ପୁଣି ଅଶାନ୍ତ କାବୁଲ: ହସ୍ପିଟାଲ ପ୍ରବେଶ ପଥରେ ବିସ୍ଫୋରଣ, ୧୯ମୃତ ଓ ୫୦ ଗୁରୁତର

1 min read

କାବୁଲ: କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ କାବୁଲ । ଲଗାତର ଦୁଇଟି ବୋମା ବିସ୍ଫୋରଣ ଓ ଗୁଳିକାଣ୍ଡ ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନର ସବୁଠାରୁ ବଡ଼ ମିଲିଟାରୀ ହସ୍ପିଟାଲ ନିକଟରେ ଏହି ଘଟଣା ଘଟିଛି ।  ମହମ୍ମଦ ଦାଉଦ ଖାନ୍ ହସ୍ପିଟାଲର ପ୍ରବେଶ ପଥରେ ଏହି ବସ୍ଫୋରଣ ଘଟିଥିବା ମନ୍ତ୍ରୀଙ୍କ ମୁଖପାତ୍ର କ୍ୱାରି ସୟଦ ଖୋଷ୍ଟାଙ୍କ ପକ୍ଷରୁ କୁହାଯାଇଛି । ତେବେ ଅଘଟଣ ପରେ ଅଧିକ ସଂଖ୍ୟ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିବା କୁହାଯାଇଛି ।

https://twitter.com/dr_aemal/status/1455458489514483714

ଏହି ବିସ୍ଫୋରଣରେ କଣ କ୍ଷୟକ୍ଷତି ହୋଇଛି ଏ ନେଇ ଆକଳନ ଚାଲିଛି । ବିସ୍ଫୋରଣ ପଛର କାରଣ କଣ ସେ ନେଇ ତାଲିବାନ୍ ସରକାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହା ପଛରେ ISIS-Kର ହାତ ଥିବା ଅନୁମାନ କରାଯାଉଛି । ଗତ କିଛି ଦିନ ଧରି କାବୁଲର ବିଭିନ୍ନ ପ୍ରାନ୍ତରେ ବିସ୍ଫୋରଣ ହେଉଥିବା ଖବର ଆସୁଛି । ଯାହାକୁ ନେଇ ଭୟରେ ଅଛନ୍ତି କାବୁଲବାସୀ ।

https://twitter.com/ComMotley/status/1455480572189478914

ତେବେ ଗୁଳିକାଣ୍ଡରୁ ବର୍ତ୍ତିଯାଇ ଥିବା ହସ୍ପିଟାଲ ସ୍ୱାସ୍ଥ୍ୟକର୍ମଙ୍କ କହିବା ହେଲା ଯେ, ଗୋଟିଏ ବିସ୍ଫୋଣ ହେବାର କିଛି ସମୟରେ ଆଉ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଅନ୍ୟ ପକ୍ଷରେ ସ୍ଥାନୀୟ ଫଟୋଗ୍ରାଫରଙ୍କ ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ବିସ୍ଫୋରଣ ଯୋଗୁଁ ସମ୍ପୂ୍ର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

Leave a Reply