ସରକାରୀ ଅଧିକାରୀଙ୍କୁ ଅସଦ୍ ବ୍ୟବହାର ଘଟଣା: ନିଜ ମନ୍ତବ୍ୟକୁ ସଠିକ୍ ବୋଲି ଦର୍ଶାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

ଭୁବନେଶ୍ୱର: ଦୁଇ ଦୁଇଟି ସ୍ଥାନରେ ସରକାରୀ ଅଧିକାରୀଙ୍କୁ ଅସଦ୍ ବ୍ୟବହାର କରିବାପରେ ଆଜି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ନିଜ ଅସଦବ୍ୟବହାରକୁ ଠିକ୍ ବୋଲି ଦର୍ଶାଇବା ସହ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପାଇଁ ସେ କହିଥିଲେ କିନ୍ତୁ ଏଥର ମାଡ ମରାଯିବ ବୋଲି ଧମକ ଦେଇଛନ୍ତି ।

କେବଳ ସେତିକି ନୁହେଁ, ସରକାରୀ ଅଧିକାରୀମାନଙ୍କୁ ଦଣ୍ଡ ଦେବାର ଆବଶ୍ୟକତା ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ହୋଇ ଆଇନକୁ ହାତକୁ ନେବା ଭଳି ବିବୃତ୍ତି ଦେବା କେତେ ଶୋଭନୀୟ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଏଭଳି ବିବୃତ୍ତି ଦେଲା ବେଳେ କେନ୍ଦ୍ରମନ୍ତ୍ରୀ ଟୁଡୁ ଅତୀତରେ କେବେ ବିଜୁ ବାବୁ ମଧ୍ୟ ମାଡ ତତ୍ତ୍ୱ କଥା କହିଥିଲେ ବୋଲି ସଫେଇ ଦେଇଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଭୁଲି ଯାଇଛନ୍ତି ବିଜୁ ପଟ୍ଟନାୟକ କେଉଁ ପରିସ୍ଥିତିରେ କେବେ ଓ କଣ କହିଥିଲେ । ବିଜୁ ପଟ୍ଟନାୟକଙ୍କ ନାଁ ନେଇ ଖସି ଯିବାକୁ ଚାହୁଁଥିବା ଟୁଡୁଙ୍କୁ ଏବେ ବିଭିନ୍ନ ମହଲରୁ ହିରୋଧର ସମ୍ମୁଖିନ ହେବାକୁ ପଡିବ । ଶୁଣନ୍ତୁ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

 

ଅପରପକ୍ଷରେ ମୟୂରଭଞ୍ଜ ଜିଲ୍ଲାର ଓଏଏସ ଅଫିସର ସଂଘ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଅଶୋଭନୀୟ ଆଚରଣ ନେଇ ପ୍ରତିାବଦ କରାଯାଇଛି । ଜିଲ୍ଲାର ସମସ୍ତ ପ୍ରଶାସନିକ ଅଫିସରମାନେ କଳାଵ୍ୟାଚ ପିନ୍ଧି କେନ୍ଦ୍ରମନ୍ତ୍ରୀଙ୍କ ଆଚରଣର ନିନ୍ଦା କରାଯାଇଛି । ଗତ ୯ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ଓ ଜିଲ୍ଲାପାଳ ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ତହସିଲଦାର ପ୍ରମୁଖଙ୍କୁ ଗାଳିଗୁଲଜ କରିଥିଲେ ମନ୍ତ୍ରୀ । ଏହାର ଦୃଢ ପ୍ରତିବାଦ କରି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ । ସଂଘର ଏକ ବୈଠକରେ ମନ୍ତ୍ରୀଙ୍କ ଏଭଳି ଅସଦାଚରଣକୁ ଦୃଢ ନିନ୍ଦା କରାଯିବା ସହ ଏସମ୍ପର୍କରେ ରାଜ୍ୟ ସ୍ତରୀୟ ଓଏଏସ ସଂଘକୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ନଚେତ ଆନ୍ଦୋଳନ ଚେତାବନୀ ଦେଇଛି ସଂଘ ।

Leave a Reply