ବୟସ ୨୪, ରୋଜଗାର ହ୍ୟାକିଂ

ତୁଳସୀ ଦୁଇ ପତ୍ରରୁ ବାସେ ଓ ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ  । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଶ୍ରୀକୃଷ୍ନ ରମେଶ  । ଅଷ୍ଟମ ଶ୍ରେଣୀରେ ପଢ଼ିବା ସମୟରେ ବ୍ଲାକ୍ କ୍ୟାଟ୍ ହ୍ୟାକରରେ ସେ ସାମିଲ ହୋଇଯାଇଥିଲା  । ସେ ଦୁନିଆର ବଡ଼ ବଡ଼ ହ୍ୟାକର୍ସଙ୍କ ସହ ଜଡ଼ିତ  । ଏମାନଙ୍କ ସହ ମିଶି ବ୍ରିଟକଏନ ଦ୍ୱାରା ଡ୍ରଗ୍ସ କାରବାରରେ ସାମିଲ ହେଲା  । କର୍ଣ୍ଣାଟକରେ ବ୍ରିଟ୍ କଏନ ମାମଲାରେ ଏକ ବଡ଼ ଘୋଟାଲା ଆସିଲା  । ଏହାର ମୁଖ୍ୟ ଆରୋପି ବା ମାଷ୍ଟର ମାଇଣ୍ଡ ଶ୍ରୀକୃଷ୍ନ ରମେଶ ହିଁ ଥିଲା  । କର୍ଣ୍ଣଟକ ମନ୍ତ୍ରୀ ସିଦ୍ଦାରମିୟା ନିଜ ଟ୍ୱିଟରେ କହିଛନ୍ତିଯେ ଶ୍ରୀକୃଷ୍ନ ରମେଶ ହେଉଛି ‘ବିଗବସ୍’ ସିକ୍କି ଯିଏ କି ପୋଲିସକୁ ଚକମା ଦବାରେ ମାହିର  । ସେ ଲେଖିଛନ୍ତି ଚିନ୍ତାର ବିଷୟ ଏହାଯେ ବଡ଼ ବଡ଼ ନେତା ଓ ରାଜନେତାଙ୍କୁ ବଞ୍ଚାଇବା ପାଇଁ ଏହି ମାମଲାର ଯାଞ୍ଚ କରୁଥିବା ଅଧିକାରୀମାନେ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି  ।  ସେ ଏହା ମଧ୍ୟ ଲେଖିଛନ୍ତି ଏଥିରେ କରାଯାଉଥିବା ଯାଞ୍ଚକୁ ଅନ୍ୟ ଦାଗକୁ ନେବା ପାଇଁ ବିଜେପି ସରକାରର ହସ୍ତକ୍ଷେପ ସଠିକ୍ ନୁହଁ  ।

ମାମଲାର ମୁଖ୍ୟ ଆରୋପି ଶ୍ରୀକୃଷ୍ନ ରମେଶ କିଏ ?

ଶ୍ରୀକୃଷ୍ନ ରମେଶ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ତାକୁ ପ୍ରଥମେ କମ୍ପ୍ୟୁଟରରେ ଆଗ୍ରହ ଆସିଥିଲା  । ସେ କମ୍ପ୍ୟୁଟର ଲାଙ୍ଗୁଏଜ୍ ଶିଖିବାକୁ ଲାଗିଲା  ।  କମ୍ପ୍ୟୁଟରରେ ତାର ରୁଚି ଆସିଲା  ବୋଲି ଏକ ସୂତ୍ରରୁ ସୂତଚନା ମିଳିଛି  । କୁହାଯାଉଛି କି ସ୍କୁଲରେ ପଢ଼ୁଥିବା ସମୟରେ ଶ୍ରୀକୃଷ୍ନ ସ୍କୁଲ ୱେବସାଇଟକୁ ହ୍ୟାକ୍ କରି ନିଜ ଉପସ୍ଥାନ ପକାଇଦେବା ସହ ନିଜ ମାର୍କ ମଧ୍ୟ ପରିବର୍ତ୍ତନ କରିଦେଉଥିଲା  । ଏହାପରେ ଅଷ୍ଟମ ଶ୍ରେଣୀରେ ପଢ଼ିବା ପରେ ସେ ବ୍ଲାକ କ୍ୟାଟ୍ ନାମରେ ପରିଚିତ ହେଲା  ।

କୁହାଯାଏ କି ଇଣ୍ଟରନେଟ ରିଲ୍ ଚାର୍ଟ ଦ୍ୱାରା ବିଶ୍ୱର ସମସ୍ତ ହ୍ୟାକରଙ୍କ ସହ ସେ ସମ୍ପର୍କରେ ଆସିଥିଲା  । ବ୍ଲାକ୍ କ୍ୟାଚ୍ ହ୍ୟାକର ଦୁନିଆରେ ‘ବିଗ୍ ବସ୍’ ଓ ‘ରୋଜ’ ନାମରେ ପରିଚିତ  । କଲେଜ ପଢ଼ୁଥିବା ସମୟରେ ରମେଶ ମଦ୍ୟପାନ କରିବା ସଙ୍ଗେ ସଙ୍ଗେ ଡ୍ରଗ୍ସ ମଧ୍ୟ ନେଉଥିଲା ଏ ସବୁ କିଣିବା ପାଇଁ ସେ ବଡ଼ ବଡ଼ କମ୍ପାନୀକୁ ହ୍ୟାକ୍ କରିବା ଆରମ୍ଭ କରିଥିଲା  । ୨୦୨୦ରେ ରମେଶ ନିଜ ବନ୍ଧୁମାନଙ୍କ ସହ ଗଞ୍ଜେଇ ଟାଣୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଥିଲା  । ପରେ ଧିରେ ଧିରେ ହ୍ୟାକ୍ କରି ଏଥୁରୁ ଅଧିକ ଟଙ୍କା ରୋଜଗାର କରିବାକୁ ଲାଗିଲା  ।

 

 

Leave a Reply