ଭତ୍ତା ବଣ୍ଟନରେ ଦୁର୍ନୀତି ! ଟିପ ଚିହ୍ନ ଦେଇ ମୃତ ବ୍ୟକ୍ତିଙ୍କ ନାଁରେ କିଏ ନେଉଛି ଟଙ୍କା ?

Allowance Has Given To Dead Person In Gajapati With Fingerprint

ପାରଳାଖେମୁଣ୍ଡି: ଭୂତ ପାଉଛି ଭତ୍ତା । ମୃତ ବ୍ୟକ୍ତିଙ୍କ ନାମରେ ସରକାରୀ ତହବିଲରୁ ଆସୁଛି ଭତ୍ତା ଟଙ୍କା । ଟିପଚିହ୍ନ ମାରି ମିଳିମିଶି ହରିଲୁଟ୍ କରୁଛନ୍ତି ସରପଞ୍ଚ ଓ ଅଧିକାରୀ । ଏମିତି ସାଂଘାତିକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପିଣ୍ଡିକି ପଞ୍ଚାୟତରୁ । ଅଭିଯୋଗକୁ ପିଇଓ ସ୍ୱିକାର କରିଥିବା ବେଳେ ତଦନ୍ତି କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।

Allowance Has Given To Dead Person In Gajapati With Fingerprint

ଡାଳିଆମ୍ବ ଗାଁର ସୁଲି ଗମାଙ୍ଗ ଓ ସମ୍ବାରୀ ଗମାଙ୍ଗ ସମାଧି ହୋଇ ସାରିଛନ୍ତି । ହେଲେ ସମାଧି ଭିତରୁ ଭୂତ ନେଉଛି ଭତ୍ତା ଟଙ୍କା । ଏକଥା ଆମେ କହୁନୁ । ସରକାରୀ କାଗଜରେ ରହିଛି ତାଙ୍କ ଟିପ ଚିହ୍ନ, ଟଙ୍କା ବି ଦିଆଯାଇଛି ମୃତକଙ୍କ ନାଁରେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଗଜପତି ଜିଲ୍ଲା ମୋହନା ବ୍ଲକ ପିଣ୍ଡିକି ପଞ୍ଚାୟତରେ ଭତ୍ତା ବଣ୍ଟନରେ କିପରି ଚାଲିଛି ଦୁର୍ନୀତି । ପଞ୍ଚାୟତର ସୁଲି କିମ୍ବା ସମ୍ବାରୀ ମାତ୍ର ଦୁଇ ଜଣ ନୁହଁନ୍ତି ଏଭଳି ଭାବେ ପିଣ୍ଡିକି, ଡାଳିଆମ୍ବ, ନିଜୁମା, ଭିମପୁର, କିର୍ତ୍ତିଙ୍ଗ ଗ୍ରାମର ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କ ଅଗୋଚରରେ ଭତ୍ତା ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି ।

Allowance Has Given To Dead Person In Gajapati With Fingerprint

ମାସ ମାସ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା । ଅଭିଯୋଗକୁ ପିଇଓ ସ୍ୱିକାର ମଧ୍ୟ କରିଛନ୍ତି । ହେଲେ ହିତାଧିକାରୀଙ୍କ ସମ୍ପର୍କୀୟ ତାଙ୍କୁ ମୃତ୍ୟୁ ବିଷୟ ଲୁଚାଇ ଟିପ ଚିହ୍ନ ମାରି ଟଙ୍କା ଉଠାଇଥିବା ସେ କହିଛନ୍ତି । ସେପଟେ ଘଟଣା ପଦାକୁ ଆସିବା ପରେ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ପଞ୍ଚାୟତ ଅଧିକାରୀଙ୍କ ଅବହେଳା ହେଉ କି ମୃତ ବ୍ୟକ୍ତିଙ୍କ ଚଞ୍ଚକତା, ତଦନ୍ତି କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଲୋକ ।

Leave a Reply