spot_img
Home Blog Page 5148

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ପ୍ରତିଷ୍ଠା ହେଉ ବ୍ୟାଙ୍କ, ମାଗଣାରେ ଜମି ଦେବ ରାଜ୍ୟ

ନୂଆଦିଲ୍ଲୀ: ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ପ୍ରସଙ୍ଗ ନେଇ କେନ୍ଦ୍ରର ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ମଧ୍ୟରେ ରହିଛି- ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଜାତୀୟ ରାଜପଥ ନମ୍ବର ୩୨୬କୁ ଚାରି ଲେନ୍ ବିଶିଷ୍ଟ କରିବା । ଏହାଦ୍ୱାରା ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ବାଙ୍ଗାଲୋର ଓ ହାଇଦ୍ରାବାଦ ଯାଏଁ ସମାନ୍ତରାଳ ସଡ଼କ ପଥ ହୋଇପାରିବ । ଏହାଦ୍ବାରା ସମୟ ବଞ୍ଚିବା ସହ ଏହି ଅଞ୍ଚଳର ଆର୍ଥିକ ପ୍ରଗତି ଅଧିକ ହୋଇପାରିବ ।

CM Naveen Give Importance On Setup Bank In Maoist Area

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ଅନ୍ତର୍ଗତ ଜିଲ୍ଲା ଗୁଡ଼ିକ ବର୍ତ୍ତମାନ ରେଳବାଇ ନେଟୱର୍କରେ ଆସୁନାହାନ୍ତି । ରେଲୱେ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୟପୁରରୁ ନବରଙ୍ଗପୁର ଓ ଜୟପୁରରୁ ମାଲକାନଗିରି ପ୍ରକଳ୍ପ ଲାଗି କାର୍ଯ୍ୟ କରୁଛନ୍ତି । ପ୍ରକଳ୍ପରେ ସ୍ଥାନିତ ହୋଇ ନଥିବା ୧୫୩ କିଲୋମିଟର ଦୀର୍ଘ ମାଲକାନଗିରରୁ ଭଦ୍ରାଚଳମ ଓ ୧୧୮ କିଲୋମିଟର ଦୀର୍ଘ ନବରଙ୍ଗପୁରରୁ ଜୁନାଗଡ଼ ଗୁରୁତ୍ୱପୂର୍ଣ୍ଣ ରୁଟ୍ । ଏହି ପଥର ବିକାଶ ହେଲେ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

CM Naveen Give Importance On Setup Bank In Maoist Area

ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଓଡ଼ିଶାରେ ମୋବାଇଲ ସଂଯୋଗକୁ ପରିବ୍ୟାପ୍ତ କରିବା ଲାଗି ପ୍ରସ୍ତାବ ରହିଛି । ରାଜ୍ୟର ୬ ହଜାର ୨୭୮ ଗାଁରେ ବର୍ତ୍ତମାନ ମୋବାଇଲ ସୁବିଧା ଉପଲବ୍ଧ ହୋଇନାହିଁ । ରାଜ୍ୟ ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୪୮୮ଟି ମୋବାଇଲ ଟାୱାର ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଲାଗି ୨୦୦୦ରୁ ଅଧିକ ମୋବାଇଲ ବେସ ଷ୍ଟେସନ ପ୍ରତିଷ୍ଠା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

CM Naveen Give Importance On Setup Bank In Maoist Area

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସୁବିଧା ପ୍ରତିଷ୍ଠାର ଆବଶ୍ୟକତା ରହିଛି । ବ୍ୟାଙ୍କ ସୁବିଧା ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବେ । ନିଟ୍, ଆଇଆଇଟି  ଓ ଜେଇଇ ଆଦି ପରୀକ୍ଷାରେ ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯେପରି ଅଧିକ ସଫଳ ହୋଇପାରିବେ ସେଥିଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏକ ସର୍ବେକ୍ଷଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ

କେନ୍ଦୁଝର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ଅରିନ୍ଦମଙ୍କ ପତ୍ନୀ ସମୀକ୍ଷାଙ୍କୁ ଅର୍ଥ ରାଶି ପ୍ରଦାନ କରିଛନ୍ତି କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Rs 4 Lakh Given To Late Journalist Arindam Das Family Keonjhar

ଶୁକ୍ରବାର ମୁଣ୍ଡଳିରେ ଏକ ଦନ୍ତା ହାତୀ ମହାନଦୀର ପ୍ରଖର ତ୍ସୋତରେ ଫସି ଯାଇଥିଲା । ଦନ୍ତାକୁ ଘଉଡ଼ାଇବା ଲାଗି ଓଡ୍ରାଫ୍ ଟିମ୍ ରବର ବୋଟରେ ଯାଇଥିଲା । ଏହି ବୋଟରେ ସାମ୍ବାଦିକ ଅରିନ୍ଦମ ଦାସ ଥିଲେ । ହାତୀକୁ ଘଉଡ଼ାଇବା ବେଳେ ବୋଟଟି ଓଲଟି ପଡ଼ିଥିଲା । ଫଳରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସମେତ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିଲା ।

Rs 4 Lakh Given To Late Journalist Arindam Das Family Keonjhar

ଗତକାଲି ଅରିନ୍ଦମଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଆଜି ଉପଜିଲ୍ଲାପାଳ ଅରିନ୍ଦମ ଦାସଙ୍କ ଘରେ ପହଞ୍ଚି ସହାୟତା ରାଶି ଚେକ୍ ପ୍ରଦାନ କରିଛନ୍ତି । ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବାତ୍ୟା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୭ ଜିଲ୍ଲାର ପୌର କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର: ବାତ୍ୟା ଗୁଲାବ ପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମଞ୍ଜୁର ହୋଇଥିବା ଛୁଟିକୁ ବାତିଲ୍ କରି ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ସନ୍ଧ୍ୟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’

ଜଳବନ୍ଦୀ ସ୍ଥିତି ଏଡ଼ାଇବାକୁ ଯନ୍ତ୍ରପାତି ଓ ପମ୍ପସେଟ୍ ପ୍ରସ୍ତୁତ ରଖିବାକୁ ଗୃହ ଓ ସହରାଞ୍ଚଳ ବିଭାଗ ନିର୍ଦ୍ଦେଶ ଦଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ କୁହାଯାଇଛି । ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ ଡିଜି ସେଟ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ ।

ଜଳାର୍ଣ୍ଣବ ସ୍ଥିତି ଏଡ଼ାଇବାକୁ ଡ୍ରେନ୍ ଗୁଡ଼ିକ ଉପରେ ନଜର ରଖାଯିବ । ଡ୍ରେନକୁ ସଫା କରାଯିବା ସହ ଆସନ୍ତାକାଲି ରାସ୍ତା ସଫେଇ ପାଇଁ ମନା କରାଯାଇଛି । ଅଧିକ ଜଳପ୍ରବାହ ପାଇଁ ଦୁର୍ଘଟଣା ଘଟୁଥିବା ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ ହେବ ।

ସନ୍ଧ୍ୟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ’ଗୁଲାବ’ ଏବେ ପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ଗତି କରୁଛି ।

ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୧୮୦ କିମି ଦୂରରେ ବାତ୍ୟା ଗୁଲାବ ରହିଥିବା ବେଳେ କଳିଙ୍ଗପାଟଣମ ଠାରୁ ପୂର୍ବ-ଉତ୍ତର ପୂର୍ବରେ ୨୪୦ କିମି ଦୂରରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ’ଗୁଲାବ’ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସନ୍ଧ୍ୟା ପରେ ଆରମ୍ଭ ହେବ ।

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ଓ ପବନ ପାଇଁ ହୋଇପାରେ ଭୂସ୍ଖଳନ, ପାହାଡ଼ିଆ ଅଞ୍ଚଳରେ ନିଅନ୍ତୁନି ଆଶ୍ରୟ

ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଦିଆଯାଇଛି । ପୁରୀ ବନ୍ଦରରେ ୬ ନମ୍ବର ବିପଦ ସଂକେତ ଦିଆ ଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୩ ନମ୍ବର ବିପଦ ସଂକେତ ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ୦.୫ ମିଟରର ଜୁଆର ଆସିବାର ଆଶଙ୍କା ରହିଛି ।

ପ୍ରବଳ ବର୍ଷା ଓ ପବନ ପାଇଁ ହୋଇପାରେ ଭୂସ୍ଖଳନ, ପାହାଡ଼ିଆ ଅଞ୍ଚଳରେ ନିଅନ୍ତୁନି ଆଶ୍ରୟ

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ’ଗୁଲାବ’ ଏବେ ପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ଗତି କରୁଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସ ।

Cyclone Gulab, Landslide Alert To Hill Area Districts

ଗୋପାଳପୁର ବନ୍ଦରରେ D7, ପୁରୀରେ D6, ପାରାଦୀପରେ ଓ ଧାମରାରେ LC3 ବିପଦ ସଂକେତ ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଗଞ୍ଜାମରେ ୦.୫ ମିଟରର ଜୁଆର ଆସିବା ଆଶଙ୍କା ରହିଛି । ପ୍ରବଳ ବର୍ଷା ଫଳରେ ନାଗାବଳୀ, ଋଷିକୁଲ୍ୟା ଓ ବଂଶଧାରାରେ ବନ୍ୟା ଆସିପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ପାହାଡ଼ିଆ ଅଞ୍ଚଳରେ ଲୋକ ନ ରହିବା ଉଚିତ୍ । ଅଧିକ ବର୍ଷା ହେବାକୁ ଥିବାରୁ ଭୂ-ସ୍ଖଳନ ହେବ ।

’ଗୁଲାବ’ଲ୍ୟାଣ୍ଡଫଳ ବେଳେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ମୁଖ୍ୟତଃ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପବନର ବେଗ ଅଧିକ ରହିବ । ତା’ଛଡ଼ା ପୁରୀ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ରେ ପବନର ଅଧିକ ରହିବ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ତାର ପ୍ରଭାବ ୧୦୦ରୁ ୧୫୦ କିମି ଯାଏଁ ରହିବ ।

Cyclone Gulab, Landslide Alert To Hill Area Districts

ଦ୍ୱିପ୍ରହର ପରେ ପବନର ବେଗ ବଢ଼ିବ । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ୬ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ରହିବ । ମଧ୍ୟରାତ୍ରିରେ ବାତ୍ୟା ’ଗୁଲାବ’କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ । ଭୁବନେଶ୍ୱର ଓ କଟକରେ ବର୍ଷା ଲାଗି ରହିବ । ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ରହିବ ।

ଶେଷରେ ମିଳିଲା ହାତୀର ମୃତଦେହ, ଶୁକ୍ରବାର ମୁଣ୍ଡଳି ବ୍ୟାରେଜରେ ଫସିଥିଲା

କଟକ: ଅପରେସନ୍ ଗଜରାଜ ବିଫଳ । ଓଡ୍ରାଫ୍, ବନ ବିଭାଗ ଓ ଅଗ୍ନିଶମ ବାହିନୀର ସମସ୍ତ ପରିଶ୍ରମ ସତ୍ତ୍ୱେ ମୁଣ୍ଡଳିରୁ ଉଦ୍ଧାର ହୋଇ ପାରିନଥିବା ଦନ୍ତାର ମୃତଦେହ ମିଳିଛି । ମୁଣ୍ଡଳିରୁ ଶୁକ୍ରବାର ସନ୍ଧ୍ୟାରେ ଭାସି ଯାଇଥିବା ହାତୀର ମୃତଦେହ ଜୋବ୍ରା ଆନିକଟ ଠାରେ ଦେଖିବାକୁ ମିଳିଛି । ଜୋବ୍ରା ବ୍ୟାରେଜର ୨୪ ନମ୍ବର ଗେଟରେ ଲାଗିଛି ହାତୀର ମୃତଦେହ । ଉପରକୁ ହାତୀର ଗୋଡ଼ ଭାସୁଛି ।

Tusker Body Found From Cuttack Jobra Barrage

ଶୁକ୍ରବାର ହାତୀପଲ ମହାନଦୀ ପାର୍ ବେଳେ ଭାସି ଯାଇଥିଲେ । ୪ଟି ହାତୀ ଭାସି ଯାଇଥିବା ବେଳେ ଗୋଟିଏ ଦନ୍ତା ମୁଣ୍ଡଳି ବ୍ୟାରେଜରେ ଫସି ରହିଥିଲା । ଦନ୍ତାକୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ଗଜରାଜ । ଓଡ୍ରାଫର ଏକ ଟିମ୍ ରବର ବୋଟ୍ ସାହାଯ୍ୟରେ ମହାନଦୀ ଗର୍ଭକୁ ଯାଇ ହାତୀକୁ କୂଳକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା ।

ହାତୀକୁ ଘଉଡ଼ାଇବା ବେଳେ ମହାନଦୀର ପ୍ରଖର ସ୍ରୋତରେ ଓଲଟି ପଡ଼ିଥିଲା ବୋଟଟି । ଏଥିରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସହ ଓଡ୍ରାଫ୍ ଟିମର ସଦସ୍ୟ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡଳିରୁ ଭାସି ଯାଇଥିବା ହାତୀର ମୃତଦେହ ୪୦ ଘଣ୍ଟାରୁ ଅଧିକ ସମୟ ପରେ ଆଜି ଜୋବ୍ରାରୁ ଠାବ ହୋଇଛି ।

ପରିତ୍ସା ବାହାନାରେ କାରରୁ ଓହ୍ଲାଇ ମହାନଦୀକୁ ଡେଇଁ ପଡ଼ିଲେ

କଟକ: ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ । ଭୁବନେଶ୍ୱରରୁ କଟକ ଟାଙ୍ଗୀ ଯାଉଥିବା ବେଳେ ପରିତ୍ସା ଲାଗୁଥିବା କହିଥିଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଦେବାଶିଷ ଦାସ । ଗାଡ଼ି ମହାନଦୀ ପୋଲ ଉପରେ ଅଟକିବା ମାତ୍ରେ ପାଣି ଭିତରକୁ ଡେଇଁ ପଡ଼ିଥିଲେ ଦେବାଶିଷ ।

BJB College Chemistry Assistant Jumped Into Mahandai

ଚାଉଳିଆଗଞ୍ଚ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାରରେ ଥିବା ତାଙ୍କ ବନ୍ଧୁଙ୍କ ସୂଚନା ଅନୁସାରେ, ଗତ କିଛିଦିନ ହେବ ମାନସିକ ରୋଗରେ ଆକ୍ରାନ୍ତ ଥିଲେ ଦେବାଶିଷ । ସମ୍ପତ୍ତି ଭାଗବଣ୍ଟାକୁ ନେଇ ତାଙ୍କ ଭାଇଙ୍କ ସହ ଝଗଡ଼ା ଲାଗି ରହିଥିଲା । ଏଥିପାଇଁ ସେ ମାନସିକ ସ୍ତରରେ ବିଚଳିତ ହୋଇ ପଡ଼ିଥିଲେ ।

ବାତ୍ୟା ପାଇଁ ବାତିଲ୍ ହେବନି LI ନିଯୁକ୍ତି ପରୀକ୍ଷା

ବ୍ରହ୍ମପୁର: ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ ’ଗୁଲାବ’। ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ନମ୍ବର ଜାରି କରାଯାଇଛି । ଅନ୍ୟପଟେ ଆଜି ହେବାକୁ ଥିବା ଏଲ୍ଆଇ ନିଯୁକ୍ତି ପରୀକ୍ଷା ବାତିଲ୍ ହେବ ନାହିଁ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟାହ୍ନ ୨ଟା ୩୦ରୁ ୫ଟା ମଧ୍ୟରେ ଓଏସ୍ଏସ୍ଏସସି ପରୀକ୍ଷା ହେବ । ପରୀକ୍ଷା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସରିଛି, ବସ୍ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ସ୍ଥଳେ ଦରକାର ହେଲେ ବ୍ରହ୍ମପୁରରେ ରହିବା ସହ ଖାଇବା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଏଥିସହ ପଢ଼ନ୍ତୁ: ପାଖଉଛି ବାତ୍ୟା, ଉତ୍ତର ଆନ୍ଧ୍ର ସହ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି

ଚୋରି ବେଳେ ଧରା ପଡ଼ି ଛେଚା ଖାଇଲେ ୩ ଯୁବକ

ଅନୁଗୁଳ: ଦୋକାନରୁ ଚୋରି କରୁଥିବା ବେଳେ ଧରା ପଡ଼ିଲେ, ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଲେ ୩ ଯୁବକ । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଫୁଲଝରୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରି କରିବାକୁ ଆସି ଲୋକଙ୍କ ହାତରେ ଧରାପଡିବା ସହି ନିର୍ଧୂମ ଛେଚା ଖାଇଛନ୍ତି ତିନି ଯୁବକ । ସୂଚନା ଅନୁସାରେ କୁକୁରପେଟା ଫୁଲଝରି ଛକରେ ଥିବା ୨ଟି ଦୋକାନରୁ କଣିହାଁ ଥାନା ଭାଲୁଗାଡିଆ ଅଞ୍ଚଳର ୩ ଜଣ ଯୁବକ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଥିଲେ ।

Local People Captured 3 Youth During Robbery In Angul

ଲୋକମାନେ ଚୋର ୩ ଜଣକୁ ଗୋଟିଏ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୂମ ମାଡ଼ ମାରିଥିଲେ । ସେମାନଙ୍କ ପାଖରୁ ଗୋଟିଏ ଭୁଜାଲି, ଗୋଟିଏ ବାଇକ୍ ଜବତ କରି ପୋଲିସକୁ ଖବର ଦେଇଥିଲେ ଲୋକ । ପୋଲିସ ୩ ଯୁବକଙ୍କୁ ପୋଲିସ ହେପାଜତକୁ ନେବା ସହ ତଦନ୍ତ ଜାରି ରଖିଛି ।

ପାଖଉଛି ବାତ୍ୟା, ଉତ୍ତର ଆନ୍ଧ୍ର ସହ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ’ଗୁଲାବ’ ଏବେ ପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ଗତି କରୁଛି ।

ଗୋପାଳପୁର ଠାରୁ ପୂର୍ବ –ଦକ୍ଷିଣ ପୂର୍ବରେ ୨୭୦ କିମି ଦୂରରେ ବାତ୍ୟା ଗୁଲାବ ରହିଥିବା ବେଳେ କଳିଙ୍ଗପାଟଣମ ଠାରୁ ପୂର୍ବରେ ୩୩୦ କିମି ଦୂରରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ’ଗୁଲାବ’ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ ।

ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

Image

ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଦିଆଯାଇଛି । ପୁରୀ ବନ୍ଦରରେ ୬ ନମ୍ବର ବିପଦ ସଂକେତ ଦିଆ ଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୩ ନମ୍ବର ବିପଦ ସଂକେତ ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ୦.୫ ମିଟରର ଜୁଆର ଆସିବାର ଆଶଙ୍କା ରହିଛି ।