spot_img
Home Blog Page 5147

ଗୋପାଳପୁର ଠାରୁ ୧୧୦ କିମି ଦୂରରେ ବାତ୍ୟା ‘ଗୁଲାବ’

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ’ଗୁଲାବ’ ଏବେ ପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୯ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ଗତି କରୁଛି ।

ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୧୧୦ କିମି ଦୂରରେ ବାତ୍ୟା ’ଗୁଲାବ’ରହିଥିବା ବେଳେ କଳିଙ୍ଗପାଟଣମ ଠାରୁ ପୂର୍ବ-ଉତ୍ତର ପୂର୍ବରେ ୧୩୦ କିମି ଦୂରରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ’ଗୁଲାବ’ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସନ୍ଧ୍ୟା ପରେ ଆରମ୍ଭ ହେବ ।

ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଦିଆଯାଇଛି । ପୁରୀ ବନ୍ଦରରେ ୬ ନମ୍ବର ବିପଦ ସଂକେତ ଦିଆ ଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୩ ନମ୍ବର ବିପଦ ସଂକେତ ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ୦.୫ ମିଟରର ଜୁଆର ଆସିବାର ଆଶଙ୍କା ରହିଛି ।

ମାଟି ଅତଡ଼ା ଖସି ରାସ୍ତା ଅବରୋଧ, ସେପଟେ ଜାରି ରହିଛି ସ୍ଥାନାନ୍ତରଣ

ପାରଳାଖେମୁଣ୍ଡି: ବାତ୍ୟା ‘ଗୁଲାବ’ ମାଡ଼ି ଆସୁଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ମାଟି ଅତଡ଼ା ଧସିଛି । ଫଳରେ ରାସ୍ତା ଅବରୋଧ ହୋଇଛି । ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରଶାସନ ନଜର ରଖିଛି ।

Cyclone Gulab, Namangarh To Ajaygarh Road Blocked After Landslide

ବାତ୍ୟାରେ ଗୋଷାଣୀ ଓ ରାୟଗଡ଼ ବ୍ଲକ ବେଶି ପ୍ରଭାବିତ ହେବା ସମ୍ଭାବନା ରହିଛି । ଜିଲ୍ଲାର ୩୮ ପ୍ରଭାବିତ ଗାଁରୁ ୧୬ ଶହ ୩୭ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗୋଷାଣୀରୁ ୪୦ ଜଣ, ଗୁମ୍ମାରୁ ୧୮୫ ଜଣ, କ୍ରିଷ୍ଣାନଗରରୁ ୯୦ ଜଣ, ମୋହନାରୁ ୩୫୭ ଜଣ, ନୂଆଗଡ଼ରୁ ୯୩ ଜଣ, ରାୟଗଡ଼ରୁ ୮୪୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Cyclone Gulab, Namangarh To Ajaygarh Road Blocked After Landslide

ବାତ୍ୟା ‘ଗୁଲାବ’ପାଇଁ ଗଜପତି ଜିଲ୍ଲାରେ ୩ ଓଡ୍ରାଫ ଟିମ୍ ପହଞ୍ଚି ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ୩ଟି ଓଡ୍ରାଫ୍ ଟିମକୁ ପ୍ରଶାସନ ପକ୍ଷରୁ ମୁତୟନ କରାଯାଇଛି । ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ଏହି ଟିମ୍ ଗୁଡ଼ିକୁ ମୁତୟନ କରାଯିବ । ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଖୋଲି କର୍ମଚାରୀ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଉ ମାତ୍ର ୧୩ ରନ୍‌ ହାସଲ କରିବା ପରେ ବିରାଟ କୋହଲି ହୋଇଯିବେ ଏହି ବଡ଼ ସଫଳତାର ଅଧିକାରୀ…

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଆରସିବି ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ କିଛି ବିଶେଷ ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନାହିଁ। ଚଳିତ ବର୍ଷ IPLରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆରସିବି ପରାଜୟର ସମ୍ମୁଖୀନ ହୋଇଛି। କୋହଲି କେକେଆର ବିପକ୍ଷରେ ମାତ୍ର ୫ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବାବେଳେ ଚେନ୍ନାଇ ବିପକ୍ଷରେ ସେ ୫୩ ରନର ଚମତ୍କାର ଇନିଂସ ଖେଳିଥିଲେ।

ତେବେ ବିରାଟ ଏବେ ଟି -୨୦ କ୍ରିକେଟରେ ଏକ ବଡ଼ ସଫଳତା ହାତେଇବାକୁ ଯାଉଛନ୍ତି। କୋହଲି ଆଉ ମାତ୍ର ୧୩ ରନ୍‌ କରିଲେ ହୋଇଯିବ ଭାରତୀୟ ଭାବରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏକି ପ୍ରଥମ ଥର  ୧୦ ହଜାର ରନ୍ ପୂରଣ କରିବେ। ରବିବାର ଦିନ ସେ ସବୁଠାରୁ ସଫଳ ଆଇପିଏଲ୍ ଦଳ ତଥା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବେ।

କୋହଲି ବର୍ତ୍ତମାନ ୩୧୩ ଟି -୨୦ ମ୍ୟାଚରେ ୯ ହଜାର ୯୮୭ ରନ୍ କରିଛନ୍ତି। ଏପର୍ଯ୍ୟନ୍ତ କେବଳ ଚାରିଜଣ କ୍ରିକେଟର ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଟି -୨୦ କ୍ରିକେଟରେ କ୍ରିସ ଗେଲ, କିରନ ପୋଲାର୍ଡ, ଶୋଏବ ମଲିକ ଏବଂ ଡେଭିଡ ୱାର୍ନର ୧୦ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ୩୧୩ ଟି  ଟି -୨୦ ମ୍ୟାଚରେ କୋହଲି ଭାରତ ପାଇଁ ୯୦ ଟି ଆଇପିଏଲ୍ ମ୍ୟାଚ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ୨୦୧ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି।

କୋହଲି ଅନ୍ତର୍ଜାତୀୟ ସ୍ତରରେ ୩ ହଜାର ୧୫୯ ରନ୍ ସଂଗ୍ରହ କରିଥିବାବେଳେ ଆଇପିଏଲରେ ସେ ୬ ହଜାରରୁ ଅଧିକ ରନ୍ କରିଛନ୍ତି। ଟି -୨୦ କ୍ରିକେଟରେ କୋହଲିଙ୍କ ନାମରେ ୫ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ରହିଛି। ଯଦିଓ ଅନ୍ତର୍ଜାତୀୟ ସ୍ତରରେ ସେ ଏପର୍ଯ୍ୟନ୍ତ ଟି -୨୦ କ୍ରିକେଟରେ ଗୋଟିଏ ଶତକ ହାସଲ କରିବାରେ ସକ୍ଷମ ହୋଇନାହାଁନ୍ତି।

UNରେ ଆମେରିକା ରାଷ୍ଟ୍ରପତି ଏବଂ ମୁଜାହିଦ୍ଦିନଙ୍କୁ ନେଇ ଇମ୍ରାନଙ୍କ ବିସ୍ଫୋରକ ବୟାନ, ସାମ୍ନାକୁ ଆସିଲା ୩୮ ବର୍ଷର ପୁରୁଣା ଭିଡିଓ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ସ୍ତରରେ ବି ଆତଙ୍କବାଦୀ ଗୋଷ୍ଠୀ ତାଲିବାନକୁ ପାକିସ୍ତାନର ସମର୍ଥନ। ମିଳିତ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ବେଳେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଲିବାନକୁ ଦୃଢ଼ ସମର୍ଥନ କରିଛନ୍ତି। ତାଲିବାନ ସରକାରକୁ ମଜବୁତ କରିବାକୁ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବାକୁ ସେ ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି। ତାଲିବାନକୁ ସମର୍ଥନ କରୁଥିବାବେଳେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଜଡିତ ଏକ ତଥ୍ୟକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି।

ସେ କହିଛନ୍ତି ଯେ ୧୯୮୩ ମସିହାରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନ ତାଲିବାନ ମୁଜାହିଦ୍ଦିନଙ୍କୁ ଆମେରିକାର ପ୍ରତିଷ୍ଠାତାଙ୍କ ସହ ତୁଳନା କରିଥିଲେ। ଇମ୍ରାନଙ୍କ ଏହି ବିବୃତ୍ତି ପରେ ବିଶ୍ୱରେ ଏକ ପ୍ରକାରର ଚର୍ଚ୍ଚା ଆଲୋଡ଼ନ ସୃଷ୍ଟି କରିଛି। ବିଶ୍ୱ ଏଭଳି ଯୁକ୍ତିକୁ ସହଜରେ ଗ୍ରହଣ କରିପାରୁନାହିଁ, ଏବଂ ଏଭଳି ତଥ୍ୟ ପ୍ରକାଶ କରିବା ପାଇଁ ତାଙ୍କ ଉପରେ ଅଭିଯୋଗ ଲାଗିବା ଆରମ୍ଭ ହୋଇସାରିଲାଣି। ସେପଟେ PML-Nର ଉପରାଷ୍ଟ୍ରପତି ମରିୟମ ନୱାଜ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନଙ୍କ ଭାଷଣ ଲେଖିଥିବା ବ୍ୟକ୍ତି କିଏ ? ଏଭଳି ମନ୍ତବ୍ୟ ପରେ ଇମରା ନିଜେ ପଦରୁ ବରଖାସ୍ତ କରାଯିବା ଉଚିତ।

ଜାତିସଂଘ ସାଧାରଣ ସଭାରେ ଇମ୍ରାନ ଖାନ କହିଛନ୍ତି ଯେ ଆଫଗାନିସ୍ତାନରେ “ବେଆଇନ ଦଖଲ” ବିରୋଧରେ ୧୯୮୦ ଦଶକରେ ପାକିସ୍ତାନ ଆଗରେ ଥିଲା ଏବଂ ଆମେରିକା ସହିତ ମୁଜାହିଦ୍ଦିନ ଗୋଷ୍ଠୀକୁ ତାଲିମ ଦେଉଥିଲା। ସ୍ୱାଧୀନତା ପାଇଁ ଲଢ଼ୁଥିବା ଏହି ସଂଗ୍ରାମୀମାନଙ୍କୁ ହିରୋ ଭାବରେ ବିବେଚନା କରାଯାଉଥିଲା ଏବଂ ପରେ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ସେମାନଙ୍କୁ ୧୯୮୩ ରେ ହ୍ୱାଇଟ ହାଉସକୁ ମଧ୍ୟ ଡାକିଥିଲେ। ରେଗାନ୍ ଏହି ମୁଜାହିଦ୍ଦିନ ଯୋଦ୍ଧା ମାନଙ୍କୁ ଆମେରିକାର ମୂଳଦୁଆ ପକାଇଥିବା ନେତାଙ୍କ ସହ ତୁଳନା କରିଥିଲେ।

ସେପଟେ ଇମ୍ରାନଙ୍କ ଏଭଳି ମନ୍ତବ୍ୟକୁ ମଛ ବୋଲି କୁହାଯାଇଛି। ମୁଜାହିଦ୍ଦିନ ଗୋଷ୍ଠୀରୁ ତାଲିବାନ ପର୍ଯ୍ୟନ୍ତ ଆଫଗାନିସ୍ତାନର ବୃଦ୍ଧି ପାଇଁ ଏହାର ଇତିହାସକୁ ମନେ ପକାଇ ଆମେରିକାକୁ ଟାର୍ଗେଟ କରିବା ପାଇଁ ରେଗାନଙ୍କ ମନ୍ତବ୍ୟକୁ ସେ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ କୁହାଯାଉଛି ଯେ ରେଗାନ୍ ତାଙ୍କ ଭାଷଣରେ ମୁଜାହିଦ୍ଦିନ ମାନଙ୍କୁ ଆମେରିକାର ‘ପ୍ରତିଷ୍ଠାତା’ଙ୍କ ସହିତ ତୁଳନା କରିନାହାଁନ୍ତି। ଅଭିଯୋଗ ହୋଇଛି ଯେ ଏକ ଏଡିଟ୍ ହୋଇଥିବା ଭିଡିଓ ମଧ୍ୟ ସେୟାର କରାଯାଉଛି, ଯେଉଁଥିରେ ରେଗାନଙ୍କ ଭାଷଣ ଏଡିଟ୍ କରାଯାଇଛି।

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା କହ୍ନେୟା କୁମାରଙ୍କ ଉପରେ ରାହୁଲଙ୍କ ଭରସା କ’ଣ ପାଇଁ, ଜାଣନ୍ତୁ…

ନୂଆଦିଲ୍ଲୀ: ସବୁବେଳେ କେନ୍ଦ୍ର ସରକାରକୁ ବିରୋଧ କରୁଥିବା କହ୍ନେୟାକୁମାର ଏବେ ବିରୋଧୀ ଦଳରେ ସାମିଲ ହେବାକୁ ଯାଉଛନ୍ତି। ବିନା ଦଳରେ ସବୁବେଳେ କେନ୍ଦ୍ର ସରକାରକୁ ଟାର୍ଗେଟ କରୁଥିବା କହ୍ନେୟା ଏବେ ଦଳରେ ରହି ଟାର୍ଗେଟ କରିବେ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାପତି କହ୍ନେୟା କୁମାର କଂଗ୍ରେସ ସହ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଯିଏ ନିଜ ଭାଷଣରେ ଦେଶର ସବୁ ଯୁବପିଢ଼ିଙ୍କୁ ନିଜ ଆଡ଼କୁ ଟାଣି ନିଅନ୍ତି ସେ ୨୮ ସେପ୍ଟେମ୍ବରରେ କଂଗ୍ରେସ ଦଳରେ ଯୋଗଦେବେ।

ତେବେ ଯୁବ ଗୋଷ୍ଠୀଙ୍କ ମାନଙ୍କ ସାହାରାକୁ ହରାଉଥିବା କଂଗ୍ରେସ ଦଳ ଏବେ କହ୍ନେୟାଙ୍କୁ ପାଇ ନୂଆ ଆଶା ସଞ୍ଚାରିବାକୁ ଲାଗିଲାଣି। କହ୍ନେୟା ଦଳକୁ ଆସିବା ପରେ ଦଳରେ ଯୁବ ଗୋଷ୍ଠୀଙ୍କ ସମର୍ଥନ ଅହେତୁକ ବଢ଼ିବ ବୋଲି ଆଶା କରିଛନ୍ତି ରାହୁଲ। କିନ୍ତୁ ବିହାରରେ କହ୍ନେୟାଙ୍କ ରାଜନୈତିକ କ୍ୟାରିୟର ଏତେ ସଫଳ ନଥିଲେ ମଧ୍ୟ ତାଙ୍କ ଭାଷଣ ଦେବାର ଶୈଳି ବହୁତ ଭଲ ରହିଛି। ଯେଉଁଥି ପାଇଁ ସେ ଦର୍ଶକଙ୍କୁ ଏକଯୁଟ କରି ରଖିପାରନ୍ତି। ହେଲେ ଏବେ ଠାରୁ ତାଙ୍କର ଜିତିବା କଥା କହିବା ଠିକ ହେବ ନାହିଁ ବୋଲି ରାଜନୈତିକ ପଣ୍ଡିତ ମାନେ ସେମାନଙ୍କର ମତ ବାଢ଼ିଛନ୍ତି।

ଚଳିତ ମାସରେ କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ସେବେଠାରୁ କହ୍ନେୟା କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ତୀବ୍ର ହେବାରେ ଲାଗିଥିଲା। କିନ୍ତୁ ଯଦି ଆମେ ରାଜନୀତିର ପୁରୁଣା ପୃଷ୍ଠାକୁ ଲେଉଠାଇବା ତେବେ ଦେଖିବା କଂଗ୍ରେସ ଏବଂ କହ୍ନେୟାଙ୍କ ମଧ୍ୟ ସମ୍ପର୍କ ଏତେଟା ଭଲ ନଥିଲା। ଅନେକ ସମୟରେ ଗୋଡ଼ ଘୋଷଡ଼ା ଘୋଷଡ଼ି ହୋଇ ଚାଲିଥିଲେ ଉଭୟ କଂଗ୍ରେସ୍‌ ଏବଂ କହ୍ନେୟା।

ଦେଶଦ୍ରୋହ ମାମଲାରେ ଥାନାରେ ଥିବା କହ୍ନେୟା ଜାମିନରେ ମୁକୁଳିବା ପରେ ରାଜନୀତିରେ ଧିରେ ଧିରେ ପାଦ ଥାପିବାକୁ ଆରମ୍ଭ କରିଥିଲେ। ମାର୍ଚ୍ଚ ୨୦୧୬ରେ ରାହୁଲ ଗାନ୍ଧୀଙ୍କ ନିକଟକୁ ଯାଇଥିଲେ କହ୍ନେୟା। ଥାନାରେ ଥିବା ସମୟରେ ତାଙ୍କୁ ସମର୍ଥନ ଦେଇଥିବାକୁ ରାହୁଲଙ୍କୁ ଧନ୍ୟବାଦ ଜଣାଇଥିଲେ କହ୍ନେୟା। ଫେବୃଆରୀ ୨୦୧୬ରେ ଛାତ୍ର ସମାବେଶରେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗରେ କହ୍ନେୟାଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଥିଲା। ଏହାର ଠିକ ଗୋଟେ ଦିନ ପରେ ରାହୁଲ ଗାନ୍ଧି ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇବା ପାଇଁ ଜେଏନୟୁ କ୍ୟାମ୍ପସ ପରିଦର୍ଶନ କରିଥିଲେ। ଖାଲି ସେତିକି ନୁହେଁ ଛାତ୍ରମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ରାହୁଲ କେନ୍ଦ୍ରକୁ ଟାର୍ଗେଟ ମଧ୍ୟ କରିଥିଲେ।

ଯଦି ଆମେ ଦେଖିବା ଯେତେବେଳେ କହ୍ନେୟାଙ୍କୁ ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ପୋଲିସ ୨୦୧୯ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା, ସେତେବେଳେ ରାହୁଲ ଏବଂ ତାଙ୍କ ଦଳ ପୁରା ଚୁପ୍ ରହିଥିଲେ। ଯିଏ ୨୦୧୬ରେ କହ୍ନେୟାଙ୍କୁ ସମର୍ଥନ କରିଥିଲେ ସିଏ କଣ ପାଇଁ ୨୦୧୯ରେ ଚୁପ ରହିଲେ। ତାକୁ ନେଇ ରାହୁଲଙ୍କ ଚୁପ ପଛରେ ବିଜେପିର ଚାପ ରହିଛି ଏବହ ରାହୁଲ ଭୟ କରୁଛନ୍ତି ବୋଲି ରାଜନୈତିକ ପଣ୍ଡିତ ମାନେ ମତ ରଖିଥିଲେ। ଯେଉଁଥିପାଇଁ ୨୦୧୯ରେ କହ୍ନେୟା କୁମାରଙ୍କୁ କଂଗ୍ରେସର ସମର୍ଥନ ମିଳିନଥିଲା।

୨୦୧୯ ଲୋକସଭା ନିର୍ବାଚନରେ ​​କହ୍ନେୟା କୁମାର ବିହାରର ବେଗୁସରାୟରୁ ନିର୍ବାଚନ ଲଢ଼ୁଥିଲେ। ସେତେବେଳେ କଂଗ୍ରେସ ଏବଂ ଆରଜେଡି ତାଙ୍କୁ ସମର୍ଥନ କରିନଥିଲେ। ତେଣୁ ୨୦୧୯ ନିର୍ବାଚନରେ କହ୍ନେୟାଙ୍କୁ ୪.୨ ଲକ୍ଷ ଭୋଟରେ ବିଜେପିର ଗିରିରାଜ ସିଂଙ୍କ ଠାରୁ ପରାଜୟ ଗ୍ରହଣ କରିବାକୁ ପଡ଼ିଥିଲା।

ବାତ୍ୟା ପାଇଁ ବନ୍ଦ ରହିବ ୧୧ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ବାତ୍ୟା ‘ଗୁଲାବ’ ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ଆସନ୍ତାକାଲି ପ୍ରଭାବିତ ସମସ୍ତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ । ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂରେ ଥିବା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ବର୍ଷା ହେଲେ ପିଲାମାନେ ଘରୁ ନ ବାହାରନ୍ତୁ । ସ୍କୁଲ ଆସନ୍ତୁ ନାହିଁ । ତେବେ ଆସନ୍ତାକାଲି ସକାଳର ପରିସ୍ଥିତି ଦେଖି ଜିଲ୍ଲାପାଳମାନଙ୍କୁ ସ୍କୁଲ ବନ୍ଦ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ତଳିଆ ଅଞ୍ଚଳ ଓ କଚ୍ଚା ଘରେ ଥିବା ଲୋକଙ୍କୁ କରାଯାଉଛି ସ୍ଥାନାନ୍ତରଣ, ଗର୍ଭବତୀଙ୍କୁ ପ୍ରାଧାନ୍ୟ

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗୋପାଳପୁର ଠାରୁ ଦକ୍ଷିଣ ପୂର୍ବରେ ୧୩୫ କିମି ଦୂରରେ ବାତ୍ୟା ଗୁଲାବ ରହିଥିବା ବେଳେ କଳିଙ୍ଗପାଟଣମ ଠାରୁ ପୂର୍ବରେ ୧୮୦ କିମି ଦୂରରେ ରହିଛି । ବିଗତ ୩ ଘଣ୍ଟା ହେଲା ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି ବାତ୍ୟା ।

ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବାତ୍ୟା ’ଗୁଲାବ’ଉପକୂଳ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ ।

ବାତ୍ୟାରେ ଉପୁଡ଼ି ପାରେ ଇଲେକ୍ଟ୍ରି ଖୁଣ୍ଟି । ବାତ୍ୟା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇ ଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା । ଭୂ-ସ୍ଖଳନକୁ ଦୃଷ୍ଟିରେ ରଖି ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଅତିପ୍ରବଳ ବର୍ଷା ହେଲେ ଋଷିକୁଲ୍ୟା, ନାଗାବଳି ଓ ବଂଶଧରାରେ ବନ୍ୟା ଜଳ ଆସିପାରେ । ଲ୍ୟାଣ୍ଡସ୍ଲାଇଡ୍ ହେଉଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି ।

Odisha Evacuating People From Low Lying Area Ahead Cyclone Gulab

ଋଷିକୂଲ୍ୟାର ରିଜର୍ଭରରେ ଥିବା ପାଣି ୬୦ ପ୍ରତିଶତକୁ ଖସାଇ ଦିଆଯିବ । ବଡ଼ ବନ୍ୟାର ଆଶଙ୍କା ନାହିଁ । ବଡ଼ ଧରଣର ବନ୍ୟାକୁ ମୁକାବିଲା ପାଇଁ କିଛି ଡ୍ୟାମ ଓ କେନାଲରୁ ପାଣି ନିଷ୍କାସନ କରାଯାଉଛି । ସବୁ ଉଦ୍ଧାରକାରୀ ଦଳ ଆଲର୍ଟ ଅଛନ୍ତି । କୋଷ୍ଚଗାର୍ଡ ଓ ନାଭାଲର ସହାୟତା ପାଇଁ ଆଲୋଚନା ହୋଇଛି । ସବୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିଛନ୍ତି । କେବଳ ପାରଦୀପରେ ଗୋଟିଏ ବୋଟ୍ ଖରାପ ଅଛି, କୋଷ୍ଟ ଗାର୍ଡ ଉଦ୍ଧାର କରୁଛି ।

କଳାହାଣ୍ଡିକୁ ସତର୍କ କରାଯାଇଛି । ଏହା ବାଦ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରକୁ ହାଇଆଲର୍ଟରେ ରଖାଯାଇଛି । ଦିନ ୪ଟା ସୁଦ୍ଧା ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରାଯିବ । କଚ୍ଚା ଘର ସହ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ଏସଓପି ଅନୁସାରେ ସମସ୍ତ କାର୍ଯ୍ୟ ହେବ, ଗର୍ଭବତୀଙ୍କୁ ପ୍ରାଧାନ୍ୟ ଦିଆଯିବ । କୋଭିଡ୍ ନିୟମ ପାଳନ କରାଯିବ । ଆଶ୍ରୟ ସ୍ଥଳୀରେ ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଫେରିବା ପରେ କୋଭିଡ୍ ଲକ୍ଷଣ ଉପରେ ନଜର ରଖାଯିବ ।

କଳାହାଣ୍ଡି ଜିଲ୍ଲା ଉପରେ ଅଧିକ ସତର୍କ ନଜର ରଖାଯାଇଛି । କାରଣ ବାତ୍ୟାକୁ କେବେ ସମ୍ମୁଖୀନ କରି ନାହାନ୍ତି ଜିଲ୍ଲାବାସୀ । ଆସନ୍ତା ୨ ଦିନ ପାଇଁ ସ୍କୁଲ ବନ୍ଦ ରହିବ । ମଙ୍ଗଳବାର ସ୍ଥିତି ଦେଖି ସ୍କୁଲ ଖୋଲିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଆଜି ସନ୍ଧ୍ୟାରୁ ଆସନ୍ତା କାଲି ୯ଟା ଯାଏଁ କେହି ବାହାରକୁ ନଯିବା ଲାଗି ଏସଆରସି ପରାମର୍ଶ ଦେଇଛନ୍ତି ।

ଗାଇଙ୍କ ପାଇଁ ଡଙ୍ଗାରେ ଯାଉଥିଲେ ଘାସ ଆଣିବାକୁ, ମଝି ନଦୀରେ ଲେଉଟିଲା ଡଙ୍ଗା

ବିହାର: ବିହାରର ପୂର୍ବ ଚମ୍ପାରନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଡଙ୍ଗାରେ ଯାଉଥିବା ବେଳେ ମଝି ନଦୀରେ ଲେଉଟିଲା ଡଙ୍ଗା। ଡଙ୍ଗାରେ ଥିଲେ ୨୨ ଜଣ ଯାତ୍ରୀ। ୨୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଛି। ରବିବାର ସକାରୁ ଏଭଳି ଏକ ଘଟଣା ଘଟିଛି ବିହାର ମୋତିହାରୀର ସିକରହନା ନଦୀରେ। ଡଙ୍ଗା ନଦୀରେ ବୁଡ଼ିଯିବା ଖବର ପାଇବା ମାତ୍ରେ ନଦୀ ଆଡ଼କୁ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଧାଇଁ ଥିଲେ ଉକ୍ତ ଗାଁର ଲୋକେ। ପୋଲିସ-ପ୍ରଶାସନକୁ ମଧ୍ୟ ସୂଚନା ଦିଆଯାଇଥିଲା। ବିଳମ୍ବ ନକରି ନଦୀରେ ବୁଡ଼ି ଯାଇଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଥିଲେ ​​ଗ୍ରାମବାସୀ। ବର୍ତ୍ତମାନ ସୁଦ୍ଧା ନଦୀରୁ କେବଳ ଗୋଟିଏ ମୃତ ଦେହ ମିଳିଥିବା ସୂଚନା ମିଳିଛି। ଏଥିସହିତ ଅନ୍ୟ ୫ ଜଣଙ୍କୁ ପାଣି ଭିତରୁ ବାହାର କରି ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି।

ସୂଚନାନୁସାରେ, ଲୋକମାନେ ଡଙ୍ଗାରେ ଗାଇଙ୍କ ପାଇଁ ଘାସ ଆଣିବାକୁ ଏକ ଛୋଟ ଡଙ୍ଗାରେ ଯାଉଥିଲେ। ଯେଉଁ ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ତେବେ ଡଙ୍ଗାରେ ଥିବା ୨୨ ଜଣଙ୍କ ମଧ୍ୟରୁ ଅଧିକାଂଶ ମହିଳା ରହିଛନ୍ତି। ଖାଲି ସେତିକି ନୁହେଁ ମହିଳା ମାନେ ତାଙ୍କ ଛୋଟ ପିଲା ମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ଯେଉଁ ଗୁରୁତର ପାଞ୍ଚ ଜଣଙ୍କୁ ଚିରାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଉଦ୍ଧାର ଲୋକଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ଡାକ୍ତର ମୋତିହାରୀକୁ ରେଫର୍ କରିଛନ୍ତି। ଡଙ୍ଗାରେ ଥିବା ସମସ୍ତ ଲୋକ ଗୋଦିୟା ହରଜ ଗାଁର ବୋଲି କୁହାଯାଉଛି। ଯେଉଁମାନେ ପ୍ରତିଦିନ ନଦୀ ପାର ହୋଇ ଗେଇଙ୍କ ପାଇଁ ଘାସ ଆଣିବାକୁ ଯାଆନ୍ତି।

ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଛନ୍ତି । ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜି ଅପରାହ୍ଣ ସୁଦ୍ଧା ‘ଗୁଲାବ’ ପ୍ରଭାବିତ ଜିଲ୍ଲା ମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନ ମାନଙ୍କରୁ ଏବଂ କଚ୍ଚା ଘର ମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରିଯିବ ସହିତ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳ ମାନଙ୍କରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ସମୟରେ ଯେପରି ପ୍ରଭାବିତ ଅଞ୍ଚଳ ମାନଙ୍କରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଥିଲା, ତାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରାଯିବା ତଥା ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଆସ୍କା, ଗୁଡାରୀ, ଗୁଣୁପୁର, କଡିନଗର ଏବଂ ପୁରୁଷୋତ୍ତମପୁର ତଥା ଅନ୍ୟ ବନ୍ୟା ପ୍ରବଣ ଗାଁ ମାନଙ୍କରେ ଥିବା ବନ୍ଧବାଡ଼ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ ଭଲ ପିଇବା ପାଣି ସମେତ ସବୁ ପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁ ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ୍ ଓ ଜଳ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମାଇକ ଯୋଗେ ଲୋକଙ୍କୁ ସଚେତନ କରିବା ସହ ସ୍ଥାନାନ୍ତର, ଆଶ୍ରୟସ୍ଥଳ ପରିଚାଳନା ତଥା ପୁନରୁଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ, ମିଶନ ଶକ୍ତି ଗୋଷ୍ଠୀ, NGO ଓ ସ୍ବଚ୍ଛାସେବୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପ୍ରଭାବିତ ସମସ୍ତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ କୋଭିଡ୍ ନିୟମ ପାଳନ ଆଦି ବିଷୟରେ ପୂର୍ଣ୍ଣ ସହଯୋଗ କରବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଭାବିତ ଜିଲ୍ଲା ମାନଙ୍କରେ ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି ବୋଲି ସୂଚନା ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦେଇଥିଲେ । ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଏହି ଜିଲ୍ଲାଗୁଡିକ ସହିତ କନ୍ଧମାଳ, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ଏବଂ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଥିଲେ । ଏହା ସହିତ କେତେକ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ସେ ସତର୍କ କରାଇ ଦେଇଥିଲେ । ଆଜି ଅପରାହ୍ଣ ୪ଟି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟର ଜିଲ୍ଲାପାଳ ମାନେ ଜିଲ୍ଲାର ପରିସ୍ଥିତି ଏବଂ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ବୈଠକରେ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା 5T ସଚିବ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳ ମାନେ ବୈଠକରେ ଭାଗ ନେଇଥିଲେ ।

ରାଜ୍ୟରେ ପୁଣି ୫୮୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୬ଶହ ତଳେ ରହୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୫୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଶୂନରୁ ୧୮ ବର୍ଷ ମଧ୍ୟରେ ୯୬ ଜଣ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ପ୍ରତିଥର ଭଳି ଖୋର୍ଦ୍ଧାରୁ ସର୍ବାଧିକ ୨୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧୩, ବାଲେଶ୍ୱରରୁ ୩୮, ବରଗଡ଼ରୁ ୨, ଭଦ୍ରକରୁ ୭, ବଲାଙ୍ଗିରରୁ ୬, କଟକରୁ ୬୭, ଦେବଗଡ଼ରୁ ୩, ଢ଼େଙ୍କାନାଳରୁ ୫, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୬, ଯାଜପୁରରୁ ୩୬, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୭, କୋରାପୁଟରୁ ୪, ମାଲକାନାଗିରିରୁ ୩, ମୟୂରଭଞ୍ଜରୁ ୨୫, ନୟାଗଡ଼ରୁ ୪, ନୂଆପଡ଼ାରୁ ୧, ପୁରୀରୁ ୨୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୯, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୩, ଏବଂ ଷ୍ଟେଟପୁଲରୁ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିଭଳି ୨୪ ଘଣ୍ଟା ମଧ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୬୦୧। ଏପର୍ଯ୍ୟନ୍ତ ରାଯ୍ୟରେ ୧ କୋଟି ୯୭ ଲକ୍ଷ ୨୬ହଜାର ୫୦୭ ଜଣ କରୋନା ଟେଷ୍ଟ କରିଛନ୍ତି। ସେହିଭଳି ରାଜ୍ୟରେ ମୋଟ ୧୦ ଲକ୍ଷ ୨୪ ହଜାର ୩୨୦ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୧୦ ଲକ୍ଷ ୧୦ ହଜାର ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ ରହିଛି ୫ ଜହାର ୯୦୯ ।