spot_img
Home Blog Page 5155

ପୁରୁଣା ବାଇକ୍‌କୁ ଇ-ବାଇକ୍‌ର ରୂପ ଦେଇଛନ୍ତି ରାଉରକେଲାର ମେକାନିକ୍: ଥରେ ଚାର୍ଜ କଲେ ଗଡ଼ୁଛି ୮୦ କିମି

ରାଉରକେଲା ଗ୍ୟାରେଜ୍ ମିସ୍ତ୍ରୀଙ୍କ ଅଭିନବ ଉଦ୍ୟମ । ନିଜର ପ୍ରଚେଷ୍ଟାରେ ତିଆରି କଲେ ଇ-ବାଇକ୍ । ମାତ୍ର ୩୬ ହଜାର ଟଙ୍କା ଖର୍ଚ୍ଚରେ ଏକ ପୁରୁଣା ବାଇକକୁ ଗଣେଶ ପ୍ରଜାପତି ଦେଇଛନ୍ତି ଇ- ବାଇକରେ ରୂପ । ଥରେ ବ୍ୟାଟେରୀ ଚାର୍ଜ କଲେ ୮୦ କିଲୋମିଟର ଯାତ୍ରା କରୁଛି ଏହି ବାଇକ । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ।

ଗ୍ୟାରେଜ୍ ମିସ୍ତ୍ରୀଙ୍କ ଅଭିନବ ଉଦ୍ୟମ । ନିଜସ୍ବ ପ୍ରଚେଷ୍ଟାରେ ତିଆରି କଲେ ଇ-ବାଇକ୍ । ଅଚଳ ବାଇକକୁ ଦୁଇହଜାର ଟଙ୍କାରେ କିଣି ତାକୁ ଇ-ବାଇକରେ ପରିଣତ କରିଛନ୍ତି ଗ୍ୟାରେଜ୍ ମିସ୍ତ୍ରୀ ଗଣେଶ ପ୍ରଜାପତି । ରାଉରକେଲାର ଗଣେଶ ମାତ୍ର 36 ହଜାର ଟଙ୍କା ଖର୍ଚ୍ଚକରି ବ୍ୟାଟେରୀ ସହିତ BL DC ମଟର ଲଗାଇ ଏହି ବାଇକ୍ ନିର୍ମାଣ କରିଛନ୍ତି । ବ୍ୟାଟେରୀ ଦ୍ବାର ଏହି ବାଇକ ଘଣ୍ଟାକୁ 40 କିଲୋମିଟର ବେଗରେ ଗତି କରୁଥିବା ବେଳେ ଥରେ ଚାର୍ଜ କଲେ 80 କିଲୋମିଟର ଯାତ୍ରା କରି ପାରୁଛି ।

ବାଇକକୁ ଇ-ବାଇକରେ ପରିଣତ କରିବା ପରେ ଅନେକ ଗ୍ରାହକ ସେମାନଙ୍କ ଗାଡ଼ିକୁ ବ୍ୟାଟେରୀ ସଂଯୋଗ କରିବାକୁ ଗଣେଶଙ୍କ ନିକଟରୁ ଆଣିଛନ୍ତି । ମାତ୍ର ପଞ୍ଚମ ଶ୍ରେଣୀରେ ପଢିଥିବା ଗଣେଶଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ବାଇକ୍ ପରେ ଏବେ ଅନ୍ୟଏକ ସ୍କୁଟିକୁ ବ୍ୟାଟେରୀ ସଂଯୋଗ କରିବାକୁ ଗଣେଶ ଉଦ୍ୟମ ଜାରି ରଖିଥିବାବେଳେ ୮ଟି ବାଇକ ମାଲିକ ସେମାନଙ୍କ ବାଇକକୁ ଇ-ବାଇକ୍ କରିବାକୁ ଅର୍ଡର ଦେଇଛନ୍ତି ।

ମୁଣ୍ଡଳୀରେ ବୋଟ୍ ଓଲଟିବା ଘଟଣା: ଏବେ ବି ନିଖୋଜ ଓଡ୍ରାଫ୍ ଟିମ ସଦସ୍ୟ ସୀତାରାମ ମୁର୍ମୁ

0

କଟକ: ମହାନଦୀ ମୁଣ୍ଡଳୀରେ ହାତୀ ଉଦ୍ଧାର ସମୟରେ ଭାସି ଯାଇଥିବା ଓଡ୍ରାଫ ଟିମର ସଦସ୍ୟ ସୀତାରାମ ମୁର୍ମୁ ଏବେବି ନଖୋଜ ଅଛନ୍ତି । ସୀତାରାମଙ୍କୁ ଖୋଜା ଚାଲିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ ଓ ଏନଡିଆରଏଫ୍ ଟିମ । ଓଡ୍ରାଫ ବୋଟରେ ଉଦ୍ଧାରକାରୀ ସଦସ୍ୟଙ୍କ ସହ ଯାଇଥିଲେ ସୀତାରାମ । ହେଲେ ଦୁର୍ଭାଗ୍ୟବସତଃ ବୋଟ୍ ଓଲଟି ପଡିଥିଲା । ଏହି ସମୟରେ ସୁଅରେ ଭାସି ଯାଇଥିଲେ ସୀତାରାମ । ଏବେ ବି ତାଙ୍କୁ ଖୋଜୁଛି ଉଦ୍ଧାରକାରୀ ଦଳ ।

ସୂଚନା ଯୋଗ୍ୟ, ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟି ଯାଇଥିଲା । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ । ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା । ଅରିନ୍ଦମଙ୍କ ଅକାଳ ମୃତ୍ୟୁ ହୋଇଛି । ଏ ବେବି ଓଡ୍ରାଫ୍ ଟିମର ଅନ୍ୟ ଜଣେ ସଦସ୍ୟ ନିଖୋଜ ଅଛନ୍ତି । ନିଖୋଜ ମୁର୍ମୁଙ୍କୁ ଓଡ୍ରାଫ୍ ସହ ଏନଡିଆରଏଫ୍ ଟିମ୍ ଖୋଜାଖୋଜି କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

କମଲା ହାରିସଙ୍କୁ ଗୋଲାପୀ ମିନାକାରୀ ଚେସ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଶୁକ୍ରବାର ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟଛନ୍ତି  । ଆମେରିକା ଉପ ରାଷ୍ଚ୍ରପତିଙ୍କ ସହ ଭେଟ ହେବା ସହ ପ୍ରଧାନମନ୍ତ୍ରୀ ମୋଦି ବିଶେଷ ଉପହାର ମଧ୍ୟ ପ୍ରଦାନ କରିଛନ୍ତି  ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରାଷ୍ଟ୍ରପତି ହାରିସଙ୍କୁ ତାଙ୍କ ଜେଜେ ପିଭି ଗୋପାଲନଙ୍କ ସହ ଜଡିତ କିଛି ପୁରୁଣା ସୂଚନାର ପାଣ୍ଡୁଲିପି ଦେଇଛନ୍ତି । ଏହା ଖାସ ପ୍ରକାରର ହସ୍ତଶିଳ୍ପ ଫ୍ରେମରେ ସଜାଯାଇଛି ।

କେବଳ ସେତିକି ନୁହେଁ, ଗୋଲାପୀ ମିନାକାରୀର ଏସ ଚେସ୍‌ ସେଟ୍‌ ଉପରାଷ୍ଟ୍ରପତି ହାରିସଙ୍କୁ ଉପହାର ଦେଇଛନ୍ତି ମୋଦି । ଗୋଲାପୀ ମିନାକାରୀ କଳାକୃତି ଶିଳ୍ପ ଦୁନିଆର ସବୁଠୁ ପୁରୁଣା ସହର କାଶୀ ସହ ଜଡିତ । କାଶୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର । ଚେସ୍‌ର ଏହି ସେଟ୍‌ରେ ପ୍ରତ୍ୟେକ ଗୋଟିକୁ ସୂକ୍ଷ୍ମ ଭାବରେ ହାତରେ ପ୍ରସ୍ତୁତ କରାଯାଇଛି । ଏଥିରେ କାଶୀର ଜୀବନ୍ତ ଝଲକ ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁର ସନ୍ଦୀପ ସାହୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ବିନିକା ସହରର ସନ୍ଦୀପ ସାହୁ ହତ୍ୟା ଘଟଣାର ପର୍ଦ୍ଦଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ବିନିକା ସହରର କାର୍ତ୍ତିକ ନାଗ, ନେନ୍ଦ୍ର କୁମାର ବେହେରା ଓ ଉଲୁଣ୍ଡା ବ୍ଲକର ଦିବ୍ୟ ଜଗଦଲା ବୋଲି ଜଣାପଡ଼ିଛି । ଗତ ୧୪ତାରିଖରୁ ବିନିକା ସହରର ସନ୍ଦୀପଙ୍କ ଘରୁ ନିଖୋଜ ଥିବା ପରିବାର ଲୋକେ ବିନିକା ଥାନାରେ ଅଭିଯୋଗ କରିଥିଲେ । ଏସମ୍ପର୍କରେ ବିନିକା ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ହଠାତ ୧୮ତାରିଖ ଦିନ ଏକ ଶବ ବୈଦ୍ଧ ଜିଲ୍ଲା ଜହ୍ନାପଙ୍କ ମହାନଦୀ ଘାଟରେ ଲାଗିଥିଲା । ପରେ ଏହାକୁ ସୋନପୁର ପୋଲିସ ସନ୍ଦିପର ଶବ ବୋଳି ଚିହ୍ନଟ କରି ଶବ ବ୍ୟବଚ୍ଛେଦ କରିଥିବା ବେଳେ ସନ୍ଦିପର ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରିଥିଳେ । ପରେ ବିନିକା ପୋଲିସ ୩ଜଣଙ୍କୁ ଗିରଫ କରି ତାଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଏକ ଛୁରି ଓ ସ୍କୁଟି ଜବତ କରିଛି । ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଢେଙ୍କାନାଳରେ STFର ଚଢ଼ାଉ; ୯ ଦେଶୀ ବନ୍ଧୁକ ଜବତ, ୨ ଗିରଫ

ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

ଭୁବନେଶ୍ୱର: ଘରୋଇ ଟିଭି ଚ୍ୟାନେଲ ଓଟିଭିର ସାମ୍ୱାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ସାମ୍ୱାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅମର ଆତ୍ମାର ସଦଗତିି କାମନା କରିବା ସହ ସମସ୍ତ ଆହାତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ସାଂଗଠନିକ)  ପ୍ରଣବ ପ୍ରକାଶ ଦାସ ମଧ୍ୟ ଅରିନ୍ଦମଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ଘଟଣା ତାଙ୍କୁ ମର୍ମହାତ କରିଥିବା ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି ପ୍ରଣବ ପ୍ରକାଶ । ସାମ୍ୱାଦିକ ଜଗତରେ ସେ ସର୍ବଦା ପ୍ରେରଣା ହୋଇ ରହିବେ ବୋଲି ସେ କହିଛନ୍ତି । ଏଥିସହିତ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀ ଦାସ ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ମଧ୍ୟ ଅରିନ୍ଦମଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଅରନ୍ଦମଙ୍କ ବିୟୋଗ ତାଙ୍କୁ ଗଭୀର ଭାବେ ମର୍ମାହାତ କରିଥିବା ସହ ଏହା ସାମ୍ୱାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି । ଏଥିସହିତ ଅନ୍ୟ ଆହାତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ହାତୀ ଉଦ୍ଧାର ପାଇଁ ଯାଇଥିବା ବୋଟ୍‌ରେ ସାମ୍ୱାଦିକ ଅରିନ୍ଦମ ଓ କ୍ୟାମେରା ମ୍ୟାନ୍ ଯାଇଥିଲେ । ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିଗଲା । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ।

ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା । ଅରିନ୍ଦମଙ୍କ ଅକାଳ ମୃତ୍ୟୁ ହୋଇଛି । ଏବେବି ଓଡ୍ରାଫ୍ ଟିମର ଅନ୍ୟ ଜଣେ ସଦସ୍ୟ ନିଖୋଜ ଅଛନ୍ତି । ନିଖୋଜ ମୁର୍ମୁଙ୍କୁ ଓଡ୍ରାଫ୍ ସହ ଏନଡିଆରଏଫ୍ ଟିମ୍ ଖୋଜାଖୋଜି କରୁଛନ୍ତି ।

ଦିଲ୍ଲୀର ରୋହିଣୀ କୋର୍ଟରେ ଗ୍ୟାଙ୍ଗୱାର, ଗ୍ୟାଙ୍ଗଷ୍ଟାରକୁ ହତ୍ୟା କଲେ ଆକ୍ରମଣକାରୀ

0

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଗୋଷ୍ଠୀ ସଂଘର୍ଷ । ଶୁକ୍ରବାର ଦ୍ୱିପ୍ରହରେ ସେଠାରେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ତ୍ର ଓରଫ ଗୋଗିକୁ ଗୁଳିକରି ହତ୍ୟା କରାଯାଇଛି । ଯାହାପରେ କୋର୍ଟ ପରିସ,ର ଭିତରେ ସୁଟଆଉଟ ହେଲା ଏବଂ ଆକ୍ରମଣକାରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ଗୁଳି ବିନିମୟରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଜିତେନ୍ଦ୍ର ହୋଇଥିବାବେଳେ ଦୁଇଜଣ ଆକ୍ରମଣକାରୀ ଯିଏ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିବାକୁ ଆସିଥିଲେ। ତିହାର ଜେଲରେ ରଖାଯାଇଥିବା ଜିତେନ୍ଦ୍ର ଓରଫ ଛଦ୍ମନାମ ଗୋଗୀଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ରୋହିଣୀ କୋର୍ଟ ପରିସରରେ ଦୁର୍ବୃତ୍ତଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଓକିଲ ବେଶରେ ଆସିଥିଲେ ଆକ୍ରମଣକାରୀ

ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ଦୁଇ ଜଣ ଆକ୍ରମଣକାରୀ ଓକିଲ ବେଶରେ କୋର୍ଟ ପରିଶର ଭିତରେ ପହଞ୍ଚିଥିଲେ, ଯେଉଁମାନେ ଜିତେନ୍ଦ୍ରଙ୍କୁ ହତ୍ୟାକରିଥିଲେ । ସ୍ପେଶାଲ୍ ସେଲ୍ ଟିମ୍ ଜିତେନ୍ଦ୍ରଙ୍କୁ କୋର୍ଟ କକ୍ଷକୁ ନେଇ ଯାଇଥିଲେ ଯେଉଁଠାରେ ଘଟଣା ଘଟିଥିଲା । କୁହାଯାଉଛି ଯେ ଦିଲ୍ଲୀର ଟିଲୁ ଗ୍ୟାଙ୍ଗ ଜିତେନ୍ଦ୍ରଙ୍କୁ ହତ୍ୟା କରିଛି । ନିହତ ହୋଇଥିବା ଦୁଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାହୁଲ, ଯାହାଙ୍କ ମୁଣ୍ଡରେ ୫୦ ହଜାର ପୁରସ୍କାର ରାଣିଥିଲା ।

ଦୁଇ ବର୍ଷ ପୂର୍ବେ ଜିତେନ୍ଦ୍ର ଧରାପଡିଥିଲେ

ଦୁଇ ବର୍ଷ ପୂର୍ବେ ଗୁରୁଗ୍ରାମର ସ୍ପେଶାଲ୍ ସେଲ୍ ଦ୍ୱାରା ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଅନୁଯାୟୀ ଜିତେନ୍ଦ୍ର ଗୋଗୀ ଅପରାଧ ମାଧ୍ୟମରେ ବହୁ ଧନ ଅର୍ଜନ କରିଥିଲେ । ଜିତେନ୍ଦ୍ର ଗୋଗୀଙ୍କ ନେଟୱାର୍କରେ ୫୦ ରୁ ଅଧିକ ଲୋକ ଅଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଜିତେନ୍ଦ୍ର ଗୋଗୀଙ୍କୁ ୨୦୨୦ ମସିହାରେ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା । ଗୋଗୀଙ୍କ ସହ କୁଲଦୀପ ଫାଜା ମଧ୍ୟ ଧରାପଡିଥିଲେ । ପରେ କୁଲଦୀପ ଫ ଜା ମାର୍ଚ୍ଚ ୨୫ ରେ କଷ୍ଟଡୀରୁ ଫେରାର ହୋଇଯାଇଥିଲା । ଫାଜା ଜିଟିବି ହସ୍ପିଟାଲରୁ ପଳାଇ ଯାଇଥିଲେ ଯାହା ପରେ ତାର ଏନକାଉଣ୍ଟର ହୋଇଥିଲା।

ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା, ଓଟିଭି ପ୍ରତିନିଧି ଅରିନ୍ଦମ ମୃତ

କଟକ: ମୁଣ୍ଡଳି ବୋଟ୍ ଟ୍ରାଜେଡିରେ ଓଟିଭି ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ । ମୁଣ୍ଡଳିରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟରେ କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନାଙ୍କ ସହ ଓଡ୍ରାଫ ବୋଟରେ ଯାଇଥିଲେ ଅରିନ୍ଦମ । ନଦୀ ମଝିରେ ଫସିଥିବା ହାତୀ ପାଖକୁ ଯାଇଥିଲା ଓଡ୍ରାଫ ଟିମ୍ । ହେଲେ ପ୍ରବଳ ସ୍ରୋତ ମୁହଁରେ ଦୁର୍ଭାଗ୍ୟବଶତଃ ବୋଟ ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଅରିନ୍ଦମ ସ୍ରୋତ ମୁହଁରେ ଖସି ପଡିଥିଲେ । ଅରିନ୍ଦମଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଲିଭିଯାଇଥିଲା ଜୀବନ ଦୀପ ।

 Operation Gajaraj OTV Reporter Arindam Das Dies In SCB

 ଅରିନ୍ଦମ ଦାସ । ଓଟିଭିର ବରିଷ୍ଠ ସାମ୍ବାଦିକ । ନିତିଦିନିଆ ଘଟଣା ଅଘଟଣର ଭିଡ ଭିତରେ ଆଜି ସକାଳୁ ହଠାତ ଖବର ଆସିଥିଲା ଭରା ମହାନଦୀରେ ଏକ ଫସିରହିଛି ଏକ ଦନ୍ତା । ସବୁ ଗଣମାଧ୍ୟମ ପ୍ରତିନିଧି ମୁହାଁଇଥିଲେ ମୁଣ୍ଡଳି ବ୍ରିଜ । ଅରିନ୍ଦମ ବି ନିଜର କ୍ୟାମେରା ଟିମ୍ ସହ ପହଞ୍ଚିଥିଲେ ଘଟଣାସ୍ଥଳ । ସବୁ ଗଣମାଧ୍ୟମ ପ୍ରତିନିଧି ବ୍ରିଜ ଉପରୁ ରିପୋର୍ଟିଂ କରୁଥିଲା ବେଳେ, ଓଡ୍ରାଫ ଟିମ୍ ସହ ହାତୀ ପାଖକୁ ବାହାରିଥିଲେ ଅରିନ୍ଦମ । ସାଙ୍ଗରେ ଥିଲେ ଓଡ୍ରାଫ ଟିମ ଓ କ୍ୟାମେରା ମ୍ୟାନ । ହେଲେ ହାତୀ ପାଖକୁ ଯିବା ବେଳେ ମହାନଦୀର ପ୍ରଖର ସ୍ରୋତ ସହ ସାମନା ହୋଇଥିଲା ଓଡ୍ରାଫ ସ୍ପିଡ ବୋଟର । ଆଉ ରେସକ୍ୟୁ ଅପରେସନ ଆରମ୍ଭ ହେଉ ସବୁ ହୋଇଗଲା ଓଲଟ ପାଲଟ । ଲକ୍ଷ ଲକ୍ଷ କ୍ୟୁସେକ ଜଳର କରେଣ୍ଟ ଆଗରେ ଓଲଟି ପଡିଥିଲା ଓଡ୍ରାଫ ବୋଟ୍ । ସ୍ରୋତ ମୁହଁ ସଂଘର୍ଷ କରୁ କରୁ ଓଡ୍ରାଫ ଟିମର ସଦସ୍ୟ ସୀତାରାମ ମୁର୍ମୁ ହୋଇଯାଇଛନ୍ତି ନିଖୋଜ । ଦେଶୀ ଡଙ୍ଗା ସାହାଯ୍ୟରେ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିଲା । କଟକ ଏସସିବିରେ ଅରିନ୍ଦମଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସେପଟେ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ।

 Operation Gajaraj OTV Reporter Arindam Das Dies In SCB

ବନ୍ୟା ହେଉ ଅବା ବାତ୍ୟା । କିମ୍ବା ବଡ଼ ବଡ଼ ଅଘଟଣ । ଟିଭି ସ୍କ୍ରିନରେ ଅରିନ୍ଦମଙ୍କ ଦୁଃସାହାସିକ ରିପୋର୍ଟିଂ ଦେଖିବାକୁ ମିଳୁଥିଲା । ସାମ୍ବାଦିକତାକୁ ପେଶା ଓ ନିଶା ବୋଲି ମାନୁଥିବା ଅରିନ୍ଦମ ସଦାବେଳେ ନିଆରା ଅନ୍ଦାଜରେ ଦର୍ଶକଙ୍କ ପାଖରେ ପହଞ୍ଚାଉଥିଲେ ଖବର । ଆଜି ବି ସ୍ରୋତ ମୁହଁରେ ଜୀବନକୁ ବାଜି ଲଗାଇ ବାହାରିଥିଲେ କିଛି ଏକ୍ସକ୍ଲୁସିଭ ଭିଜୁଆଲର ସନ୍ଧାନରେ, ହେଲେ ନିୟତିର ନିୟମ ଥିଲା ଅଲଗା । ଖବର ସଂଗ୍ରହ କରୁ କରୁ ନିଜେ ପାଲଟି ଯାଇଥିଲେ ଖବର ।

ଏଥିସହିତ ପଢ଼ନ୍ତୁ: ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ 

ଢେଙ୍କାନାଳ ଆଇଆଇଏମସିରୁ ସାମ୍ବାଦିକତା କୋର୍ସ ସାରିବା ପରେ ସାମ୍ବାଦିକ ବୃତ୍ତିକୁ ଆଦରି ନେଇଥିଲେ ଅରିନ୍ଦମ । ଏକ ଦୈନିକ ଖବର କାଗଜରୁ କ୍ୟାରିଅର ଆରମ୍ଭ କରି ପରେ ବୈଦ୍ୟୁତିକ ଗଣମାଧ୍ୟମରେ ପାଦ ଥାପିଥିଲେ । ପ୍ରଥମେ କ୍ରାଇମ ରିପୋର୍ଟିଂରୁ ଡିଜାଷ୍ଟର, ଗ୍ରାଉଣ୍ଡଜିରୋର ସବୁ ଖବର ପରିବେଷଣରେ ଥିଲେ ମାହିର । ବୃତ୍ତିଗତ ଜୀବନରେ ଅରିନ୍ଦମଙ୍କ ଅଦମ୍ୟ ସାହାସ ତାଙ୍କୁ ସାମ୍ବାଦିକ ଦୁନିଆଁର ଜଣେ ଚିହ୍ନାମୁହଁ ଭାବେ ଅଭିହିତ କରିଥିଲା । ଆଜି ଅରିନ୍ଦମଙ୍କ ଅବର୍ତ୍ତମାନରେ ସ୍ତବ୍ଧ ହୋଇଯାଇଛି ଗଣମାଧ୍ୟମ ଓ ତାଙ୍କୁ ଭଲ ପାଉଥିବା ସବୁ ମଣିଷ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ସବୁ ମହଲରୁ ତାଙ୍କ ଆତ୍ମାର ସଦଗତି କାମନା କରାଯିବା ସହ ପରିବାରକୁ ଜଣାଇଛନ୍ତି ସମବେଦନା ।

ଢେଙ୍କାନାଳରେ STFର ଚଢ଼ାଉ; ୯ ଦେଶୀ ବନ୍ଧୁକ ଜବତ, ୨ ଗିରଫ

ଭୁବନେଶ୍ୱର: ଢେଙ୍କାନାଳରେ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ବେଳେ ଏସଟିଏଫ୍ ରେଡ୍ କରିଛି । ଭାପୁର ଗାଁ ନିକଟରେ ଏସଟିଏଫ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୯ଟି ଦେଶୀ ବନ୍ଧକୁ ସହ ଗୋଟିଏ ରିଭରବଲ୍ ଜବତ କରାଯାଇଛି ।

ଏସଟିଏଫ୍ ୨ ଜଣଙ୍କୁ ଗିରଫ କରିଛି । କଟକ ଖୁଣ୍ଟୁଣି ଅଞ୍ଚଳର କାଳନ୍ଦୀ ନାୟକ ଓ ଢେଙ୍କାନାଳର ଶ୍ୟାମ ସୁନ୍ଦର ସିଠାଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ୨ ଜଣ ଏସବୁ ବନ୍ଧୁକ ତିଆରି କରୁଥିବା ଜଣାପଡ଼ିଛି ।

ବିଜେପି ଛାଡ଼ି ବିଜେଡିରେ ମିଶିଲେ ଧର୍ମଶାଳାର ୧୨ ନେତା

ଭୁବନେଶ୍ୱର: ଯୁବ ବିଡେଜିର ମିଶ୍ରଣ ପର୍ବ । ଯୁବ ବିଜେଡି କାର୍ଯ୍ୟାଳୟରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପି ଛାଡ଼ି ଯାଜପୁର ଧର୍ମଶାଳା ବିଜେପିର ୧୨ ଜଣ ବିଜେଡିରେ ଯୋଗ ଦେଇଛନ୍ତି । ଆଜିର ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ, ଦଳର ମୁଖପାତ୍ର ପ୍ରତାପ ଦେବ, କୋରେଇ ବିଧାୟକ ଅଶୋକ ବଳ ଉପସ୍ଥିତ ଥିଲେ ।

12 Leaders Of BJP Joins BJD Dharmasala

୨୦୧୯ରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡ଼ା ବିଜେଡିରେ ମିଶିଛନ୍ତି । ରମେଶଙ୍କ ସମେତ ବିଜେପି ଛାଡ଼ିଥିବା ଅନ୍ୟ ୧୧ ଜଣ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଚୈତନ୍ୟ ସାମଲ, ମହେନ୍ଦ୍ର ପଣ୍ଡା, ବିଜୟ କୁମାର ନାୟକ, ନିରଞ୍ଜନ ବେହେରା, ଅଶୋକ କୁମାର ସାହୁ, ଆଶିଷ କୁମାର ବଳ, ବିଭୁ ପ୍ରସାଦ ଦାସ, ରମେଶ ଚନ୍ଦ୍ର ବେହେରା, ମାନସ ମହାନ୍ତି ଓ ପ୍ରଭଞ୍ଜନ ମହାନ୍ତି ବିଜେଡିରେ ମିଶିଛନ୍ତି ।

ଅପରେସନ୍ ଗଜରାଜ, ଉଦ୍ଧାର ପାଇଁ ଯିବାବେଳେ ଓଲଟିଲା ଓଡ୍ରାଫ ବୋଟ୍

କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଅଘଟଣ । ଓଲଟିଲା ଓଡ୍ରାଫ ଟିମର ବୋଟ୍ । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ହେଲା ପାଣିରେ ଦନ୍ତାଟି ଫସି ରହିଛି । ଓଡ୍ରାଫ୍ ଟିମ୍ ବୋଟ୍ ଯୋଗେ ହାତୀକୁ ଘଉଡ଼ାଇବାକୁ ଯିବାବେଳେ ବୋଟ୍ ଓଲଟି ପଡ଼ିଛି । ଫଳରେ ବୋଟରେ ଥିବା ୬ ଜଣ ଓଡ୍ରାଫ୍ ସହ ଅନ୍ୟ ୨ ଜଣ ଭାସି ଯାଇଛନ୍ତି ।

Operation Gajraj, Elephant Attacked Odraf Team

ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରେ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଓ କ୍ୟାମେରାମ୍ୟାନ ଥିଲେ । ବୋଟରେ ଥିବା ୨ ଜଣ ଲାଇଫ ଜ୍ୟାକେଟ୍ ପିନ୍ଧି ନଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ ଜାରି ରହିଛି । ଉଦ୍ଧାର କରାଯାଇଥିବା ୪ ଜଣଙ୍କୁ ମେଡିକାଲକୁ ନିଆଯାଉଛି । ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏନଡିଆରଏଫ ଟିମ୍ ମୁଣ୍ଡଳିରେ ପହଞ୍ଚିଛି ।

Operation Gajraj, Elephant Attacked Odraf Team

ଦନ୍ତା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଅପରେସନ୍ ଗଜରାଜ ଚାଲିଛି । ପାଣି ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗିଛନ୍ତି ବନ ବିଭାଗର ୨୫ ଜଣ କର୍ମଚାରୀ । ସେହିପରି ଆଠଗଡ଼ ପୋଲିସର ୧ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ପାଣିର ସ୍ରୋତ ଓ ଲୋକଙ୍କ ଗହଳି ଯୋଗୁଁ ଦନ୍ତା ହାତୀକୁ ଉଦ୍ଧାର କରିବାରେ ସମସ୍ୟା ଉପୁଜିଛି । ପାଣିରେ ଫସିଥିବା ଅନ୍ୟ ୨ ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛନ୍ତି ।

Operation Gajraj, Elephant Attacked Odraf Team

ଆଜି ସକାଳୁ ମହାନଦୀରେ ଭାସି ଯାଇଥିଲେ ହାତୀପଲ । ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ଗୋଟିଏ ଛୁଆ ହାତୀ ସହ ୩ଟି ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିଲେ । ଆଉ ୪ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀ ପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିଲେ ।