କଂଗ୍ରେସରୁ ଇସ୍ତଫା ସହ ନୂଆ ଦଳ ନାମ ଘୋଷଣା କଲେ କ୍ୟାପଟେନ

1 min read
Captain Amarinder Singh loses from Patiala Urban Assembly Seat

ଚଣ୍ଡିଗଡ଼: କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରନ୍ଦର ସିଂ । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ପଞ୍ଜାବ କଂଗ୍ରେସରେ ବିବାଦ ପାଇଁ କିଛି ଦିନ ପୂବର୍ରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳ ମଧ୍ୟରେ ଅନ୍ତ କନ୍ଦଳ ପାଇଁ ସେ ଇସ୍ତଫା ଦେଇଥିଲେ । ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ କଂଗ୍ରେସରୁ ବି ଇସ୍ତଫା ଦେବେ ବୋଲି ଅନୁମାନ କରାଯାଉଥିଲା । ତେବେ ସେ ଆଜି ବିଧିବଦ୍ଧ ଭାବରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରୁ କ୍ୟାପଟେନଙ୍କ ମନୋଦଶା ଜଣା ପଢୁଛି । ଏଥିରେ ସେ ଲେଖିଛନ୍ତି ଯେ, ସିଦ୍ଧୁଙ୍କୁ ପିସିସି ସଭାପତି କରି ଦଳ ବିରାଟ ଭୁଲ କରିଛି । ଦିନେ ଏଥିପାଇଁ ଦଳକୁ ପଶ୍ଚତାପ କରିବାକୁ ପଡିବ । ଏହା ସହିତ ଦଳ ଛାଡିବା ପାଇଁ ସେ ମଧ୍ୟ ଏକରକମ ସୋନିଆ ଓ ରାହୁଲ ତଥା ପ୍ରିୟଙ୍କାଙ୍କୁ ଦାୟୀ କରିଛନ୍ତି ।

ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ‘ଆପଣ ଓ ଆପଣଙ୍କ ପିଲାଙ୍କ ବ୍ୟବହାର ମୋତେ ଗଭୀର ଆଘାତ ଦେଇଛି । ସେମାନଙ୍କୁ ମୁଁ ମୋ ନିଜ ପିଲାଙ୍କ ଭଳି ଭଲ ପାଉଥିଲି ଓ ଏବେ ମଧ୍ୟ ଭଲ ପାଉଛି । ସେମାନଙ୍କ ବାପାଙ୍କ ସହିତ ମୋର ସମ୍ପର୍କ ୧୯୫୪ରେ ସ୍କୁଲରେ ପଢିବା ବେଳରୁ । ଏହି ସମ୍ପର୍କ ୬୭ ବର୍ଷର ପୁରୁଣା ସମ୍ପର୍କ ଥିଲା ବୋଲି ଇସ୍ତଫା ପତ୍ରରେ ଲେଖିଛନ୍ତି କ୍ୟାପଟେନ ଅମିରନ୍ଦର ସିଂ । କଂଗ୍ରେସରୁ ଇସ୍ତଫା ଦେବା ସହ ଏକ ନୂଆ ପାର୍ଟି ମଧ୍ୟ ଗଠନ କରିଛନ୍ତି କ୍ୟାପଟେନ ।  ଯାହାର ନାମ ହେଉଛି ପଞ୍ଜାବ ଲୋକ କଂଗ୍ରେସ ।

 

Leave a Reply