ଖଟିକୁ ନେଇ ତୁମୁଳକାଣ୍ଡ: କଳିଙ୍ଗ ଷ୍ଟାଡିୟମ୍‌ ଛକରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଖଟିକୁ କେନ୍ଦ୍ର କରି ତୁମୁଳକାଣ୍ଡ । କଳିଙ୍ଗ ଷ୍ଟାଡିୟମ ଛକରେ ଯୁବକଙ୍କୁ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ । ଗୁରୁତର ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।  ଗୋଟିଏ ପଟେ ପୋଲିସ ନାଇଟ ପେଟ୍ରୋଲିଂ ପାଇଁ ପଇଁତରା ମାରୁଥିବା ବେଳେ ଅନ୍ୟପଟେ ରାଜଧାନୀର ଏଭଳି ଦୃଶ୍ୟ ସଭିଙ୍କୁ ଆଚମ୍ବିତ କରିଛି । ଗୋଟିଏ ଗୋଷ୍ଠୀର କିଛି ପିଲା ଷ୍ଟାଡିୟମ ନିକଟରେ ବସି ଚା’ ପିଉଥିବା ବେଳେ ଆଉ ଏକ ଗୋଷ୍ଠୀର ପିଲା ତାଙ୍କୁ ଆସି ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବ ଗଣେଶ ପୂଜା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । କଥା କଟା କଟି ହୋଇଥିଲା । ଆଉ ଏହି ଘଟଣାକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ନୟାପଲ୍ଲୀ ବେହେରା ସାହିର ବୁବୁନ ସାମନ୍ତରାୟ ।

Leave a Reply