ଘୁଞ୍ଚିଲା ଆର୍ଯ୍ୟନ ଖାନଙ୍କ ଜାମିନ, ୧୩ ରେ ଅପରାହ୍ନରେ ସାନି ଶୁଣାଣି

1 min read

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଛଟପଟ ଜୁନିୟର କିଙ୍ଗଖାନ। ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୧୩ ତାରିଖ ଅପରାହ୍ଣ ୨ଟା ୪୫ରେ ବେଲ୍‌ ଆବେଦନର ଶୁଣାଣି ହେବ ।  ସୋମବାର ଜାମିନ ଆବେଦନର ଶୁଣାଣି ହେବାର ଥିଲା । ମାତ୍ର ୧୩ ତାରିଖ ଯାଏଁ ଶୁଣାଣି ସ୍ଥଗିତ ରଖିଛନ୍ତି କୋର୍ଟ । ତୃତୀୟ ଥର ଲାଗି ଜାମିନ ପାଇବାରେ ବିଫଳ ହୋଇଛନ୍ତି ଆର୍ଯ୍ୟନ ।

ଗତ ସପ୍ତାହରେ ତାଙ୍କ ଗିରଫଦାରି ପରଠାରୁ ଜାମିନ ଆବେଦନର ଶୁଣାଣି ବାରମ୍ବାର ଘୁଞ୍ଚିଆସୁଛି । କୋର୍ଟ ନିକଟରେ ଏନସିବି ନିଜର ବୟାନ ଦେବା ପରେ ତାଙ୍କର ଜାମିନ ଆବେଦନର ଶୁଣାଣି ହେବ । ଗତ ଶୁକ୍ରବାରଠାରୁ ୨୩ ବର୍ଷ ବୟସ୍କ ଆର୍ଯ୍ୟନ ମୁମ୍ବାଇର ଜେଲରେ ଅଛନ୍ତି । ଡ୍ରଗ୍ସ ପାର୍ଟି ମାମଲାରେ ବିବାଦରେ ଛନ୍ଦି ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ୍ ଖାରଜ କରିଥିଲେ ମୁମ୍ବାଇ କିଲ୍ଲା କୋର୍ଟ ।

ମାମଲା ଗମ୍ଭୀର ଥିବାରୁ ତଳ କୋର୍ଟରେ ନୁହେଁ, ସେସନ୍ କୋର୍ଟକୁ ଯିବା ପାଇଁ ଆର୍ଯ୍ୟନଙ୍କ ଓକଲିଙ୍କୁ କହିଥିଲେ କୋର୍ଟ । କୋର୍ଟରେ ଶୁଣାଣି ବେଳେ ଏନସିବି ଓ ଆର୍ଯ୍ୟନଙ୍କ ଓକିଲଙ୍କ ମଧ୍ୟରେ ହୋଇଥିଲା ଜବରଦସ୍ତ ଯୁକ୍ତିତର୍କ । ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦ କୋର୍ଟରେ ଦର୍ଶାଇଥିଲେ ଯେ- ଆର୍ଯ୍ୟନଙ୍କ ନିକଟରେ କୌଣସି ଡ୍ରଗ୍ସ ଠାବ ହୋଇ ନଥିବାରୁ ତାଙ୍କ ମାମଲା ସହ ଅନ୍ୟ ଅଭିଯୁକ୍ତଙ୍କ ମାମଲାକୁ ତୁଳନା କରାଯାଇପାରିବ ନାହିଁ ।

Leave a Reply