ଦୀପାବଳି ରାତିରେ କାହିଁକି ଖେଳାଯାଏ ଜୁଆ? କେବେଠୁ ଆରମ୍ଭ ପରମ୍ପରା…

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି। ଏହି ଦିନରେ ବିଧିବିଧାନ ସହ ମା ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କଲେ ସୁଖ ସମୃଦ୍ଧି ଲାଭ ହୋଇଥାଏ । ଆସନ୍ତାକାଲି ତଥା ଗୁରୁବାର ଦିନ ପୂରା ଦେଶରେ ଧୂମଧାମରେ ଦୀପାବଳି ପାଳିତ ହୋଇଥାଏ।  ଦୀପାବଳିରେ ଏଭଳି କିଛି ପୁରୁଣା ପରମ୍ପରା ରହିଛି, ଯାହା ଆଜିବି ଉଜ୍ଜିବତ । କୁହାଯାଏ ଦୀପାବଳି ରାତିରେ ଜୁଆ ଖେଳିବାର ପରମ୍ପରା ରହିଛି ।

ଜ୍ୟୋତିଷଙ୍କ କହିବାନୁଯାୟୀ, ଦୀପାବଳି ରାତିରେ ଜୁଆ ଖେଳିବାର ଏକ ଭିନ୍ନ ପରମ୍ପରା ରହିଛି । ଘରେ ଲକ୍ଷ୍ମୀ ପୂଜନ ପରେ ପରିବାର ସଦସ୍ୟ ଜୁଆ ଖେଳିଥାନ୍ତି । ଏହାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ ଜୁଆ ଖେଳିବା ଶୁଭ ନା ଅଶୁଭ । ଖାଲି ଏତିକି ନୁହେଁ ଦୀପାବଳି ରାତିରେ ଭଗବାନ ଶିବ ଓ ମା’ ପାର୍ବତୀ ଜୁଆ ଖେଳିଥାନ୍ତି । ଏହା ଦ୍ୱାରା ଉଭୟଙ୍କ ମଧ୍ୟରେ ପ୍ରେମ ଅଧିକ ଗଭୀର ହୋଇଥାଏ ।

ହେଲେ ଏହି ଜୁଆ ଖେଳରେ ଯଦି କେହି ଟଙ୍କା ପଇସା ଲଗାନ୍ତି ତାହେଲେ ସେ ବର୍ବାଦ ହୋଇପାରନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ । ପ୍ରତ୍ୟେକ ଯୁଗରେ ଜୁଆ ହାନିକାରକ ସାବ୍ୟସ୍ତ ହୋଇଥାଏ । ମହାଭାରତ ଯୁଦ୍ଧରେ ପାଣ୍ଡବ ମାନେ ଜୁଆ ଖେଳି ନିଜ ଧନ ସମ୍ପତ୍ତି ସହ ପତ୍ନୀଙ୍କୁ ମଧ୍ୟ ହାରିଯାଇଥିଲେ । ସେହିପରି ଗ୍ରହ ଅନୁସାରେ ଦେଖିଲେ ଜୁଆ ସମ୍ବନ୍ଧ ରାହୁ ବୋଲି ମନାଯାଏ । ଯଦି ରାହୁ ଅଶୁଭ ସ୍ଥାନରେ ଥାଆନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୁଆର ନିଶା ଲାଗିଯାଏ । ଆଉ ଏଭଳି ବ୍ୟକ୍ତି ନିଜ ଜୀବନରେ ପାଇଥିବା ସମସ୍ତଙ୍କ ଜିନିଷ ହରାଇଥାଆନ୍ତି ବୋଲି କୁହାଯାଏ ।

Leave a Reply