ରକ୍ତ ସଂଗ୍ରହରେ ଓଡ଼ିଶା ମୋ ପରିବାରର ରେକର୍ଡ

ଭୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ତାରିଖ ଦୀର୍ଘ ଏକ ମାସର ଅଭିଯାନରେ ଓଡିଶା ମୋ ପରିବାର ପକ୍ଷରୁ ରେକର୍ଡ ସଂଖ୍ୟକ ୨୩ ହଜାର ୧୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆୟୋଜିତ ଅଭିଯାନ ସଫଳ ହୋଇଛି ।

କଟକରେ ସର୍ବାଧିକ ୫ ହଜାର ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି । କେନ୍ଦୁଝରରୁ ୨ ହଜାର ୪୩ ଓ ଗଞ୍ଜାମରୁ ୧୮ ଶହ ୪୩, ଯାଜପୁରରୁ ୧୭ ଶହ ୯୮ ଓ ବାଲେଶ୍ୱରରୁ ୧୭ ଶହ ୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇଥିଲା । ରକ୍ତ ସଂଗ୍ରହ ସହିତ ରୋଗୀଙ୍କ ନିକଟରେ ରକ୍ତ ପହଞ୍ଚାଇବା କାର୍ଯ୍ୟ ଜାରି ରହିବ । ଏହି ଅଭିଯାନ ଫଳରେ ରାଜ୍ୟରୁ ରକ୍ତ ସଙ୍କଟ ଅନେକାଂଶରେ ଦୂର ହୋଇପାରିଛି । ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ । ଅଭିଯାନ ଏବେ  ଆନ୍ଦୋଳନରେ ପରିଣତ ହୋଇସାରିଛି । ଏଥିରେ ଯୁବବର୍ଗଙ୍କ ସମେତ ମହିଳା ବି ସାମିଲ ହୋଇଛନ୍ତି । ଭୋଗରାଇଠାରେ ସ୍ୱତନ୍ତ୍ର ମହିଳାଙ୍କ କ୍ୟାମ୍ପ ହୋଇଥିଲା। ଓଡିଶା ମୋ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଧାୟକ ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅରୂପ ପଟ୍ଟନାୟକ ଓ ସାଂସଦ ସୁଜିତ କୁମାର ।

Leave a Reply