spot_img
Home Blog Page 5252

କେରଳରେ ଘାରିଲାଣି କରୋନା ଚିନ୍ତା, ଦିନକୁ ବାହାରୁଛନ୍ତି ୩୦ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ୨ ବର୍ଷ ହେଲା ପୁରା ଦେଶକୁ ଘାଣ୍ଟିବାରେ ଲାଗିଛି। ଭୟରେ ଥରହର କରୁଛି କରୋନା ସଂକ୍ରମଣ। ଏବେ କରୋନାର ହବ ପାଲଟିଛି କେରଳ। କେରଳକୁ ଘାରିଲାଣି କରୋନା ଚିନ୍ତା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ୩୦ ହଜାର ଉପରେ ପଜିଟିଭ୍‌ ମାମଲା ଆସୁଥିବା ବେଳେ, ଦୈନିକ ମୃତ୍ୟୁସଂଖ୍ୟା ଶହେ ଉପରେ ରହୁଛି। ଗତ ୨୪ ଘଣ୍ଟାରେ କେରଳରୁ ୩୨ହଜାର ୮୦୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୭୩ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ। ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୨୧ହଜାର ୬୧୦ ଜଣ କରୋନା ଆକ୍ରାନ୍ତ। ବର୍ତ୍ତମାନର କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୩୮ଲକ୍ଷ ୩୮ହଜାର ୬୧୪ଜଣ କରୋନାରୁ ମୁକୁଳିଛନ୍ତି। ସେହିପରି ମୋଟ୍‌ ମୃତ୍ୟୁସଂଖ୍ୟା ୨୦ହଜାର ୯୬୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ କେରଳରେ ୨ଲକ୍ଷ ୨୯ହଜାର ୯୧୨ ସକ୍ରିୟ ସଂକ୍ରମିତ ରହିଥିବା ବେଳେ, ପଜିଟିଭିଟି ସଂଖ୍ୟା ୧୮.୭୬%କୁ ବୃଦ୍ଧିପାଇଛି। ସେପଟେ କରୋନାରେ ରୋକ୍‌ ଲଗାଇବାକୁ କେରଳ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୧ଲକ୍ଷ  ୭୪ହଜାର ୮୫୪ଜଣଙ୍କ ନମୁନା ସଂଗ୍ରହ କରାଯାଇଛି।

ବାପ-ପୁଅଙ୍କୁ ନିର୍ଯାତନା ମାମଲା, ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ବାପପୁଅଙ୍କୁ ନିର୍ଯାତନା ମାମଲାରେ ତିନି ଜଣଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ବାପା ମାଗୁଣି ବେଗୁନିଆ ଥାନାରେ ୭ଜଣଙ୍କ ନାଁରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଅନ୍ୟ ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୬ଜଣ ମାଗୁଣିଙ୍କୁ ଆକ୍ରମଣ ଘଟଣାରେ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ୪ ଦିନ ପାଇଁ ପୋଲିସ ରିମାଣ୍ଡ ମାଗିଥିଲା । କିନ୍ତୁ ତିନି ଦିନ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

କିଛିଦିନ ତଳେ ମାନବବାଦ ନମରେ ଏକ ଗୋଷ୍ଠୀର କିଛି ବ୍ୟକ୍ତି ଉକ୍ତ ବାପ-ପୁଅକିୁ ଅତର୍କିତ ମାଡ ମାରିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାିରାଲ ହୋଇଥିଲା  । ଏହା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ  ।  ପୋଲିସ ତ୍ୱରିତ ସନ୍ଧାନ କରିବା ସହ ଉକ୍ତ ମାମଲାରେ ୬ ଜଣଙ୍କୁ ଗିରଫ କରିଛି  । ଏମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ରିମାଣ୍ଡରେ ମଧ୍ୟ ନେଇଛି ପୋଲିସ  । ତେବେ କାହିଁକି ଏବଂ କେଉଁ ଉଦେଶ୍ୟରେ ଏମାନେ ଆକ୍ରମଣ କରୁଥିଲେ ତାହାର ସତ୍ୟତା ଖୋଜୁଛି ପୋଲିସ  ।

ଯୁକ୍ତ ଦୁଇ ମୂଲ୍ୟାୟନରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ କରିବେ ପୁନଃ ଆବେଦନ, ସେପ୍ଟେମ୍ବର ୩ରୁ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ଦୁଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଲାଗି ଅଫ୍‌ଲାଇନ ପରୀକ୍ଷା ସୁଯୋଗ । ସେପ୍ଟେମ୍ବର 3ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ମାନେ ଅନଲାଇନ ଯୋଗେ ଆବେଦନ କରି ପାରିବେ । ଆବେଦନ ଲାଗି ଛାତ୍ରଛାତ୍ରୀଙ୍କୁ 5ଦିନ ସମୟ ମିଳିବ । ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଘୋଷଣା କରାଯିବ । ଯେଉଁମାନେ ଅଫଲାଇନ ପରୀକ୍ଷା ଦେବେ, ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ ରହିବନି ସ୍ପଷ୍ଟ ସୂଚନା ଦେଇଛନ୍ତି ବିଭାଗ  ।

ଯେଉଁ ଛାତ୍ରଛାତ୍ରୀ ଅନଲାଇନ ମାର୍କକୁ ନେଇ ଏଅସନ୍ତୁଷ୍ଚ ରହିଛନ୍ତି ସେମାନେ ପୁନଃ ପରୀକ୍ଷା ଦେଇପାରିବେ ବୋଲି ସୂଚନା ଦେଇଥିଲେ ଗଣଶିକ୍ଷମନ୍ତ୍ରୀ  । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମଧ୍ୟ ବିଭାଗ ପକ୍ଷରୁ ଜଣାଯାଇଥିଲା  । ବୁଧବାର ଏନେଇ ସ୍ପଷ୍ଟ ସୂଚନା ମିଳିଛି  ।  ଅଫଲାଇନ ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ହେବ  । ପୂର୍ବରୁ ମିଳିଥିବା ମାର୍କ ମୂଲ୍ୟାୟନ କରାଯିବ ନାହିଁ ବୋଲି କୁହାଯାଇଥିଲା  । ଆଜି ବସିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଜୁଆ ଆଡ୍ଡା ଉପରେ ଚଢାଉ, ୧୦ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଜୁଆ ଆଡ୍ଡା ଉପରେ ଅଚାନକ ଚଢାଉ କରିଛି ପୋଲିସ । ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳର ଏକ କଲ୍ୟାଣ ମଣ୍ଡପରେ ଚଢାଉ କରିଛି ପୋଲିସ । ଏଥିରେ 10 ଜଣଙ୍କୁ ଗିରଫ କରିବା ସହ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଜବତ କରିଛି ପୋଲିସ । ଏହାସହ ଘଟଣାସ୍ଥଳରୁ 4ଟି ବାଇକ, ଗୋଟିଏ ଯାତ୍ରୀବାହି ଅଟୋ ସମେତ 10ଟି ମୋବାଇଲ ଫୋନ ଜବତ କରିଛି ବାଳକାଟି ଫାଣ୍ଡି ପୋଲିସ ।

ଗିରଫ ଜୁଆଡ଼ିଙ୍କ ଘର ବିଭିନ୍ନ ଅଞ୍ଚଳରେ ହୋଇଥିବା ବେଳେ ମଣ୍ଡପରୁ ଏକ ମଦ ଭର୍ତ୍ତି ପେଟି ଜବତ କରାଯାଇଛି । ଘଟଣାସ୍ଥଳରୁ କେତେକ ଜୁଆଡ଼ି ଫେରାର ହୋଇଯାଇଥିବା ବେଳେ ମଣ୍ଡପ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । କୋଭିଡ ସମୟରେ ଏମାନେ ଆଜି କେବଳ ଜୁଆ ଆଡ୍ଡା ଚଳାଇଥିଲେ ନା ପୂର୍ବରୁ ମଧ୍ୟ ଚାଲିଥିଲା ? ଏହି ଜୁଆ ଆଡ୍ଡାରେ କେଉଁ କେଉଁ ମାନେ ସଂଶ୍ଲିଷ୍ଟ ରହିଥିଲେ  । କାହିଁକି ପୋଲିସର ଛତ୍ରଛାୟା ତଳେ ଜୁଆ ଆଡ୍ଡା ଚାଲିଥିବାବେଳେ ଜାଣି ପାରିନଥିସଲା ପୋଲିସ ?

ପଞ୍ଚାୟତ ଓ ପୌର ସଂଶୋଧନ ଆଇନକୁ କ୍ୟାବିନେଟରେ ମୋହର

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ସଂଶୋଧନ ଆଇନକୁ ମୋହର ମାରିଲେ ରାଜ୍ୟ ସରକାର । ବୁଧବାର ଠାରୁ ବିଧାନସଭାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ମାରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ବିଧାନସଭା ଚାଲିଥିବାରୁ ବିଧିବଦ୍ଧ ସୂଚନା ମିଳିପାରିନାହିଁ । ପରବର୍ତ୍ତୀ ସମୟରେ ଏନେଇ ବିଧିବଦ୍ଧ ସୂଚନା ପ୍ରଦାନ କରାଯିବ ।

ଜିଲ୍ଲା ପରିଷଦ, ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବ ମଧ୍ୟ ସଂଶୋଧନ ହୋଇଥିବା ନେଇ ସୂଚନା ମିଳିଛି । ପୌର, ମହାନଗର ନିଗମ ଆଇନ ସଂଶୋଧନ ପ୍ରସ୍ତାବ ମଧ୍ୟ ଅନୁମୋଦନ ହୋଇଛି । ମିଳିଥିବା ସୂଚନା ମୁତାବକ ରାଜ୍ୟ କ୍ୟାବିନେଟ ୫ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମଧ୍ୟ ଥିଲେ ଭାରତର ମହାନ୍ ଭକ୍ତ: ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜି ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପବିତ୍ର ଜନ୍ମାଷ୍ଟମୀ ସାଙ୍ଗକୁ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ଅପୂର୍ବ ସଂଯୋଗ । ଆଜାଦୀ କା ଅମୃତ ମହୋତ୍ସବ କାଳରେ ହିଁ ଏହା ହେଉଛି ବୋଲି ସେ କହିଥିଲେ । ସେଥିପାଇଁ ଆଜି ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଲକ୍ଷ ଲକ୍ଷ ଅନୁଗାମୀ ଓ କୋଟି କୋଟି କୃଷ୍ଣ ପ୍ରେମୀ ବିଶ୍ୱବାସୀ ଏହି ଅଭିଜ୍ଞତା ସାଉଁଟୁଛନ୍ତି।

ପ୍ରଭୁପାଦ ସ୍ୱାମୀ ଅସହଯୋଗ ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ସ୍କଟିଶ କଲେଜରୁ ଡିପ୍ଲୋମା ଗ୍ରହଣ କରିବାକୁ ମନା କରିଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆମେ ଯେତେବେଳେ ଅନ୍ୟ ଦେଶକୁ ଯାଇଥାଏଁ ଓ ସେଠାକାର କେହି ସାକ୍ଷାତ କାଳରେ ହରେ କୃଷ୍ଣ ବୋଲି ଉଚ୍ଚାରଣ କରେ ଆମକୁ ଗର୍ବିତ ଓ ଆପଣାର ଭଳି ଲାଗେ । ଯେତେବେଳେ ମେକ ଇନ୍ ଇଣ୍ଡିଆ ସାମଗ୍ରୀ ପାଇଁ  ସେହିଭଳି ସନ୍ତୋଷ ମିଳିବ ଓ ଆମେ ଇସ୍କନଠାରୁ ଅନେକ ଶିଖି ପାରିବା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯେତେବେଳେ ବେଦାନ୍ତକୁ ପାଶ୍ଚାତ୍ୟକୁ ନେଇଯାଇଥିଲେ, ସେତେବେଳେ ଶ୍ରୀଲ ପ୍ରଭୁପାଦ ଏବଂ ଇସ୍କନ ଭକ୍ତିଯୋଗକୁ ବିଶ୍ୱାଭିମୁଖୀ କରାଇପାରିଥିଲେ । ସେ ଭକ୍ତି ବେଦାନ୍ତକୁ ବିଶ୍ୱ ଚେତନା ସହ ଯୋଡିଥିଲେ ।

ତେବେଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।

 

ଟ୍ରେନ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ଚକ୍ରଧରପୁର: କାଳ ସାଜିଲା ଲୌହଦାନବ । ଟ୍ରେନ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ। ଦିନ ୩ଟା ୩୦ରେ ଝାଡ଼ଖଣ୍ଡ ଚକ୍ରଧରପୁର ନିକଟସ୍ଥ ଵିଞ୍ଜାଇ ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନା ଅନୁଯାୟୀ, ଦୁରନ୍ତ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ବେଳେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ମୃତକଙ୍କ ନା ଓ ଘର ଠିକଣା ପ୍ରକାଶ କରିଛି ରେଳ ବିଭାଗ । ସମସ୍ତ ମୃତକ ହେଲେ ସରେଇକଳା ଖରସୁଆଁ ଜିଲ୍ଲା ଅନ୍ତର୍ଗତ ତିଲଙ୍ଗଜୋରୀ ଗାଁର । ମୃତକ ହେଲେ ସୁମି ପୁର୍ତ୍ତି, ଜେମା ପୁର୍ତ୍ତି, ଵନେରଶ ପୁର୍ତ୍ତି ଓ ଅମର ସିଂହ ପୁର୍ତ୍ତି ।

ତେବେ ସେମାନେ ଟ୍ରେନ୍ ଟ୍ରାକ ପାର କରି ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଜଣେ ଅନ୍ୟ ଜଣକୁ ବଞ୍ଚାଇବା ପାଇଁ ଯାଇ ମୃତ୍ୟୁ ମୁଖରେ ପଡିଥିବା ନେଇ ସୁତ୍ରରୁ ପ୍ରକାଶ। ସମସ୍ତ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି ରେଲୱେର ବିଭାଗୀୟ ଅଧିକାରୀ ଓ ରେଲୱେ ପୋଲିସ।

ଆମେରିକାକୁ ଟାର୍ଗେଟ୍ କଲେ ରୁଷ ରାଷ୍ଟ୍ରପତି; ୨୦ ବର୍ଷରେ କ’ଣ ହାସିଲ କରିଛି?

କାବୁଲ: ଆଫଗାନିସ୍ତାନ ପ୍ରସଙ୍ଗରେ ରୁଷର ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ଆମେରିକା ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ହସ୍ତକ୍ଷେପ ସବୁ ପକ୍ଷକୁ କ୍ଷତି ପହଞ୍ଚାଇଛି । ଆଉ ଆମେରିକା କ୍ଷତି ବ୍ୟତୀତ ଆଉ କିଛି ଲାଭ କରିପାରିନାହିଁ। ଯଦି କେହି କାହା ପାଇଁ କିଛି କରିବାକୁ ଯାଉଛନ୍ତି, ତେବେ ସେମାନେ ସେହି ଲୋକଙ୍କର ଇତିହାସ, ସଂସ୍କୃତି, ଜୀବନ ଦର୍ଶନ ଉପରେ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଆଉ ଏହାବ୍ୟତୀତ ସେମାନଙ୍କର ପରମ୍ପରାକୁ ସମ୍ମାନ ଦେବା ଉଚିତ୍ ।

ପୁଟିନ ଆହୁରି କହିଛନ୍ତି ଯେ ଆମେରିକାର ସୖେନ୍ୟବାହିନୀ ୨୦ ବର୍ଷ ଧରି ଆଫଗାନିସ୍ତାନରେ ରହିଥିଲେ । ସେହି ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନର ଲୋକଙ୍କୁ ଆମେରିକୀୟ ସଭ୍ୟତା ଶିକ୍ଷା ଦେବାରେ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ।

ଅଗଷ୍ଟ ୩୧ ତାରିଖରେ ଆମେରିକା ସେନା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଛି । ଆଉ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏହାକୁ ସୈନ୍ୟ ଅଭିଯାନର ଏକ ଯୁଗର ପରିସମାପ୍ତି ବୋଲି କହିଛନ୍ତି।

Critic Claimed Russian President Valdimir Putin Suffering From Cancer

 

ରୁଷର ଚିନ୍ତା ବଢିଛି-
ଆଫଗାନିସ୍ତାନରୁ ଆମେରିକା ବାହାରିବା ପରେ ଋଷର ଚିନ୍ତା ବଢିଛି। ମଧ୍ୟ ଏସିଆରେ କଠୋରପନ୍ଥୀ ଇସଲାମର ବିସ୍ତାର ହେଉ ବୋଲି ରୁଷ ଚାହୁଁ ନାହିଁ । ଖାସ୍ ଏହିଭଳି କାରଣ ଲାଗି ତାଜିକିସ୍ତାନ ଭଳି ଦେଶକୁ ତାଲିବାନରୁ ସୁରକ୍ଷା ଦେବା ପାଇଁ ଋଷ ପ୍ରତିଶ୍ରୁତି ଦେଇଛି । ଯେଉଁଥିପାଇଁ ଋଷ ତାଜିକିସ୍ତାନରେ ନିଜର ସାମରିକ ବେସକୁ ମଜବୁତ କରିବାରେ ଲାଗିପଡିଛି  ।

ଋଷର ସୁରକ୍ଷା ଏବଂ ଗୁପ୍ତଚର ଏଜେନ୍ସିମାନେ ସୁରକ୍ଷା ମୁଖ୍ୟମାନଙ୍କୁ ମଧ୍ୟ ଏସିଆର ଅସ୍ଥିରତା, ତାଲିବାନର ବିସ୍ତାର, ଉଗ୍ରବାଦୀଙ୍କ ଅନୁପ୍ରବେଶ ଏବଂ ଆଫଗାନିସ୍ତାନରେ ଅଫିମ୍ ଉତ୍ପାଦନ ସମ୍ପର୍କରେ ସତର୍କ କରାଇଛନ୍ତି।

ଗାଈକୁ ଜାତୀୟ ପଶୁ ଘୋଷଣା କରାଯାଉ: ହାଇକୋର୍ଟ

ଆହ୍ଲାବାଦ: ବୖେଦିକ, ପୗେରାଣିକ, ସାଂସ୍କୃତିକ ମହତ୍ୱ ଏବଂ ସାମାଜିକ ଉପଯୋଗିତାକୁ ଦୃଷ୍ଟିରେ ରଖି ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରିବାକୁ ଆହ୍ଲାବାଦ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଭାରତରେ ଗାେମାତାକୁ ମା ବୋଲି ବିବେଚନା କରାଯାଏ ବୋଲି କୋର୍ଟ କହିଛନ୍ତି। ଏହା ହିନ୍ଦୁମାନଙ୍କର ଆସ୍ଥାର ବିଷୟ ।

ଗୋମାଂସ ଖାଇବା କାହାର ମୗେଳିକ ଅଧିକାର ନୁହେଁ ବୋଲି କୋର୍ଟ କହିଛନ୍ତି। ପୁରୁଣା ଅସୁସ୍ଥ ଗାଈ ମଧ୍ୟ କୃଷି ପାଇଁ ଉପଯୋଗୀ| ଏହାର ହତ୍ୟାକୁ ଅନୁମତି ଦେବା ଠିକ୍ ନୁହେଁ। ଏହା ଭାରତୀୟ କୃଷିର ମେରୁଦଣ୍ଡ ।

ସମଗ୍ର ବିଶ୍ୱରେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ସବୁ ବର୍ଗର ଲୋକ ବାସ କରନ୍ତି। ପୂଜାପାର୍ବଣ ଭିନ୍ନ ହୋଇଥିଲେ ମଧ୍ୟ ସମସ୍ତଙ୍କ ଚିନ୍ତାଧାରା ସମାନ । ଏଠି ସମସ୍ତେ ପରସ୍ପରର ଧର୍ମକୁ ସମ୍ମାନ ଦିଅନ୍ତି । କୋର୍ଟ କହିଛନ୍ତି ଯେ ଯଦି ଗାଈକୁ ହତ୍ୟା କରୁଥିବା ବ୍ୟକ୍ତିକୁ ଛଡାଯାଏ, ତେବେ ପୁଣି ଅପରାଧ କରିବ। ସମ୍ୱଲର ଜାଭେଦଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ରାୟ ଦେଇଛନ୍ତି ଜଷ୍ଟିସ ଶେଖର କୁମାର ଯାଦବ।

ଜାମିନ ଆବେଦନ ଉପରେ ସରକାରୀ ଓକିଲ ଏସ.କେ ପାଲ ଏବଂ ଏଜିଏ ମିଥୀଲେଶ କୁମାର ବିରୋଧ କରିଥିଲେ। ଆବେଦନକାରୀ ଖିଲେନ୍ଦ୍ର ସିଂ ଗାଈକୁ ଚୋରି କରିବା ସହ ଜଙ୍ଗଲରେ ଅନ୍ୟ ଗାଈ ମାନଙ୍କୁ ହତ୍ୟା କରିବା ସଙ୍ଗେସଙ୍ଗେ ମାଂସ ଏକଜୁଟ୍ କରୁଥିଲା । ଏହି ଘଟଣା ପଦାକୁ ଆସିବା ପରେ ସେ ମାର୍ଚ୍ଚ ୨୧ ତାରିଖରୁ ଜେଲରେ ଅଛି ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ୨୯ଟି ରାଜ୍ୟ ମଧ୍ୟରୁ ୨୪ଟିରେ ଗୋମାତା ବଧ କରିବା ନିଷେଧ । ଗୋଟିଏ ଗାଈ ନିଜ ଜୀବନରେ ୪୧୦ରୁ ୪୪୦ ଲୋକଙ୍କୁ ଖାଦ୍ୟ ଯୋଗାଇଥାଏ । କିନ୍ତୁ ଗୋମାଂସ କେବଳ ୮୦ ଲୋକଙ୍କ ପେଟ ଭରିଥାଏ ।ମହାରାଜା ରଣଜିତ ସିଂ ଗାେ ହତ୍ୟା ଉପରେ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ଅନେକ ମୁସଲିମ୍ ଏବଂ ହିନ୍ଦୁ ରାଜା ଗାେ ହତ୍ୟାକୁ ବାରଣ କରିଥିଲେ।

ଅପରପକ୍ଷେ ବେଦ ତଥା ପୁରାଣରେ ଗାେମାତାଙ୍କ ମହିମା ବର୍ଣ୍ଣିତ ହୋଇଛି । ସମ୍ବିଧାନରେ ମଧ୍ୟ ଗାେ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳ ହେବ ସୌନ୍ଦର୍ଯ୍ୟକରଣ, ୨୦୨୨ ସୁଦ୍ଧା ସରିବ ସମସ୍ତ କାର୍ଯ୍ୟ

ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ହରିଶଙ୍କର, ନୃସିଂହ ନାଥ ବିକାଶ ପ୍ଲାନ୍‌ର ତୃତୀୟ ବୈଠକ । ୨୦୨୨ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଆଗରେ ସବିଶେଷ ପ୍ଲାନ୍‌ ଉପସ୍ଥାପନ କରାଯାଇଛି । ଏହି ଦୁଇ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯିବ । ପର୍ଯ୍ୟଟକଙ୍କ ପାଇଁ ରାସ୍ତାର ସୌନ୍ଦର୍ଯ୍ୟକରଣ, ପାର୍କିଂ, ଭେଣ୍ଡିଂ ଜୋନ୍‌, ରିଲିଜିୟସ୍‌ ଷ୍ଟ୍ରିଟ୍‌, କଲଚରାଲ୍‌ ପ୍ଲାଜା ସହ ସମସ୍ତ ସୁବିଧା କରାଯିବ ।

ଏହାସହ ପାରମ୍ପରିକ ହର୍ବାଲ ସେଣ୍ଚର ମଧ୍ୟ କରାଯିବ । ଉଦ୍ୟାନ, ପିକନିକ୍‌ ଜୋନ୍‌, କିଡ୍‌ସ ଜୋନ୍‌, ଆମ୍ପିଥିଏଟର ପ୍ରଭୃତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମନ୍ଦିରର ଆଲୋକୀକରଣ, ଧର୍ମଶାଳା, ଭୋଗ ମଣ୍ଡପ ଓ ରୋଶଶାଳାର ପୁନରୁଦ୍ଧାର କରାଯିବ । ୧୮କିଲୋମିଟର ଟ୍ରେକିଂ ଟ୍ରାକ୍‌, କାଫେ, ଓ୍ବାଚ ଟାଓ୍ବାର ନିର୍ମାଣ କରାଯିବ । ଏହି ସମସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶର ଧାରା ପ୍ରବାହିତ କରିବା ପାଇଁ ପ୍ରସ୍ତୁତ ସ୍ଥାନୀୟ ପ୍ରଶାସନ  ।