spot_img
Home Blog Page 5146

IPL 2021: ଜାଡେଜାଙ୍କ ଜବରଦସ୍ତ ପ୍ରଦର୍ଶନ: ଶେଷ ବଲ୍‌ରେ ଚେନ୍ନାଇ ବିଜୟୀ

ଆବୁଧାବି: କୋଲକାତା ନାଇଟ ରାଇଡର୍ସ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚ୍‌ରେ ୨ ଓ୍ୱିକେଟରେ ବିଜୟୀ ହୋଇଛି ଚେନ୍ନାଇ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ  ଧୂଆଁଧାର ୨୨(୮ବଲ୍‌) ରନ୍‌ ବଳରେ ଏହି ବିଜୟ ହାସଲ କରିପାରିଛି ଚେନ୍ନାଇ । ଏହି ରୋମାଞ୍ଚକର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ।

୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇ ଥିବା ଚେନ୍ନାଇ ଜବରଦସ୍ତ ଆରମ୍ଭ କରିଥିଲା । ଦୁଇ ଓପନର ଋତୁରାଜ ଓ ଡୁପ୍ଳେସିସ୍ ପ୍ରଥମ ଓ୍ୱିକେଟ ପାଇଁ ୭୪ ହାସଲ କରିଥିଲେ । ଋତୁରାଜ ୪୦ (୨୮ ବଲ୍) ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ ହୋଇଥିବା ବେଳେ ଡୁପ୍ଳେସିସ୍ ୪୪(୩୦ ବଲ୍)ରନ୍‌ କରି ଫେଭିଲିୟନ୍ ଫେରିଥିଲେ । ତାଙ୍କ ପଛକୁ ମୋଇନ୍ ଅଲୀ ୨୮ ବଲରେ ୩୨ (୨ ଚୌକା, ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ତେବେ ମିଡଲ୍ ଅର୍ଡର ବ୍ୟାଟର୍ସ ନିରାଶ କରିଥିଲେ। ଅମ୍ବାତି ରାୟୁଡୁ (୯), ସୁରେଶ ରାଇନା (୧୧) ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି (୧)ଙ୍କ ୱିକେଟ୍ ପତନ ଦ୍ୱାରା ଚେନ୍ନାଇ ବ୍ୟାକଫୁଟକୁ ଚାଲିଥିଲା। ବିଶେଷକରି ଧୋନିଙ୍କୁ କ୍ଲିନ୍ ବୋଲ୍ଡ କରି ବରୁଣ ଚକ୍ରବର୍ତ୍ତୀ ମ୍ୟାଚକୁ କେକେଆର୍ ସପକ୍ଷରେ କରିଥିଲେ। ଧୋନିଙ୍କ ଆଉଟ୍ ପରେ ଚେନ୍ନାଇକୁ ଶେଷ ୨ ଓଭରରେ ୨୬ ରନ୍ ଦରକାର ଥିଲା। ଏହି ସମୟରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରସିଦ୍ଧ କ୍ରିଷ୍ଣଙ୍କୁ ୧୯ତମ ଓଭରରେ ୨୨ ରନ୍ ସଂଗ୍ରହ କରିଥିଲେ  । ଚେନ୍ନାଇକୁ ୩ ବଲରେ ୧ ରନ୍ ଦରକାର ଥିଲା ବେଳେ ଜାଡେଜା ଚତୁର୍ଥ ବଲ୍ ଡଟ୍ ଖେଳିଥିବା ବେଳେ ପଞ୍ଚମ ବଲରେ ଆଉଟ୍ ହୋଇଥିଲେ। ତେବେ ଶେଷ ବଲରେ ଦୀପକ ଚହର୍ ୧ ରନ୍ ନେଇ ଚେନ୍ନାଇକୁ ଜିତାଇଥିଲେ।

ମୋ ସ୍ତ୍ରୀ ମୋତେ CSKର ଜର୍ସି ପିନ୍ଧିବାକୁ ଦେଉ ନାହିଁ, ଷ୍ଟାଡିୟମରେ ପ୍ଲାକାର୍ଡ ଧରି ପହଞ୍ଚିଲେ ସ୍ୱାମୀ

ନୂଆଦିଲ୍ଲୀ: UAE ରେ ଚାଲିଛି ଧମାଧମ୍‌ କ୍ରିକେଟ ଆଇପିଏଲ୍‌। କରୋନା କଟକଣା କାରଣରୁ UAEର ଆଇପିଏଲ୍‌ ଆୟୋଜନ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଯେ ଆଇପିଏଲ୍‌ର ସିଜିନ୍‌ ୧୪ରେ ଫ୍ୟାନ୍‌ ମାନଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇଛି। ଯେଉଁଥିପାଇଁ ଦର୍ଶକମାନେ ଷ୍ଟାଡିୟମରେ ସେମାନଙ୍କର ପ୍ରିୟ ଦଳ ଏବଂ ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି।

ତେବେ ଆଇପିଏଲରେ ପ୍ରତି ବର୍ଷ କିଛି ନା କିଛି ଘଟଣା ଆକର୍ଶଣର କେନ୍ଦ୍ରକୁ ଆସିଥାଏ। ଚଳିତ ବର୍ଷ ମଧ୍ୟ ଏମିତି ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି। ବରପୁର ଷ୍ଟାଡିୟମରେ ଜଣେ ଫ୍ୟାନଙ୍କ ପ୍ଲାକାର୍ଡ ଆକର୍ଷଣ କେନ୍ଦ୍ର ପାଲଟିଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହୋଇଥିବା ମ୍ୟାଚରେ ଗୋଟିଏ ପ୍ଲାକାର୍ଡ ଚର୍ଚ୍ଚାକୁ ଆସିଛି। ପ୍ଲା କାର୍ଡରେ ଲେଖାଯାଇଛି ଯେ ‘ମୋ ପତ୍ନୀ ମୋତେ ଚେନ୍ନାଇ ସୁପର କିଙ୍ଗ୍ସ ଜର୍ସି ପିନ୍ଧିବାକୁ ଦେଉ ନାହାନ୍ତି’।

ତେବେ ଚେନ୍ନାଇ ସୁପର କିଙ୍ଗ୍ସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏହି ଫ୍ୟାନ୍‌ଙ୍କ ଫଟୋକୁ ପୋଷ୍ଟ କରାଯାଇଛି। ଦର୍ଷକ ଜଣକ CSKର ଫ୍ୟାନ୍‌ ହୋଇଥିଲେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଜର୍ସି ପିନ୍ଧିଥିଲେ। ଏହି ଫଟୋରେ ୧୭ ହଜାରରୁ ଅଧିକ ଲାଇକ୍ ମିଳିଛି। ଏହି ଫଟୋ ଦେଖିବା ପରେ ଲାଗୁଛି ଯେ ତାଙ୍କ ହାତରେ ପ୍ଲାକାର୍ଡ ଧରିଥିବା ବ୍ୟକ୍ତି ଚେନ୍ନାଇ ସୁପର କିଙ୍ଗ୍ସକୁ ପସନ୍ଦ କରନ୍ତି କିନ୍ତୁ ତାଙ୍କ ପତ୍ନୀ ବିରାଟ କୋହଲିଙ୍କ ଟିମ୍ ଆରସିବିର ବଡ଼ ଫ୍ୟାନ୍‌। ଯେଉଁଥିପାଇଁ ତାଙ୍କୁ ମଧ୍ୟ ଆରସିବିର ଜର୍ସି ପିନ୍ଧିବାକୁ ପଡ଼ିଛି।

୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ଏସ୍‌ଆରସି

ଭୁବନେଶ୍ୱର: ୩ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ । ପୂର୍ବରୁ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ବାତ୍ୟା ସ୍ଥଳଭାଗକୁ ମୁହାଁଉଥିବା ବେଳେ ଏଥିରେ ପରିବର୍ତ୍ତନ ଘଟିଥିଲା । ବାତ୍ୟା ଗୁଲାବର ବେଗ ଘଣ୍ଟା ପ୍ରତି ବେଗ ୨୪ କିଲୋମିଟରକୁ ବୃଦ୍ଧି ପାଇବା ପରେ ଏହା ପୂର୍ବାନୁମାନ ସମୟ ଠାରୁ ୩ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡଫଲ୍ କରିଛି ।

ସୂଚନା ଯୋଗ୍ୟ ଯେ, ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପାଖାପାଖି ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏ ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ବାତ୍ୟା ଗୁଲାବ ଗୋପାଳପୁର ଠାରୁ ୧୦୦ କିମି ଓ କଳିଙ୍ଗପାଟ୍ଟନମ୍ ଠାରୁ ୯୦ କିଲୋମିଟର ଦୂରରେ ରହିଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫-୮୫ କିମି ରହିବା ଆଶଙ୍କା କରାଯାଉଥିବା ବେଳେ ଝଟକା ପବନ ସର୍ବାଧିକ ୯୫ କିମି ବେଗରେ ବହିପାରେ ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି | କଳିଙ୍ଗପାଟନମଠାରୁ ୨୫ କିଲୋମିଟର ଦୂରତାରେ ଏହା ଉପକୂଳକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି | ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି |

ତେବେ ବାତ୍ୟା ଉପକୂଳ ନିକଟକୁ ଯେତେ ଅଧିକରୁ ଅଧିକ ଆସିବ ପବନର ବେଗ ସେତେ ବଢିବ | ପୂର୍ବ ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ବେଗ ରହିପାରେ | ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି |

ଏଥିସହିତ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ: ୩ ଘଣ୍ଟା ଧରି ଚାଲିବ

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ: ୩ ଘଣ୍ଟା ଧରି ଚାଲିବ

ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ପାଖାପାଖି ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏ ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ବାତ୍ୟା ଗୁଲାବ ଗୋପାଳପୁର ଠାରୁ ୧୦୦ କିମି ଓ କଳିଙ୍ଗପାଟନମ୍ ଠାରୁ ୯୦ କିଲୋମିଟର ଦୂରରେ ରହିଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫-୮୫ କିମି ରହିବା ଆଶଙ୍କା କରାଯାଉଥିବା ବେଳେ ଝଟକା ପବନ ସର୍ବାଧିକ ୯୫ କିମି ବେଗରେ ବହିପାରେ ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି | କଳିଙ୍ଗପାଟନମଠାରୁ ୨୫ କିଲୋମିଟର ଦୂରତାରେ ଏହା ଉପକୂଳକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି | ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି |

ତେବେ ବାତ୍ୟା ଉପକୂଳ ନିକଟକୁ ଯେତେ ଅଧିକରୁ ଅଧିକ ଆସିବ ପବନର ବେଗ ସେତେ ବଢିବ | ପୂର୍ବ ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ବେଗ ରହିପାରେ | ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି |

କିସାନ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଭାରତ ବନ୍ଦର ଡାକରା, ଜାଣନ୍ତୁ କଣ ଖୋଲା କଣ ବନ୍ଦ

ନୂଆଦିଲ୍ଲୀ: ସଞ୍ଜୁକ୍ତ କିସାନ ମୋର୍ଚ୍ଚା କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୁଦ୍ଧରେ ସେପ୍ଟେମ୍ବର ୨୭ ରେ ଭାରତ ବନ୍ଦର ଡାକରା ଦେଇଛି। ସକାର ୬ଟାରୁ ସନ୍ଧ୍ୟା ୪ ପର୍ଯ୍ୟନ୍ତ ଦୀଲ୍ଲିର ରାସ୍ତାରେ ଧାରଣାରେ ବସିବେ କୃଷକ। ଆନ୍ଦୋଳନ ପାଇଁ ଗାଁରୁ ଚାଷୀ ମାନଙ୍କୁ ଡକାଯାଇଛି। ୪୦ କୃଷକ ସଂଗଠନର ଏକ ସଂଗଠନ ସଞ୍ଜୁକ୍ତ କିସାନ୍ ମୋର୍ଚା ଦେଶର ସମସ୍ତ ଲୋକଙ୍କୁ ଏହି ବନ୍ଦରେ ଯୋଗଦେବାକୁ ନିବେଦନ କରିଛି। ଏହା ସହିତ ସମସ୍ତ ରାଜନୈତିକ ଦଳ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଭାରତ ବନ୍ଦରେ ଯୋଗଦେବା ପାଇଁ ଆଗରୁ ଆବେଦନ କରାଯାଇଛି।

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଚାଲିଥିବା ଆନ୍ଦୋଳନର ଦଶମାସ ଶେଷ ହେବା ପରେ ସଞ୍ଜୁକ୍ତ କିସାନ୍ ମୋର୍ଚ୍ଚା ମୋଦୀ ସରକାରଙ୍କ ବିରୋଧରେ ଭାରତ ବନ୍ଦର ଆହ୍ୱାନ ଦେଇଛି। ଭାରତୀୟ କିସାନ ୟୁନିଅନ ୟୁପି ରାଜ୍ୟ ସଭାପତି ରାଜଭୀର ସିଂ ଯାଦବ କହିଛନ୍ତି ଯେ ଆନ୍ଦୋଳନ ସ୍ଥଳରେ ବହୁ ସଂଖ୍ୟକ କୃଷକ ଉପସ୍ଥିତ ଅଛନ୍ତି। କେବଳ ସେହି କୃଷକମାନେ ଭାରତ ବନ୍ଦରେ ଯୋଗଦେବେ। ୟୁପି ଜିଲ୍ଲାର କୃଷକମାନେ ସେଦିନ ଆନ୍ଦୋଳନ ସ୍ଥଳକୁ ଆସିବେ ନାହିଁ।

ବନ୍ଦ ସମୟରେ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବା ବନ୍ଦ ହେବ ନାହିଁ। ଆନ୍ଦୋଳନକାରୀ ଚାଷୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଆମ୍ବୁଲାନ୍ସର ସାଇରନର ଶବ୍ଦ ଶୁଣିବା ମାତ୍ରେ ଆମ୍ବୁଲାନ୍ସକୁ ତୁରନ୍ତ ରାସ୍ତା ଦିଆଯିବ। ମାଲବାହି ମୋଟର ଯାନକୁ ଦିଲ୍ଲୀର ଭିତରେ କିମ୍ବା ବାହାରେ ଅନୁମତି ଦିଆଯିବ ନାହିଁ। ଅନେକ ବେସରକାରୀ ପରିବହନ ସଙ୍ଗଠନ ମିଳିତ କିସାନ ମୋର୍ଚ୍ଚା ସମର୍ଥନରେ ଏକାଠି ହୋଇଛନ୍ତି।

ଏହି କାରଣରୁ, ସେହି ଦିନ ଦେଶର ରାସ୍ତାରେ ଟ୍ରକ୍ ଇତ୍ୟାଦି ଭାରୀ ମୋଟର ଯାନ ସଂଖ୍ୟାରେ ମଧ୍ୟ କମି ଦେଖିବାକୁ ମିଳିବ। ୟୁପି ସଭାପତି ଜାଦୌନ କହିଛନ୍ତି ଯେ ଯଦି ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଚାଷୀମାନେ ଜେଲ ଯିବାକୁ ପ୍ରସ୍ତୁତ ଅଛନ୍ତି। ଯାହାବି ହେଇଯାଉ ଭାରତ ବନ୍ଦ ସମୟରେ କୃଷକ ମାନେ ରାସ୍ତାରୁ ହଟିବେ ନାହିଁ।

ବାତ୍ୟା ‘ଗୁଲାବ’ ନେଇ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା: ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

0

ନୂଆଦିଲ୍ଲୀ: ବାତ୍ୟା ଗୁଲାବ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାତ୍ୟା ଗୁଲାବ ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି । ଏଥିସହିତ ପ୍ରାକୃତିକ ଦୁର୍ବିପାକର ମୁକାବିଲା ନେଇ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ଆଶ୍ୱସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, ରବିବାର ବାତ୍ୟା ଗୁଲାବ ମୁକାବିଲା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ରାଜ୍ୟର ୧୦ ଜିଲ୍ଲା ବାତ୍ୟା ଯୋଗୁଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ରବିବାର ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା କୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ  । ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ୭୫-୮୫ କିଲୋମିଟର ରହିବାର ଆଶଙ୍କା କରାଯାଉଥିବା ବେଳେ ଝଟକା ପବନ ବେଗ ସର୍ବାଧିକ ଘଣ୍ଟାପ୍ରତି ୯୫ କିଲୋମିଟର ଛୁଇଁପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସଦ୍ୟ ସୂଚନା ମୁତାବକ ବାତ୍ୟା ଗୁଲାବ ଗୋପାଳପୁର ଠାରୁ ୧୦୦ କିଲୋମିଟର ଦୂରରେ ରହିଛି ।

ଅପରପକ୍ଷରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସାମ୍ୱାଦିକ ସମ୍ମିଳନୀରେ ଜଣାଇଛନ୍ତି ସନ୍ଧ୍ୟା ୬ଟା ବେଳକୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଯାହା କଳିଙ୍ଗାପାଟନମ୍-ଗୋପାଳପୁର ମଧ୍ୟରେ ହିଟ୍ କରିବ । ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ ଜେନା କହିଛନ୍ତିି । ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଏଥିସହିତ ପଢ଼ନ୍ତୁ: କଳିଙ୍ଗାପାଟନମ୍-ଗୋପାଳପୁର ଦେଇ ଗତି କରିବ ଗୁଲାବ: ପବନର ବେଗ ସର୍ବାଧିକ ୯୫ କିମି ରହିପାରେ

ଚନ୍ନିଙ୍କ ନେତୃତ୍ୱରେ କ୍ୟାବିନେଟର ସମ୍ପ୍ରସାରଣ ଆରମ୍ଭ, ମନ୍ତ୍ରୀପଦର ଶପଥ ନେଉଛନ୍ତି ବିଧାୟକ

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ କ୍ୟାବିନେଟର ସମ୍ପ୍ରସାରଣ ଆରମ୍ଭ ହୋଇଛି। ନୂତନ ମନ୍ତ୍ରିମଣ୍ଡଳରେ ବ୍ରହ୍ମ ମୋହିନ୍ଦ୍ରା ଏବଂ ମନପ୍ରୀତ ସିଂ ବାଦଲଙ୍କୁ ସାମିଲ କରାଯାଇଛି। ଏହା ସହିତ ତୃପ୍ତ ରାଜିନ୍ଦର ବାଜୱା, ଅରୁଣା ଚୌଧୁରୀ, ସୁଖବିନ୍ଦର ସିଂ ସାର୍କରିଆ ଏବଂ ରାଣା ଗୁରୁଜିତ ସିଂ ମଧ୍ୟ ନୂତନ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଚରଣଜିତ ସିଂ ଚନ୍ନିଙ୍କ ନୂଆ କ୍ୟାବିନେଟରେ ରଜିଆ ସୁଲତାନା, ବିଜୟ ଇନ୍ଦର ସିଙ୍ଗଲା, ଭାରତ ଭୂଷଣ ଆଶୁ, ରଣଦୀପ ସିଂ ନାଭାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଏହା ପରେ ରାଜକୁମାର ବେରକା, ସଙ୍ଗତ ଗିଲଜିଆନ୍ ଏବଂ ପରଗଟ୍ ସିଂ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଛନ୍ତି।

କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ ୪ଟା ୩୦ରୁ ରାଜ ଭବନରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଶନିବାର ଦିନ ନୂଆ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଚେହେରା ସମ୍ପର୍କରେ ଦିଲ୍ଲୀର ପାର୍ଟି ହାଇକମାଣ୍ଡଙ୍କ ସହ ଶେଷ ପର୍ଯ୍ୟାୟ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ଅନ୍ତିମ ତାଲିକା ପ୍ରସ୍ତୁତ ହେବା ପରେ ମୁଖ୍ୟମନ୍ତ୍ରୀ ଚନ୍ନି ଶନିବାର ଅପରାହ୍ନ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ରାଜ ଭବନରେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟିଥିଲେ। ଯାହା ପରେ ଶପଥ ଗ୍ରହଣ ତାରିଖ ସ୍ଥିର କରାଯାଇଥିଲା।

୧୬ ବର୍ଷ ପରେ ଅବସର ନେବେ ଚାନ୍ସଲର ଏଞ୍ଜେଲା ମର୍କେଲ, ଜାଣନ୍ତୁ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏହି ନିର୍ବାଚନ

ବର୍ଲିନ୍‌: ୧୬ ବର୍ଷ ପରେ ବଦଳିବାକୁ ଯାଉଛି ଶାସନ ଭାର। ୧୬ ବର୍ଷ କାଳ ଏକଛତ୍ର ଶାସନ ପରେ ଅବସର ନେବାକୁ ଯାଉଛନ୍ତି ଜର୍ମାନୀ ଚାନ୍ସଲର ଏଞ୍ଜେଲ ମର୍କେଲ। ତେବେ ଏହାରି ଭିତରେ ୨୬ ସେପ୍ଟେମ୍ବରରେ ଜର୍ମାନୀରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହି ନିର୍ବାଚନରେ ​​ଭୋଟରଙ୍କ ମନରେ ଏକମାତ୍ର ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ୟୁରୋପର ବୃହତ୍ତମ ଅର୍ଥନୀତି ଉପରେ କିଏ ଆସିବ ବୋଲି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ। ଜର୍ମାନୀର ଏହି ସାଧାରଣ ନିର୍ବାଚନ ଦେଶର ସ୍ଥିରତା ଏବଂ ୟୁରୋପୀୟ ସଂଘ ଉପରେ ମଧ୍ୟ ପ୍ରଭାବ ପକାଇବ। ଏଥର ନିର୍ବାଚନରେ ​​ଆଞ୍ଜେଲା ମର୍କେଲ ଛିଡା ହୋଇ ନାହାଁନ୍ତି। ଜର୍ମାନ ଇତିହାସରେ ପ୍ରଥମ ଥର ପାଇଁ ମର୍କେଲ ବୋର୍ପୋମର୍ନ-ରୁଗେନ-ବୋର୍ପୋମର୍ନ-ଗ୍ରିଫସୱାଲ୍ଡ ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ହେବେ ନାହିଁ। ଯଦି ଦେଖିବା ତେବେ ୧୯୯୦ରେ ପୂର୍ବ ଜର୍ମାନୀ ଯୋଡ଼ି ହେବା ପରେ ସେ କ୍ରମାଗତ ଭାବରେ ପ୍ରତିନିଧିତ୍ୱ କରିଆସୁଥିଲେ।

ରବିବାର ଦିନ ମତଦାନ ମର୍କେଲଙ୍କ ମଧ୍ୟ-ଦକ୍ଷିଣପନ୍ଥି ଦଳ ୟୁନିଅନ୍ ବ୍ଲକ୍ ଏବଂ ମଧ୍ୟ-ବାମପନ୍ଥି ଦଳ ସୋସିଆଲ୍ ଡେମୋକ୍ରାଟ୍ସ ମଧ୍ୟରେ ଏକ ବଡ଼ ପ୍ରତିଯୋଗିତା ହେବ ବୋଲି ପରିଲକ୍ଷିତ କରାଯାଇଛି। ୟୁନିଅନ ବ୍ଲକର ଚାନ୍ସଲର ପଦ ପାଇଁ ଆରମିନ ଲାସ୍କେଟ୍ ନିର୍ବାଚନୀ ଦୌଡ଼ରେ ରହିଛନ୍ତି। ଅନ୍ୟପଟେ ବିଦାୟୀ ଅର୍ଥମନ୍ତ୍ରୀ ତଥା ଉପ ଚାନ୍ସଲର ଓଲାଫ ସ୍କୋଲଜ ଅନ୍ୟ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି।

ଏକ ସର୍ଭେରୁ ଜଣାପଡିଛି ଯେ ସୋସିଆଲ୍ ଡେମୋକ୍ରାଟ୍ସ ସାମାନ୍ୟ ଆଗରେ ରହିଛି। ପ୍ରାୟ ୮.୩ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରାୟ ୬.୦୪ କୋଟି ଲୋକ ସଂସଦର ନିମ୍ନ ଗୃହର ସଦସ୍ୟ ଚୟନ କରିବାକୁ ଯୋଗ୍ୟ ଅଟନ୍ତି। ଯେଉଁମାନେ ସରକାରର ମୁଖ୍ୟଙ୍କ ଚୟନ କରିଥାନ୍ତି। ସେପଟେ ସର୍ଭେରେ ଜଣାପଡ଼ିଛି, ନିର୍ବାଚନରେ ​​କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁନାହିଁ। ଯଦି ସରକାର ହୁଏ ତେବେ ମିଳିତ ସରକାର ହିଁ ସମ୍ଭବ। ଏବଂ ଏହି କ୍ରମରେ ଏକ ନୂତନ ସରକାର ଗଠନ ପାଇଁ ଅନେକ ସପ୍ତାହ କିମ୍ବା ମାସ ସମୟ ମଧ୍ୟ ଲାଗିପାରେ। ତେଣୁ ନୂଆ ସରକାର ଗଠନ ନହେବା ପର୍ଯ୍ୟନ୍ତ ମର୍କେଲ କାର୍ଯ୍ୟନିର୍ବାହୀ ମୁଖ୍ୟ ରହିବେ।

ୟୁରୋପରେ ଜର୍ମାନୀ ହେଉଛି ଭାରତର ସବୁଠାରୁ ବଡ ବାଣିଜ୍ୟ ଭାଗିଦାରୀ। ଏହା ସବୁଠାରୁ ବଡ ବିଦେଶୀ ପ୍ରତ୍ୟକ୍ଷ ନିବେଶକମାନଙ୍କ ମଧ୍ୟରୁ ଅନ୍ୟତମ। ଭାରତରେ ୧୭୦୦ ରୁ ଅଧିକ ଜର୍ମାନ କମ୍ପାନୀ କାର୍ଯ୍ୟ କରୁଛନ୍ତି। ଜର୍ମାନୀ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରାୟ ୪ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରିଛି। ଜର୍ମାନୀରେ ଶହ ଶହ ଭାରତୀୟ ବ୍ୟବସାୟ ସକ୍ରିୟ ରହିଛି। ଆଇଟି, ଅଟୋମୋବାଇଲ୍ ଏବଂ ଫାର୍ମା କ୍ଷେତ୍ରରେ କୋଟି କୋଟି ୟୁରୋ ବିନିଯୋଗ କରିଛି। ଯଦି ଦେଖିବା ତେବେ ଏପର୍ଯ୍ୟନ୍ତ ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇନାହିଁ। ଚଳିତ ବର୍ଷ ମେ ମାସରେ ୟୁରୋପୀୟ କମିଶନ ଏବଂ ଭାରତ ସରକାର ୨୦୧୩ ମସିହାରୁ ଅଟକି ରହିଥିବା FTA ଉପରେ ଆଲୋଚନା ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅର୍ଥନୀତି ବ୍ୟତୀତ ଜର୍ମାନୀ ମଧ୍ୟ ଭାରତ ପାଇଁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟେ।

କଳିଙ୍ଗାପାଟନମ୍-ଗୋପାଳପୁର ଦେଇ ଗତି କରିବ ଗୁଲାବ: ପବନର ବେଗ ସର୍ବାଧିକ ୯୫ କିମି ରହିପାରେ

ଭୁବନେଶ୍ୱର: ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ପାଣିପାଗ ବିଭାଗର ଅପଡେଟ ଯାହା ରହିଛି ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୦୦କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ 105 କିଲୋମିଟର ଦୂରରେ ରହିଛି ।24 କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ।କାଲିଙ୍ଗାପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ବୁଲେଟିନ ମୁତାବକ, ସନ୍ଧ୍ୟା ସମୟରେ ଆରମ୍ଭ ହେବ ‘ବାତ୍ୟା ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପ୍ରଭାବରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୁତ ହେବ । ଏହାର ପ୍ରଭାବ ଗଜପତି ଓ ଗଂଜାମ ଉପରେ ପବନର ବେଗ ଅଧିକ ରହିବ ।ଗୋପାଳପୁର ବନ୍ଦର ପାଇଁ ବିପଦ ସଂକେତ ୭ , ପୁରୀ ପାଇଁ ବିପଦ ସଂକେତ ୬ ଓ ପାରାଦ୍ୱୀପ ଏବଂ ଧାମରା ବନ୍ଦର ଗୁଡିକ ପାଇଁ ବିପଦ ସଂକେତ ୩ ଜାରି କାରାଯାଇଛି।

 

ଅକ୍ଷୟ କୁମାରଙ୍କ ଫଟୋ ଦେଖି ରାଗିଗଲେ IPS ଅଧିକାରୀ, କହିଲେ ‘ଏସେ ନେହିଁ ହୋତା ହେ ଜନାବ’

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନେମା ହଲ ଖୋଲିବା ନେଇ ଘୋଷଣା ପରେ ସୋସିଆଲ ମିଡିଆରେ ଟ୍ୱିଟ୍‌ ଝଡ଼। ବଲିଉଓ ଅଭିନେତା ଅକ୍ଷୟ କୁମାରଙ୍କ ଟ୍ୱିଟ୍‌କୁ ଟାର୍ଗେଟ କରିଛନ୍ତି ଛତିଶଗଡର ସ୍ପେଶାଲ୍ ଡିଜିପି ଆର.କେ ବିଜ। ଆସନ୍ତା ଅକ୍ଟୋବର୨୨ରୁ ପୁରା ମହାରାଷ୍ଟ୍ରରେ ଖୋଲିବାକୁ ଯାଉଛି ସିନେମା ହଲ। ଏହି ଘୋଷଣା ପରେ କେବଳ ସିନେମା ପ୍ରେମୀ ନୁହଁନ୍ତି ତାରକା ଏବଂ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ବହୁତ ଖୁସି। ବର୍ତ୍ତମାନ ଆସନ୍ତା ମାସରୁ ବକ୍ସ ଅଫିସରେ ପୁରା ଧମାଲ ହେବାକୁ ଯାଉଛି।

ଏଭଳି ଘୋଷଣା ପରେ ବଲିଉଡ ହିରୋ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ପରେ ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସୂର୍ଯ୍ୟବଂସି’ ବିଷୟରେ ଏକ ଟ୍ୱିଟ୍ କରିଛନ୍ତି। ଯାହାକୁ ଦେଖିବା ପରେ ଛତିଶଗଡର ସ୍ପେଶାଲ୍ ଡିଜିପି ଆର.କେ ବିଜ ଅକ୍ଷୟଙ୍କ ପୋଷ୍ଟରେ ତାତ୍ସଲ୍ୟ କରିଛନ୍ତି। ସେ ରି ଟୁଇଟ କରି ତାତ୍ସଲ୍ୟ କରି ଲେଖିଛନ୍ତି ଯେ ‘ଏସେ ନେହିଁ ହୋତାହେ ଜନାବ’। ଏହା ପରେ ଅକ୍ଷୟ କୁମାର ମଧ୍ୟ ତାଙ୍କ ଟ୍ୱିଟ୍‌ର ଉତ୍ତର ଦେଇଛନ୍ତି।

ମହାରାଷ୍ଟ୍ର ଖୋଲିବା ଘୋଷଣା ହେବା ପରେ ଅକ୍ଷୟ କୁମାର ଏକ ଟ୍ୱିଟ୍ କରି ଲେଖିଛନ୍ତି, ‘ଅନେକ ପରିବାର ଆଜି ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଦେବେ! ୨୨ ଅକ୍ଟୋବରରୁ ମହାରାଷ୍ଟ୍ରର ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଥିବାରୁ ସମସ୍ତେ କୃତଜ୍ଞ। ଏହି ଟ୍ୱିଟ୍ ମାଧ୍ୟମରେ ସେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅକ୍ଷୟ କୁମାର, ଅଜୟ ଦେବଗନ୍, ରଣଭୀର ସିଂ ଏବଂ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ନଜର ଆସିଛନ୍ତି। ଫଟୋରେ ସ୍ପଷ୍ଟ ଜଣାପଡୁଛି ଯେ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରୁଥିବା ରଣଭୀର ସିଂ ଟେବୁଲ ଉପରେ ବସିଥିବାବେଳେ ବରିଷ୍ଠ ଅଧିକାରୀ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟ କୁମାର ଏବଂ ଅଜୟ ଦେବଗାନ୍ ଠିଆ ହୋଇଛନ୍ତି।

ସେପଟେ ଏହି ଫଟୋକୁ ଦେଖି ଡିଜିପି ଆର.କେ ବିଜ ଟ୍ୱିଟକୁ ରିଟ୍ୱିଟ କରି ଅକ୍ଷୟ କୁମାରଙ୍କୁ ଏକ ମଜାଦାର କ୍ୟାପସନ୍‌ ଲେଖିଛନ୍ତି। ସ୍ୱତନ୍ତ୍ର ଡିଜିପି ଆର.କେ ବିଜଙ୍କ ଟ୍ୱିଟକୁ ଜବାବ ଦେଇ ଅଭିନେତା ଅକ୍ଷୟ କୁମାର କହିଛନ୍ତି- ‘ଜନାବ, ଏହା ହେଉଛି ସୁଟିଂ ପଛର ଫଟୋ। ଆମ କଳାକାରମାନଙ୍କ ପାଇଁ, କ୍ୟାମେରା ଅନ୍ ହେବା ମାତ୍ରେ ଆମେ ଆମ ପ୍ରୋଟୋକଲକୁ ଫେରିଆସୁ। ଆମ ହିରୋ ପୋଲିସ୍‌ ମାନଙ୍କୁ ଆମର ସର୍ବଦା ନମସ୍କାର। ଆଶା କରେ ଯେତେବେଳେ ତୁମେ ଫିଲ୍ମ ଦେଖିବ ତୁମେ ଏହାକୁ ପସନ୍ଦ କରିବ। ବର୍ତ୍ତମାନ ଅକ୍ଷୟଙ୍କ ଏହି ଟ୍ୱିଟ୍ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି।