମୟରେ ୭ରୁ ଅଧିକ ବ୍ୟକ୍ତି ରହିପାରିବେନି। ସମସ୍ତଙ୍କୁ କୋଭିଡ କଟକଣା ପାଳନ କରିବାକୁ କୁହାଯାଇଛି। ପୂଜାପାଠ ପାଳନ ପାଇଁ କେବଳ ଟିକା ଦିଆଯାଇଥିବା ଲୋକଙ୍କୁ ଅନୁମତି ଦିଆଯିବ। ମୂର୍ତ୍ତି ବିସର୍ଜନ ବିଏମସି ଦ୍ୱାରା ପ୍ରସ୍ତୁତ କୃତ୍ରିମ ପୋଖରୀକୁ ବ୍ୟବହାର କରାଯିବ। ଶିକ୍ଷାନୁଷ୍ଠାନରେ ମଧ୍ୟ ଗଣେଶ ପୂଜା ସମୟରେ ଏହି ନିୟମ ପାଳନ କରାଯିବ। କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣ ରହିପାରିବେ। ପୂଜା ବେଳେ ଭୋଜି ବା ପ୍ରସାଦ ପ୍ରସ୍ତୁତ ସେବନ ଉପରେ କଟକଣା ଜାରି ହୋଇଛି।

ଆଫଗାନିସ୍ତାନର ସୁପ୍ରିମ ଲିଡର ହେଲେ ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା

କାବୁଲ: ଆଫଗାନିସ୍ତାନର ସୁପ୍ରିମ ଲିଡର ହେଲେ ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା। ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା କରିଛି ତାଲିବାନ। ତାଲିବାନର କଲଚରାଲ କମିଶନ ସଦସ୍ୟ ଆନାମୁଲ୍ଲା ସାମନଗାନି ଏନେଇ ଘୋଷଣା କରିଛନ୍ତି। ତାଙ୍କ ନେତୃତ୍ୱରେ ଖୁବ୍ ଶୀଘ୍ର ସରକାର ଗଠନ ହେବ। ପୂର୍ବରୁ ଇରାନ ମଡେଲ ଅନୁସାରେ ସରକାର ଗଠନ ହେବ ବୋଲି ତାଲିବାନ ଘୋଷଣା କରିଥିଲା। ତାଲିବାନର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟ ଶେର ମହମ୍ମଦ ଆବାସ ସ୍ତାନିକଜାଇ କହିଛନ୍ତି, ଦୁଇ ଦିନ ମଧ୍ୟରେ ନୂଆ ସରକାର ଗଠନ ହେବ। ଦୀର୍ଘ ଦିନ ଧରି ଲୋକ ଲୋଚନକୁ ଆସୁ ନ ଥିବା ଅଖୁନ୍ଦଜାଦା ଏବେ ସର୍ବସାଧାରଣରେ ଦୃଶ୍ୟମାନ ହୋଇପାରନ୍ତି। ସେପଟେ ଦେଶରେ ତାଲିବାନୀ ଶାସନ ଆହୁରି କଡା ହୋଇଛି। ବିଶେଷ କରି ମହିଳାଙ୍କ ପାଇଁ ଅସହ୍ୟ ହୋଇଛି ନିୟମ। ସେମାନେ ନିଜର ରକ୍ତ ସମ୍ପର୍କୀୟଙ୍କ ବ୍ୟତୀତ ପଦାକୁ ଯାଇପାରିବେ ନାହିଁ। ବୁର୍ଖା ବାଧ୍ୟତାମୂଳକ ହୋଇଛି। ତାଙ୍କ ପାଦ ଶବ୍ଦ ପୁରୁଷ ଯେପରି ନ ଶୁଣିପାରିବେ, ସେଥିଲାଗି ହାଇହିଲ୍ ଯୋତା ସେମାନେ ପିନ୍ଧିପାରିବେ ନାହିଁ। ତାଙ୍କ ସ୍ୱର କେହି ଅପରିଚିତ ବ୍ୟକ୍ତି ଯେପରି ଶୁଣି ନପାରିବେ ସେଥିଲାଗି ସତର୍କ ରହିବାକୁ ପଡିବ। ନାରୀମାନଙ୍କୁ ଯେପରି କେହି ଦେଖିପାରିବେ ନାହିଁ, ସେଥିପାଇଁ ସମସ୍ତ ଘରର ଗ୍ରାଉଣ୍ଡ ଓ ପ୍ରଥମ ମହଲାର ସମସ୍ତ ଝରକାରେ ପରଦା ଲାଗିବ। ତାଙ୍କର ଫଟୋ କେହି ଉଠାଇପାରିବେ ନାହିଁ ବା ପ୍ରକାଶ କରିପାରିବେ ନାହିଁ। ସେପଟେ ବିଭିନ୍ନ ସହରରେ ମହିଳାମାନଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ଝିଅମାନଙ୍କୁ ଅପହରଣ କରିବା ସାଧାରଣ ଘଟଣାରେ ପରିଣତ ହୋଇଛି। ଅନେକ ସ୍ଥାନରେ ଶବ ପଡିଥିବା ଦେଖାଯାଉଛି। ସବୁ ଘରେ ତାଲିବାନ କର୍ମୀ ପ୍ରବେଶ କରି ଝିଅର ସନ୍ଧାନ କରୁଛନ୍ତି। ସମ୍ପତ୍ତି ଉପରେ ମହିଳାଙ୍କ ଅଧିକାର ପ୍ରତ୍ୟାହୃତ ହୋଇଛି ଏବଂ ଯେଉଁମାନେ ଘର ଛାଡି ପଳାୟନ କରିଛନ୍ତି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଉଛି।

ରାଜ୍ୟରେ କମୁଛି ବଢ଼ୁଛି କରୋନା ସଂକ୍ରମଣ, ୭୫୪ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୭୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ବୟସର ୧୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୪୩୮, ଲୋକାଲ କେସ୍ ୩୧୬। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୬୬ ଆକ୍ରାନ୍ତ। ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୦, ଷ୍ଟେଟପୁଲରୁ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୪୩, ଯାଜପୁର ଓ ପୁରୀରୁ ୨୮ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୨୬, ଜଗତସିଂହପୁରରୁ ୨୫, ମୟୂରଭଞ୍ଜରୁ ୨୩, କେନ୍ଦ୍ରାପଡାରୁ ୧୯, ଅନୁଗୁଳ ଓ କେନ୍ଦୁଝରରୁ ୧୬ଜଣ ଲେଖାଏ, ନୟାଗଡ଼ ଓ ସମ୍ବଲପୁରରୁ ୧୩ଜଣ ଲେଖାଏଁ, ଦେବଗଡ଼, ଢେଙ୍କାନାଳ, ମାଲକାନଗିରି ଓ ରାୟଗଡ଼ାରୁ ୯ଜଣ ଲେଖାଏଁ, ଭଦ୍ରକ ଓ ନୂଆପଡାରୁ ୭ଜଣ ଲେଖାଏଁ, କୋରାପୁଟରୁ ୬, ବଲାଙ୍ଗୀର, ଗଞ୍ଜାମରୁ ୪ଜଣ ଲେଖାଏଁ, ବୌଦ୍ଧରୁ ୩, କଳାହାଣ୍ଡି, ନବରଙ୍ଗପୁରରୁ ୨ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡା, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଲଡରଙ୍କୁ ଭୁବନେଶ୍ୱରରୁ ଅପହରଣ ପରେ ବ୍ରହ୍ମପୁରରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଦୁର୍ବୃତ୍ତଙ୍କ ଟାର୍ଗେଟରେ ବିଲଡ଼ର। ଭୁବନେଶ୍ୱରରୁ ଅପହରଣ, ବ୍ରହ୍ମପୁରରେ ମରଣାନ୍ତକ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ବିଲଡର ରାହୁଲ ସ୍ୱାଇଁ। ଟଙ୍କା କାରବାର ନେଇ ବିଲଡରଙ୍କୁ ଅପହରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁସାରେ, ରାହୁଲଙ୍କୁ ଗତ ରବିବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଭୁବନେଶ୍ୱର ସିଆରପିଏଫ ଛକ ନିକଟରୁ ଅପହରଣ କରି ନେଇଥିଲେ। ଅପହରଣ ହୋଇଥିବା ବିଲଡରଙ୍କ ବାଇକ ସିଆରପିଏଫ ଛକରୁ ନୟାପଲ୍ଲୀ ଫାଣ୍ଡି ପୋଲିସ ଉଦ୍ଧାର କରିଛି। ବ୍ରହ୍ମପୁରର ଏକ ନିଛାଟିଆ ଅଞ୍ଚଳରେ ବିଲଡରଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ସୂଚନା ମିଳିଛି। ଗୁରୁତର ଆହତ ସତ୍ତ୍ୱେ  ବିଲଡର ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଥିଲେ। ଗୁରୁତର ଅବସ୍ଥାରେ ପୋଲିସ ଫାଣ୍ଡି ଅଧିକାରୀ ତାଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା କରାଯାଉଛି। ରାହୁଲଙ୍କର ଭୁବନେଶ୍ୱର ଓ କୋଲକାତାରେ କମ୍ପାନୀ ରହିଛି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ମେଡିକାଲରେ ପୋଲିସ ମୁତୟନ କରାଯାଇଛି। ବିଲଡରଙ୍କୁ ଆକ୍ରମଣ କରିଥିବା ଯୁବକ ମାନେ କିଏ ଏବଂ ସେମାନେ କେବଳ ଟଙ୍କା ନା ଆଉ କିଛି କାରଣ ପାଇଁ ବିଲଡରଙ୍କୁ ଅପହରଣ କରିଥିଲେ, ପୋଲିସ ତଦନ୍ତ ପରେ ହିଁ ଜଣାପଡିବ।

ଭୁବନେଶ୍ୱରରେ ଚାଞ୍ଚଲ୍ୟ, ନୟାପଲ୍ଲୀ ପାଖ ଏକ ଭଙ୍ଗାଘରୁ ଜବତ ହେଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଚାଞ୍ଚଲ୍ୟ। ନୟାପଲ୍ଲୀ ଅଞ୍ଚଳରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର ହୋଇଛି। ସକାଳୁ ସକାଳୁ ବିଜୁ ପଟ୍ଟନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ମୃତଦେହକୁ ଉଦ୍ଧାର କରିଛି ପିସିଆର। ଭଙ୍ଗା ଘରେ ମୃତକ ଜଣକ ହାତକୁ ଟେକି ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ଲୋକେ ଏହା ପରେ ପୋଲିସକୁ ଫୋନ୍‌ କରିଥିଲେ।

ଏବେ ପର୍ଯ୍ୟନ୍ତ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ଜଣକ ହେଲେ ଶାନ୍ତନୁ କୁମାର ପରିଡ଼ା। ମୃତକଙ୍କ ପାଖରୁ ଗୋଟିଏ ହୋଣ୍ଡା ଆକ୍ଟିଭା ଜବତ ହୋଇଛି। ମୃତକଙ୍କ ସ୍ତ୍ରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ମୃତକ ଗତ କାଲି ସକାଳ ୮ ସମୟରେ କାହାକୁ ଟଙ୍କା ଦେବା ପାଇଁ ଘରୁ ବାହାରିଥିଲେ। ଏହାପରେ ତାଙ୍କ ସ୍ତ୍ରୀ ତାଙ୍କୁ ସକାଳ ୧୦ଟା ସମୟରେ ଫୋନ କରିଥିଲେ। ହେଲେ ଶାନ୍ତନୁ ଫୋନ୍‌ ଉଠେଇନଥିଲେ ଏବଂ ପରବର୍ତ୍ତି ସମୟରେ ଫୋନ ଅଫ ହୋଇଯାଇଥିଲା। ଘରଲୋକେ ରତି ପର୍ଯ୍ୟନ୍ତ ଖୋଜାଖୋଜି କଥିଲେ ମଧ୍ୟ ପାଇନଥିଲେ।

କେରଳରେ ଘାରିଲାଣି କରୋନା ଚିନ୍ତା, ଦିନକୁ ବାହାରୁଛନ୍ତି ୩୦ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ୨ ବର୍ଷ ହେଲା ପୁରା ଦେଶକୁ ଘାଣ୍ଟିବାରେ ଲାଗିଛି। ଭୟରେ ଥରହର କରୁଛି କରୋନା ସଂକ୍ରମଣ। ଏବେ କରୋନାର ହବ ପାଲଟିଛି କେରଳ। କେରଳକୁ ଘାରିଲାଣି କରୋନା ଚିନ୍ତା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ୩୦ ହଜାର ଉପରେ ପଜିଟିଭ୍‌ ମାମଲା ଆସୁଥିବା ବେଳେ, ଦୈନିକ ମୃତ୍ୟୁସଂଖ୍ୟା ଶହେ ଉପରେ ରହୁଛି। ଗତ ୨୪ ଘଣ୍ଟାରେ କେରଳରୁ ୩୨ହଜାର ୮୦୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୭୩ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ। ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୨୧ହଜାର ୬୧୦ ଜଣ କରୋନା ଆକ୍ରାନ୍ତ। ବର୍ତ୍ତମାନର କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୩୮ଲକ୍ଷ ୩୮ହଜାର ୬୧୪ଜଣ କରୋନାରୁ ମୁକୁଳିଛନ୍ତି। ସେହିପରି ମୋଟ୍‌ ମୃତ୍ୟୁସଂଖ୍ୟା ୨୦ହଜାର ୯୬୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ କେରଳରେ ୨ଲକ୍ଷ ୨୯ହଜାର ୯୧୨ ସକ୍ରିୟ ସଂକ୍ରମିତ ରହିଥିବା ବେଳେ, ପଜିଟିଭିଟି ସଂଖ୍ୟା ୧୮.୭୬%କୁ ବୃଦ୍ଧିପାଇଛି। ସେପଟେ କରୋନାରେ ରୋକ୍‌ ଲଗାଇବାକୁ କେରଳ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୧ଲକ୍ଷ  ୭୪ହଜାର ୮୫୪ଜଣଙ୍କ ନମୁନା ସଂଗ୍ରହ କରାଯାଇଛି।