ଫଡନାଭିସ୍‌ଙ୍କ କାର୍ଯ୍ୟକାଳ ସମୟରେ ସର୍ବାଧିକ ଡ୍ରଗ୍ସ କାରବାର ହୋଇଛି: ନବାବ ମଲ୍ଲିକ

1 min read

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଡନାଭିସ୍‌ଙ୍କ ବିରୋଧରେ ପୁଣି ଗର୍ଜିଛନ୍ତି ଏନସିପି ନେତା ନବାବ ମଲିକ । କହିଛନ୍ତି ତାଙ୍କ ବିରୋଧରେ ଫଡ଼ନଭିସ୍ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଣ୍ଡରଓ୍ୱାର୍ଲ୍ଡ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ନବାବ କହିଛନ୍ତି । ସେ କହିଛନ୍ତି ମୁମ୍ବାଇ ସହରରେ ସେ ୬୨ ବର୍ଷ ଧରି ବାସ କରୁଛନ୍ତି । ତାଙ୍କ ସହ ଅଣ୍ଡରଓ୍ୱାର୍ଲ୍ଡ ସମ୍ପର୍କ ଥିବାର କୌଣସି ପ୍ରମାଣ ନାହିଁ । ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ସହ ସେ ଗୃହ ବିଭାଗ ଦାୟିତ୍ୱରେ ବି ଥିଲେ । ତେଣୁ ତାଙ୍କ ବିରୋଧରେ ସେତେବେଳେ ଅଣ୍ଡରଓ୍ୱାର୍ଲ୍ଡ ଲିଙ୍କ୍ ନେଇ ତଦନ୍ତ କରିପାରିଥାନ୍ତେ । ନିଜେ କାଚ ଘରେ ରହି ଅନ୍ୟର ଘରକୁ ଟେକା ମାରିଲେ ଯାହା ହୁଏ ତାହା ହିଁ ଘଟିବ ବୋଲି କହିଛନ୍ତି ନବାବ ।

ଗତକାଲି ମୁମ୍ବାଇ ଡ୍ରଗ୍ସ ମାମଲାରେ ଫଡନାଭିସଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ଡ୍ରଗ୍ସ ଚାଲାଣକାରୀ ଜୟଦୀପ ରାଣାଙ୍କ ସହ ଫଡନାଭିସଙ୍କ ସମ୍ପର୍କ ରହିଛି ବୋଲି ଅଭିଯୋଗ ଆଣିଥିଲେ ନବାବ । ଜୟଦୀପଙ୍କ ସହ ଦେବେନ୍ଦ୍ର ଓ ତାଙ୍କ ପତ୍ନୀ ଅମୃତାଙ୍କ ଫଟୋକୁ ପ୍ରକାଶ କରିଥିଲେ ନବାବ । ଦେବେନ୍ଦ୍ରଙ୍କ ଶାସନ କାଳରେ ମହାରାଷ୍ଟ୍ରରେ ଡ୍ରଗ୍ସ କାରବାର ବ୍ୟାପକ ବୃଦ୍ଧି ପାଇଥିଲା ବୋଲି ଅଭିଯୋଗ କରିଥିଲେ ନବାବ ।

ଏଥିସହିତ ତାଙ୍କ ଜାମାତାଙ୍କ ଘରୁ ଡ୍ରଗ୍ସ ଜବତ ଘଟଣାକୁ ମଧ୍ୟ ସେ ଅସ୍ୱୀକାର କରିିଛନ୍ତି । ଏବଂ ପୁଣି ଥରେ ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଓ୍ୱାଙ୍ଖଡେ ୨ ଲକ୍ଷ ଟଙ୍କାର ଜୋତା, ୨୦ ଲକ୍ଷ ଟଙ୍କାର ହାତ ଘଣ୍ଟା, ୫୦ ହଜାର ଟଙ୍କାର ସାର୍ଟ ଓ ୩୦ ହଜାର ଟଙ୍କାର ଟି-ସାର୍ଟ ପିନ୍ଧୁଛନ୍ତି ।

Leave a Reply