spot_img
Home Blog Page 5154

ଶ୍ରୀଜିଉଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଫେରିଲେ ଜଷ୍ଟିସ ଏନ ଭି ରମଣା । ଏହି ସମୟରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, 5T ସଚିବ ଭି.କେ ପାଣ୍ଡିଆନ୍ ,ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ , ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ଶ୍ରୀଜିଉଙ୍କ ଦର୍ଶନ ପରେ କଟକ ଗସ୍ତରେ ଯାଇ ଆଜି ଦିନ ୧୧ଟାରେ ନବ ନିର୍ମିତ ଆଇନ ସେବା ଭବନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ହାଇକୋର୍ଟର ଡିଜିଟାଲାଇଜେସନ୍ ସେଣ୍ଟର ଓ ରେକର୍ଡ ରୁମ ଡିଜିଟାଇଲେସନ ସେଣ୍ଚର ଏବଂ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିଭ୍ରମଣ କରିବେ।

ଏହି ଅବସରରେ ହାଇକୋର୍ଟ ନୂଆ ବିଲଡିଂର ତଳ ମହଲାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବେ ସିଜେଆଇ। ତେବେ କାର୍ଯ୍ୟକ୍ରମ ସରିବା ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବା ସହ ସନ୍ଧ୍ୟା ୬ଟା ୪୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି।

ଜାତିସଂଘ ସାଧାରଣ ପରିଷଦରେ ଉଦ୍‌ବୋଧନ ଦେବାକୁ ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ୍‌ର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେବା ଲାଗି ଶୁକ୍ରବାର ସନ୍ଧ୍ୟାରେ (ନ୍ୟୁୟର୍କର ସ୍ଥାନୀୟ ସମୟ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସାକ୍ଷାତ୍‌ କରିବା ପରେ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘କ୍ବାଡ୍‌ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାସିଂଟନ୍‌ରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ନ୍ୟୁୟର୍କ ସହରରେ ଅବତରଣ କଲି। ୨୫ ତାରିଖ ସନ୍ଧ୍ୟା ୬.୩୦ରେ ଜାତିସଂଘ ସାଧାରଣ ପରିଷଦ୍‌ ବୈଠକରେ ଭାଷଣ ଦେବି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, ଧନ୍ୟବାଦ ୱାସିଂଟନ୍‌! ନ୍ୟୁୟର୍କ ଅଭିମୁଖେ ବାହାରିଛୁ। ଐତିହାସିକ ‘କ୍ବାଡ୍‌ ନେତାଙ୍କ ଶିଖର ସମ୍ମିଳନୀ’ ଏବଂ ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସହ ଦ୍ବିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଗସ୍ତ ଆରମ୍ଭ କରିଛନ୍ତି।

ଯାତ୍ରୀବାହୀ ବସ୍ ଓଲଟି ୨ମୃତ, ୬ ଆହତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଗତକାଲି ରାତିରେ ଏକ ବସ୍ ଓଲଟି ପଡ଼ିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ, ବସଟି ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ପରବର୍ତ୍ତୀ ସମୟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡି ପଡିଥିଲା। ତେବେ ଦୁର୍ଘଟଣାରେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କ ସହ ଜଣେ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ବସଟି ରାଜଗାଙ୍ଗପୁର ଅଞ୍ଚଳରୁ ରାଉରକେଲା ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ରାଜଗାଙ୍ଗପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  ରାଉରକେଲା ସହରର ୧୫ ଜଣ ବ୍ୟକ୍ତି ରାଜଗାଙ୍ଗପୁର ଠାରେ ଅନୁଷ୍ଠିତ ହେଉଥିବା ଏକ ଉତ୍ସବରେ ଯୋଗ ଦେଇ ରାଉରକେଲା ଫେରୁଥିବା ସମୟରେ ରାତି ପ୍ରାୟ ୧୦ଟାରେ ବସ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

ସ୍ଥଳଭାଗ ମୁହାଁ ବାତ୍ୟା ‘ଗୁଲାବ’; କିଛି ଘଣ୍ଟା ପରେ ନେବ ଗଭୀର ଅବପାତର ରୂପ

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ଗୁଲାବ’। ଘନିଭୂତ ହେଉଛି ଉତ୍ତର-ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। କିଛି ଘଣ୍ଟା ପରେ ନେବ ଗଭୀର ଅବପାତର ରୂପ। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।

ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଏହା ଗତି କରୁଛି। ଗୋପାଳପୁର ଠାରୁ ୫୮୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବରେ ରହିଛି। କଳିଙ୍ଗପାଟଣମ୍ ଠାରୁ ୬୬୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ସେହିପରି ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାର ପୂର୍ବ ସ୍ଥିତି ଉପରେ କଡା ନଜର ମଧ୍ୟ ରଖାଯାଇଛି ।

ତେବେ ବାତ୍ୟା ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ। ଘଣ୍ଟାପ୍ରତି ୭୦ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ। କାଲି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ। ବିଶାଖାପାଟଣା, ଗୋପାଳପୁର ଏବଂ କଳିଙ୍ଗପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା। ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ଅପରପକ୍ଷେ ବାତ୍ୟା ଉପରେ ଭାରତୀୟ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଥିବା ନେଇ ସୂଚନା ଦେଇଛି।

IPL 2021: ଆରସିବି ବିପକ୍ଷ ମ୍ୟାଚ୍‌ରେ ୬ ଓ୍ୱିକେଟରେ ଚେନ୍ନାଇ ବିଜୟୀ

ସାର୍‌ଜା: ଚଳିତ ଆଇପିଏଲ୍‌ର ୩୫ତମ ମ୍ୟାଚ୍‌ରେ ୬ ଓ୍ୱିକେଟରେ ବିଜୟୀ ହୋଇଛି ଚେନ୍ନାଇ । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ୧୮ ଓଭରରେ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ହାସଲ କରିପାରିଛି । ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରିଥିଲା। ଫଳରେ ଚେନ୍ନାଇକୁ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଯାହା ସହଜରେ ହାସଲ କରିପାରିଛି ଚେନ୍ନାଇ । ଦଳ ପକ୍ଷରୁ ଋତୁରାଜ ସର୍ବାଧିକ ୩୮ ରନ୍ କରିଥିବା ବେଳେ ଫାପ୍ ଡୁ ପ୍ଳେସିସ୍ ୩୧ ରନ୍, ଅମ୍ୱାତି ରାଇଡୁ ୩୨ ଓ ମୋଇନ ଅଲ୍ଲୀ ୨୩ ରନ୍ କରିଛନ୍ତି ।

ପ୍ରଥମ ବ୍ୟାଟିଂ କରିବାକୁ ଆସିଥିବା ଆରସିବି ପକ୍ଷରୁ ଅଧିନାୟକ ବିରାଟ କୋହଲି, ଯୁବ କ୍ରିକେଟ୍‌ର ଦେବଦତ୍ତ ପଡ଼ିକଲଙ୍କ ସହିତ ଇନିଂସ ଆରମ୍ଭ କରିଥିଲେ। ୧୩ ଓଭର ଯାଏଁ ଉଭୟ ଓପନର ଭଲ ସ୍କୋର କରିଥିଲେ। କିନ୍ତୁ ପରେ ଦଳର ସ୍କୋର ମନ୍ଥର ଗତିରେ ଆଗକୁ ବଢ଼ିଥିଲା। ବିରାଟ କୋହଲି ୪୧ଟି ବଲ ଖେଳି ୫୩ ରନ୍‌ ସଂଗ୍ରହ କରିଥିବା ବେଳେ ଦେବଦତ୍ତ ୭୦ ରନ୍‌ କରିଥିଲେ। ଦେବଦତ୍ତଙ୍କ ଏହି ଇନିଂସରେ ୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା।

ଏବି ଡିଭିଲିୟର୍ସ ୧୧ଟି ବଲ୍‌ର ସମ୍ମୁଖୀନ ହୋଇ ୧୨ ରନ୍‌ କରିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୯ଟି ବଲ ଖେଳି ୧୧ ରନ୍‌ କରିଥିଲେ। ଟିମ୍‌ ଡେଭିଡ ୧ ରନ୍‌, ହର୍ସଲ ପଟେଲ୍‌ ୩ ରନ୍‌ ଓ ଓ୍ଵାନିନ୍ଦୁ ହସରଙ୍ଗା ୧ ରନ୍‌ କରିଥିଲେ। ଚେନ୍ନାଇ ପକ୍ଷରୁ ଡେ୍ଵନ୍‌ ବ୍ରାଭୋ ବ୍ରାଭୋଙ୍କୁ ସର୍ବାଧିକ ୩ଟି ଓ୍ଵିକେଟ ମିଳିଥିଲା। ଶାର୍ଦ୍ଦୁଲ ଠାକୁର ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଦୀପକ ଚାହର ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

Image

ଏଥିସହିତ ପଢ଼ନ୍ତୁ: ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

 

ୟୁପିଏସ୍‌ସି ପରୀକ୍ଷା ଫଳ ପ୍ରକାଶିତ: ଟପ୍ କଲେ ଶୁଭମ୍ କୁମାର, ୪୬ ନମ୍ୱର ସ୍ଥାନରେ ଓଡ଼ିଶାର ଜୁବିନ୍ ମହାପାତ୍ର

ଭୁବନେଶ୍ୱର: ପ୍ରକାଶ ପାଇଲା UPSC-୨୦୨୦ ରେଜଲ୍ଟ । UPSC ଟପ୍ପର ହୋଇଛନ୍ତି ଶୁଭମ କୁମାର । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜାଗ୍ରତି ଅଓ୍ୱସ୍ତି । ତୃତୀୟ ସ୍ଥାନରେ ଅଙ୍କିତା ଜୈନ ଥିବା ବେଳେ ଚତୁର୍ଥ ସ୍ଥାନରେ ୟସ ଜାଲୁକା ଅଛନ୍ତି। ଜୁବିନ୍‌ ମହାପାତ୍ର (୪୬ ର‍୍ୟାଙ୍କ୍‌), ଆଶିଷ କୁମାର ମିଶ୍ର-୫୨, ଶୁଭଙ୍କର ବଳ-୭୯, ରୀନା ପ୍ରଧାନ-୧୯୪, ପୂର୍ବି ନନ୍ଦ-୨୪୪, ନବଜ୍ୟୋତି ମିଶ୍ର-୩୯୫, ବବିତାରାଣୀ ସ୍ୱାଇଁ-୪୬୪, ଅଙ୍କିତ ମିଶ୍ର-୫୨୨, ସୁଧାଂଶୁ ନାୟକ-୬୨୦ ଓ ଜିତେନ୍ଦ୍ର ମିଶ୍ର-୬୫୮। ସେହିପରି ସିଭିଲ୍‌ ସର୍ଭିସ୍‌ ମେଡ଼ ପରୀକ୍ଷାରେ ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବାବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ଏସ୍‌ସି ଓ ଏସ୍‌ଟି ବର୍ଗରୁ ଯଥାକ୍ରମେ ୧୨୨ ଜଣ ଓ ୬୧ ଏସ୍‌ଟି ବର୍ଗର ଜଣ ଛାତ୍ରଛାତ୍ରୀ ଅଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୦୨୧ରେ ପରୀକ୍ଷା ହୋଇଥିଲା । ମୋଟ ୭୬୧ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁରୁଣା ବାଇକ୍‌କୁ ଇ-ବାଇକ୍‌ର ରୂପ ଦେଇଛନ୍ତି ରାଉରକେଲାର ମେକାନିକ୍: ଥରେ ଚାର୍ଜ କଲେ ଗଡ଼ୁଛି ୮୦ କିମି

 

ଓଡ୍ରାଫ୍ ବୋଟ୍ ବୁଡ଼ି ଘଟଣାର ତଦନ୍ତ ଆରମ୍ଭ

0

କଟକ: ଓଡ୍ରାଫ ବୋଟ୍ ବୁଡ଼ି ଦୁର୍ଘଟଣାର ତଦନ୍ତ ଆରମ୍ଭ । ବୋଟରେ ଗଣମାଧ୍ୟମ ପ୍ରତିନିଧି ନଦୀ ଭିତରକୁ କିପରି ଗଲେ ତାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ଆଇନ ଶୃଙ୍ଖଳା ADG ଆର କେ ଶର୍ମା । ମୁଣ୍ଡଳିରେ ହାତୀକୁ ରେସକ୍ୟୁ ପାଇଁ ଗଲା ବେଳେ ପ୍ରଖର ସୁଅରେ ବୁଡି ଯାଇଥିଲା ବୋଟ । ବୋଟରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ଯାଇଥିଲେ । ଯେଉଁଥିରେ ଓଟିଭିର ପ୍ରତିନିଧି ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଯାଇଥିଲା । କ୍ୟାମେରାପର୍ସନ ପ୍ରଭାତ ସିହ୍ନା ଏବେ ଏସସିବିରେ ଚିକିତ୍ସିତ ହେଉଛନ୍ତି ।

ଏଥିସହିତ ପଢ଼ନ୍ତୁ: ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା, ଓଟିଭି ପ୍ରତିନିଧି ଅରିନ୍ଦମ ମୃତ

ରାଜ୍ୟର ଅଣ୍ଡାଦିଆ କୁକୁଡ଼ା ଚାଷୀଙ୍କୁ ପ୍ରାଣୀ ସମ୍ପଦ ବିଭାଗର ଅଣଦେଖା: ଚାଷୀଙ୍କୁ ମିଳିନି ସ୍ୱତନ୍ତ୍ର ସହାୟତା

ଭୁବନେଶ୍ୱର: ରାଜ୍ୟର ଅଣ୍ଡାଦିଆ କୁକୁଡ଼ା ଚାଷୀଙ୍କୁ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଣଦେଖା । କରୋନା ମାଡ଼ରେ କୁକୁଡ଼ା ଚାଷୀ ପ୍ରଭାବିତ ହୋଇଛନ୍ତି । ସ୍ୱତନ୍ତ୍ର ସହାୟତା ମିଳିନି । ରାଜ୍ୟର ଅଣ୍ଡା ଆବଶ୍ୟକତା ପୂରଣ ପାଇଁ କୁକୁଡ଼ା ଚାଷୀଙ୍କ କ୍ଷମତା ଥିବା ସତ୍ତ୍ୱେ ଅନ୍ୟ ରାଜ୍ୟର କୁକୁଡା ଚାଷୀଙ୍କୁ ଆମନ୍ତ୍ରଣ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଏଭଳି କାର୍ଯ୍ୟରେ ଅଲ ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନସ ଅସନ୍ତୋଷ ପ୍ରକାଶ କରିଛି । ସେପଟେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି, ଏ ନେଇ ସେ କିଛି ଜାଣିନାହାନ୍ତି । ଆଉ ବିଭାଗୀୟ ସଚିବ ଫୋନରେ ସବୁ ଶୁଣି ଏଡ଼ାଇ ଯାଉଛନ୍ତି ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅନ୍ୟ ରାଜ୍ୟ ପ୍ରୀତି । ରାଜ୍ୟର ୧୫୦ରୁ ଅଧିକ ଅଣ୍ଡାଦିଆ କୁକୁଡ଼ା ଚାଷୀ ଅବହେଳିତ । ଅନ୍ୟ ରାଜ୍ୟର ଚାଷୀଙ୍କୁ କାହିଁକି ଆମନ୍ତ୍ରଣ ? ୨ ବର୍ଷ ହେଲା ମହାମାରୀ ମାଡ଼ରେ କୁକୁଡ଼ା ଚାଷୀମାନେ ବିପୁଳ କ୍ଷତିଗ୍ରସ୍ତ ହେଲେଣି । ସ୍ୱତନ୍ତ୍ର ସହାୟତା ମାଗିଲେ ବି ମିଳୁନି । ଅନ୍ୟପଟେ ଅନ୍ୟ ରାଜ୍ୟର ଲୋକଙ୍କୁ ଓଡ଼ିଶାରେ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବାକୁ ବିଭାଗ ଆମନ୍ତ୍ରଣ କରୁଛି । ଏନେଇ ଅଲ ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଅଣ୍ଡା ଓ କୁକୁଡ଼ା ଉତ୍ପାଦନରେ ସ୍ବାବଲମ୍ବୀ ହେବା ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୋଜନାର ଲାଭ ରାଜ୍ୟର କୁକୁଡ଼ା ଚାଷୀଙ୍କୁ ମିଳିବା ତ ଦୂର କଥା, ଅଣ୍ଡା ଉତ୍ପାଦନ କରୁଥିବା ଫାର୍ମ ମାଲିକଙ୍କ ଜୀବିକା ବନ୍ଦ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ବାଟ ବାହାର କରିଛି ।

ରାଜ୍ୟରେ କୁକୁଡ଼ା ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ଅଣ୍ଡାଦିଆ କୁକୁଡା ଚାଷୀ ସଂଘ ପୂର୍ବରୁ ଏକାଧିକ ଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଦାବି ଜଣାଇଛି । ସ୍କୁଲ ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ୨ଟି ଅଣ୍ଡା ବଦଳରେ ୫ଟି ଅଣ୍ଡା , କୁକୁଡ଼ାଙ୍କ ରକ୍ତ ନମୁନା ଓ ଖାଦ୍ୟ ପରୀକ୍ଷା ପାଇଁ ଅତ୍ୟାଧୁନିକ ଲାବ୍‌ ପ୍ରତିଷ୍ଠା, ଆନ୍ଧ୍ର ଭଳି କୁକୁଡ଼ା ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ପାଇଁ ୬ ଦଫା ଦାବି କରିଛି ସଂଘ। କିନ୍ତୁ ଦାବି ପୂରଣ ହେଉନି । କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ ସବସିଡି ମିଳୁଥିଲେ ବି ସଂପ୍ରସାରଣ ପାଇଁ ଆଉ ବିଭାଗ ଶୁଣୁନି । ରାଜ୍ୟରେ ଏବେ ଦୈନିକ ୧ କୋଟି ଅଣ୍ଡା ଆବଶ୍ୟକ ପଡ଼ୁଛି । ରାଜ୍ୟର ୧୫୬ ଅଣ୍ଡା ଉତ୍ପାଦନକାରୀ ଫାର୍ମ ଦୈନିକ ୯୨ ଲକ୍ଷ ଅଣ୍ଡା ଉତ୍ପାଦନ କରୁଛନ୍ତି । ହେଲେ କୁକୁଡ଼ା ଚାଷୀଙ୍କ ପ୍ରତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କର ତିଳେ ମାତ୍ର ଦରଦ ନାହିଁ । ଓଡ଼ିଶାରେ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ଅନ୍ୟ ରାଜ୍ୟର ଉଦ୍ୟୋଗୀଙ୍କୁ ଆମନ୍ତ୍ରଣ କରିବାକୁ ଗତ ୩ ତାରିଖରେ ପ୍ରାଣୀସମ୍ପଦ ନିର୍ଦ୍ଦେଶକଙ୍କୁ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଚିଠି ଲେଖିଥିଲେ । ଏହାପରେ ପ୍ରାଣୀସମ୍ପଦ ନିର୍ଦ୍ଦେଶକ ଗତ ୧୬ ତାରିଖରେ ପଶ୍ଚିମବଙ୍ଗ କୁକ୍କୁଟ ଫେଡେରେସନ୍‌ ସଭାପତିଙ୍କୁ ଆସନ୍ତା ୨୮ ତାରିଖ କର୍ମଶାଳାରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି । ଯାହାକୁ ନେଇ ଅଲ ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।

ଅନ୍ୟ ରାଜ୍ୟର ଫାର୍ମମାନଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆମନ୍ତ୍ରଣ କରୁଛି । ଅଥଚ ରାଜ୍ୟର କୁକୁଡ଼ା ଚାଷୀଙ୍କୁ ଅବଗତ କରାଯାଇନାହିଁ । ପଡ଼ୋଶୀ ରାଜ୍ୟର କୁକୁଡ଼ା ଚାଷୀ ସଂଘ ଓଡ଼ିଶାର ଚାଷୀଙ୍କୁ ଚିଠି ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି । ଏନେଇ ଓଡ଼ିଶାର ଫାର୍ମ ମାଲିକ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ଅଣ୍ଡା ଉତ୍ପାଦନ ନୀତି ୨୦୧୫ ଅନୁଯାୟୀ ରାଜ୍ୟରେ ୨୦୨୦ ସୁଦ୍ଧା ଦୈନିକ ୧ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ୨୦୨୧ ଶେଷସୁଦ୍ଧା ରାଜ୍ୟର ଚାଷୀମାନେ ୧ କୋଟିରୁ ଅଧିକ ଅଣ୍ଡା ଉତ୍ପାଦନ କରିବା ପାଇଁ ସମର୍ଥ ହେବେ । ଏବେ ଅନ୍ୟ ରାଜ୍ୟର ଉଦ୍ୟୋଗୀମାନଙ୍କୁ ଡାକିବା ଯୋଜନା ବନ୍ଦ କରିବାକୁ ସରକାରଙ୍କୁ ଅଲ ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନସ ଅନୁରୋଧ କରିଛି । ରାଜ୍ୟ କୁକୁଡ଼ା ଚାଷୀଙ୍କ ଅଭିଯୋଗ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି । ସେପଟେ ବିଭାଗୀୟ ସଚିବ ଫୋନରେ ସବୁ କଥା ଶୁଣିବା ପରେ ଅଚାନକ ଫୋନକୁ ବିଜି କରିଦେଇଥିଲେ ।

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ: ପ୍ରତି କ୍ଷେତ୍ରର ବିକାଶ ନେଇ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ପ୍ରଦାନ ଉପରେ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱ

0

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଜୀବନ ଓ ଜୀବିକା କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିଥିଲା । କ୍ରମଶଃ ରାଜ୍ୟ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ଗତି କରୁଛି । ସାମାଜିକ ଭିତ୍ତିଭୂମିର ପ୍ରତି କ୍ଷେତ୍ରରେ ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୧୬୪ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।

ପ୍ରାୟତଃ ଦୁଇ ବର୍ଷ ପରେ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ ପ୍ରକ୍ରିୟା ସମୀକ୍ଷା ପାଇଁ ସମସ୍ତଙ୍କ ଉପସ୍ଥିତିରେ ବୈଠକ ଡକାଯାଇଥିବାରୁ ଏସ୍ଏଲବିସି ଆବାହକଙ୍କୁ ମନ୍ତ୍ରୀ ପୂଜାରୀ ଧନ୍ୟବାଦ ଜଣାଇଥିଲେ ଏବଂ କୋଭିଡ ମାର୍ଗଦର୍ଶିକାର ଉପଯୁକ୍ତ ଅନୁପାଳନ ଓ ଟିକାକରଣ ପ୍ରକ୍ରିୟା ଯୋଗୁଁ ଓଡ଼ିଶା କୋଭିଡ ସଂକ୍ରମଣ ପ୍ରତିହତ କରିବାରେ ଏକ ଅଗ୍ରଣୀ ରାଜ୍ୟ ବୋଲି ପ୍ରକାଶ କରିଥିଲେ  । ସେ ଆହୁରି କହିଥିଲେ ଯେ, ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ହିତାଧିକାରୀମାନଙ୍କ ପାଖରେ ପହଞ୍ଚାଇ ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଅଭିବୃଦ୍ଧି ପାଇଁ ସର୍ବଦା ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସବୁଦାୟ ଗ୍ରାମପଞ୍ଚାୟତର ଦୁଇ-ତୃତୀୟାଂଶ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ । ଚଳିତ ଆର୍ଥିକ ବର୍ଷରେ ଏ ଦିଗରେ ମୁଖ୍ୟ ଶାଖା ବ୍ୟାଙ୍କଗୁଡ଼ିକ ତୁରନ୍ତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ।

            ଆଜିର ଏହି ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଚଳିତ ବର୍ଷ ସମସ୍ତ ବ୍ୟାଙ୍କ ୧ଲକ୍ଷ ୧୦ ହଜାର କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରି ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ଥିବ ଲକ୍ଷ୍ୟ ହାସଲ କରିବାକୁ କହିଥିଲେ । ରାଜ୍ୟ ସରକାର କୃଷକ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଋଣ ପ୍ରଦାନକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ଜିଲ୍ଲାପାଳମାନଙ୍କ ସହିତ ସମନ୍ୱୟ ରକ୍ଷା କରି ମୁଖ୍ୟ ବ୍ୟାଙ୍କଗୁଡ଼ିକ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଛନ୍ତି । ରାଜ୍ୟର ନଗଦ ଜମା ଅନୁପାତ ୬୧.୬୧ ପ୍ରତିଶତ ରହିଥିବା ବେଳେ ବ୍ୟାଙ୍କଗୁଡ଼ିକ ଖୁବ ଶୀଘ୍ର ଏହାକୁ ୬୫ରୁ୭୦ ପ୍ରତିଶତକୁ ବୃଦ୍ଧି କରିବା ଦିଗରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି  । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଋଣ ଯୋଗାଉଥିବା ସର୍ବୋତ୍କୃଷ୍ଟ ବ୍ୟାଙ୍କ ଶାଖାଗୁଡ଼ିକୁ ୨୦୨୦-୨୧ ବର୍ଷ ପାଇଁ ଚୟନ କରାଯାଇ ମୁଖ୍ୟମନ୍ତ୍ରୀ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବ  । ବିଶେଷ କରି ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କ୍ଷେତ୍ରରେ ଅଧିକ ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଶ୍ରୀ ଦେବ କହିଥିଲେ । ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗତ ବର୍ଷରେ ୨ଲକ୍ଷ ୫ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏହାକୁ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ଅର୍ଥ ସଚିବ ଶ୍ରୀ ଦେବ ପ୍ରସ୍ତାବ ଦେଇଥିଲେ ।

୫ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ନ୍ୟାଯ୍ୟ ଦାବି ଦୋହରାଇବେ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟକୁ ମିଳିବ ହକ୍‌ । ୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସୁଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମାଓ ମୁକାବିଲା ପାଇଁ କେନ୍ଦ୍ରୀୟ ସହାୟତା ସହ କେନ୍ଦ୍ରୀୟ ଅଂଶଧନ ବାବଦକୁ ଥିବା ବକେୟା ଟଙ୍କା ଦେବା ପାଇଁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ଏହି ଗସ୍ତ ସମୟରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ନବୀନ ଦାବି ଦୋହରାଇବେ । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।

୨୬ରେ ବସିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମାଓଦମନ ରଣନୀତି ନେଇ ବୈଠକ । ଦେଶରୁ ଉଗ୍ରବାଦ ମୂଳପୋଛ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ  ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ରଖିବେ ମୁକାବିଲାରେ ସଫଳତାର ମନ୍ତ୍ର । ରାଜ୍ୟର ୫ଟି ଜିଲ୍ଲାରେ ମାଓ ହିଂସା ହ୍ରାସ ହୋଇଥିବା ବେଳେ ମାଓ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ କେନ୍ଦ୍ରକୁ ଅବଗତ କରାଇବେ ନବୀନ । ଏହାସହ କେନ୍ଦ୍ରୀୟ ବକେୟା ଅର୍ଥ ଦେବା ପାଇଁ ଦାବି କରିବେ । ପାଖପାଖି ୨୯୦୭କୋଟି ବକେୟା ଟଙ୍କା ପ୍ରଦାନ ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଅଂଶଧନ ବାବଦରେ ରାଜ୍ୟର ହକ୍ ବାବଦରେ ବକେୟା ରହିଥିବା ଅର୍ଥକୁ ଦେବା ପାଇଁ ଦାବି ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏହି ଦାବିକୁ ତୁରନ୍ତ ପୁରଣ କରିବା ଦରକାର ବୋଲି ଶାସକ ବିଜେଡି କହିଛି  ।

ଏଥିସହିତ ପଢ଼ନ୍ତୁ: ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

ସେପଟେ ୭ ବର୍ଷ ଭିତରେ ୩୩ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ଅର୍ଥକାଟ ହେବା ସହ ୮ଟି ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି କେନ୍ଦ୍ର ସରକାର । ୯୦- ୧୦ ଅନୁପାତର ଅଂଶଧନ ଏବେ ୫୦ -୫୦ପ୍ରତିଶତରେ ପହଞ୍ଚିଲାଣି । ସେପଟେ କଂଗ୍ରେସ କହିଛି ରାଜ୍ୟର ବକେୟା ପଡିଥିବା ଟଙ୍କା କିପରି କେନ୍ଦ୍ର ତୁରନ୍ତ ଦେବ ସେ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି ଜୋରଦାର କରନ୍ତୁ । ଏହାସହ କେନ୍ଦ୍ର ତୁରନ୍ତ କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ଦେବା ପାଇଁ ଦଳ ଦାବି କରିଛି । ସେପଟେ ଏହି ପ୍ରସଙ୍ଗରେ ବିଜେପି ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ରଖିଛି ।  ୫ଦିନିଆ ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କୋଇଲା ସେସ୍ ବାବଦକୁ ଅର୍ଥ, ଜିଏସଟି ବକେୟା, ସାର ବିହନ ଯୋଗାଣ, ଧାନକିଣା ସବସିଡି, ରେଳବାଇ କ୍ଷେତ୍ରରେ ଓଡିଶାର ହକ୍‌କୁ ଦୋହରାଇବେ ।