ଦେବଗଡ଼ରୁ ଦୂର ହେଉଛି କୁପୋଷଣ: ଶିଶୁଙ୍କ ପାଇଁ ବରଦାନ ସାଜିଛି ସ୍ୱତନ୍ତ୍ର ପୁଷ୍ଟ ପୁନର୍ବାସ କେନ୍ଦ୍ର

ଦେବଗଡ଼: ଅପପୁଷ୍ଟି ବିରୋଧରେ ଦେବଗଡ଼ ଜିଲ୍ଲାକୁ ସଫଳତା । ଜିଲ୍ଲାରୁ ଦୂର ହେଉଛି କୁପୋଷଣ । ଶିଶୁଙ୍କ ପାଇଁ ବରଦାନ ସାଜିଛି ମୁଖ୍ୟ ଚିକିତ୍ସାଳୟରେ ସ୍ଥାପିତ ସ୍ୱତନ୍ତ୍ର ପୁଷ୍ଟି ପୁନର୍ବାସ କେନ୍ଦ୍ର  । ଲୋକଙ୍କ ମଧ୍ୟରେ ସଚେତନତା ସହିତ ଉପଯୁକ୍ତ ଚିକିତ୍ସା ପ୍ରଣାଳୀ ପାଇଁ ଏବେ ରାଜ୍ୟ ସରକାରଙ୍କ ଅପପୁଷ୍ଟି ଦୂରୀକରଣ ଲକ୍ଷ୍ୟ ପୂରଣ ହେବାରେ ଲାଗିଛି  ।

ଅପପୁଷ୍ଟିମୁକ୍ତ ହେଉଛି ଦେବଗଡ଼ ଜିଲ୍ଲା  । ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମରେ ଜିଲ୍ଲାରୁ କୁପୋଷଣ ଦୂର ହେଉଛି  । ଏହି ସଫଳତା ପଛରେ ରହିଛି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦ୍ୱାରା ଅପପୁଷ୍ଟି ହଟିବାରେ ଲାଗିଛି । ଏକ୍ଷେତ୍ରରେ ମୁଖ୍ୟ ଚିକିତ୍ସାଳୟରେ ସ୍ଥାପିତ ସ୍ୱତନ୍ତ୍ର ପୁଷ୍ଟି ପୁନର୍ବାସ କେନ୍ଦ୍ର ମଧ୍ୟ ବରଦାନ ସାଜିଛି ।

ପୂର୍ବରୁ ଦେବଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ ଶିଶୁ କୁପୋଷଣର ଶିକାର ହେଉଥିଲେ  । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ଏମାନଙ୍କୁ ଚିହ୍ନଟ କରି ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ଶିଶୁଙ୍କ ରହିବା ଓ ଖାଇବା ସହିତ ମନୋରଞ୍ଜନ ପାଇଁ ରହିଛି ବିଭିନ୍ନ ଆକର୍ଷଣୀୟ ବ୍ୟବସ୍ଥା । ସୁସ୍ଥ ହୋଇ ଫେରୁଥିବା ଶିଶୁଙ୍କ ଅଭିଭାବକଙ୍କୁ ଦୈନିକ ଶହେ ଟଙ୍କା  ଦିଆଯାଉଛି । ଫଳରେ ଲୋକ ସଚେତନ ହେବା ସହିତ ପିଲାମାନେ କୁପୋଷଣ ମୁକ୍ତ ହେଉଛନ୍ତି । ଦେବଗଡ଼ ସହିତ ଅନ୍ୟ ଜିଲ୍ଲାର ରୋଗୀଙ୍କ ପାଇଁ ଏହି ପୁଷ୍ଟି ପୁନର୍ବାସ କେନ୍ଦ୍ର ଆଶା ପାଲଟିଛି ।

Leave a Reply