ଲାଞ୍ଚ ଖାଇବା ପାଇଁ ତହସିଲଦାରଙ୍କ ମାଷ୍ଟର ପ୍ଲାନ, ୫ ପାନ କାର୍ଡ ଜରିଆରେ କଳା ଟଙ୍କା ହେଉଥିଲା ଧଳା

1 min read
Nimapara Tahsildar Having 5 Pan Card, Income Tax And Vigilance Search On

ଭୁବନେଶ୍ୱର: ଲୋକ ଜଣେ, ବାପା ତିନି । ତିନି ବର୍ଷରେ ଜନ୍ମ ହୋଇଛନ୍ତି ୫ ଥର । ପୁଣି ପାଖରେ ରଖିଛନ୍ତି ପାଞ୍ଚ ପାଞ୍ଚଟି ପାନ୍ କାର୍ଡ୍ । ତାଜୁବ କଲା ଭଳି ଏହି ଖବର ଓଡ଼ିଶାର । ଓଡ଼ିଶାରେ ଏମିତି ଜଣେ କରିତକର୍ମା ତହସିଲଦାର ଅଛନ୍ତି ଯିଏ ଦୁଇ ନମ୍ବର ମାଲ୍ ଏପଟ ସେପଟ କରିବାକୁ ୫ ପାଞ୍ଚଟି ପାନ୍ କାର୍ଡ୍ କରିଥିଲେ । ଆଉ ଏଥିପାଇଁ ସରକାରୀ କାଗଜରେ ୩ ବର୍ଷରେ ୫ ଥର ଜନ୍ମ ମଧ୍ୟ ହୋଇଥିଲେ । ତେବେ ବାପା ଜଣେ ନଥିଲେ । ତିନି ଜଣ ବାପାଙ୍କ ନାମରେ ଏହି କରିତକର୍ମା ତହସିଲଦାରଙ୍କ ୫ ଥର ଜନ୍ମ ହୋଇଛନ୍ତି । ଏତେ ସବୁ ଜାଣିବା ପରେ ଆପଣଙ୍କର ଏହି ତହସିଲଦାରଙ୍କ ନାମ ଜାଣିବାକୁ ଇଛା ହେଉଥିବ । ଅଧିକ ସସପେନ୍ସ ନରଖି ଆମେ ଆପଣଙ୍କୁ ତାଙ୍କ ନାମ କହି ଦେଉଛୁ, ମହାଶୟଙ୍କ ନାମ ହେଉଛି… ରାମଚନ୍ଦ୍ର ଜେନା ।

Nimapara Tahsildar Having 5 Pan Card, Income Tax And Vigilance Search On

ନିମାପଡ଼ା ତହସିଲଦାର ତଥା ଇନଚାର୍ଜ ସବ୍-ରେଜିଷ୍ଟ୍ରାର ଅଛନ୍ତି ରାମଚନ୍ଦ୍ର । ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ ମାନୁ ନାହାଁନ୍ତି ନିୟମ । କୌଣସି ବ୍ୟକ୍ତି ଗୋଟିଏରୁ ଅଧିକ ପାନ କାର୍ଡ ନିଜ ନାଁରେ କରିବାର ନିୟମ ନାହିଁ । କିନ୍ତୁ ସରକାରୀ ଅଧିକାରୀ ହୋଇ ବାବୁ ନିୟମକୁ ମୋଡ଼ି ମକଚି ଦେଇଥିଲେ । ଭିଜିଲାନ୍ସ ରେଡ୍ ବେଳେ ଏ ତଥ୍ୟ ସାମ୍ନାକୁ ଆସିଛି ।

୫ଟି ପାନ କାର୍ଡରେ ବାବୁଙ୍କ ନାଁ ଗୋଟିଏ ଥିବାବେଳେ ବାପାଙ୍କ ନାଁ ବଦଳି ଯାଇଛି । ଗୋଟିଏ ଫଟୋ, ଗୋଟିଏ ନାଁ ଅଥଚ ୩ ଜଣ ବାପା । ତହସିଲଦାର ନକଲି ପାନ କାର୍ଡ ପାଇଁ ୩ ବର୍ଷରେ ୫ ଥର ଜନ୍ମ ମଧ୍ୟ ହୋଇଛନ୍ତି । ୫ଟି କାର୍ଡରେ ଭିନ୍ନ ଭିନ୍ନ ପ୍ରକାରର ଦସ୍ତଖତ କରିଛନ୍ତି ତହସିଲଦାର ବାବୁ ।

Nimapara Tahsildar Having 5 Pan Card, Income Tax And Vigilance Search On

ପ୍ରଥମ ପାନ କାର୍ଡରେ ପିତାଙ୍କ ନାଁ ବୈଷ୍ଣବ ଜେନା ରହିଥିବା ବେଳେ ୧୯୭୧ ମସିହା ଏପ୍ରିଲ୍ ୯ରେ ଜନ୍ମ ହୋଇଛନ୍ତି ବାବୁ । ଦେଖନ୍ତୁ ଦ୍ୱିତୀୟ ପାନ କାର୍ଡରେ ପିତାଙ୍କ ନାଁ ଖଗେଶ୍ୱର ଜେନା ଥିବାବେଳେ ବାବୁ ୧୯୭୦ ମସିହା ସେପ୍ଟେମ୍ବର ୨୭ରେ ଜନ୍ମ ହୋଇଛନ୍ତି । ସେହିଭଳି ତୃତୀୟ କାର୍ଡରେ ପିତାଙ୍କ ନାଁ ନାରାୟଣ ଜେନା ଥିବାବେଳେ ଜନ୍ମ ତାରିଖ ୧୯୭୨ ମସିହା ଏପ୍ରିଲ୍ ୧୯ ତାରିଖରେ ଜନ୍ମ ହୋଇଛନ୍ତି ରାମଚନ୍ଦ୍ର । ଚତୁର୍ଥ ଓ ପଞ୍ଚମ ପାନ କାର୍ଡରେ ବାବୁଙ୍କ ବାପାଙ୍କ ନାଁ ଖଗେଶ୍ୱର ଜେନା ରହିଥିବା ବେଳେ ତହସିଲଦାର ବାବୁ ୧୯୭୦ ମସିହା ଏପ୍ରିଲ୍ ମାସରେ ୨ ଥର ଜନ୍ମ ହୋଇଛନ୍ତି ।

ମଙ୍ଗଳବାର ଭୋରରୁ ନିମାପଡ଼ା ତହସିଲଦାରଙ୍କ ସରକାରୀ ବାସଭବନ ନିକଟରେ ଭିଜିଲାନ୍ସ ରେଡ୍ କରିଥିଲା । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି । ଯେଉଁ ଟଙ୍କା ନେଇ ତହସିଲଦାର ବାବୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାଁନ୍ତି । ପରେ ସର୍ଚ୍ଚ ବେଳେ ବାବୁଙ୍କ ସରକାରୀ ବାସଭବନରୁ ଆଉ ୫୦ ହଜାର ଟଙ୍କା ମିଳିଛି । ଭିଜିଲାନ୍ସ ଟିମ୍ ବାବୁଙ୍କ ସରକାରୀ ବାସଭବନ ସହ କଟକ ସିଡିଏ ଘର, କେନ୍ଦ୍ରାପଡ଼ା ଗରଦପୁର ବ୍ଲକର ପୈତୃକ ଘରେ ମଧ୍ୟ ରେଡ୍ କରିଛି ।

Nimapara Tahsildar Having 5 Pan Card, Income Tax And Vigilance Search On

ପୂର୍ବରୁ ଭିଜିଲାନ୍ସରେ ବାବୁଙ୍କ ନାଁରେ ୨ଟି ମାମଲା ମଧ୍ୟ ରହିଛି । ୨୦୧୧ ମସିହା ଜୁନ୍ ୨୧ ତାରିଖରେ ମୂଲ୍ୟବାନ ଜମି ପଟ୍ଟାକୁ ବେଆଇନ୍ ସେଟଲମେଣ୍ଟ ବେଳେ ବାବୁ ଧରା ପଡ଼ିଥିଲେ । ଉକ୍ତ ମାମଲାର ଟ୍ରାଏଲ୍ ଏବେ ପେଣ୍ଡିଂ ରହିଛି । ସେହିଭଳି ୨୦୧୮ ଜୁଲାଇ ୧୭ ତାରିଖରେ ବାବୁଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ବାବୁଙ୍କ ଦୁର୍ନୀତି ଫର୍ଦ୍ଦ ବେସ ଲମ୍ବା । ବାବୁଙ୍କ ଦୁର୍ନୀତିର ୫ ଅବତାର ଏବେ ସାମ୍ନାକୁ ଆସିଛି । ଆଗକୁ ଆଉ କେତେ ଅବତାର ସାମ୍ନାକୁ ଆସିବ ତାହା ଦେଖିବାକୁ ବାକି ରହିଲା ।

Leave a Reply